ଗ୍ରାମବାସୀଙ୍କ ଦ୍ବାରା ମୃତ କୁମ୍ଭୀର ଉଦ୍ଧାର : ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ବାଲିପଡ଼ିଆ ପଂଚାୟତ ପାଟନାଳି ଦଣ୍ଡା ସାହି ନିକଟରେ । ଆଜି ପାଟନାଳି ପାଣିରେ କିଛି କୁମ୍ଭୀର ବୁଲୁଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ଥିଲେ । ପରେ ସମସ୍ତ କୁମ୍ଭୀର ପାଣି ଭିତରକୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ କୁମ୍ଭୀର ପାଣି କୁ ଯାଇ ପରି ନଥିଲେ । କୁମ୍ଭୀରକୁ ଲୋକେ ଉଦ୍ଧାର କରି ଉପରକୁ ଆଣିଥିଲେ । ତେବେ କୁମ୍ଭୀରଟି ମରି ଯାଇଥିବା ଜଣାପଡିଛି । ୩ କୁମ୍ଭୀରକୁ ଉଦ୍ଧାର କରିବାକୁ ବନ ବିଭାଗ କୁ ଅଞ୍ଚଳବାସି ଦାବି କରିଛନ୍ତି ।
Author: Charcha News
ପ୍ରଶାନ୍ତ ରାଉଳ/କୋଲକାତା:- ରାଜ୍ୟ ପଶ୍ଚିମ ବଙ୍ଗର ଜଲପାଇ ଗୁଡ଼ି ଜିଲ୍ଲା ସ୍ଥିତ ନାଗରାକାଟାରେ ବନ୍ୟା ପରିସ୍ଥିତି ଯାଞ୍ଚ କରିବାକୁ ଯାଇ ଆକ୍ରାନ୍ତ ଶିଲିଗୁଡ଼ିର ବିଜେପି ବିଧାୟକ ଶଙ୍କର ଘୋଷ। ବିଜେପି ସାଂସଦ ଖଗେନ ମୁର୍ମୁଙ୍କ ରକ୍ତାକ୍ତ ଅବସ୍ଥା। ଅଞ୍ଚଳର ପରିସ୍ଥିତି ଯାଞ୍ଚ କରିବା ସମୟରେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବାର ଜାଣିବାକୁ ମିଳିଛି। ବ୍ୟାପକ ଇଟାବର୍ଷା ଆରମ୍ଭ ହୁଏ। ଘଟଣାର ଏକ ଭିଡିଓ ଇତିମଧ୍ୟରେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ ଇଟା ମାଡ଼ ହେବା ପରେ ବିଜେପି ସାଂସଦଙ୍କ ଶରୀର ରକ୍ତରେ ଜୁଡୁବୁଡୁ। ବିଜେପି ବିଧାୟକଙ୍କ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ରବିବାର ଦିନ ଉତ୍ତରବଙ୍ଗ ର ଦାର୍ଜିଲିଂ ଭୟଙ୍କର ପରିସ୍ଥିତି ଦେଖାଦେଇଥିଲା। ପରିସ୍ଥିତି କିଛିଟା ଶାନ୍ତ ଥିଲେ ମଧ୍ୟ, ପ୍ରାକୃତିକ ବିପର୍ଯ୍ୟୟର ଛାପ ଚାରିଆଡ଼େ ବ୍ୟାପି ଯାଇଥିଲା। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଥିଲା। ସୋମବାର ସକାଳେ ମାଲଦା ଉତ୍ତର ଖଗେନ ମୁର୍ମୁ ଏବଂ ଶିଲିଗୁଡ଼ିର…
ପ୍ରଶାନ୍ତ ରାଉଳ/କୋଲକତା ଦାର୍ଜିଲିଂ ବିପର୍ଯ୍ୟୟରେ ଫସି ରହିଥିବା ପର୍ଯ୍ୟଟକଙ୍କ ପାଇଁ ମମତା ବାନାର୍ଜୀ ସରକାର ହୋଟେଲ ଖର୍ଚ୍ଚ ବହନ କରିବେ କହିଲେ ମମତା ବାନାର୍ଜୀ ନିରନ୍ତର ବର୍ଷା ଯୋଗୁଁ ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ବଙ୍ଗ ସିଲିଗୁଡ଼ି , ଜଲ ପାଇ ଗୁଡ଼ି ଜିଲ୍ଲା, କୋଚ ବିହାର ଓ ଦାର୍ଜିଲିଂ ପାହାଡ ବିପର୍ଯ୍ୟସ୍ତ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରିସ୍ଥିତିର ସମୀକ୍ଷା କରିବାକୁ ଉତ୍ତର ବଙ୍ଗ ଯାଉଛନ୍ତି। ଯିବା ପୂର୍ବରୁ ସେ କୋଲକତା ବିମାନବନ୍ଦରରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପୋଲିସ ହୋମଗାର୍ଡ ଚାକିରି ଦିଆଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଦାର୍ଜିଲିଂ ବିପର୍ଯ୍ୟୟରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ଏହା ସହିତ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଆଜି ଉତ୍ତର ବଙ୍ଗ…
ପ୍ରଶାନ୍ତ ରାଉଳ/କୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ବଙ୍ଗ ପୋଲିସ ମହାନିରୀକ୍ଷକ ରାଜେଶ କୁମାର ଯାଦବ ମିରିକ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ବିପର୍ଯ୍ୟୟ ସମ୍ପର୍କରେ ତାଙ୍କର ଅପଡେଟ୍: ୧. ଯେଉଁ ଯେଉଁ ଜାଗାରେ ରାସ୍ତା ସଫା ହୋଇଛି ସେଠାରୁ ପର୍ଯ୍ୟଟକ ମାନେ ନିଜ ନିଜ ଘରକୁ ଫେରି ଆସିଲେଣି ପ ଯେଉଁ ଯେଉଁ ରାସ୍ତା ରେ ଏବେବି ପାହାଡ ଅତଡ଼ା ଖସି ରାସ୍ତା ବନ୍ଦ ରହିଛି ପରିଷ୍କାର ନହେବା ପର୍ଯ୍ୟନ୍ତ ପ୍ରଶାସନ ଦାର୍ଜିଲିଂ ଓ ଆଖ ପାଖ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକମାନଙ୍କୁ ହୋଟେଲରେ ରହିବାକୁ ଅନୁରୋଧ କରିଛି। ୨. ଆମେ ରାଜ୍ୟ ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ସରକାରଙ୍କୁ ବିପର୍ଯ୍ୟୟ ରିପୋର୍ଟ ପ୍ରଦାନ କରିଛୁ। ଏହାକୁ କେଉଁ ପ୍ରକାରର ବିପର୍ଯ୍ୟୟ ଘୋଷଣା କରାଯିବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ୩. ଜନସାଧାରଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସାହାଯ୍ୟ ପାଇଁ ମୁଁ କୃତଜ୍ଞ। ୪. ଏସଡିଆରଏଫ ଏବଂ ଏନଡିଆରଏଫ…
ପ୍ରଶାନ୍ତ ରାଉଳ/କୋଲକାତା:- ଆଙ୍କର: ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲା ସ୍ଥିତ କୁଳତଳି ଥାନା ଅନ୍ତର୍ଗତ ବୃନ୍ଦାବନ ଖେୟା ମୋଡ ଅଞ୍ଚଳରେ ରାତିରେ ଗୁଳିକାଣ୍ଡ। ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଧ୍ୟାରେ ଦକ୍ଷିଣ ୨୪ ପ୍ରଗଣାର କୁଳତୁଳିର ବୃନ୍ଦାବନ ଖେୟା ଛକ ରେ ଦୁର୍ବୃତ୍ତମାନଙ୍କ ଗୁଳି ବିନିମୟରେ ତୃଣମୂଳ କଂଗ୍ରେସ ଦଳର କର୍ମୀ ସେଲିମ ଖାନ (୪୦) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ସୂତ୍ର ଅନୁଯାୟୀ, ସେହି ଛକ ରେ ସେଲିମଙ୍କର ଏକ ଚା’ ଦୋକାନ ଅଛି। ସେଦିନ ମଧ୍ୟ ସେ ପ୍ରତିଦିନ ପରି ଦୋକାନରେ ବସିଥିଲେ। ସେହି ସମୟରେ ହଠାତ୍ ବିଦ୍ୟୁତ୍ କାଟ ହୋଇଗଲା। ଅଞ୍ଚଳରେ ଅନ୍ଧାର ହେବା ମାତ୍ରେ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ ଦୁର୍ବୃତ୍ତମାନେ ହଠାତ୍ ଚାରି ରାଉଣ୍ଡ ଗୁଳି ଏବଂ ତିନୋଟି ବୋମା ପକାଇଥିଲେ। ସେଥିମଧ୍ୟରୁ ଦୁଇଟି ସେଲିମଙ୍କ ପିଠି ଏବଂ ଗାଲରେ ବାଜିଥିଲା। ସେ ତଳେ ପଡ଼ିଯାଇଥିଲେ।…
ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର:କୋରାପୁଟରାୟଗଡ଼ା ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ନମ୍ୱର୍ ଜାତୀୟ ରାଜ ପଥ ଏବେ ପାଲଟିଛି ମରଣଯନ୍ତା।ବିଶେଷ କରି ରାୟଗଡ଼ା ଜିଲ୍ଲା ରେ ୧୦୦କିମି ରାସ୍ତା ମଧ୍ୟରେ ପ୍ରତି ଜାଗାରେ ବଡ ବଡ ଖାଲ ହୋଇଛି।ଗୁମୁଡ଼ା ଅନ୍ତରଝୋଲି ଛକ ନିକଟ ଏହି ମୁଖ୍ୟ ଜାତୀୟ ରାଜପଥ ଟି ଦୀର୍ଘ ଦିନ ଧରି ମରଣଯନ୍ତା ଭାବେ ପଡ଼ି ରହିଥିଲା।ରାସ୍ତା ମଝିରେ ବଡ ବଡ ଖାଲ ହୋଇଥିଲା।ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନ ନିକଟରେ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ସରକାର ଙ୍କ ଠାରୁ କୌଣସି ସଫଳ ସମାଧାନ ର ପନ୍ଥା ବାହାରି ପାରିଲା ନାହିଁ।ଏହି ରାସ୍ତାରେ ଦିନ କୁ ଶହ ଶହ ଗାଡି ଯାତାୟାତ କରୁଛି।ଭୁବନେଶ୍ୱର କୋରାପୁଟ ରାୟଗଡ଼ା ମୁଖ୍ୟ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି।ତେବେ ଏହି ରାସ୍ତା କୁ ଏବେ ମରାମତି କରିଛି ବିପଦର ବନ୍ଧୁ ସଦସ୍ୟ ମାନେ।ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବିପଦର ବନ୍ଧୁ ସଦସ୍ୟ ମାନେ…
ପ୍ରଶାନ୍ତ ରାଉଳ/କୋଲକତା :- ରାଜ୍ୟ ପଶ୍ଚିମବଙ୍ଗ ଦାର୍ଜିଲିଂ ପାହାଡ ରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ରାଜ୍ୟ ସିକିମକୁ ସଡ଼କ ପଥ ଯୋଗାଯୋଗ ବିଚ୍ଛିନ୍ନ କରିଛି। ଦାର୍ଜିଲିଂରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇ ମିରିକ ଏବଂ ସୁଖିଆ ପୋଖରୀ ଭଳି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହି ବିପର୍ଯ୍ୟାୟରେ ଆନକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଏବେ ବି ବିପଦ ମଧ୍ୟରେ ରହିଛନ୍ତି ଓ ତୀସ୍ତା ନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବହୁ ଗ୍ରାମ ଓ ସଡକ ବନ୍ୟା ପାଣିରେ ବୁଡି ରହିଛି ପୋଲିସ ,ndrf, ଟିମ୍ sdrf ଟିମ୍ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୂସ୍ଖଳନ ଯୋଗୁଁ ରାସ୍ତା ଗୁଡିକ କାଦୁଅ ତଳେ ପୋତିହୋଇରହିଛି। ସେପଟେ ଲଘୁଚାପ କ୍ଷେତ୍ର…
ପ୍ରଶାନ୍ତ ରାଉଳ/କୋଲକତ:- ରାଜ୍ୟ ପଶ୍ଚିମ ବଙ୍ଗର ଦାର୍ଜିଲିଂ ର କାଲିମ୍ପଙ୍ଗ: ଗ୍ୟାଙ୍ଗଟକ୍ ଫେରିବା ବାଟରେ ଜାତୀୟ ରାଜପଥ-୧୦ ରେ ରାତିର ଅନ୍ଧାରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସିକିମ୍ ନମ୍ବର ବିଶିଷ୍ଟ ଏକ କାର ମେଲି ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଗଭୀର ପାହାଡ ର ଖାତକୁ ଖସିପଡ଼ିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ଆଉ ତିନି ଜଣଙ୍କୁ ଉଦ୍ଧାର କରି ଗୁରୁତର ଆହତ ଅବସ୍ଥାରେ ମେଲି ସିକିମ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରାରମ୍ଭିକ ଅନୁମାନ ଯେ ବିପରୀତ ଦିଗରୁ ଆସୁଥିବା ଏକ କାରର ବୁଡ଼ିଯାଇଥିବା ଲାଇଟ୍ ଝଲସିବା ଯୋଗୁଁ ଡ୍ରାଇଭର କାର ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ କାରଟି ତିସ୍ତା ନଦୀର ପ୍ରାୟ ୫୦ ମିଟର ତଳେ ଖାତକୁ ଖସିପଡ଼ିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।…
ରବୀନ୍ଦ୍ର ନାଥ ମହାପାତ୍ର ଲଗାଣ ବର୍ଷା ପ୍ରଭାବରେ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ପୁଟାସିଂ ଓ ଟଲାନା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ରାସ୍ତା କାଟିବା ସହ ବିଭିନ୍ନ ସ୍ଥାନରେ ଘାଟିରୁ ପଥର ପଡ଼ି ରାସ୍ତା ଅବରୋଧ ହୋଇଛି।ଅନେକ ଧାନ ଜମି ରେ ବନ୍ୟା ପାଣି ମାଡି କ୍ଷୟକ୍ଷତି ହୋଇଛି।ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଳକା,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପହଞ୍ଚି ଗୁଣପୁର ଓ ପଦ୍ମପୁର ବ୍ଲକ ଗ୍ରସ୍ତ କରି ପ୍ରଭାବିତ ଅଞ୍ଚଳ କୁ ବୁଲି ଦେଖୁଥିଲେ। ପ୍ରଥମେ ଟଳନା ପଞ୍ଚାୟତ ର ବଡମାସିଂଗ ରାସ୍ତା ପୁଟାସିଂ ହାଇସ୍କୁଲ ଶଗଡ଼ା ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ବୁଲି ଦେଖିଥିଲେ।ଅତି ଶୀଘ୍ର କ୍ଷୟ ରାସ୍ତା ନିର୍ମାଣ ଫସଲ ନଷ୍ଟ ହୋଇଥିବା କ୍ଷୟ କ୍ଷତି ଆକଳନ କରିବା ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ।ପରେ ସେ ପଦ୍ମପୁର ବ୍ଲକ ର ଲିକିଟିପଦର,ନୂଆଗଡ ପଞ୍ଚାୟତ କୁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ।ପରେ ରାୟଗଡ଼ା ଜିଲ୍ଲାପାଳ…








