କୣଷ୍ଣପ୍ରସାଦ /ଦେବେଦ୍ର ନାଥ ଦଳାଇ :-ଚିଲିକାର ଅଧିଷ୍ଠାତ୍ରୀ ଦେବୀ ତଥା ପାରିକୁଦ ଇଷ୍ଟ ଦେବୀ ମାଆ କାଳିଜାଈ ଙ୍କ ପୀଠରେ ପାରିକୁଦ ରାଜା ଶ୍ରୀ ଶ୍ରୀ ସନ୍ତୋଷ ଚନ୍ଦ୍ର ମାନସିଂହ ମକର ମେଳା ଉତ୍ସବ ଦିବସରେ ଚତ୍ର ଆଲଟ ଚାମର ବେଦଧ୍ଵନୀ ସହିତ ନିଯୋଗି ସେବକ ଓ ପୁରହିତ ଙ୍କ ଗହଣରେ ମାଆଙ୍କର ଦର୍ଶନ ଓ ପୁଷ୍ପ ମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଵଳନ ଓ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଯୋଗ ଦେଇଥିଲେ । କାଳିଜାଈ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ବର୍ଦ୍ଧନା ଉତ୍ସବରେ କନ୍ଦା ଖାଇ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ସାଲୁଟ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ଅତିଥି ମାନଙ୍କ ଗହଣରେ ଉପସ୍ଥିତ ଥିଲେ ଉତ୍ତମ ତରେଇ, ଦୀନବନ୍ଧୁ ଜେନା, ଓ ସାଂସଦଙ୍କ ବୁଲୁ ଦାସ ,Dsp ଭାବଗ୍ରାହୀ ରାଉତ,dfo ଅମ୍ଳାନ ନାୟକ,…
Author: Charcha News
ଉମରକୋଟ/ ଶ୍ରୀକାନ୍ତ ନନ୍ଦ: ଉମରକୋଟ ସ୍ଥାନୀୟ ଫକିରମୋହନ ପଠନଶାଳାର ୧୮ତମ ବାର୍ଷିକ ଉତ୍ସବ ମକର ମିଳନ ଓ ବ୍ୟାସକବି ଫକିରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଭବ୍ୟ ଭାବେ ପାଳିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ମୁଖପତ୍ର “ସାରସ୍ୱତ” (ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବିଶେଷାଙ୍କ) ସହିତ କବି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ “ଭଜନାବଳୀ – ନୀଳକନ୍ଦରରେ ଶ୍ରୀଜଗନ୍ନାଥ” ଏବଂ ଡଃ ସୁରେନ୍ଦ୍ରନାଥ ଦାସଙ୍କ ଦୁଇଟି ଐତିହାସିକ ଉପନ୍ୟାସ “ଏଣ୍ଟେବରେ ୯୦ ମିନିଟ୍” ଓ “ରକ୍ତଭିଜା ମେବାରର ଏକ ଛିନ୍ନ ପୃଷ୍ଠା” ପୁସ୍ତକ ଲୋକାର୍ପିତ ହୋଇଥିଲା।କାର୍ଯ୍ୟକ୍ରମର ଉଦ୍ଘାଟନ ସ୍ଥାନୀୟ ତହସିଲଦାର ଶ୍ରୀ ମଘବାନ ବାଗ କରିଥିବାବେଳେ, ଅନ୍ୟାନ୍ୟ ଅଧିବେଶନଗୁଡିକରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ ଯୋଗଦେଇ ଶିକ୍ଷାରେ ମୂଲ୍ୟବୋଧର ଆବଶ୍ୟକତା ଉପରେ ଗଭୀର ଆଲୋଚନା କରିଥିଲେ। ଆଲୋଚନା ଚକ୍ରରେ ପ୍ରାକ୍ତନ କୋରାପୁଟ ଜିଲ୍ଲାପାଳ ଶ୍ରୀ ଗଦାଧର…
ବାଲେଶ୍ୱର / ସୁବାଷ ମହାନ୍ତି :- ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିୟମ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ସଭାପତିତ୍ବ କରିଥିଲେ । ତାଙ୍କ ବ୍ୟତୀତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ ଜିଲ୍ଲାପାଳ, ନୀଳଗିରି, ନିର୍ବାହୀ ଅଧିକାରୀଣୀ ନିର୍ଲିପ୍ତା ମହାନ୍ତି, ବାଲେଶ୍ବର ପୌରପାଳିକା, ଡ. ମଧୁସ୍ମିତା ସାମନ୍ତରାୟ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ ।ଏହା ବ୍ୟତୀତ ଏହି ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ, ସାମ୍ବାଦିକ ଗଣ ଏବଂ ବୁଦ୍ଧିଜୀବୀ ଗଣ ଆଗାମୀ ସାଧାରଣତନ୍ତ୍ର…
ବାଲେଶ୍ୱର / ସୁବାଷ ମହାନ୍ତି:- ଜାତୀୟ ସ୍ତରରେ ବାଲେଶ୍ୱର ଯୁବକଙ୍କ କୃତିତ୍ୱ।ବାଲେଶ୍ୱର ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନରେ ସମ୍ବର୍ଦ୍ଧନା।ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଯୁବ ଉତ୍ସବ (VBYLD) ରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ଜିତି ବାଲେଶ୍ୱର ଜିଲ୍ଲାକୁ ଗୌରବାନ୍ବିତ କରିଥିବା ଶ୍ରୀ ବାଦଲ କୁମାର ନାୟକଙ୍କୁ ଆଜି ଜିଲ୍ଲା ପ୍ରଶାସନ ବାଲେଶ୍ଵର ରେଳ ଷ୍ଟେସନ ଠାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ବାଦଲଙ୍କୁ ସମ୍ମାନିତ କରି ତାଙ୍କର ଏହି ଜାତୀୟ ସ୍ତରର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।ପୂର୍ବରୁ ବାଲେଶ୍ୱର ରେଳୱେ ଷ୍ଟେସନ୍ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସହ ବାଲେଶ୍ୱର କଲେଜ୍ ଅଫ୍ ଆର୍ଟସ୍ ଏଣ୍ଡ କ୍ରାଫ୍ଟସ୍ ର ଅଧ୍ୟାପକ ଓ କର୍ତ୍ତୃପକ୍ଷମାନେ ସ୍ନେହପୂର୍ଣ୍ଣ ଭାବେ ସ୍ୱାଗତ କରିଥିଲେ।ଜିଲ୍ଲା ପ୍ରଶାସନ ତାଙ୍କର ପ୍ରତିଭା, ସୃଜନଶୀଳତା ଓ ନିଷ୍ଠାକୁ ପ୍ରଶଂସା କରିବା…
ଉଦଳା – (ରାଜୀବ କୁମାର ବେହେରା): ଖୁଣ୍ଟା ଅଞ୍ଚଳରୁ ବେଆଇନ ମାଙ୍କଡା ପଥର ବୋଝେଇ ପିକପ ଜବଦ l ଉଦଳା ବନ ବିଭାଗ ପକ୍ଷରୁ ରାତ୍ରି ପେଟ୍ରୋଲିଂ ସମୟରେ ବଡ଼ ସଫଳତା ମିଳିଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ବନଖଣ୍ଡ ଅଧୀନ ଖୁଣ୍ଟା ସେକ୍ସନ ଅନ୍ତର୍ଗତ କେନ୍ଦୁଆମୁଣ୍ଡି–ସୁରକୁଣା ଗ୍ରାମ ନିକଟରୁ ବେଆଇନ ଭାବେ ମାଙ୍କଡ଼ା ପଥର ବୋଝେଇ ନେଇ ଯାଉଥିବା (OD11AE9331) ନମ୍ବର ବିଶିଷ୍ଟ ଗୋଟିଏ ପିକଅପ୍ ଭ୍ୟାନ କୁ ଉଦଳା ବନ ବିଭାଗ ଜବତ କରିଛି।ବନ କର୍ମଚାରୀଙ୍କ ଗାଡ଼ିକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ୪ ଜଣ ଅଭିଯୁକ୍ତ ଙ୍କୁ ଅଟକ ଅଛନ୍ତି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଟକ କରାଯାଇ ଥିବା ବେଳେ ଏହି ବେଆଇନ ପଥର ଚୋରାଚାଲାଣ ନେଟୱାର୍କ ଉପରେ ତଦନ୍ତ ଜାରି ରହିଛି।ଉଦଳା ବନଖଣ୍ଡ ରେଞ୍ଜର ସୁଶାନ୍ତ କୁମାର ଦେ ସୂଚନା ଦେଇଛନ୍ତି ଯେ, ଜବତ ହୋଇଥିବା ଗାଡ଼ି ଓ ପଥର ପାଇଁ…
ଉଦଳା: (ରାଜୀବ କୁମାର ବେହେରା) – ଅମ୍ବିକା ଦେଇ ପୁର ଅଞ୍ଚଳରେ ଚlଞ୍ଚଲ୍ୟ ଘଟଣା l ଘର ନିକଟରେ ବୃଦ୍ଧାଙ୍କ ଶବ ଉଦ୍ଧାର, ତେବେ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ସୂଚନା ରହିଛି l ଏଭଳି କିଛି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ପାଟଶାଣୀ ପୁର ପଞ୍ଚାୟତର ଅମ୍ବିକାଦେଇପୁର ନିକଟସ୍ଥ ମାହାଲି ସାହି ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମ ନିକଟ ନିଛାଟିଆରେ ଏକାକୀ ରହୁଥିବା ୭୫ ବର୍ଷୀୟା ବୃଦ୍ଧା ରଇବାରୀ ସିଂ ଙ୍କୁ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପ୍ରାପ୍ତ ସୂଚନା ଅନୁସାରେ, ଏହି ଘଟଣାରେ ସେହି ଗ୍ରାମର ରଘୁ ହେମ୍ବ୍ରମ ନାମକ ଜଣେ ଯୁବକଙ୍କ ନାମ ଅଭିଯୁକ୍ତ ଭାବେ ଉଲ୍ଲେଖ ହୋଇଛି। ବୃଦ୍ଧା ଜଣଙ୍କ ଏକାକୀ ରହୁଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରେ ପ୍ରବେଶ କରି ଆକ୍ରମଣ କରିଥିବା ନେଇ ପୋଲିସ ର ପ୍ରାଥମିକ ତଦନ୍ତରୁ…
ରବିନ୍ଦ୍ର ନାଥ ମହାପାତ୍ରରାୟଗଡ:- ରାମନଗୁଡା ବ୍ଲକ ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଖଣ୍ଡିୟ ବନ ଅଧିକାରୀ ସଚିନ ଆନ୍ନାସାହେବ ଓହୋଲ, ଉପ ଆରକ୍ଷୀ ଅଧିକାରୀ ଅମ୍ୟୁଲ କୁମାର ଧର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ମନୀଷା ଦାସ, ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ମମତାରାଣୀ ସାହୁ ରାମନଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୮୯ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୭୪ଟି ବ୍ୟକ୍ତିଗତ ୧୫ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ସମସ୍ତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ…
ବଲାଙ୍ଗିର (ଦେବେନ୍ଦ୍ର)ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଳକ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଙ୍କ ମାତା ବାସମତୀ ବରିହା ( ଘୁଟୁପାଲି ଗାଁ ସ୍ଥିତ ନିଜ ବାସଭବନରେ ଆଜି ଅପରାହ୍ନରେ ୨ ଟା ୪୫ ମିନିଟ୍ ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ପରଲୋକ ହୋଇଥିବାବେଳେ ମୃତ୍ୟୁଶଯ୍ୟାନିକଟର ତାଙ୍କ ୪ ପୁଅ କୁଶ ବରିହା ଲବ ବରିହା,ଡୁଗୁରୁ ବରିହା, ପ୍ରହଲ୍ଲାଦ ବରିହା , ବୋହୁ ସମେତ ଝିଅ-ଜ୍ୱାଇଁ, ନାତି ସୁନୀଲ, ସରୋଜ କୁମାର, ସନ୍ତୋଷ, ଲୋକନାଥ,ମୁକେଶ,ଅନିଲ,-ନାତୁଣୀ ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗତା ବାସମତୀ ଜଣେ ଅତ୍ୟନ୍ତ ସ୍ନେହଶୀଳା ମହିଳା ଭାବେ ପରିବାର ତଥା ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ରେ ବେଶ୍ ଆଦୃତ ହୋଇଥିଲେ। ତାଙ୍କ ବିୟୋଗ ରେ ଶୋକର ଛାୟା ଖେଳିଯାଇଛି । ଖବର ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ…
ତାରିଖ- ୧୧-୦୧-୨୦୨୬ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ରାଜ୍ୟ କିସାନ କଂଗ୍ରେସ ସଭାପତି ଅଭୟ ସାହୁ ଆଜି ରାୟଗଡ଼ା ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ଧାନ ମଣ୍ଡି ଗୁଡିକ ବୁଲିବା ସହ ରାଜ୍ୟ ସରକାର ଙ୍କୁ ବର୍ଷିଥିଲେ।ସେ ଜିଲ୍ଲା ର ରାୟଗଡ଼ା କୋଲନରା ପଦ୍ମପୁର ଚାଷୀଙ୍କ ସହ ମିଶିଥଲେ।ଆଜି ପଦ୍ମପୁର ବ୍ଲକରେ ସକାଳୁ ସକାଳୁ ହାଲୁକା ବର୍ଷ ହୋଇଥିଲା ଫଳରେ ଚାଷୀ ମାନେ ହଇରାଣ ହୋଇଛନ୍ତି ଏଣୁ ଜିଲ୍ଲା ର ଭାତ ହାଣ୍ଡି କୁହାଯାଉଥିବା ପଦ୍ମପୁର ର ସମସ୍ତ ମଣ୍ଡି କେବେ ସୁଧାର ଆସିବ ବୋଲି ସେ ପ୍ରଶ୍ନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ କିଣା ଜିଲ୍ଲା ରେ ଅବ୍ୟବସ୍ଥା ଲାଗି ରହିଛି।ଏକ ମାସ ହେଲା ମଣ୍ଡି ଖୋଲା ଯାଇଛି କିନ୍ତୁ ଧାନ କିଣା ଠିକ୍ ରେ ହୋଇନି।ପ୍ରଥମେ ମିଲର୍ସ ଙ୍କ ମନ ମନି ସହ କଟିନି ଛଟିନି ଲାଗି ଚାଷୀ ହନ୍ତସନ୍ତ ହୋଇଛି ।ସେ ଆହୁରି କହିଛନ୍ତି…








