କଲ୍ୟାଣସିଂହପୁର/ରବୀନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜର ରେଞ୍ଜର ଚନ୍ଦନ ଗମାଙ୍ଗ ଙ୍କ ଦୁର୍ଘଟଣା ରେ ମୃତ ହୋଇଥିବା ଜଣା ପଡିଛି ।ଖବର ନେବାରୁ ଜଣାପଡିଛି ଜେ କୌଣସି ଅଫିସ କାର୍ଯ୍ୟ ପଡିବାରୁ ସନ୍ଧ୍ୟା ଛଟା ପରେ କଲ୍ୟାଣସିଂହପୁରରୁ ନିଜ ଅଫିସରୁ ବାହାରି ନିଜ ( OD 10 R 0693 )କାରଧରିରାୟଗଡ଼ା ଅଭିମୁଖେ ଜାଉଥିବା ବେଳେ ରାମପୁର ନିକଟ ଏକ ବୁଲାଣିରେ ଭାରସାମ୍ଯ ହରାଇ ଏକ ଗଛକୁ ପିଟି ହୋଇଥିଲା କାର। ଗୁରୁତ୍ତର ହୋଇ ପଡ଼ିଥିଲେ । ନିକଟ ଗ୍ରାମବାସୀ ଉକ୍ତ ଖବର ଜାଣି ଜେକେପୁର ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ଜେକେପୁର ପୁଲିସ ପହଞ୍ଚି ରେଞ୍ଜର ଗମାଙ୍ଗ କୁ ଉଦ୍ଧାର କରି ନିଜ ପୁଲିସ ଗାଡିରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବବେଳେ ସେଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । ଉକ୍ତ ଖବର ପାଇ କଲ୍ୟାଣସିଂହପୁରରେ ଶୋକ ର ଛାୟ ଖେଳିଜାଇଛି…
Author: Charcha News
ରାୟଗଡା/ ରବିନ୍ଦ୍ର ନାଥ ମହାପାତ୍ର:- ଛାତ୍ରୀମାନଙ୍କ ସୁରକ୍ଷା ଓ ସ୍ୱାବଳମ୍ବନକୁ ଲକ୍ଷ୍ୟ କରି ଏକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡାଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ କାର୍ଯ୍ୟକ୍ରମ ସଂଯୋଜିକା ଅତିଥିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ଆଜିର ସମାଜରେ ଛାତ୍ରୀମାନେ ଆତ୍ମରକ୍ଷାରେ ପ୍ରଶିକ୍ଷିତ ହେବା ଅତ୍ୟନ୍ତ ଆବଶ୍ୟକ। ଏହିପରି ପ୍ରଶିକ୍ଷଣ ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସମସ୍ତ ପ୍ରକାର ଅସୁବିଧାଜନକ ପରିସ୍ଥିତିକୁ ସାମ୍ନା କରିବାରେ ସାହାଯ୍ୟ କରେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ଅଧ୍ୟକ୍ଷା ଡ଼ ସରସ୍ଵତୀ ରାୟ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଶିକ୍ଷା ସହିତ ସହିତ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସକ୍ଷମ କରିବା ହେଉଛି ଏହିପରି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଆତ୍ମରକ୍ଷା ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବାକୁ ସକ୍ଷମ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।…
ଉଦଳା/କପ୍ତିପଦା:(ରାଜୀବ କୁମାର ବେହେରା)- ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଶାଳଚୁଆ ଗ୍ରାମ ପଞ୍ଚାୟତର ନେଦାମ ସାଗର ସାହି (ସାଗର ସାହି) ଗ୍ରାମରେ ଏବେ ଭୟାବହ ଆକାର ନେଇଛି ପାଣି ସମସ୍ୟା। ପ୍ରାୟ ୩୦–୪୦ ପରିବାର ପାଇଁ ମାତ୍ର ଗୋଟିଏ ଟ୍ୟୁବୱେଲ ଥିବାରୁ ସମଗ୍ର ଗ୍ରାମ ପାଣି ପାଇଁ ହାହାକାର କରୁଛି।ଏହି ସମସ୍ୟା ମଧ୍ୟରେ ଗତକାଲି ଘଟିଛି ଏକ ହୃଦୟବିଦାରକ ଘଟଣା। ଗ୍ରାମର ୪୩ ବର୍ଷୀୟ ଗାଙ୍ଗୀ ସାବଡ଼ ପାଣି ଆଣିବାକୁ ନିକଟସ୍ଥ ଏକ ଖୋଲା ଓ ଅସୁରକ୍ଷିତ ଚୁଆ (କୂଅ) ପାଖକୁ ଯାଇଥିବା ବେଳେ ପାଦ ଖସିଯାଇ ଚୁଆ ଭିତରେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି।ଘଟଣା ପରେ ସମଗ୍ର ଗ୍ରାମ ଶୋକାକୁଳ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ଗ୍ରାମବାସୀମାନେ କହୁଛନ୍ତି, ପାଣି ଅଭାବ ଓ ଅସୁରକ୍ଷିତ ଚୁଆ ଏହି ମୃତ୍ୟୁର ପ୍ରଧାନ କାରଣ। ଦୂଷିତ ପାଣି ପାଇଁ ଗ୍ରାମରେ କିଡ଼ନୀ ସମସ୍ୟା ର ଆତଙ୍କ,…
ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ର ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ସ୍କୁଲ୍ ଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏନ୍.ଡି.ଆର୍.ଏଫ୍ ଟିମ୍ ଙ୍କ ସଚେତନତା ସମସ୍ତ ବ୍ଲକରେ ଜାରି ରହିଛି।ଏହି କ୍ରମରେ ପଦ୍ମପୁର ବ୍ଲକ କାର୍ଯ୍ୟଳୟ ଠାରେ କଟକ ମୁଣ୍ଡଲି ଏନ୍ ଡି ଆର୍ ଏଫ୍ ଟିମ୍ ୩ୟ ବାହିନୀ ଇନସପେକ୍ଟର ବିଧୁ ଭୂଷଣ ଶର୍ମା ଙ୍କ ନେତୃତ୍ୱରେ ଜଣେ ସବ ଇନସେପକେଟର ୬ଜଣ ଯବାନ ଆସି ସଚେତନତା କରିଥିଲେ।ପଦ୍ମପୁର ବ୍ଲକ କାର୍ଯ୍ୟଳୟ ଓ ସରକାରୀ ପି.ଏମ୍ .ଶ୍ରୀ ବିଜୟା ନନ୍ଦ ହାଇସ୍କୁଲ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଶେଷ କରି ବାତ୍ୟା ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନେକ ଲୋକ ଙ୍କ ଦୁର୍ଘଟଣା ଘଟିଥାଏ।ଏହା ପରେ ସେମାନଙ୍କୁ କିପରି ସୁରକ୍ଷିତ ଭାବରେ ମେଡିକାଲ ପହଞ୍ଚାଇ ସେମାନଙ୍କ ର ଜୀବନ ରକ୍ଷା କରିପାରିବେ ତାହା ବୁଝାଇବା ସହ ଟ୍ରେନିଙ୍ଗ…
ଉମରକୋଟ/ ଶ୍ରୀକାନ୍ତ ନନ୍ଦ :-ଏକ ନିଆରା କାର୍ଯ୍ୟକ୍ରମ କାରି ପ୍ରଶଂସା ସାଉଁଟିଛନ୍ତି ମା ପେଣ୍ଡ୍ରାଣୀ ସବୁଜ ସେନା ସଂଘ l ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଥିବା ଭାସ୍କେଲ ଡ୍ୟାମ ଠାରେ ଥିବା ମିନୀ ପାର୍କ ଏବଂ ପିକ୍ ନିକ୍ ସ୍ପୋର୍ଟ ରେ ମା ପେଣ୍ଡ୍ରାଣୀ ସବୁଜ ସେନା ସଙ୍ଘ ତରଫରୁ ଆଜି ଏକ ସ୍ଵଛତା କାର୍ଯ୍ୟକ୍ରମ କରାଯାଇଥିଲା lସ୍ଵଚ୍ଛ ପରିବେଶ ଓ ସୁସ୍ଥ ସମାଜ ଗଢ଼ିବା ଲକ୍ଷ୍ୟରେ ସଙ୍ଘର ସଦସ୍ୟମାନେ ରାସ୍ତା, ସାର୍ବଜନୀନ ସ୍ଥାନ ଓ ପିକ୍ ନିକ୍ ପାଇଁ କରାଯାଇଥିବା ସ୍ଥାନ ଓ ପର୍ଯ୍ୟଟକ ଙ୍କ ବ୍ଯବହାର କରୁଥିବା ସ୍ଥାନ କୁ ସଫା କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କୁ ସ୍ଵଛତା ପ୍ରତି ସଚେତନ କରାଯାଇଥିବା ସହ“ସ୍ଵଛତା ହେଉଛି ସେବା” ବୋଲି ବାର୍ତ୍ତା ଦିଆଯାଇଛି।ସବୁଜ ସେନା ସଙ୍ଘର ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ସହ ଦୂରଦୂରାନ୍ତରରୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହିପରି ମହାନ କାର୍ଯ୍ୟକ୍ରମ…
ରାୟଗଡ/ ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଇକୋ ଟୁରିଜିମ୍ ଓ ଟୁରିଜିମ ସୃଷ୍ଟି ସମ୍ପର୍କିତ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପିରାମଲ ଫାଉଣ୍ଡେସନର ସମ୍ବଳ ବ୍ୟକ୍ତିତ୍ବ ନରେଶଶର୍ମା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଓ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ରାୟଗଡରେ ଅନେକ ଜଳପ୍ରପାତ, ଜଙ୍ଗଲ, ପାହାଡ ଆଦି ପର୍ଯ୍ୟଟନ ସ୍ଥଳ ରହିଛି । ଗ୍ରାମ ପଞ୍ଚାୟତ ସ୍ଥାନୀୟ ପାର୍କ,ପୋଖରୀ ସର୍ବସାଧାରଣ ସ୍ଥଳୀ ଆଦିକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ କରିପାରିବେ । ପର୍ଯ୍ୟଟନ ସ୍ଥଳର ନାମକରଣ ସହ ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁର ସୁପରିଚାଳନା କରାଯାଇପାରିବ ।ଏକ ସୁସ୍ଥ,ସଙ୍ଗଠିତ ଓ ସ୍ଥାନୀୟ ସମୃଦ୍ଧ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ଇକୋ ଟୁରିଜିମର ପ୍ରବନ୍ଧନର ବିକାଶ ଦ୍ବାରା ଗ୍ରାମୀଣ ସାମାଜିକ, ଆର୍ଥିକ ଓ ପରିବେଶର…
ଉମରକୋଟ/ ଶ୍ରୀକାନ୍ତ ନନ୍ଦ: ସଡ଼କ ଦୁର୍ଘଟଣା ରୋକିବା ସହ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଉମରକୋଟ ଠାରେ ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ପାଳନ କରାଯାଇଛି।ଉମରକୋଟ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଡ଼କ ସୁରକ୍ଷା ସମିତି ଏବଂ ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ “ସଚେତନତାରୁ ସୁରକ୍ଷା” ଓ “ପ୍ରଯୁକ୍ତିରୁ ପରିବର୍ତ୍ତନ” ବାର୍ତ୍ତାକୁ ଆଗେଇ ନେଇ ଜନସାଧାରଣଙ୍କୁ ଯାନଚାଳନା ସମୟରେ ହେଲମେଟ ଓ ସିଟ୍ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଗାଡି ଚାଳନା ନ କରିବା, ଗତିସୀମା ମାନିବା ଓ ଟ୍ରାଫିକ ନିୟମ ଅନୁସରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।ଏହି ସନ୍ଦେଶ ପ୍ରସାର ପାଇଁ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା।ସଚେତନତା ପଦଯାତ୍ରାରେ ଆର.ଟି.ଓ. ଶ୍ରୀ ଜିତେନ୍ଦ୍ର କୁମାର ଭୋଇ, ଉପ ବିଭାଗୀୟ ଥାନା ଅଧିକାରୀ ଶ୍ରୀ ସଞ୍ଜୟ…
ନବରଙ୍ଗପୁର /ଶ୍ରୀକାନ୍ତ ନନ୍ଦ: ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡକୁମୁଲି ପି.ଏମ.ଶ୍ରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପି.ଏମ.ଶ୍ରୀ ବାର୍ଷିକ ଉତ୍ସବ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ପି.ଏମ.ଶ୍ରୀ ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ସାଂସଦ ପ୍ରତିନିଧି ଶ୍ରୀ ଜ୍ୟୋତି ରଞ୍ଜନ କଂସ, ବରିଷ୍ଠ କଳାକାର ଶ୍ରୀ ଦେବଦାସ ମହାଙ୍କୁଡ଼, ବାଘ ସିଉନି ସରପଞ୍ଚ ଓ ବଡ଼କୁମୁଲି ସରପଞ୍ଚ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇ ସମସ୍ତଙ୍କ ମନୋରଞ୍ଜନ କରିଥିଲା। ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କର ଉପସ୍ଥିତି ଉତ୍ସବକୁ ଆହୁରି ସଫଳ କରିଥିଲା।ନବରଙ୍ଗପର ଜିଲ୍ଲା ଉମରକୋଟ ରୁ ଶ୍ରୀକାନ୍ତ ନନ୍ଦ ଙ୍କ ରିପୋର୍ଟ
କଳାହାଣ୍ଡି/ ଅମୋଜ ଧରୁଆ : କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬। ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଳାହାଣ୍ଡିଆ ସ୍ୱାଭିମାନ ଆଗରେ ରହିଛି ଓ ଯୁଗେ ଯୁଗେ ବଜାୟ ରହିବ। ଆଜି ଜିଲ୍ଲାର ଏ ଉତ୍ସବ ମହାପର୍ବରେ ପରିଣତ ହୋଇଥିବାବେଳେ ୨୮ ବର୍ଷରେ ପହଞ୍ଚିଥିବା ଏହି ଉତ୍ସବ ଅନ୍ୟ ଜିଲ୍ଲାର ଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ବୋଲି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ଅତିଥିମାନେ ଏହା କହିଛନ୍ତି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ସ୍ୱାଗତ ଅଭିଭାଷଣ…








