୨୨/୦୯/୨୦୨୫ ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରୀ : ସୋମବାର ଦିନ ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର (ସ୍ପେସିଆଆଲିଷ୍ଟ କ୍ଯାମ୍ପ) ର ଶୁଭ ଉଦଘାଟନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଠାରେ ଅନୁଷ୍ଠିତ ହୋଇଥିଲା I ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ଅକ୍ଷୟ ବିଶ୍ଵାଳ, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ମୂୟା ମାଡକାମି, ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ବିନାୟକ ପାତ୍ର ଉପସ୍ଥିତ ରହିଥିଲେ I ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଭାରପ୍ରାପ୍ତ ଚିକିତ୍ସI ଅଧିକାରୀ ଡ଼ା ବିପୁଲ ବୈଭବ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ମହମ୍ମଦ ଅଭିଦ ହୁସେନ ଯୋଗଦେଇଥିଲେ I ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡI. ମହମଦ…
Author: Charcha News
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ପୂଜା ସମୟରେ, ବେଶି ଟଙ୍କା ରୋଜଗାର କରିବା ଆଶାରେ ବଙ୍ଗୋପସାଗରରେ ଇଲିସି ଧରିବାକୁ ଯାଇଥିଲେ। ହଠାତ୍ ସମୁଦ୍ରରେ ବିପଦ ଆସିଗଲା। ଟ୍ରଲରଟି ଏକ ଲୁକ୍କାୟିତ ପଥର ସହିତ ଧକ୍କା ଖାଇଲା ଏବଂ ସେଥିରେ ପାଣି ପଶିବାକୁ ଲାଗିଲା। ମତ୍ସ୍ୟଜୀବୀଙ୍କ ଜୀବନ ପ୍ରାୟ ବିପଦରେ ପଡ଼ିଯାଇଥିଲା। ଶେଷରେ ସେମାନେ ଅଳ୍ପକରୁ ରକ୍ଷା ପାଇଲେ। ଉପକୂଳ ପୁଲିସର ସହାୟତାରେ, ଶେଷରେ ୯ ଜଣ ମତ୍ସ୍ୟଜୀବୀ ମୃତ୍ୟୁ ମୁଖରୁ ଫେରି ଆସିଲେ। ରବିବାର ସକାଳେ, ଦକ୍ଷିଣ ୨୪ ପ୍ରଗଣାର ମୈପୀଠରୁ ୯ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ସେମାନେ ଏଫ୍ବି ମାସୁନା ନାମକ ଏକ ଟ୍ରଲରରେ ଗଭୀର ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ଜିଞ୍ଜିରା ଦ୍ୱୀପ ନିକଟରେ ଟ୍ରଲରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମତ୍ସ୍ୟଜୀବୀଙ୍କ ଅନୁଯାୟୀ, ସମୁଦ୍ରକୁ ଯିବାର କିଛି ସମୟ ପରେ, ଟ୍ରଲରଟି ଦ୍ୱୀପ ନିକଟରେ ଏକ ବାଲିବନ୍ଧରେ ଧକ୍କା ଦେଇଥିଲା। ଧକ୍କାର ଶକ୍ତି ଯୋଗୁଁ…
ସାମ୍ବାଦିକ ପ୍ରଶାନ୍ତ ରାଉଳ କୋଲକତା : ପହେଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ବିତନ ଅଧିକାରୀଙ୍କ ପିତାମାତା ବଡିଶା କ୍ଲବ ପୂଜାର ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଗୋଟିଏ ମଞ୍ଚରେ ଥିଲେ। ‘ଘରର ଝିଅ’ ମମତାଙ୍କୁ ପାଖରେ ଦେଖି ବୃଦ୍ଧ ଦମ୍ପତି କାନ୍ଦି ପକାଇଥିଲେ। ମମତା ସେମାନଙ୍କ ହାତ ଧରି ସେମାନଙ୍କୁ ଆଶ୍ୱାସନା ଦେଲେ ଯେ ସେ ସେମାନଙ୍କ ପାଖରେ ରହିଛନ୍ତି। ସେ କହିଛନ୍ତି, “ଏବେ କାନ୍ଦିଲେ ହେବ ନାହିଁ। ତୁମର ଶରୀର ଖରାପ ହେବ। ଏହା ସତ୍ୟ ଯେ ଗୋଟିଏ ପୁଅ ଚାଲିଗଲା। କିନ୍ତୁ ତୁମର ଏତେ ପୁଅ ରହିଛନ୍ତି। ସୋମବାର ପ୍ରତିପଦ। ପବନରେ ପୂଜାର ବାସ୍ନା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଦିନ ସହରରେ ଅନେକ ପୂଜା ଉଦଘାଟନ କରିଛନ୍ତି। ସେ ମଣ୍ଡପ ବୁଲି ଦେଖିଛନ୍ତି। ସୋମବାର ଅପରାହ୍ନରେ, ସେ ପୂଜା ଉଦଘାଟନ କରିବାକୁ ବେହାଲାର ବଡିଶା କ୍ଲବକୁ ଯାଇଥିଲେ। ସ୍ଥାନୀୟ ବିଧାୟିକା ରତ୍ନା ଚାଟାର୍ଜୀ ଏବଂ ଅନ୍ୟମାନେ…
ବଲାଙ୍ଗୀର(ଦେବେନ୍ଦ୍ର ପୋଡ଼): ୨୦ ତାରିଖ ସମୟ ୨ ଟା ୩୦ ମିନିଟ୍ l ଦୁଇ ଜଣ ଯୁବକ ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ବିଭୂତି ପଡ଼ାର ବିନିତ ସେନ୍ (୨୦) ଓ ଗେଟ୍ ସରୋବର ପଡ଼ାର ମଣ୍ଟୁ କରନ(୨୬ ) ମିଳିତ ଭାବେ ଆସି ସ୍ଥାନୀୟ ଖଦାଲ ପଡାର ରାଜ ବେହେରାକୁ ତାର ଘର ସମ୍ମୁଖରେ ତାବଲିରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳକୁ ଫେରାର୍ ମାରିଥିଲେ l ପୋଲିସର ସୂଚନା ମୁତାବକ ବିନିତ ତାର ଜନେ ସାଙ୍ଗ ମଣ୍ଟୁ କୁ ଧରି ମୃତ ରାଜ ର ଘରକୁ ଯାଇଥିଲା l ସେଠାରେ ରାଜ କୁ ଘର ଭିତରୁ ଡାକି ତାକୁ ଏହି ଦୁହେଁ ମିଶି ଆକ୍ରମଣ କରିଥିଲେ l ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜକୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ତେବେ ଡାକ୍ତରଖାନାରେ ରାଜ ର ମୃତ୍ୟୁ ଘଟିଥିଲା l ଏହି ହତ୍ୟାକାଣ୍ଡ ଘଟଣା ର ୨୪ ଘଣ୍ଟା ପରେ ଆଜି…
ରାୟଗଡ଼ା / ରବୀନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତର ବୁର୍ଜୁଗୁଡା ନିକଟ ପେଟ୍ରୋଲ ପମ୍ପ ପାଖରେ ଅଜଣା ଗାଡ଼ି ଧକା ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ।ଦୁଇ ଶହ ମିଟର ଦୁରରେ ଥିବା ବନ୍ଧୁ ଗୁଡା ଗ୍ରାମର କାର୍ତ୍ତିକ ଡୁଙ୍ଗା ଙ୍କ ପୁଅ ପ୍ରଧାନ ଡୁଙ୍ଗା ବୟସ ୩୫ ବାଇକ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଗ୍ରାମବାସୀମାନେ ରାଜରାସ୍ତା କିଛି ସମୟ ପାଇଁ ଅବରୋଧ କରିଥିଲେ। ଖବର ପାଇ ମୁନିଗୁଡ଼ା ଆଇଆଇସି ସୈଦାମିନି ବେହେରା ଓ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ କଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ଓ ସବକୁ ବ୍ୟବଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ବୁଝାସୁଝା କଲାପରେ ଗାଡି…
ମାଲକାନଗିରି/ସାମ୍ୱାଦିକ ମାନସ୍ ନେତାମ୍ :- ମାଲକାନଗିରି ରୋଟାରୀ କ୍ଲବ ତରଫରୁ ଆଜି ଆଓମା ଗୁରୁକୁଳରେ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଗଲା। କ୍ଲବର ଅଧ୍ୟକ୍ଷ ଲବ ସାହୁ ଓ ସୋମ୍ପାଦକ ଦିଲିପ ସୋମାନୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଦସ୍ୟମାନେ ଗୁରୁକୁଳରେ ଥିବା ଅନାଥ ଶିଶୁମାନଙ୍କ ସହିତ ଏକାସାଥିରେ ମଧ୍ୟାହ୍ନ ଭୋଜନ କରିଥିଲେ।ଏହି ସମୟରେ ସଦସ୍ୟମାନେ ଶିଶୁମାନଙ୍କୁ ଖାଇବା ପରସିଲେ , ଭୋଜନ ପରେ ସଦସ୍ୟମାନେ ଶିଶୁମାନଙ୍କ ସହିତ ସମୟ କାଟିଥିଲେ ଓ ସାମୁହିକ କାର୍ଯ୍ୟକଳାପରେ ଯୋଗଦେଇ ଆନନ୍ଦ ବାଣ୍ଟିଥିଲେ।ଅଧ୍ୟକ୍ଷ ଲବ ସାହୁ କହିଲେ, “ରୋଟାରୀ କ୍ଲବ ସବୁବେଳେ ସମାଜସେବାରେ ଅଗ୍ରସର। ଅନ୍ନପୂର୍ଣ୍ଣା ଦିବସ ପାଳନ ମାଧ୍ୟମରେ ସମାଜରେ ଆହାରର ଅଧିକାର ଉପରେ ସଚେତନତା ସୃଷ୍ଟି ହେବା ଆମ ମୁଖ୍ୟ ଉଦ୍ଦେଶ୍ୟ।”ସଚିବ ଦିଲିପ ସୋମାନୀ କହିଲେ, “ଗୁରୁକୁଳର ଶିଶୁମାନଙ୍କ ସହିତ ଏହି ଅନୁଭୂତି ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଆଗାମୀଦିନରେ ଏହିପରି ସାମାଜିକ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ଆମେ ପ୍ରତିବଦ୍ଧ।”ଏହି…
ମାଲକାନଗିରି/ସାମ୍ୱାଦିକ ମାନସ୍ ନେତାମ୍:- ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତ ର ତଳସାହି ପ୍ରାଥମିକ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ର ଏକ ସ୍ତ୍ୱତନ୍ତ୍ର ଶିବିର କରାଯାଇଥିଲା । ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ଆଡମିଶନ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ମାନେ ଯୋଗ ଦେଇଥିଲେ ଏବଂ ୬୦ ଜଣ ଛାତ୍ର ଛାତ୍ରୀ ଆଡିମିଶନ କରିଥିଲେ । କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ମଞ୍ଜୁଲତା ଭୋଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଧାରୁ ପାଠ ଛାଡିଥିବା ପିଲା ଓ ଅଭିଭାବକ ମାନଙ୍କୁ ପୁଣିଥରେ କିପରି ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ିବେ, ଅଭିଭାବକ ମାନେ କିପରି ସେଥିପ୍ରତି…
ମାଲକାନାଗିରି/ମାନସ୍ ନେତାମ୍:- କେବେହେଲେ ବିଦ୍ୟାଳୟକୁ ଯାଇ ନ ଥିବା ଏକ ଦିବ୍ୟାଙ୍ଗ ଛାତ୍ରୀ କୁମାରୀ ଲାଛି ମାଡ଼କାମି, ମାତା -ଦେବେ ମାଡ଼କାମି, ମାଟେରୁ, ଗ୍ରାମ ମାଟେରୁ (ଏସ୍ .ଏସ୍. ଡି ) ଉଚ୍ଚ ବିଦ୍ୟାଳୟଠାରେ ଦ୍ୱତୀୟ ଶ୍ରେଣୀରେ ନାମ ଲେଖା ଯାଇଛି । ସି. ଆର.ସି.ସି ଶ୍ରୀଯୁକ୍ତ ସୁଧୀର କୁମାର ବିଷୋଇ ଙ୍କ ପ୍ରଚେଷ୍ଟା ଫଳରେ ଉକ୍ତ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ବୁଝାଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ମନୋରମା ତ୍ରିପାଠୀ ଙ୍କୁ ଯୋଗାଯୋଗ କରି ନାମ ଲେଖା ସଫଳ କରାଯାଇ ପାରିଛି । ଏହି କଥା କୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରି ଓ ଗ୍ରାମର ଭଦ୍ରବ୍ୟକ୍ତି ଙ୍କ ମନରେ ଏକ ଆଶା ଏବଂ ଶିକ୍ଷା ପ୍ରତି ଦୃଢ ବିଶ୍ବାସ ଓ ସମ୍ମାନ ମାଟେରୁ ଗ୍ରାମବାଶିଙ୍କର ମନରେ ଉଦିତ ହୋଇଛି । ସି. ଆର.ସି.ସି ମହୋଦୟ ଏବଂ ପ୍ରଧାନ ଶିକ୍ଷୟତ୍ରି ଉକ୍ତ ଛାତ୍ରୀର ମାତା ଙ୍କୁ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ କୋଲକାତା ସ୍ଥିତ ସତ୍ୟଜିତ ରାୟ ଅଡିଟୋରିୟମ ଆଇସିସିଆର ଠାରେ ଆନ୍ତର୍ଜାତୀୟ ମେଗା ଶାସ୍ତ୍ରୀୟ ଆଗମଣି ନୃତ୍ୟ ଏବଂ ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି ସଂଗଠନର ସଂପାଦକ ଡଃ ଉପେନ୍ଦ୍ର କୁମାର ଶର୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏଦିନର ଅନୁଷ୍ଠାନରେ ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବ ନୃତ୍ୟ ଶିଳ୍ପୀମାନେ ଓଡିଶୀ, ଶାସ୍ତ୍ରୀୟ ଓ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟ ଶେଷରେ ଶିଳ୍ପୀମାନଙ୍କୁ ସାର୍ଟିଫିକେଟ, ଉତ୍ତରୀୟ ଓ ମା’ ଦୁର୍ଗାଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓଡିଶାରୁ ଆଗତ ମଞ୍ଚ ଅଭିନେତା ଅରୁଣ କୁମାର ପାତ୍ର, ମଞ୍ଚ ଅଭିନେତା ହିମାଂଶୁ ଶେଖର ମହାଳିକ, ଗୀତିକାର ସଂଗ୍ରାମ କେଶରୀ ବେହୁରା, ସଂଗୀତ ନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିନେଶ ମଲ୍ଲିକ, ଶିକ୍ଷୟତ୍ରୀ ତଥା ବିଶିଷ୍ଟ ଗୀତିକାର ନଳିନୀପ୍ରଭା ଦାସଙ୍କୁ ମହାମାୟା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ…








