ମାଲକାନାଗିରି ୧୭/୦୮/୨୫ ସାମ୍ୱାଦିକ ମାନସ୍ ନେତାମ୍ ଚର୍ଚ୍ଚା ନ୍ୟୁଜ୍
ରାଜ୍ୟ ସରକାର ଗତ ୧୨ ତାରିଖ ଦିନ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ପତ୍ର ସଂଖ୍ୟା-୧୯୩୫୧ରେ ନିର୍ଦେଶ ଦେଇଛନ୍ତି ଯେ ଆଗାମୀ ଦିନରେ ହରିଜନ ଶଦ୍ଦକୁ ଲେଖାଯିବ ନାହିଁକି କୁହାଯିବ ନାହିଁ। ତେଣୁ ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ଗତ ୧୩ ତାରିଖ ଦିନ ଏହି ଖବର କନକ ନ୍ୟୁଜରେ ଫେସବୁକରେ ବାଜିବା ପରେ ସ୍ଥାନୀୟ ଜନୈକ ବ୍ୟକ୍ତି ଉଦୟ ବୁରୁଦା ଡମ୍ବ ସମାଜ ନାମରେ ଆପତ୍ତି ଜନକ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଯାହାକୁ ଡମ୍ବ ସମାଜର ଲୋକଙ୍କୁ ବାଧିଛି। ସେମାନଙ୍କର ସମ୍ମାନରେ ହାନି ପହଞ୍ଚିଛି। ତେବେ ମାଲକାନଗିରି ଜିଲ୍ଲା ଡମ୍ବ ସମାଜର ସଭାପତି ବଳରାମ ଅନୁଗୁଳିଆଙ୍କ ନେତୃତ୍ବରେ ଶତାଧିକ ସମାଜର ଲୋକ ଏକତ୍ର ହୋଇ ମାଲକାନଗିରି ଥାନାରେ ପହଞ୍ଚି ଉଦୟ ବୁରୁଦାଙ୍କ ନାମରେ ଏତଲା ଦାୟର କରିଛନ୍ତି। ଏନେଇ ତଦନ୍ତ କରାଯିବା ସହ ଶ୍ରୀ ବୁରୁଦାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି












