ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ନାଦିଆ ଜିଲ୍ଲା ସ୍ଥିତ ନବଦ୍ୱୀପର ନଦିଆରେ ତୃଣମୂଳ କଂଗ୍ରେସ ଦଳର ନେତା ଅ କର୍ମୀ ମାନେ ଜଣେ ବିଜେପି କର୍ମୀଙ୍କୁ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ସଞ୍ଜୟ ଭୌମିକ (୪୦), ତାଙ୍କ ଘର ନବଦ୍ୱୀପ ଥାନାର ପ୍ରାଚୀନ ମାୟାପୁର ସପ୍ତମ ଲେନ୍ ଅଞ୍ଚଳରେ! ବିଶ୍ୱକର୍ମା ପୂଜା ଦିନ ବନ୍ଧୁ ଏବଂ ବନ୍ଧୁମାନେ ସ୍ଥାନୀୟ କ୍ଲବରେ ମଦ୍ୟପାନ କରିଥିଲେ! ଏହା ପରେ, ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା! ମାଡ଼ ଆରମ୍ଭ ହୋଇଥିଲା! ପରିବାର ଅଭିଯୋଗ କରିଛନ୍ତି ଯେ ସଞ୍ଜୟଙ୍କୁ ମାଡ଼ ଦିଆଯାଇଥିଲା! ଗୁରୁବାର ସନ୍ଧ୍ୟା ପରେ ଚିକିତ୍ସା ପାଇଁ ନବଦ୍ୱୀପ ରାଜ୍ୟ ସାଧାରଣ ଡାକ୍ତରଖାନାକୁ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା! ପୁଅକୁ ହତ୍ୟା କରିବା ପାଇଁ ନବଦ୍ୱୀପ ଥାନାରେ ୪ ଜଣଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି! ସଂଜୟଙ୍କୁ ଯୋଜନାବଦ୍ଧ ଭାବରେ ପିଟିପିଟି ହତ୍ୟା କରାଯାଇଥିଲା, ଗତକାଲି ମୃତକଙ୍କ ପରିବାର…
Author: Charcha News
ବଲାଙ୍ଗୀର(ଦେବେନ୍ଦ୍ର ପୋଡ଼): ବଲାଙ୍ଗୀର ଜିଲ୍ଲାରୁ କୃଷିମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ହେଁ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଚାଷୀମାନେ ୨୭୦ ଟଙ୍କାର ସାରକୁ ୮୦୦ ଟଙ୍କାଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେଡିଦଳ ପକ୍ଷରୁ ଜିଲ୍ଲା କୃଷିଭବନକୁ ଘେରାଉ କରି ହୋହଲ୍ଲା କରିଛନ୍ତି । ଏପରିକି କୃଷିଭବନକୁ ଧସେଇ ପଶିଲା ବେଳେ ବିଜେଡିକର୍ମିମାନଙ୍କ ସହ ପୋଲିସର ଠେଲାପେଲା ହୋଇଛି । ଏହା ସହିତ ଗତକାଲି କୃଷିଭବନ ଉଦଘାଟନୀ ଉତ୍ସବରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କିମ୍ବା ଜିଲ୍ଲା ପରିଷଦ ସଭାପତି ତଥା ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରି ନିମନ୍ତ୍ରଣ ଦିଆଯାଇନଥିବା କିମ୍ବା ନାମ ଫଳକରେ ନାମଦେଇନଥିବାରୁ ବିଜେଡିଦଳ ଏହାର ତୀବ୍ରପ୍ରତିବାଦ କରିଛି । ଆଜି ନିଜେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କର୍ମିମାନଙ୍କ ସହ ଉଦଘାଟନୀ ଫଳକରେ ବାର୍ଣ୍ଣିଶରଙ୍ଗ ଲଗାଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ନାମ…
ରବୀନ୍ଦ୍ର ନାଥ ମହାପାତ୍ରଭିଜିଲାନ୍ସ ଜାଲରେ ଆଉ ଜଣେ ଅଫିସର। ରାୟଗଡ଼ା ବନଖଣ୍ଡ କାଶିପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛଡାଉ ।ରାଜ୍ୟ ର ୯ଟି ସ୍ଥାନରେ ରେଡ୍ ଚାଲିଛି।କାଶିପୁର କାର୍ଯ୍ୟାଳୟ ,ସରକାରୀ ଓ ବେସରକାରୀ ବାସ ଭବନ, ବାଲିଗୁଡା ,ନୟାଗଡ଼ ,ସାଇକେତା, ଭୁବନେଶ୍ୱର,ଭଞ୍ଜନଗର ଓ ବ୍ରହ୍ମପୁର ରେ ଏହି ରେଡ୍ ଜାରି ରହିଛି। ତାଙ୍କର ସମ୍ପର୍କୀୟ ଙ୍କ ଘରେ ବି ରେଡ୍ ଚାଲିଛି। ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି ।୯ଟି ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଛି।ଛଡାଉ ସରିବାପରେ କେତେ କଣ ସବୁ ଜଣା ପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷ ରୁ କୁହାଯାଇଛି।
ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । ପୁରୀରୁ ଶେଷକୃତ୍ୟ ସାରି ଫେରିବା ପରେ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଟ୍ରେନ ଟ୍ରାକ ଅତିକ୍ରମ ବେଳେ ଶୁଭମିତ୍ରାଙ୍କ ସଂପର୍କୀୟ ଦୁର୍ଘଟଣାର ଶିକାର ହୋଇଥିଲେ।
୧୭-୦୯-୧୦୨୫ ସାମ୍ବାଦିକ ଦେବେନ୍ଦ୍ର ପୋଡ଼ବଲାଙ୍ଗିରୀ : ବଲାଙ୍ଗିରୀ ଜିଲ୍ଲାର ଆଗଲପୁର ବ୍ଲକ ର ରାମପୁର ଠାରେ 132/33 କେଭି ଡିଜିଟାଲ ଗ୍ରିଡ ସବ୍ ଷ୍ଟେସନ୍ ଉଦ୍ଘାଟିତ ହୋଇ ଯାଇଛି। ଏହା ରାଜ୍ୟର ପ୍ରଥମ ଡିଜିଟାଲ 132/33 କେଭି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ଲୋକ ସଭା ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଙ୍କ କର କମଳ ରେ ଶୁଭ ଉଦ୍ଘାଟିତ ହୋଇ ଯାଇଛି। ତାଙ୍କ ସହିତ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ଵ ୱାର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ, ଓ ପି ଟି ସି ଏଲ୍ ର ସି ଏମ ଦି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଓ ଓ ପି ଟି ସି ଏଲ୍ ର ଡାଇରେକ୍ଟର ଶ୍ରୀ ପ୍ରଦୀପ କୁ ଦାସ…
ସାମ୍ବାଦିକ ପ୍ରଶାନ୍ତ ରାଉଳ କୋଲକାତା : ବିଭାସ ଅଧିକାରୀଙ୍କ ଆହୁରି କୀର୍ତ୍ତି ପ୍ରକାଶ! ନକଲି ଥାନା ଖୋଲି ପ୍ରତାରଣା ଚକ୍ର ଚଳାଇବା ଅଭିଯୋଗରେ ବୀରଭୂମର ବାସିନ୍ଦା ବିଭାସଙ୍କୁ ନୋଏଡା ପୁଲିସ ଗିରଫ କରିଛି। ନୋଏଡା ପୁଲିସ ମାମଲାର ତଦନ୍ତ କରୁଛି। ତଦନ୍ତ ପରେ ବିଭାସଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଜାଣିବାକୁ ମିଳିଛି ଯେ କାନାଡାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ବାସିନ୍ଦାଙ୍କୁ ଭୟଭୀତ କରାଇ ବିଭାସ ୧୮ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। ପ୍ରତାରଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ହର୍ଣ୍ଣିକ ସିଂ। ସେ ବର୍ତ୍ତମାନ କାନାଡାରେ ରୁହନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଉତ୍ତର ପ୍ରଦେଶର ଜଣେ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଭିଡିଓ କଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା। କୁହାଯାଇଥିଲା ଯେ ଆମେରିକାରେ ରହୁଥିବା ଜଣେ ଭାରତୀୟ ନାଗରିକଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରହିଛି। ହର୍ଣ୍ଣିକ ତାଙ୍କୁ ସାହାଯ୍ୟ…
୧୭/୯/୨୫ ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରି : ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଲିମେଳା ଆନୁକୂଲ୍ୟରେ ,”ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତତ୍ ସହିତ ବିଧାୟକ ମାଲକାନଗିରି ଙ୍କ ପ୍ରତିନିଧି ହରବିଲାସ ମଣ୍ଡଳ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଜିଲ୍ଲା କାର୍ଯ୍ୟପ୍ରକଳ୍ପ ଅଧିକାରିଣୀ ମୌସୁମୀ ମିଶ୍ର, ଟୀକାକରଣ ଡାଟା ସହାୟକ ଶିବପ୍ରସାଦ ପ୍ରହରାଜ ଯୋଗଦେଇଥିଲେ । ରାଜ୍ୟ ସ୍ତର ରୁ ଆସିଥିବା ମନିଟରିଂ ଟିମ ସରୋଜ ପାଣିଗ୍ରାହୀ, ଆର ଏମ ଏନ ସି ଏଚ କଂସଲଟାଣ୍ଟ ଓ ଗୋଷ୍ଠୀ କାର୍ଯ୍ୟକ୍ରମ କନସଲଟାଣ୍ଟ ମହମଦ ରଫି ମଧ୍ୟ ଯୋଗଦେଇଥିଲେ ।…
୧୭-୦୯-୧୦୨୫ ସାମ୍ବାଦିକ ଦେବେନ୍ଦ୍ର ପୋଡ଼ ବଲାଙ୍ଗିରୀ : ବଲାଙ୍ଗିରୀ ଜିଲ୍ଲାର ଗୁଡଭେଲାବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଚାସେବୀ ସଂଗଠନ ପକ୍ଷରୁ “ଏକ ପେଡ ମାଁ କେ ନାମ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗୁଡଭେଲା ବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ରେ ଇଣ୍ଟରନେସନାଲ ସ୍କୁଲ ପରିସରରେ ବିଦ୍ୟାଳୟ ପ୍ରିନ୍ସିପାଲ ଦିନେଶ ସାହୁଙ୍କ ତତ୍ତ୍ବାବଧାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୂଲା। ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଚାରାରୋପଣ କରିବା ସହ ପ୍ରତ୍ୟେକ ଦିନ ଚାରାରେ ପାଣି ଦେବା ଓ ଯତ୍ନ ନେବା ପାଇଁ ଚେଷ୍ଟା କରିବୁ ବୋଳି ଛାତ୍ରୀ ତରାଣା ଜୈନ କହିଥିଲେ। ଏହି କାର୍ଯ୍ୟାକ୍ରମରେ ବିଦ୍ୟାଳୟ ଭାଏସ ପ୍ରିନ୍ସିପାଲ ଦେବେନ୍ଦ୍ର ଭୋଇ, ସୋନାଲି ସାହୁ, ସିଦ୍ଧାର୍ଥ ଜାଲ, ଅପ୍ରିତା ପ୍ରଧାନ, ଲିଜା ମହାପାତ୍ର, ପ୍ରମୋଦିନୀ ଭୋଇ, ମୋନାଲିସା ଭୋଇ ଆଦି ସହଯୋଗ କରିଥିଲେ।
୧୭/୯/୨୫: ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରି : ଆମ ପରିବେଶର ସୁରକ୍ଷା ପାଇଁ ଗଛ ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ସେପ୍ଟେମ୍ବର ୧୭ ରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରାଯାଇଛି। ସେହିଭଳି ମାଲକାନଗିରି ଜିଲ୍ଲାରେ ୨ ଲକ୍ଷ ୧୬ ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଏମ୍ ଭି -୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଜିଲ୍ଲାରେ ସବୁଠାରୁ ଅଧିକ ଅର୍ଥାତ୍ ୭୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ…








