ସାମ୍ବାଦିକ ରାଜୀବ କୁମାର ବେହେରାତାରିଖ- ୧୦-୦୧-୨୦୨୬ ଉଦଳା : କୋଚିଙ୍ଗ ସେଣ୍ଟର ଭଳି ଏକ ଶିକ୍ଷାନୁଷ୍ଠାନରେ ଜଣେ ନାବାଳକଙ୍କ ସହ ଅସଦାଚରଣ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ, ଶିକ୍ଷକ ସମାଜର ମର୍ଯ୍ୟାଦା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ନାବାଳକ ଦୀର୍ଘ ସମୟ ଧରି ମାନସିକ ଯନ୍ତ୍ରଣା ସହିବା ପରେ ଶେଷରେ ନିଜ ଯନ୍ତ୍ରଣାର କଥା ପରିବାରକୁ ଜଣାଇଥିଲେ। ଏହା ପରେ ପରିବାର ପକ୍ଷରୁ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗ ମିଳିବା ସହିତ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇ ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣେ କୋଚିଙ୍ଗ ସେଣ୍ଟରରେ ପଢ଼ାଉଥିବା ଶିକ୍ଷକ। ତେବେ ମାମଲାଟି ତଦନ୍ତାଧୀନ ଥିବାରୁ ଅଧିକ ବିବରଣୀ…
Author: Charcha News
ତାରିଖ- ୧୦-୦୧-୨୦୨୬ ସାମ୍ବାଦିକ ରାଜୀବ କୁମାର ବେହେରା ଉଦଳା : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରୁ ଦିନକୁ ଦିନ ବନ୍ୟଜନ୍ତୁମାନେ ବାଟ ବଣା ହୋଇ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ଫଳସ୍ୱରୂପ ଗାଁ-ଘରେ ଆତଙ୍କର ପରିବେଶ ସୃଷ୍ଟି ହେଉଥିବା ବେଳେ, ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ସଂଘର୍ଷର ସମ୍ଭାବନା ମଧ୍ୟ ବଢ଼ୁଛି। ଏଭଳି ପରିସ୍ଥିତି ରେ ଶିମିଳିପାଳ ରେ ତାପମାତ୍ରା ” ୦” ହୋଇ ଥିବା ବେଳେ ବନ୍ୟଜନ୍ତୁ ଖାଦ୍ୟ ଅନ୍ୱେଷଣ ରେ ଗାଁ ମୁହାଁ ହୋଇ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି l ତେବେ ଏକ ସମ୍ବର ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖୁଣ୍ଟା ବ୍ଲକ ଅନ୍ତର୍ଗତ କରକଚିଆ ଗ୍ରାମ ପଞ୍ଚାୟତର ହରିପୁର ଗ୍ରାମ ମଧ୍ୟକୁ ଏହି ସମ୍ବରଟି ଅପରାହ୍ନ ସମୟରେ ପଶି ଆସିଥିଲା। ଗ୍ରାମ ମଧ୍ୟରେ ହଠାତ୍ ସମ୍ବରଟିକୁ ଦେଖି ଲୋକେ ଭୟଭୀତ…
ତାରିଖ-୯/୦୧/୨୦୨୬ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାୟଗଡ଼ ଦ୍ବାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା- ୨୦୨୫ ର ଆଜି ଚତୁର୍ଥ ଦିବସରେ ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲପାଳ, ରାୟଗଡ଼ା ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦମନ୍ତ୍ର ପଠନ ପୂର୍ବକ ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ବ୍ୟାଚ ପ୍ରଦାନ ପରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି) ରାୟଗଡ଼ ଙ୍କ ସଭାପତିତ୍ବ ରେ ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ,ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ମଣ୍ଟୁ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ , ପଦ୍ମପୁର, ଶ୍ରୀଯୁକ୍ତ ଶେଖ୍ ଏହେସାନ୍ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାୟଗଡ଼ ରାୟଗଡ଼, ଡକ୍ଟର ଅଶୋକ କୁମାର ବେହେରା,ଉପଖଣ୍ଡ…
ତାରିଖ-୯/୦୧/୨୦୨୬ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ,ସଦସ୍ୟ ସଦସ୍ୟା ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ଅନୁଯାୟୀ ଆଲୋଚନା କରି ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସାଧାରଣତନ୍ତ୍ର ଦିବସ ପାଳନ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ ଘ.…
ତାରିଖ-୯/୦୧/୨୦୨୬ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ଼ ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା ମାସ ସଚେତନତା ନିମନ୍ତେ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପ୍ରଦିକ୍ଷଣ ଗୃହ ଠାରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି, ଆଇ. ଏ. ଏସ, ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା ମମତା ସାହୁ,ଜିଲ୍ଲl ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିନୟ କୁମାର ପାଳ, ଏମଭି ଆଇ ପି.ଦୁର୍ଗା ପ୍ରସାଦ ରାଓ, ଜିଲ୍ଲାଶିକ୍ଷା ଅଧିକାରୀ, ରାମ ନାହାକ,ଅଧ୍ୟକ୍ଷା ରାୟଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଟ୍ରାଫିକ ଇନଷ୍ପେକଟର ଯେ. ଭରlସଗଡ଼ିଆ, ରାସ୍ତା ନିରାପତ୍ତା କମିଟି ସଦସ୍ୟ ଶିବ ନାରାୟଣ ଗୌଡ଼, ଆଶିଷ ରଞ୍ଜନ ପଣ୍ଡା, ଚନ୍ଦ୍ରଭାନୁ ସିଂହ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ,ଏନସିସି ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା : ଏଥର ରାଜ୍ୟ ପଶ୍ଚିମ ବଙ୍ଗ ର ରାଜ୍ୟ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ହତ୍ୟା କରିବାକୁ ଧମକ ଦେଇ ଏକ ମେଲ୍ ପଠାଯାଇଥିଲା! ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ସାମ୍ନାକୁ ଆସିଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଏହି ସମୟରେ, ରାଜ୍ୟପାଳ ଏହି ମେଲ୍କୁ ଗୁରୁତ୍ୱ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ସେ ସ୍ପଷ୍ଟ ଭାବରେ କହିଥିଲେ, “ମୁଁ ଶୁକ୍ରବାର ସୁରକ୍ଷା ବିନା ବାହାରକୁ ଯିବି। ପଶ୍ଚିମ ବଙ୍ଗ ତ୍ ଲୋକମାନେ ମୋତେ ସୁରକ୍ଷା ଦେବେ।” ପଶ୍ଚିମ ବଙ୍ଗ ଲୋକ ଭବନ ସୂତ୍ର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କ ପାଖକୁ ଏକ ଧମକପୂର୍ଣ୍ଣ ମେଲ୍ ପହଞ୍ଚିଥିଲା। ରାଜ୍ୟପାଳ ଆନନ୍ଦ ବୋଷଙ୍କୁ ଉଡ଼ାଇ ଦେବା ପାଇଁ ଧମକ ଦିଆଯାଇଥିଲା। ସ୍ୱାଭାବିକ ଭାବରେ, ଏହି ଘଟଣାକୁ ନେଇ ହଙ୍ଗାମା ହୋଇଥିଲା। ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ସେହି ରାତିରେ ବୈଠକ କରିଥିଲେ। ରାଜ୍ୟପାଳଙ୍କ…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା : କୋଲକତା ରେ ସକାଳ ୭ଟାରେ ED ଚଢାଉ କରିଛି ଭୋଟ କୁଶଳୀ ସଂଗଠନ I-PAC, I-PAC କାର୍ଯ୍ୟାଳୟ। ପ୍ରତୀକ ଜୈନଙ୍କ ଘରେ ମଧ୍ୟ ଅଧିକାରୀମାନେ ପହଞ୍ଚିଛନ୍ତି। ସୂତ୍ର ଅନୁଯାୟୀ, ଖବର ପାଇବା ମାତ୍ରେ କୋଲକତା ପୋଲିସ କମିଶନର ତାଙ୍କ ଘରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯାଇଛନ୍ତି। ଭୋରରୁ କୋଲକାତାର ଅନେକ ଅଞ୍ଚଳ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ ହୋଇଛି । ଆଜି ସକାଳେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକାଳୀନ ଭୋଟ କୁଶଳୀ ସଂଗଠନ I-PAC, ପ୍ରତୀକ ଜୈନଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା। ସଲ୍ଟ ଲେକରେ ଥିବା I-PAC କାର୍ଯ୍ୟାଳୟ ଏବଂ ସହରର ଲଉଡନ ଷ୍ଟ୍ରିଟରେ ଥିବା ପ୍ରତୀକ ଜୈନଙ୍କ ଘରେ ତଲାସ ଆରମ୍ଭ ହୋଇଥିଲା। ED ସୂତ୍ର ଅନୁଯାୟୀ, ଦିଲ୍ଲୀରେ ଏକ ପୁରୁଣା କୋଇଲା ଚୋରା ଚାଲାଣ ମାମଲାର ସୂଚନା ଆଧାରରେ ଏହି ଅଭିଯାନ କରାଯାଇଥିଲା। ବୁଧବାର ରାତିରେ…
ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ଅପରସେନ ଗ୍ରୀନ କୁ କ୍ଲିନ୍ କରୁଛି ରାୟଗଡ଼ା ପୋଲିସ। ଏହି କ୍ରମରେ ପଦ୍ମପୁର ଥାନା ଅନ୍ତର୍ଗତ ପୁସିଗୁଡ଼ା, କିନ୍ଦ୍ରାଗୁଡ଼ା ଓ ସୌରା ପାଣ୍ଡରାଗୁଡ଼ା ଜଙ୍ଗଲରେ ଲାଗିଥିବା ୩ଏକରେରେ ଲାଗିଥିବା ବେଆଇନ ୯ହଜାର ଗଛ କୁ ପୋଡ଼ି ନଷ୍ଟ କରିଦେଇଛି।ଯାହାର ବଜାର ମୁଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଇଛି।ଏହି ଚଢାଉ ସମୟରେ ଗୁଣପୁର ଏସଡିପିଓ ପଦ୍ମପୁର ଥାନା ଅଧିକାରୀ ସସର୍ଶ ପୋଲିସ ଫୋର୍ସ ଙ୍କ ସହ ରାଜସ୍ବ ,ବନ ଓ ଅବକାରୀ ବିଭାଗ ର ମିଳିତ ଟିମ୍ ଉପସ୍ଥିତି ରହିଥିଲେ। ଆଗକୁ ଏହି ଛଡାଉ ମଧ୍ୟ ଜାରି ରହିବ ବୋଲି ପଦ୍ମପୁର ଥାନା ଅଧିକାରୀ ଧରଣୀଧର ନାୟକ ସୂଚନା ଦେଇଥିଲେ।
ସାମ୍ବାଦିକ ରାଜୀବ କୁମାର ବେହେରାଉଦଳା : ଦୀର୍ଘ ଦିନର ବିରତି ପରେ ପୁଣି ଉଦଳା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ମନ୍ଦିର ଲୁଟେରା। ଗତକାଲି ରାତିରେ ପ୍ରବଳ ଥଣ୍ଡାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଉଦଳା ସହରର ଦୁଇଟି ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଲୁଟ କରି ଫେରାର ମାରିଛନ୍ତି। ଏହି ଘଟଣା ପରେ ପୁଣି ଅଶାନ୍ତ ହୋଇପଡ଼ିଛି ଉଦଳା ସହର। ସୂଚନା ଅନୁସାରେ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୯ ନମ୍ବର ୱାର୍ଡରେ ଅବସ୍ଥିତ ମଣିନାଗେଶ୍ୱର ମନ୍ଦିରର ଠାକୁରଙ୍କ ବ୍ୟବହୃତ ସାମଗ୍ରୀ ସହିତ ହୁଣ୍ଡୀ ବାକ୍ସ ଭାଙ୍ଗି ଦୁର୍ବୁତ୍ତମାନେ ସବୁକିଛି ଲୁଟ କରି ନେଇଛନ୍ତି। ଏହା ସହ ପାଖରେ ଥିବା ଗାୟତ୍ରୀ ମନ୍ଦିରରୁ ମାଆଙ୍କ ରୁପା ମୁକୁଟ, ଅନ୍ୟାନ୍ୟ ରୁପା ସାମଗ୍ରୀ ଓ ବ୍ୟବହୃତ ପିତଳ ଜିନିଷ ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଲୁଟେରାଙ୍କ ପାଦଚିହ୍ନ ସହ ଛୋଟ ପିଲାଙ୍କ ପାଦଚିହ୍ନ ମିଳିଥିବାରୁ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଖବର ପାଇ…







