Author: Charcha News

ପ୍ରଶାନ୍ତ ରାଉଳ/କୋଲକତା:- ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଶିଳ୍ପାଞ୍ଚଳ ଦୁର୍ଗାପୁରରେ ବେସରକାରି ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ବ୍ୟାପିଛି। ଅଭିଯୋଗ, ଶୋଭାପୁର ନିକଟରେ ଅବସ୍ଥିତ ବେସରକାରି ମେଡିକାଲ କଲେଜର ଓଡ଼ିଶା ଜଳେଶ୍ଵର ର ଜଣେ ଯୁବତୀଙ୍କୁ ଗତ କାଲି ରାତିରେ ରାତି ସାଢେ ଆଠଟାରୁ ୯ଟା ମଧ୍ୟରେ ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୁପ୍ ଚୁପ୍ ଖାଇବା ପାଇଁ ବାହାରି ଥିଲେ ହଟା ତ୍ କିଛି ଯୁବକ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ନିର୍ମମ ଭାବରେ ବଳାତ୍କାର କରିଥିଲେ। ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ଓଡ଼ିଶାର ଜଳେଶ୍ୱରର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ। ଶୁକ୍ରବାର ରାତିରେ ସେ ଜଣେ ସହପାଠୀଙ୍କ ସହିତ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ। ଜାଣିବାକୁ ମିଳିଛି ଯେ ସେ ସେହି ସମୟରେ ଖାଦ୍ୟ ପାଇଁ ବାହାରକୁ ଯାଇଥିଲେ।ସେହି ସମୟରେ ହଠାତ୍…

Read More

ମାଲକାନଗିରି / ମାନସ୍ ନେତା ମ୍ :- ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳନ ହୋଇଯାଇଛି। ଏହି ସମାରୋହର ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସୁସ୍ଥ ସମାଜ ଗଠନ ଦିଗରେ ବରିଷ୍ଠ ନାଗରିକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ମତ ରଖିଥିଲେ ଏବଂ ଯୁବ ପିଢିଙ୍କୁ ଉଚିତ୍ ମାର୍ଗ ଦର୍ଶନ ଦେବା ନିମନ୍ତେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ନିର୍ମଳ ଧାରୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ, ପଦ୍ମରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷାବିତ୍, ରବୀନ୍ଦ୍ରନାଥ ମହାରଣା, , ଡ଼ା ଦୁର୍ଗା ପ୍ରସାଦ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ବୁଧବାର ରାତିରେ ଗୁପ୍ତ ସୂଚନା ଆଧାରରେ, ବିଏସ୍‌ଏଫ୍‌ ଏବଂ ପୁଲିସ ମିଳିତ ଭାବରେ ରାଜ୍ୟ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲା ରାଣୀନଗର ଥାନାର ହାଡୁଡଙ୍ଗା ଅଞ୍ଚଳରେ ଚାରି ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ଏହା ପରେ, ରାଣୀନଗର ଥାନାର ପୁଲିସ ସେମାନଙ୍କୁ ଗୁରୁବାର ଜିଲ୍ଲା କୋର୍ଟକୁ ପୁଲିସ ହେପାଜତ ପାଇଁ ଅନୁରୋଧ କରି ପଠାଇଥିଲା। ତେବେ, ସେମାନେ ବାଂଲାଦେଶରୁ ଭାରତକୁ ସୀମାନ୍ତ ପାର କାହିଁକି କରିଥିଲେ ସେ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିସାରିଛି। ତେବେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ପୁଲିସ ସୂତ୍ରରେ ମହମ୍ମଦ ତାରିକୁଲ ଇସଲାମ (୩୦), ମହମ୍ମଦ ଜସିମୁଦ୍ଦିନ (୨୯), ମହମ୍ମଦ ନୁର ଇସଲାମ (୩୬), ମହମ୍ମଦ ରବିଉଲ ଇସଲାମ ବୋଲି ଜଣା ପଡ଼ିଛି। ପୁଲିସ ସୂତ୍ର ଅନୁଯାୟୀ, ଏହି ଚାରି ଜଣ ବାଂଲାଦେଶର ରାଜଶାହୀ ଜିଲ୍ଲାର ବାସିନ୍ଦା

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା : ବିହାର ରାଜ୍ୟ ରେ SIR ଲାଗୁ ହେବା ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଭୋଟର ତାଲିକା ନାମ କଟିଛି ଓ ଯାହାକୁ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରି ଥିଲେ ଅନ୍ୟ ପଟେ ବିହାର ରାଜ୍ୟ ରେ ବିଧାନ ସଭା ନିର୍ବାଚନ ଆଉ ଏକ ମାସ ମଧ୍ୟରେ ହେବାକୁ ଯାଉଛି ତାହା ପରେ ୨୦୨୬ ରେ ପଶ୍ଚିମ ବଙ୍ଗ ରାଜ୍ୟ ରେ ବିଧାନ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମ ବଙ୍ଗ ରାଜ୍ୟରେ SIR ଲାଗୁ ହେବ ଏବଂ ସେହି SIR ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ପଶ୍ଚିମ ବଙ୍ଗ ରାଜ୍ୟ ରେ ନିର୍ବାଚନ କମିଶନର ଉପ-ନିର୍ବାଚନ କମିଶନର ଜ୍ଞାନେଶ ଭାରତୀଙ୍କ ସମେତ ଚାରି ଜଣିଆ ପ୍ରତିନିଧିଙ୍କ ଏକ ଦଳ ପଶ୍ଚିମ ବଙ୍ଗ ରାଜ୍ୟକୁ ଆସିଛନ୍ତି। ଉତ୍ତର ବଙ୍ଗ ଜିଲ୍ଲା ରେ ଗତ କିଛି ଦିନ ଧରି ବନ୍ୟା ପରିସ୍ଥିତି କୁ ନେଇ ଉତ୍ତର ବଙ୍ଗ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ମଙ୍ଗଳବାର, ବିଜେପି ଶାସିତ ରାଜ୍ୟ ତ୍ରିପୁରାରେ ତୃଣମୂଳ କଂଗ୍ରେସ ଦଳର ପାର୍ଟି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ବିଜେପି ଦଳ କର୍ମୀ ମାନେ ଗତ କାଲି ବୁଧବାର, ଏକ ଛଅ ଜଣିଆ ତୃଣମୂଳ କଂଗ୍ରେସ ଦଳର ପ୍ରତିନିଧି ଦଳ ତ୍ରିପୁରା ଯାଇଥିଲେ। କିନ୍ତୁ ତୃଣମୂଳ କଂଗ୍ରେସ ଦଳର ପ୍ରତିନିଧି ଦଳକୁ ଅଗରତାଲା ବିମାନବନ୍ଦରରେ ହିଁ ଅଟକାଯାଇଥିଲା! ଅଭିଯୋଗ ହୋଇଛି ଯେ ସେମାନଙ୍କୁ ପ୍ରିପେଡ୍ ଟ୍ୟାକ୍ସି ନେବାକୁ ମଧ୍ୟ ଅନୁମତି ଦିଆଯାଇ ନଥିଲା। ପଶ୍ଚିମ ବଙ୍ଗ ରାଜ୍ୟ ବଙ୍ଗ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ସେଭଳି ହେଲେ ମୁଁ ଯିବି, ଦେଖିବି କାହାର କେତେ ଦମ୍‌।” ଉତ୍ତରବଙ୍ଗ ଗସ୍ତ ପରେ, ମୁଖ୍ୟମନ୍ତ୍ରୀ ଦମ୍‌ଦମ୍‌ ବିମାନବନ୍ଦରରେ ଅବତରଣ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଦମ୍‌ଦମ୍‌ ବିମାନବନ୍ଦରରେ ଅବତରଣ କରି…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ରାଜ୍ୟ ପଶ୍ଚିମ ବଙ୍ଗର ମୁଷିଦା ବାଦ୍ ଜିଲ୍ଲା ସ୍ଥିତ ଡୋମକଳ ଥାନାର ପୋଲିସ ଅନୁପ୍ରବେଶକାରୀ ଦୁଇଜଣ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଛି। ଗିରଫଙ୍କ ନାମ ଆକାଶ ଶେଖ (୨୦) ଏବଂ ରବି ଶେଖ (୧୯)। ସେମାନେ ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାର କରିମଗଞ୍ଜ ଅଞ୍ଚଳର ବାସିନ୍ଦା। ଗିରଫମାନଙ୍କଠାରୁ ଦୁଇଟି ମୋବାଇଲ ଫୋନ୍ ଏବଂ ସିମ୍ କାର୍ଡ ଜବତ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ, ଏକ ଗୁପ୍ତ ସୂତ୍ରରୁ ସୂଚନା ପାଇବା ପରେ, ଡୋମକଳ ଥାନାର ପୋଲିସ ଭାଟଶାଳା ମୋଡ ଅଞ୍ଚଳରୁ ଦୁଇ ଯୁବକଙ୍କୁ ଅଟକାଇଥିଲା ​​ଏବଂ ପଚରାଉଚରା ସମୟରେ ସେମାନେ ବାଂଲାଦେଶୀ ବୋଲି ଜାଣିବାକୁ ମିଳିଥିଲା। ସେମାନଙ୍କ ପାଖରେ କୌଣସି ବୈଧ ପରିଚୟ ପତ୍ର ନଥିବାରୁ ଡୋମକଳ ଥାନାର ପୁଲିସ ସେମାନଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ ପୋଲିସ୍ ହେପାଜତ ପାଇଁ ଆବେଦନ ସହିତ କୋର୍ଟରେ ହାଜର କରାଯାଇଥିଲା। ସେମାନେ କାହିଁକି ଭାରତରେ ପ୍ରବେଶ କରିଥିଲେ ତାହା…

Read More

ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ମା ଗଜଲକ୍ଷ୍ମୀ ପୁଜା ପାଇଁ ଏବେ ଉତ୍ସଵ ମୁଖର ହୋଇ ଉଠୁଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଶ୍ରୀ ଗିରିଧାରୀ ମନ୍ଦିର ।ମନ୍ଦିର ପରିସରରେ ଦୀର୍ଘ ୨୫ ବର୍ଷ ପରେ ମାଆ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ପାଳିତ କରାଯାଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ମାଳା ରେ ଜଳୁସୁଛି ପୂଜା ମଣ୍ଡପ।ମାଁ ଙ୍କ ସୁନ୍ଦର ପ୍ରତିମା ଦେଖିବା ସକାଶେ ସନ୍ଧ୍ୟା ରେ ଭକ୍ତ ଙ୍କ ପ୍ରବଳ ସୁଅ ଛୁଟିବାରେ ଲାଗିଛି।ପ୍ରତିଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମ ଯଜ୍ଞ କାର୍ଯ୍ୟକ୍ରମ ଜାରି ରହିଛି। ଏପଟେ ରାତି ୭ଟାରୁ ୧୦ପର୍ଯ୍ୟନ୍ତ ପୂଜା ମଣ୍ଡପ ନିକଟରେ ପ୍ରବଚନ ଜାରି ରହିଛି।ବୃନ୍ଦାବନ ଧାମ ରାଧାକୃଣ୍ଡ ରୁ ଆସିଥିବା ସନ୍ଥ ଶ୍ରୀ ମଦନ ଗୋପାଳ ଦାସ ମହାରାଜ ଙ୍କ ପଞ୍ଚ ଦିବସ ଭାଗବତ କଥାମୃତ ଜାରି ରହିଥିବା ବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳ କୋଲକାତା : ଗତକାଲି, ତ୍ରିପୁରା ରାଜ୍ୟ ପୋଲିସ ସାମ୍ନାରେ ବିଜେପି ଦଳ କର୍ମୀ ମାନେ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି! ତ୍ରିପୁରାରେ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟ ଭଙ୍ଗାରୁଜାକୁ ନେଇ ରାଜ୍ୟ ରାଜନୀତି ଉତ୍ତପ୍ତ ହୋଇଛି। ବୁଧବାର ସକାଳେ ତୃଣମୂଳର ଏକ ୫ ଜଣିଆ ପ୍ରତିନିଧି ଦଳ ତ୍ରିପୁରା ଅଭିମୁଖେ ଯାତ୍ରା କରିଛି। ଯିବା ପୂର୍ବରୁ, ତୃଣମୂଳ କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କୋଲକାତା ବିମାନବନ୍ଦରରୁ ବିଜେପିକୁ ଏକହାତରେ ନେଇଥିଲେ। ପୂର୍ବ ତ୍ରିପୁରାର ଅଭିଜ୍ଞତାକୁ ମନେ ପକାଇ ସେ କହିଛନ୍ତି, “ଆମର ନେତାମାନଙ୍କୁ ଆକ୍ରମଣ କରାଯାଇଛି। ଅଭିଷେକଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଛି। ପୂର୍ବ ଅଭିଜ୍ଞତା ମଧ୍ୟ ଭୟଙ୍କର। ଏବେ ବି ବିଭିନ୍ନ ଉପାୟରେ ଧମକ ଦିଆଯାଉଛି।” ଏହା ପରେ, ପ୍ରତିନିଧିମଣ୍ଡଳରେ ଥିବା ସାୟାନୀ ଘୋଷ କହିଛନ୍ତି, “ଏହି ଭାବନାକୁ ଦମନ କରାଯାଇପାରିବ ନାହିଁ। ସେମାନେ ତ୍ରିପୁରା…

Read More

ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ବୁଧୁବାର ଠାରୁ ଚଢାଉ ଆରମ୍ଭ କରି ପୋଡ଼ି ନଷ୍ଟ କରିଛି ପୋଲିସ।ବିଶେଷ କରି ରାୟଗଡ଼ା _ ଗଜପତି ସୀମାନ୍ତ ପାହାଡିଆ ଅଞ୍ଚଳରେ କିଛି ମାଫିଆ ମନେ ବେଆଇନ ଗଞ୍ଜେଇ ଚାଷ ଆରମ୍ଭ କରିଛନ୍ତି।ଏହି ଖବର ରାୟଗଡ଼ା ଏସ ପି ଙ୍କ ଖବର ଗଲା ଏବଂ ଡ୍ରୋନ ମାଧ୍ୟମରେ ପୋଲିସ ଖୋଜି ପାଇ ଆଜି ମହଡ଼ିମ ଜଙ୍ଗଲ ର ନୂଆସାହି,ତଳସାହି ସହ ତାତଲାପାଙ୍ଗା ଅଭଦ୍ୟ ଜଙ୍ଗଲ ଭିତରେ ପୃଥକ ପୃଥକ୍ ଭାବେ ଲାଗିଥିବା ୧୮ହଜାର ଗଞ୍ଜେଇ ଗଛ ସହ ଚାରା କୁ ନଷ୍ଟ କରି ଦେଇଛି ପୋଲିସ ର ମିଳିତ ଟିମ୍।ତେବେ ଏହି ଚଢାଉ ସମୟ ରେ ପଦ୍ମପୁର ଆଇ ଆଇ ସି ଧରଣୀ ଧର ପ୍ରଧାନ ଙ୍କ ନେତୃତ୍ବ ରେ କେନ୍ଦୁଗୁଡ଼ା ପୋଲିସ,ଅବକାରୀ,ବନ,କୃଷି ଓ ରାଜସ୍ବ ବିଭାଗ ର ମିଳିତ ଭାବରେ…

Read More