BY_ରବିନ୍ଦ୍ର ନାଥ ମହାପାତ୍ର
ଗୁଣପୁର :ରାୟଗଡ଼ା ଜିଲ୍ଲା ଗୁଣପୁରରୁ ଆସିଛି ଏକ ଦୁଃଖଦ ଖବର। କୂଅରେ ପଡ଼ି ଜଣେ ପକ୍ଷାଘାତ ରୋଗ ରେ ପୀଡିତ ଥିବା ଶିକ୍ଷକ ଙ୍କ ମୃତ୍ୟୁ ଘଟିଛି। ଗୁଣପୁର ପୌରପରିଷଦ ୧ ନମ୍ବର ୱାର୍ଡ ଶିବ ଶକ୍ତି ଲେନ -1 ରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି କହିପାରିବେ ନାହିଁ। ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପରିଷଦ ଅନ୍ତର୍ଗତ ଶିବ ଶକ୍ତିନଗର ଲେନ୍-୧ରେ ଘଟିଛି ଏମିତି ଏକ ଅଘଟଣ। ଏହି ଅଞ୍ଚଳର ବାସିନ୍ଦା କୃଷ୍ଣ ସେନାପତିଙ୍କର କୂଅରେ ପଡ଼ି ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କୃଷ୍ଣ ସେନାପତି ଦୀର୍ଘ ମାସ ଧରି ପକ୍ଷାଘାତ ବା ପାରାଲିସିସ୍ ରୋଗରେ ପୀଡ଼ିତ ଥିଲେ। ତେବେ ଆଜି କୌଣସି କାରଣ ବଶତଃ ସେ ଘର ନିକଟରେ ଥିବା ଏକ କୂଅରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଖବର ପାଇ ଗୁଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ଦୁର୍ଘଟଣା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଚର୍ଚ୍ଚା news












