ବଲାଙ୍ଗିର(ଦେବେନ୍ଦ୍ର ପୋଡ଼)- ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତ୍ତା ନିର୍ବାଚନ (୨୦୨୫-୨୮) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗି ଓ ସଂପାଦକ ଭାବେ ମନମୋହନ ରଥ ପୁନଃ ନିର୍ବାଚିତ ହୋଇ ଥିଲେ । କୋଷାଧ୍ୟକ୍ଷ ଭାବେ ଅଶୋକ ମେହେର ଓ ସାଂଗଠନିକ ସଂପାଦକ ଭାବେ ଶ୍ରୀମନ୍ତ ପଣ୍ଡା ମନୋନୀତ ହୋଇଥିଲେ । ଜିଲ୍ଲାର ବିଭିନ୍ନ ଜୋନରୁ କାର୍ଯ୍ୟକାରିଣୀ ସମିତି ସଭ୍ୟ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ସଂଘ ସଭାପତି ଲୋଟସ ଷଡଙ୍ଗି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଂସଦ ସଂଗିତା କୁମାରୀ ସିଂଦେଓ ଉଦ୍ବୋଧନ ଦେଇଥିଲେ । ଓ ଟିଭି ପଶ୍ଚିମ ଓଡିଶା ବ୍ୟୁରୋ ଚିପ୍ ମନୋରଂଜନ ଯୋଷୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଔଷଧ ନିରୀକ୍ଷକ ଉମାଶଙ୍କର ମେହେର ଓ…
Author: Charcha News
ପ୍ରଶାନ୍ତ ରାଉଳ /କୋଲକତା ରାଜ୍ୟ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଅଣ୍ଡାଲ ପୋଲିସ ଷ୍ଟେସନ ଅନ୍ତର୍ଗତ ବାଙ୍କୋଲା ତରବଙ୍ଗଲା ଅଞ୍ଚଳର ବାସିନ୍ଦା କୁନ୍ଦନ ପାସୱାନଙ୍କ ବିରୋଧରେ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କ ମାଆ, ବାପା, ଭାଇ, ଭଉଣୀ ଏବଂ ଭାଇଙ୍କ ସହିତ ମିଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଅଣ୍ଡାଲ ଥାନା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାୟର କରାଯାଇଛି। ରିପୋର୍ଟ ଅନୁଯାୟୀ, ବିହାରର ମନକଟ୍ଥା ଲଖିସରାଇର ବାସିନ୍ଦା ନରେଶ ପାସୱାନ ଏବଂ ତାଙ୍କ ସ୍ତ୍ରୀ ଫୁଲୱନ୍ତି ଦେବୀ ଚାରି ମାସ ପୂର୍ବେ ୨୯ ମଇ ୨୦୨୫ ରେ ପଶ୍ଚିମବଙ୍ଗର ଆସାନସୋଲ ଅଣ୍ଡାଳର ବାଙ୍କୋଲା ତରବଙ୍ଗଲାର ବାସିନ୍ଦା କୁନ୍ଦନ ପାସୱାନଙ୍କୁ ବିବାହ କରିଥିଲେ, ଆଶା କରି ଯେ ସେମାନଙ୍କ ଝିଅ ତାଙ୍କ ସ୍ୱାମୀଙ୍କ ସହିତ ଏକ ନୂତନ ଘର ସ୍ଥାପନ କରିବ ଏବଂ ବହୁତ ଖୁସି ହେବ। ସେମାନେ ଜ୍ୟୋତି ଦେବୀଙ୍କ ବିବାହ…
ମାଲକାନଗିରି/ ସାମ୍ୱାଦିକ ମାନସ୍ ନେତାମ୍ :- ଜିଲ୍ଲାରେ ସେପ୍ଟେମ୍ୱର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବଙ୍ଗୋପ ସାଗର ରେ ଗଭୀର ଲଘୁଚାପ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା କିଛି ଦିନ ଜିଲ୍ଲାରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ପ୍ରତିକୂଳ ପାଗ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏବଂ ଯେକୌଣସି ପ୍ରକାର ସମ୍ଭାବ୍ୟ ଜରୁୀକାଳୀନ ପରିସ୍ଥିତି ର ମୁକାବିଲା ପାଇଁ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି କୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି । ନିର୍ଦ୍ଦେଶନାମା କୁ ଅବମାନନା କଲେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ…
କୋଲକାତା/ ପ୍ରଶାନ୍ତ ରାଉଳ:-ରାଜ୍ୟ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ସ୍ଥିତ କାଳିଆଚକର ଭୋଲାଇଚକରୁ ରେକର୍ଡ ପରିମାଣର ବ୍ରାଉନସୁଗାର ଉଦ୍ଧାର। ମାଲଦା ଜିଲ୍ଲାର କାଳିଆଚକ ଥାନା ଅନ୍ତର୍ଗତ ଗୋଲାପଗଞ୍ଜ ପାହାଡ ପୁଲିସ ପାଇଁ ପୂଜା ସାମ୍ନାରେ ଏକ ବଡ଼ ସଫଳତା। ସୂଚନା ପାଇବା ପରେ ପୁଲିସ ଏକ ଅଭିଯାନ ଚଳାଇଥିଲା। ସ୍ଥାନୀୟ ଆମ୍ବ ବଗିଚାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା। ୩୯ କିଲୋଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ୧) ବରକତ ଶେଖ, ୨) ରୋଫ ଶେଖ, ୩) ହସିବୁର ଶେଖ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କାଳିଆଚକର ମୋଜାମପୁର ଅଞ୍ଚଳର ବାସିନ୍ଦା। ଏପର୍ଯ୍ୟନ୍ତ ଜିଲ୍ଲାରେ ସର୍ବାଧିକ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ରାୟଗଡ଼ା / ରବିନ୍ଦ୍ର ନାଥ ମହାପାତ୍ର :- ରାୟଗଡ଼ା ଜିଲ୍ଲା ଗୁଣପୁର ଆଦର୍ଶ ଥାନା ପୋଲିସ ର ବଡ ସଫଳତା। ବ୍ୟବାର୍ତ୍ତା ଛକ ନିକଟରୁ ସ୍କୁଟି ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ ଘଟଣା ଜଣେ ଲୁଟେରା କୁ ଗିରଫ କରିବା ସହ ତା ଠାରୁ ଦୁଇ ଲକ୍ଷ ଟଙ୍କା ସହ ବ ଏକ କଳା ରଙ୍ଗର ବାଇକ କୁ ଜବତ କରିଛି ଗୁଣପୁର ପୋଲିସ।ଏହି ମାମଲାରେ ଜଣେ ଫେରା ଅଛି ଅତି ଶୀଘ୍ର ତାକୁ ମଧ୍ୟ ଧରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ପୋଲିସ ସୂଚନା ଦେଇଛି।ଲୁଟେରା ଜଣ କ ହେଲା ଏ ଆଜାନ ରାଓ ବାୟସ ୩୩ ।ଘର ଆସ୍କା ଏରିଆ ବୋଲି ପୋଲିସ ସୂଚନା ଦେଇଛି।ସୂଚନା ଅନୁସାରେ ଗତ 9 ତାରିଖ ଦିନ ପାଖାପାଖି ସମୟ ଗୋଟେ କୋଡ଼ିଏ (1ଟ20) ବେଳେ ରମାକାନ୍ତ ମହାପାତ୍ର ନାମକ ଜଣେ ବ୍ୟକ୍ତି ଇଣ୍ଡିଆନ ବ୍ୟାଙ୍କ ରୁ ନଗଦ ୩ଲକ୍ଷ ଟଙ୍କା…
ଗୁଣପୁର /ରବୀନ୍ଦ୍ର ନାଥ ମହାପାତ୍ର :- ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଭାଲେରି କୁଡିଆ ନିକଟ ଭୋର ପାହାନ୍ତିଆ ରୁ ଏକ ଟିପ୍ପର ଭାରସାମ୍ୟ ହରାଇ ଏକ ଗଛ କୁ ପିଟି ହୋଇ ଯାଇଛି।ଫଳରେ ଡ୍ରାଇଭର ଆହତ ଏବଂ ଗାଡ଼ି ରେ ବସିଥିବା ୨ ହେଲେପର ଙ୍କ ମୃତ୍ୟୁ ଘଟିଥିବା ଜଣ ପଡ଼ିଛି।ଆଜି ସକାଳ ୫ଟାରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି କଟର ମାଧ୍ୟମରେ କାଟି ଉଦ୍ଧାର କରି ତାଙ୍କୁ ଗୁଣପୁର ମେଡ଼ିକାଲ ଅଣାଯାଇଛି।ଖବର ପ୍ରକାଶିତ ହେବା ପରେ ନିଜ ସମ୍ପର୍କୀୟ ମାନେ ଉପଖଣ୍ଡ ମେଡିକାଲ କୁ ଆସି ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଟିପର ଟି ଗୁଣପୁର ରୁ ବାଲି ଅନଲୋଡ କରି ରମାନଗୁଡ଼ା ଫେରିବା ବେଳେ ଭାଲେରି କୁଡିଆ ରେ ଦୁର୍ଘଟଣା ହୋଇଥିଲା।ଏଥିରେ ବସିଥିବା ୨ଜଣ ହେଲ୍ପର ଙ୍କ ମୃତ ଘଟିଛି ।୨ମୃତକ ହେଲେ ଆଲିକିଆ ପାତିକା ଓ ଅଜୟ ପାଲକା ଡ୍ରାଇଭର ରାମମୂର୍ତ୍ତି ପାତିକା ଗୁରୁତର…
ବଲାଙ୍ଗୀର : ବଲାଙ୍ଗୀର ସୁଦପଡା ଛକ ସ୍ଥିତ ହରିହର ହସପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ଭୁଲ ଚିକିତ୍ସା ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ବେଲପଡାର ବନୀତା ନାଗଙ୍କୁ ହରିହର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଓଭାରି ଟ୍ୟୁମର ଥିବା ବେଳେ ଅପରେସନ ହିଁ ଏକ ମାତ୍ର ରାସ୍ତା ବୋଲି ଡାକ୍ତର କହିଥିଲେ । ଶନିବାର ଦିନ ରୋଗୀଙ୍କ ଅପରେସନ ହୋଇଥିଲା । ରବିବାର ଦିନ ରୋଗୀ ପ୍ରବଳ ଯନ୍ତ୍ରଣା ଯୋଗୁଁ ଗୁରୁତର ହୋଇ ପଡିଥିଲେ । ବାରମ୍ବାର ଗୁହାରି କରିବା ସତ୍ୱେ ଡାକ୍ତର କିମ୍ବା ନର୍ସ ପାଖକୁ ଅଅସି ନଥିଲେ । ଶେଷରେ ନର୍ସ ଆସି ଏକ ଇଞ୍ଜେକସନ ଦେବା ପରେ ରୋଗୀ ମୁତ୍ୟ ବରଣ କରିଥିଲେ । ଡାକ୍ତର ନରେନ୍ଦ୍ର ସାହୁ ଓ ନର୍ସ ମିଶି…
୨୨/୯/୨୫ ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରୀ : ଆଜି ମାଲକାନାଗିରି ଜିଲ୍ଲା ରେ ପ୍ରାଥମିକ ବୃତ୍ତି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକ ଙ୍କ କାର୍ଯ୍ୟସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ସମସ୍ତ ୭ ଗୋଟି ବ୍ଲକ ରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ସମସ୍ତ ବ୍ଲକର ୧୫ ଗୋଟି ପରୀକ୍ଷା କେନ୍ଦ୍ର ରେ ପ୍ରାୟ ୩୨୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥିଲେ। ସେହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ଚୟନ କରାଯାଇ ସରକାରୀ ବୃତ୍ତି ପ୍ରଦାନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତାର ସହିତ ଆୟୋଜିତ ହୋଇଯାଇଛି ।
୨୨/୯/୨୫ : ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରୀ : ଆଜି ପଡିଆ ବ୍ଲକ୍ ସିମିଳିବାଞ୍ଛା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୭୨ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୨୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୫୦ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଶିବିରରେ ରାସନ୍ କାର୍ଡ, ବିଜୁଳି ସଂଯୋଗୀକରଣ, ଜମିଜମା, ଚାକିରୀ, ପାନୀୟ ଜଳ, ସାମାଜିକ ସୁରକ୍ଷା ପେନସନ ଏବଂ ରାସ୍ତା ଓ କୋଠାବାଡ଼ି ଓ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥିଲା। ଏହି ଶୁଣାଣୀରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ସ୍ଵାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ପେନସନ ଓ ଜଙ୍ଗଲ ଜମି…








