ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଆଜି ସୋମବାର ଗୁଡ଼ାରୀ ଆଇଆଇସି ସମର୍ପିତ ସ୍ୱାଇଁ ଙ୍କ ନେତୃତ୍ବ ରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଥାନ ରେ କେସ ନମ୍ୱର୍ ୨ରେ ମାମଲା ରୁଜୁ ହୋଇଛି ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଥିଲେ।ସୂଚନା ମୁତାବକ ସୋମବାର ଯୁବତୀ ଜଣକ କପା ବାଡକୁ କପା ତୋଳିବାକୁ ଯାଇଥିଲେ। ଘର କୁ ଫେରିବା ପରେ ସେହି ୩ ଜଣ ଯୁବକ ଏକ ମୋଟର ସାଇକେଲ ରେ ବସାଇ କପା ବାଡ କୁ ନେଇ ଯୁବତୀଙ୍କୁ ବଳାତ୍କାର କରିଥିଲେ।ପରେ ସେମାନେ ପୁଣି ସେହି ଝିଅ…
Author: Charcha News
ବଲାଙ୍ଗିର(ଦେବେନ୍ଦ୍ର) ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଲୟରେ ପାଟଣାଗଡ଼ ସହର ପାଟଣାଗଡ଼ ଉପଖଣ୍ଡ ତଥା ପଡ଼ୋଶୀ ବ୍ଲକର ଜନସାଧାରଣ, ରୋଗୀ ମାନେ ନିର୍ଭର କରିଥାନ୍ତି | ବର୍ତମାନ ସେହି ଡାକ୍ତରଖାନା ନୁଆଁ ହେଇ ନିର୍ମାଣ ହୋଇଥିବା ବିଲଡିଂକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇଛି ଏହାକୁ ଅଞ୍ଚଳବାସୀ ସ୍ୱାଗତ କରୁଛନ୍ତି କିନ୍ତୁ ପାଟଣାଗଡ଼ ସହର ଠାରୁ ଦୁଇ କିଲୋମିଟର ଦୂରତାରେ ନୁଆଁ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବାରୁ ପାଟଣାଗଡ଼ ସହରରେ ବସବାସ କରୁଥିବା କୋଡିଏ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି | ପୂର୍ବରୁ ସହରର ଜନସାଧାରଣ ପାଖରେ ଚିକିତ୍ସା ସୁବିଧା ପାଉଥିଲେ ବର୍ତମାନ ଜନସାଧାରଣଙ୍କୁ ଅଟୋ ଭଡ଼ାକରି ଖର୍ଚ୍ଚାନ୍ତ ହେଉଛନ୍ତି | ଏତେ ବଡ଼ ପୁରୁଣା ବିଲଡିଂକୁ ସମ୍ପୂର୍ଣ ବନ୍ଦ ନକରି ସହରର ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଓ. ପିଡ଼ି ଏବଂ ମେଡ଼ିସିନ ବିଭାଗ ଖୋଲିବାକୁ ଦାବୀ ହେଉଛି | ଆଜି ପାଟଣାଗଡ଼ ସହରର ଶତାଧିକ ମହିଳା ବାହାରି…
ରବୀନ୍ଦ୍ର ନାଥ ମହାପାତ୍ରRayagada ରାମନାଗୁଡ଼ା:ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ପୋଲିସ କୁ ମିଳିଛି ବଡ ସଫଳତା।ନାମୀ ଦାମୀ ବ୍ରାଣ୍ଡ ବିଦେଶୀ ମଦ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ।୩୨୬ ନମ୍ୱର୍ ଜାତୀୟ ରାଜପଥର ଗଣପତିଗୁଡ଼ା ନିକଟରେ ଛଡାଉ କରି ଏକ ବୋଲୋର ଗାଡିରୁ ୩ଶହ ୫୬ଲିଟର ମଦ ଜବତ କରିବା ସହ ୨ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ଆଜି ମଙ୍ଗଳ ବାର ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ ରାମନାଗୁଡ଼ା ପୋଲିସ ର ୩୨୬ ନମ୍ୱର୍ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲର ଦୃତ ଗତିରେ ଆସୁଥିବା ଦେଖି ଅଟକାଇ ଯାଞ୍ଚ କରିଥିଲା ପୋଲିସ।ଏହି ସମୟରରେ ଗାଡ଼ିରେ ଭର୍ତ୍ତି ବିଦେଶୀ ମଦ ପେଟି ପେଟି ଦେଖି ଥାନା କୁ ଆଣି ଅଧିକ ତଦନ୍ତ କରିବା ବେଳେ ।କାଗଜ ପତ୍ର କିଛି ବିଲ ବି ନଥିଲା।ଏଥିରେ ବୋଲେରୋ ଡ୍ରାଇଭର ଓ…
ଉଦଳା (ରାଜୀବ କୁମାର ବେହେରା):ମୟୁରଭଞ୍ଜ ଜିଲ୍ଲା ଉଦଳା ଉଠାଜଳସେଚନ ବିଭାଗରେ ଲାଞ୍ଚ କାରବାରକୁ ନେଇ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏକ ସଫଳ ଟ୍ରାପ୍ କାର୍ଯ୍ୟାନୁଷ୍ଠାନ କରିଛି। ଏହି ଅଭିଯାନରେ ବିଭାଗର ଦୁଇଜଣ ସରକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି।ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଯନ୍ତ୍ରୀମାନେ ହେଲେ ସବ୍-ଡିଭିଜନାଲ ଅଫିସର (SDO) ହରେକୃଷ୍ଣ ସିଂ ଓ ଜୁନିଅର ଇଞ୍ଜିନିଅର (JE) ସୁବ୍ରତ ମହାନ୍ତି।ସୂଚନା ଅନୁସାରେ, ଜଣେ ଠିକାଦାର ଦ୍ୱାରା ସଫଳତାର ସହିତ ସମ୍ପନ୍ନ ହୋଇଥିବା ୪୨ ଲକ୍ଷ ଟଙ୍କାର ଉଠାଜଳସେଚନ ପ୍ରକଳ୍ପର ବକେୟା ବିଲ ଓ ସୁରକ୍ଷା ଜମା ରାଶି ଛାଡ଼ିବା ପାଇଁ ଏହି ଦୁଇ ଯନ୍ତ୍ରୀ ଠିକାଦାରଙ୍କୁ ଲାଞ୍ଚ ଦାବି କରୁଥିବା ଅଭିଯୋଗ ଥିଲା। ଦାବି ରାଶି ପ୍ରକଳ୍ପ ମୂଲ୍ୟର ୪.୫ ପ୍ରତିଶତ ବୋଲି ଜଣାପଡ଼ିଛି।ଲମ୍ବା ସମୟ ଧରି ହଇରାଣ ହରକତ ର ସମ୍ମୁଖୀନ ହେବା ପରେ ଠିକାଦାର ଜଣକ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଶରଣାପନ୍ନ ହୋଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ…
ଓଡିଶୀ ଆଶ୍ରମର ଚତୁର୍ଥ ଚନ୍ଦ୍ରକଳା ନୃତ୍ୟ ଉତ୍ସବ ଉତ୍କଳ କଳା ସଂସ୍କୃତିର ନିଦର୍ଶନ ଓଡିଶୀସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାପ୍ରଖ୍ୟାତ ଓଡିଶୀ ସ୍ବର୍ଗତ ନୃତ୍ୟ ଗୁରୁ ଗିରିଧାରୀ ନାୟକଙ୍କ ସ୍ମୃତିରେ ରବିବାର ସଂଧ୍ୟାରେ ଆଇସିସିଆର ସତ୍ୟଜିତ ରାୟ ଅଡିଟୋରିୟମରେ ଓଡିଶୀ ଆଶ୍ରମ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ଚନ୍ଦ୍ରକଳା ନୃତ୍ୟ ଉତ୍ସବ ଉତ୍ସବକୁ ଉଦ୍ଘାଟନ କରିଲେ ପ୍ରଖ୍ୟାତ ଓଡିଶୀ ଗୁରୁ ମା’ ତଥା ସଙ୍ଗୀତ ନାଟକ ଏକାଡେମୀ ପୁରଷ୍କାର ପ୍ରାପ୍ତ ଆଲୋକା କାନୁନଗୋ ଉଦ୍ଘାଟନ କରି ସେ କହିଲେ ଭାରତରେ ଶାସ୍ତ୍ରୀୟ ନୃତ୍ୟ ଗୁଡିକ ମଧ୍ୟରୁ ଓଡିଶୀ ନୃତ୍ୟ ଅନ୍ୟତମ ସ୍ବର୍ଗୀୟ ଗୁରୁ ଗିରିଧାରୀ ନାୟକ ଓଡିଶୀ ନୃତ୍ୟ ସହ ମୃଦଙ୍ଗ ବାଦ୍ୟରେ ଯେଉଁ ନୂତନତ୍ବ ସୃଷ୍ଟି କରି ଯାଇଛନ୍ତି ତାହା ଅନ୍ୟାନ୍ୟ ଗୁରୁଙ୍କ ପଦ ଅନୁସରଣ କରି ତାଙ୍କ ଝିଅ ସୁଜାତା ଜଣେ ଦକ୍ଷ ନୃତ୍ୟ ଶିଳ୍ପୀ ଭାବରେ ସୁପରିଚିତ ସମ୍ମାନୀତ ଅତିଥି ରବୀନ୍ଦ୍ର ଭାରତୀ ବିଶ୍ବବିଦ୍ୟାଳୟ ନୃତ୍ୟ ବିଭାଗ ମୁଖ୍ୟ ପ୍ରଫେସର…
ତାରିଖ-୦୪-୦୧-୨୦୨୬ସାମ୍ବାଦିକ ରାଜୀବ କୁମାର ବେହେରା ଉଦଳା : ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଳମ ଜିଲ୍ଲା ସୋମପେଣ୍ଟ ମଣ୍ଡଳ ଅନ୍ତର୍ଗତ ବାରୁଆ ଛକ ନିକଟ ଜାତୀୟ ରାଜପଥରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ମର୍ମନ୍ତୁଦ ଘଟଣାରେ ଦୁଇ ଛୋଟ ଝିଅ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଯାଇ ଟ୍ରକଟି ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତା ଡିଭାଇଡରକୁ ଧକ୍କା ଦେଇଥିଲା। ପରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। କାରଟିରେ ଚାଳକଙ୍କ ସମେତ ପାଞ୍ଚଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ୧୦ ବର୍ଷିଆ ଝିଅ ଓ ଜଣେ ଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଯାଉଥିବା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ କାର ଚାଳକଙ୍କ ଅବସ୍ଥା…
ତାରିଖ-୦୪-୦୧-୨୦୨୬ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା: ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦଯାପିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ରାୟଗଡ, ସୁଶ୍ରୀ ସରସ୍ବତୀ ମାଝୀ, ଯୋଗଦେଇ ସମବେତ ଚାଷୀମାନଙ୍କୁ ପ୍ରାଣୀ ସମ୍ପଦ ଓ ମତ୍ସ୍ଯ ଚାଷ ସମ୍ପର୍କରେ ବୁଝାଇଥିଲେ l ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଆରୀ ନବୀନ ଚଦ୍ର ନାଏକ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଦିଆଯାଉଥିବା ରିହାତି ସୁବିଧା ନେବା ପlଇଁ ଚାଷୀଙ୍କୁ ଆହ୍ୱାନ କରିଥିଲେ l ସହ ସର୍ଟିଫିକେଟ୍ ବିତରଣ କରିଥିଲେ। “ଆତ୍ମନିର୍ଭରତା ହିଁ ବିକଶିତ ଭାରତର ମୂଳ ମନ୍ତ୍ର” ସ୍ଲୋଗାନ୍ ପ୍ରଦାନରେ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ,ସିଭିଡିଓ ଡ଼. ମୃଣ୍ମୟ କୁମାର ପଣ୍ଡା, ଡେପୁଟି ଡାଇରେକ୍ଟର ମାତ୍ସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ମତ୍ସ୍ଯ ଅଧିକାରୀ ସୁଶାନ୍ତ ଗୌଡ଼, ବୈଜ୍ଞାନିକ…
ତାରିଖ-୦୪-୦୧-୨୦୨୬ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ରାଜ୍ୟ ପଶ୍ଚିମବଙ୍ଗର ମହାନଗରୀ କୋଲକାତାର ଆଇସିସିଆର ସତ୍ୟଜିତ ରାୟ ଅଡିଟୋରିୟମରେ ଓଡିଶୀ ଆଶ୍ରମ ପକ୍ଷରୁ ରବିବାର ସଂଧ୍ୟାରେ ଚତୁର୍ଥ ଚନ୍ଦ୍ରକଳା ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଗଲା। ଉତ୍ସବକୁ ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରଷ୍କାର ପ୍ରାପ୍ତ ଆଲୋକା କାନୁନଗୋ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଲେ। ତାଙ୍କୁ ସ୍ବର୍ଗତ ଗୁରୁ ଗିରିଧାରୀ ନାୟକ ସ୍ମୃତି ଚନ୍ଦ୍ରକଳା ସମ୍ମାନରେ ସମ୍ମାନୀତ କରିଲେ ଉତ୍ସବର ନିର୍ଦ୍ଦେଶିକା ତମାଳିକା ନାୟକ, କଥକ ନୃତ୍ୟଶିଳ୍ପୀ ରାହୁଳ ଦେବ ମଣ୍ଡଳ, ଗୁରୁ ସନ୍ଦୀପ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାହେଲା ଚନ୍ଦ୍ରକଳା ସମ୍ମାନରେ। ଅତିଥି ନୃତ୍ୟଶିଳ୍ପୀ ଅନୁସୟା ସୁର ମଣ୍ଡଳଙ୍କ ନୃତ୍ୟ ଥିଲା ଅନ୍ୟାନ୍ୟ।ଏଦିନ ସଂଧ୍ୟାରେ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ।
ସାମ୍ବାଦିକ ରାଜୀବ କୁମାର ବେହେରାତାରିଖ-୦୪-୦୧-୨୦୨୬ ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳାର ସରକାରୀ ପଶୁଚିକିତ୍ସାଳୟରେ ନିୟୋଜିତ ଆମ୍ବୁଲାନ୍ସ ସେବାକୁ ନେଇ ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି। ପଶୁମାନଙ୍କ ଆପାତକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ଏହି ଗାଡ଼ି ଆବଶ୍ୟକ ଆଇନଗତ କାଗଜ ପତ୍ର ବିନା ରାସ୍ତାରେ ଚଳାଚଳ କରୁଥିବା ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ମିଳିଥିବା ତଥ୍ୟ ଅନୁଯାୟୀ, 0D05BN1680 ନମ୍ବର ବିଶିଷ୍ଟ ଉକ୍ତ ଆମ୍ବୁଲାନ୍ସରେ ଗାଡ଼ି ଫିଟନେସ ସର୍ଟିଫିକେଟ, ପୋଲୁସନ ଅଣ୍ଡର କଣ୍ଟ୍ରୋଲ (PUC) ଓ ବୈଧ ଇନ୍ସୁରାନ୍ସ ଭଳି ମୂଳ କାଗଜ ପତ୍ର ଉପଲବ୍ଧ ନାହିଁ। ଏପରି ଅବସ୍ଥାରେ ଗାଡ଼ି ଚଳାଇବା ଆଇନ ବିରୋଧୀ ହେବା ସହ ସାଧାରଣ ସୁରକ୍ଷା ପାଇଁ ମଧ୍ୟ ବିପଦଜନକ ବୋଲି ଜଣାପଡ଼ୁଛି। ଅଧିକ ଆଶ୍ଚର୍ଯ୍ୟର କଥା ହେଲା, ଏହି ଗୁରୁତର ବେନିୟମ ସତ୍ତ୍ୱେ ଆମ୍ବୁଲାନ୍ସର ଦାଇତ୍ୱ ରେ ଥିବା ସଂସ୍ଥା ଓ ନିୟନ୍ତ୍ରଣରେ ଥିବା ସମ୍ପୃକ୍ତ ଅଧିକାରୀମାନେ ନିରବ ରହିଛନ୍ତି। ନିୟମ…







