ସାମ୍ବାଦିକ ପ୍ରଶାନ୍ତ ରାଉଳ କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ବିରଭୂମ ଜିଲ୍ଲା ସ୍ଥିତ ରାମପୁରହାଟ ଥାନା କାଳିଡାଙ୍ଗା ଅଞ୍ଚଳରେ ୨୨ ଦିନ ପରେ ଜଣେ ନାବାଳିକା ଝିଅର ଶରୀର ର ପାଞ୍ଚ ଖଣ୍ଡ କଟା ହୋଇଥିବା ମୃତଦେହ ଉଦ୍ଧାର ହେବା ଫଳରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କାଳିଡାଙ୍ଗାରୁ ଖରବାଣା ଯିବା ରାସ୍ତାରେ ଏକ ନିର୍ଜନ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ନାବାଳିକା ଝିଅଟି ଅଗଷ୍ଟ ୨୮ ତାରିଖରୁ ନିଖୋଜ ଥିଲା। ନିଖୋଜ ବ୍ୟକ୍ତିଙ୍କ ଡାଏରୀ ଦାଖଲ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ କାଲି ରାତି ୧୧:୩୦ ସମୟରେ ପୋଲିସ ଗୁପ୍ତ ସୂଚନା ଆଧାରରେ ଏକ ଅଭିଯାନ ଚଳାଇ ଏକ ବସ୍ତାରେ ମୃତଦେହ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପାଇଁ ରାମପୁରହାଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି।…
Author: Charcha News
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା କୋଲକତା ସିଆଲଦା ଦକ୍ଷିଣ ଶାଖାର ବଜବଜ୍ ଲାଇନର ସନ୍ତୋଷପୁର ରେଳବାଇ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା ରେଳବାଇ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ହଠାତ୍ ନିଆଁ ଲାଗିଯାଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ପ୍ଲାଟଫର୍ମ ଚାରିପାଖରେ ଥିବା ଅନେକ ଛୋଟ ବଡ଼ ଦୋକାନ ପୋଡ଼ି ଜଳି ପାଉଁଶ ହୋଇଛି ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା। ଯାତ୍ରୀଙ୍କଠାରୁ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ – ଏହି ହଠାତ୍ ଅଗ୍ନିକାଣ୍ଡରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ରେଳବାଇ ଷ୍ଟେସନ ପରିସରରେ ହଠାତ୍ ଚିତ୍କାର ଏବଂ ଚିତ୍କାର ଶୁଣିବାକୁ ମିଳିଥିଲା। ଲୋକାଲ ଟ୍ରେନ ପ୍ରତିଦିନ ଯିବା ଆସିବା କରୁଥିବା ଯାତ୍ରୀଅଭିଯୋଗ ଅନୁଯାୟୀ, ଅଗ୍ନିଶମ ଗାଡ଼ି ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଫଳସ୍ୱରୂପ, ଏହି ସମୟ ମଧ୍ୟରେ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି, ନିଆଁ…
ବଲାଙ୍ଗିର ୧୬.୯(ଦେବେନ୍ଦ୍ର ପୋଡ଼)ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ବଡ଼ଟିକା ଗ୍ରାମ ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଜିପିଓ ଶ୍ରୀ ସୌଭାଗ୍ୟ ପଧାନ ଙ୍କ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣୀ ଶିବିର ପରିଚାଳିତ ହୋଇଥିଲା l ଆଜିର ଶିବିର ରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଧୀରେନ୍ଦ୍ର ମେହେର ଓ ଅଙ୍ଗନୱାଡ଼ି ସୁପର ଭାଇଜର୍ ଶ୍ରୀମତୀ ସତ୍ୟବତୀ ମିଶ୍ର ଅତିଥି ଭାବେ ଯୋଗଦେଇ ଥିଲେ l ଏହି ଅଭିଯୋଗ କେନ୍ଦ୍ର ରେ ସମୁଦାୟ 15 ଟି ଦରଖାସ୍ତ ପଞ୍ଜିକରଣ ହୋଇଥିଲା l ଏହି ଶିବିର ମୁଖ୍ୟତଃ ଫସଲ ବୀମା, ଶିକ୍ଷକ ନିଯୁକ୍ତି, ଆବାସ ଗୃହ, ମରୁଡି,ମନରେଗା, ଭତ୍ତା ରାସନ କାର୍ଡ, ଅନ୍ତଦ୍ୱୟ, କାର୍ଡ,ଭତ୍ତା ,ଉପରେ ଅଭିଯୋଗ ଆସିଥିଲା l ବ୍ଲକ ର ଆଲୋକ ରଂଜନ ମିଶ୍ର , ସୁନିଲ ସାହୁ…
ମାଲକାନଗିରି/ ସାମ୍ୱାଦିକ ମାନସ୍ ନେତାମ୍ :- ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୪ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସୋମେଶ କୁମାର ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ସାଇ କିରଣ, ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ମଞ୍ଚାସୀନ ଥିଲେ । ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପୂର୍ବ ବୈଠକରେ ହୋଇଥିବା ଆଲୋଚନା ତଥା ଜନଜାତି ଉନ୍ନୟନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା,…
ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଗୁଣୁପୁର ପଞ୍ଚାୟତ ସମିତି ର ସମୀକ୍ଷା କରିଥିଲେ।ବ୍ଲକ ରେ ଚାଲିଥିବା ପି ଏମ୍ ଜନ ମନ୍ ଯୋଜନା ରେ ଘର ସବୁ ଅତି ଶୀଘ୍ର ସରାଇବା ପାଇଁ ସମସ୍ତ ଙ୍କୁ ତାଗିଦ କରିଥିଲେ ।ପରେ ଆଉ ସବୁ ଉନ୍ନୟନ ମୂଳକ କାମ ଗୁଡିକ ତ୍ୱରାନ୍ୱିତ କରି ସାରିବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ।ଏହି ମାସ ୩୦ତାରିଖ ସୁଦ୍ଧା ଏକ ହଜାର ଘର ସାରିବା ପାଇଁ ସପଥ ମଧ୍ୟ କରାଇଥିଲେ।ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ଗୁଡ଼ିକୁ ଅକ୍ଟୋବର ମାସ ରେ ସାରି ରେକର୍ଡ ସୃଷ୍ଟି କରିବା ପାଇଁ ସମସ୍ତ ପଦାଧିକାରୀ ଙ୍କୁ ଉତ୍ସାହିତ କରିଥିଲେ।ଆଗାମୀ ଦିନରେ ସମୀକ୍ଷା ଜାରୀ ରହିବ ଏବଂ ଲୋକଙ୍କ ପାଖରେ ସୁବିଧା ରେ ଯେପରି ସରକାରୀ ଯୋଜନା ଗୁଡିକ ସରଳ ରେ ପହଞ୍ଚି ପାରିବ ଏହା ପ୍ରତି ଧ୍ୟାନ ଦିଆ ଯିବ…
ମାଲକାନାଗିରି /ସାମ୍ୱାଦିକ ମାନସ୍ ନେତାମ୍:- ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ, ମାଲକାନଗିରି ତରଫରୁ ମାନ୍ୟବର ଜିଲ୍କାପାଳ ମାଲକାନଗିରି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମାଧମରେ ମ।ନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ନେଇ ଦାବି ପ୍ରତ୍ର ପ୍ରଦାନ କରିଥିଲେ। ଏହି ଦୁଇ ଦଫା ଦାବୀ ନେଇ ଆଲୋଚନା ମଧ୍ୟ କାରିଥିଲେ ଏବଂ ଅନୁରୋଧ କରାଯାଇଅଥିଲା କି 2004 ମସିହାରୁ 2014 ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଶିକ୍ଷକଙ୍କର 6 ବର୍ଷ ମୂଳ ଚାକିରୀ ରେ ଯୋଗ ଓ 6 ଟି ନାସନାଲ increament ପ୍ରଦାନ ଏବଂ ହାଇସ୍କୁଲ ଶିକ୍ଷକମାନଙ୍କ କ୍ୟାଡର ର ପୁନର୍ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା। ଆମର ଦାବି ଯଦି ୨୧ ତାରିଖ ସୁଦ୍ଧା ପୁରଣ ନ କରନ୍ତି ତେବେ ୨୨.୯.୨୦୨୫ ତାରିଖ ଦିନ ରାଜ୍ୟସ୍ତରରେ ମହା ଆନ୍ଦୋଳନ କରାଯିବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ସଂଘ ଚେତାବନୀ ଦେଇଥିଲେ ।ଆଜିର ଏହି…
ମାଲକାନଗିରି/ ସାମ୍ୱାଦିକ ମାନସ୍ ନେତାମ୍:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ସେପ୍ଟେମ୍ବର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଜାତୀୟ ସ୍ତରୀୟ ଅଭିଯାନ ଯାହା ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ଏକ ସୁସ୍ଥ ଭବିଷ୍ୟତ ପୀଢ଼ି ଗଠନ ପାଇଁ ଶିବିର ପଦ୍ଧତି ମାଧ୍ୟମରେ ସମସ୍ତ ବୟସର ମହିଳା ଏବଂ ଝିଅ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ବ୍ୟାପକ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସେବା ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟ ସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ଉପସ୍ଥିତ ଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗର…
ମାଲକାନଗିରି\ସାମ୍ୱାଦିକ ମାନସ୍ ନେତାମ୍:;- ଆଜି କୋରକୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୪୨ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୧୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୯ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ସେହିପରି ୪ ଗୋଟି ରାସନ୍ କାର୍ଡ, ଗୋଟିଏ ବିଜୁଳି ସଂଯୋଗୀକରଣ,୫ ଗୋଟି ଜମିଜମା ସମ୍ବନ୍ଧୀୟ, ଗୋଟିଏ ଚାକିରୀ ସମ୍ବନ୍ଧୀୟ, ଗୋଟିଏ ପାନୀୟ ଜଳ, ଗୋଟିଏ ସାମାଜିକ ସୁରକ୍ଷା ପେନସନ ଏବଂ ୨୭ ଗୋଟି ରାସ୍ତା ଓ କୋଠାବାଡ଼ି ଓ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥିଲା। ଏହି ଶୁଣାଣୀରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ସ୍ଵାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ପେନସନ…
ବଲାଙ୍ଗିର (ଦେବେନ୍ଦ୍ର ପୋଡ଼)ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଳକର ଲାଠୋର ଠାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଉଛି । ଲାଠୋର କୁ ଏନଏସି ମାନ୍ୟାତା ଓ ଅନ୍ୟାନ୍ୟ ସୁବିଧା କୁ ନେଇ ଏହି ବନ୍ଦ ଡାକରା ଦେଇଥିଲେ ।LDR ନେତୃତ୍ୟରେ ସକାଳ ୬ଟା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ଏଥିରେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା । ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ । ସେମାନଙ୍କ ଦାବି ହେଲା ଲାଠୋରକୁ ଏନଏସି ମାନ୍ୟତା , CHC କୁ ଉନ୍ନତିକରଣ ଓ ରେଳ ଓଭର brige ନିର୍ମାଣ କରିବାକୁ ଦାବି କରିଛନ୍ତି ।LDRର ଲବ ସୁନା ଓ ବିଜେଡିର ସରୋଜ ମେହେର ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ସମର୍ଥନ କରିଥିଲେ








