ବାଲାଙ୍ଗିର/ ଦେବେନ୍ଦ୍ର ପୋଡ଼ : ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ର ମାନ୍ୟତା ମିଳିବା ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ ହେବାସହ ଉକ୍ତ ଅଂଚଳ ର ବୁଦ୍ଧିଜୀବୀ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ଭେଟି ଧନ୍ୟବାଦ ଜଣାଇଲେ l ଆଞ୍ଚଳିକ ବିକାଶ ପରିଷଦ ଲୋଇସିଂହା ଙ୍କ ପ୍ରଚେଷ୍ଟା ତଥା ଡବଲ ଇଞ୍ଜିନ ସରକାରରେ ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ଲୋକଙ୍କ ସରକାରରେ ସାକାର ହୋଇଛି ବୋଲି ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ବାସ୍ତବ ରୂପ ନେଇଛି l ଲୋଇସିଂହାକୁ ଏନଏସି ର ମାନ୍ୟତା ମିଳିବା ଲୋଇସିଂହା ଅଂଚଳବାସି ଙ୍କ ପାଇଁ ଖୁସିର ବିଷୟ l ଏହି ଐତିହାସିକ ନିଷ୍ପତ୍ତି ପାଇଁ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି l ଏହି ଅବସରରେ ବୁର୍ଡା…
Author: Charcha News
ରାୟଗଡ:-ରବିନ୍ଦ୍ର ନାଥ ମହାପାତ୍ରଆଜି ଠାରୁ ପୁଣିଥରେ ରାୟଗଡ଼ା ଜିଲ୍ଲା ନିୟମ ଗିରି ପର୍ବତ ସଂଲଗ୍ନ ବ୍ଲକ ଯଥା କଲ୍ୟାଣସିଂପୁର,ଵିଷମ କଟକ ଓ ମୁନିଗୁଡା ବ୍ଲକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଆଦେଶ କ୍ରମେ ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା, ଆଧାର କାର୍ଡ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଷମକଟକ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ମଙ୍ଗଳ ଅଧିକାରୀ ଶ୍ରୀ ଜଗବନ୍ଧୁ ମେହେର ଓ ଅନ୍ୟ କର୍ମଚାରୀ, କଲ୍ୟାଣ ସିଂପୁର ବ୍ଲକର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାଶ ଓ କର୍ମଚାରୀ,ଉପସ୍ଥିତ ରହି ସଚେତନତା କରିଥିଲେ ସେହିପରି ମୁନିଗୁଡା ବ୍ଲକର ମଙ୍ଗଳ ସମ୍ପ୍ରସାରଣ…
ରାୟଗଡ ତା: ରବିନ୍ଦ୍ର ନାଥ ମହାପାତ୍ରରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ୭୭ଟି ଅଭିଯୋଗ ଶୁଣିଥିଲେ ରାୟଗଡା ଜିଲ୍ଲାପାଳ। ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ,ଜିଲ୍ଲା ବନ ଅଧିକାରୀ ସଚିନ ଅହ୍ନା ସାହେବ ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳ, ରାୟଗଡ,ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଜିଲ୍ଲା ଉପ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ lମୋଟ ୭୭ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୬୯ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୮ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ…
ମାଲକାନଗିରି/ ସାମ୍ୱାଦିକ ମାନସ୍ ନେତାମ୍ କାଲିମେଳାରେ ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ l ଚାଷୀ ମାନେ ଦୀର୍ଘ ଦିନ ଧରି ଇୟୁରିଆ ସାର ପାଇଁ ଲ୍ୟାମ୍ପ କୁ ବାରମ୍ବାର ଦୋଉଡୁ ଥିବା ବେଳେ ମିଳୁନି ସାର, ଅନ୍ୟ ପଟେ ସ୍ୱୀକୃତି ପ୍ରାପ୍ତ ଦୋକାନୀ ବିକୁ ଛନ୍ତି ଚଢ଼ା ଦାମ ରେ ଏହାକୁ ପ୍ରତିବାଦ କରି ଚାଷୀ ଅସନ୍ତୋଷ ହୋଇ କାହିଙ୍କି ସରକାର ଲ୍ୟାମ୍ପସ ପକ୍ଷରୁ ସାର ଦିଆ ଯାଉ ନାହିଁ, ଏହି ପ୍ରତିବାଦ ରେ, କାଲିମେଳା ମୋଟୁ 326ନମ୍ବର ଜାତୀୟ ରାଜ ପଥ କୁ ଅବରୋଧ କରିବା ସହ ଚାଷୀ ମାନେ ପ୍ରତିବାଦ କରିଥିଲେ, ପୋଲିସ ଘଟଣା ସ୍ଥଳେ ପହଞ୍ଚି ସହ ଲ୍ୟାମ୍ପସ କତୃପକ୍ଷ ପକ୍ଷରୁ ଆସନ୍ତା ତିନି ତାରିଖ ଦିନ ସାର ମହଜୁଦ ହେବ କହିବା ପରେ ଚାଷୀ ସାନ୍ତ୍ୱନା ପଡି ଥିଲେ, ଚାଷୀ ମାନେ ଚେତା ବନି ଦେଇଛନ୍ତି ଆଗାମୀ ୩ ତାରିଖ ଆସିବ ବୋଲି…
ମାଲକାନଗିରି / ମାନସ୍ ନେତାମ୍ ମଝି ନଇରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲା ଯୁବକ।ମାଲକାନଗିରି ଥାଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲା ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ହେଲିକପ୍ଟର ଯୋଗେ ଉଦ୍ଧାର ହେଲା ଯୁବକ।ଆଜି ସକାଳୁ ସ୍ଥାନୀୟ ଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିଲା ଶେଷରେ ଛତିଶଗଡ଼ ର ଜଗଦଲପୁର ରୁ ହେଲିକପ୍ଟର. ଆସିବା ପରେ ଯୁବକ କୁ ଉଦ୍ଧାର କରାଯାଇଛି। ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲା। ତେବେ…
ରାୟଗଡ଼ା:ରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା କୋଲନରା ଜଙ୍ଗଲ ଅଞ୍ଚଳରୁ ୨କଲରାପତରିଆ ବାଘ ଛାଲ ଜବତ ହୋଇଛି।ଏହି ଘଟଣା ୩୦ ଅଗଷ୍ଟ ୨୦୨୫ ତାରିଖରେ ମୁମ୍ବାଇ ଜୋନାଲ୍ ୟୁନିଟ୍ର ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଦଳ ରାୟଗଡ଼ା ଜିଲ୍ଲାର କୋଳନାରା NH ପଥର ପାର୍ଶ୍ୱରେ ଗୁପ୍ତ ସୂଚନା ଆଧାରରେ ଅଚାନକ ଆସିବଚଢ଼ାଉ କରିଥିଲେ । ଏହି ସମୟରେ ଦୁଇଟି କଲରାପତରିଆ ବାଘ ଛାଲ କୁ ଜବତ କରିବା ସହ ୪ ଜଣ କୁ ଗିରଫ କରିଥିବା ବନ ବିଭାଗ ଆଜି ସୋମବାର ସୂଚନା ଦେଇଛି।ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୩୧ ଅଗଷ୍ଟ ୨୦୨୫ ତାରିଖରେ ଜବତ ହୋଇଥିବା କଲରାପତରିଆ ବାଘ ଛାଲ କୁ ରାୟଗଡ଼ା ରେଞ୍ଜ ଅଧିକାରୀଙ୍କୁ ଉଚିତ୍ ନିୟମାନୁସାରେ ହସ୍ତାନ୍ତର କରାଗଲା । ପରେ, ରେଞ୍ଜ ଅଧିକାରୀ ରାୟଗଡ଼ା, ବନ୍ୟଜୀବ ସୁରକ୍ଷା ଆଇନ ଅନୁସାରେ OR No – 93/2025-26 ରେ ମାମଲା ରେଜିଷ୍ଟର କରି କୋର୍ଟ ଚାଲାଣ କରିଥିଲା।ଗିରଫ ଚାରିଜଣ ଙ୍କ…
ବଲାଙ୍ଗୀର /ଦେବେନ୍ଦ୍ର ପୋଡ଼: ପାଟଣାଗଡ଼ ଅନ୍ତର୍ଗତ ବେହେରାବନ୍ଧ ର ଗୋନ୍ତିଆ ପଡ଼ା ଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ଗଣେଶ ପୂଜା ମହୋତ୍ସବ । ଭଷାଣି ଉତ୍ସବ ଦିନ ୨ଟାରୁ ଆରମ୍ଭ ହୋଇ ରାତ୍ରି ପର୍ଯ୍ୟାନ୍ତ ଚାଲିଥିଲା । ଏଥିରେ ପଡାର ବଡ଼ ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ସାମିଳ ହୋଇଥିଲେ । ଡିଜେ ର ତାଳେ ତାଳେ ନାଚିଥିଲେ ଓ ଗଣପତି ବାବା ମେରୌ ଆଁ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ।ପଡ଼ାରେ ପ୍ରଶେସନ ପରେ ରାସ୍ତା ଉପରକୁ ଆସି ପୋଖରୀକୁ ନେଇ ବିସର୍ଜନ କରିଥିଲେ । ମହିଳାମାନେ ଗଣେଶ ମୂର୍ତ୍ତିର ପଛେ ପଛେ ହୁଲଦୁଲି ସହିତ ଛୋଟ ଛୁଆମାନେ ନାଚିଥିଲେ ।
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାରାଜ୍ୟ ପଶ୍ଚିମବଙ୍ଗର ନଦିଆର କୃଷ୍ଣନଗରର ଛାତ୍ରୀ ଇଶିତା ମଲ୍ଲିକଙ୍କ ହତ୍ୟା ଘଟଣାରେ ରାଜ୍ୟ ପୋଲିସ ଏକ ବଡ଼ ସଫଳତା ପାଇଲା। ମୁଖ୍ୟ ଅଭିଯୁକ୍ତ ଦେଶରାଜ ସିଂହଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ଏବଂ ନେପାଳ ସୀମାନ୍ତରେ ଥିବା ମହାରାଜଗଞ୍ଜ ଜିଲ୍ଲାର ନୌତନୱା ସହରରୁ ଦେଶରାଜଙ୍କୁ ଗିରଫ କରାଯାଇଛି। ତାଙ୍କ ବାପା ରାଘବେନ୍ଦ୍ର ପ୍ରତାପ ସିଂହ ମଧ୍ୟ ରାଜସ୍ଥାନର ଜୈସଲମେରରେ ଗୃହବନ୍ଦୀ ଅଛନ୍ତି। ତାଙ୍କୁ ଗିରଫ କରାଯାଇ କୃଷ୍ଣନଗର ଅଣାଯିବ। ପୋଲିସ ସୂତ୍ରରୁ ଏମିତି ଜଣାପଡ଼ିଛି। ଆଜି ଅର୍ଥାତ ସୋମବାର ସକାଳେ ଦେଶରାଜଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୃଷ୍ଣନଗରର କୋତୱାଲି ଥାନାକୁ ଅଣାଯାଇଛି।ନକଲି କାଗଜପତ୍ର ପ୍ରସ୍ତୁତ କରି ଦେଶରାଜଙ୍କୁ ଲୁଚି ପଳାଇବାରେ ସାହାଯ୍ୟ କରିବା ଅଭିଯୋଗରେ ପୋଲିସ ଦେଶରାଜଙ୍କ ମାମୁଁ କୁଳଦୀପଙ୍କୁ ପୂର୍ବରୁ ଗିରଫ କରିସାରିଛି। ଏହା ପରେ ଦେଶରାଜଙ୍କ ସନ୍ଧାନ ମିଳିଥିଲା ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୫ ତାରିଖରେ ଦେଶରାଜ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା କୋଚବିହାର ସୀମାନ୍ତରେ ବିଏସ୍ଏଫ୍ର ବଡ଼ ସଫଳତା। ୧୩୮ ବାଟାଲିୟନ ବିଏସ୍ଏଫ୍ ଚୋରା ଚାଲାଣ ସମୟରେ ଚୋରା ଚାଲାଣକାରୀଙ୍କଠାରୁ ପ୍ରାୟ ୫ କିଲୋଗ୍ରାମ ସୁନା ଉଦ୍ଧାର କରିଛି। ଆଜି, ବିଏସ୍ଏଫ୍ର ଗୌହାଟୀ ଫ୍ରଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଯେ ରବିବାର ରାତିରେ ଦିନହାଟାର ସୀମାନ୍ତ ଗ୍ରାମ ଚୌଧୁରୀହାଟର ଝିକ୍ରି ସୀମାରେ ଚୋରା ଚାଲାଣ ସମୟରେ ବିଏସ୍ଏଫ୍ ପ୍ରାୟ ୫ କିଲୋ ୧୭ ଗ୍ରାମ ଓଜନର ୪୩ଟି ସୁନା ବିସ୍କୁଟ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ପାଞ୍ଚ କୋଟି ଟଙ୍କା। ତେବେ, ଏହି ଘଟଣାରେ କାହାକୁ ଅଟକ କିମ୍ବା ଗିରଫ କରାଯାଇଛି କି ନାହିଁ ତାହା ଜଣାଯାଇ ନାହିଁ।








