Author: Charcha News

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାପୁଣି ସୁଟ୍‌ଆଉଟ୍‌ର ଘଟଣା। ଏଥର ନଦିଆର କୃଷ୍ଣନଗରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକ ଘରେ ପଶି ଜଣେ ଛାତ୍ରୀଙ୍କୁ ଲକ୍ଷ୍ୟ କରି ଗୁଳି କରି ହତ୍ୟା କରିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣନଗର ସହରର ମହିଳା କଲେଜ ନିକଟରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାମ ଇଶା ମଲ୍ଲିକ (୧୯)। କାଞ୍ଚରାପଡ଼ାର ଜଣେ ଯୁବକ ଘରେ ପଶି ଗୁଳି ଚଳାଇଥିବାର ଅଭିଯୋଗ ଉଠିଛି।ମୃତକଙ୍କ ମାଆ ଦାବି କରିଛନ୍ତି ଯେ ସେହି ସମୟରେ ସେ ତାଙ୍କ ପୁଅକୁ ଆଣିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇଥିଲେ। ସେହି ସମୟରେ ଯୁବକ ଜଣକ ଘରେ ପ୍ରବେଶ କରି ଏହି ଅପରାଧ କରିଥିଲେ। ଘଟଣା ପରେ, ଝିଅର ମାଆ ଘରକୁ ଆସି ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହୋଇଥିଲେ! ଅଭିଯୋଗ ଅନୁଯାୟୀ, ଯୁବକ ଜଣକ ଝିଅର ମାଆଙ୍କୁ ବନ୍ଧୁକ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାମନ୍ଦିରମୟ କାଲନା ସହରକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ଏବଂ ଆଲୋକିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। କାଲନା ପୌରସଭା ସେହି ନିର୍ଦ୍ଦେଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କଠିନ ପରିଶ୍ରମ କରୁଛି। ସେହି ଲକ୍ଷ୍ୟରେ, ପୌର ପ୍ରଶାସନ କାଲନା ରାଜବାଡ଼ି ଏବଂ ୧୦୮ଟି ଶିବ ମନ୍ଦିରକୁ ରାମଧନୁର ରଙ୍ଗରେ ସଜାଇବା ପାଇଁ ଏକ ଜୋରଦାର ଅଭିଯାନ ଆରମ୍ଭ କରିଛି।ଏହା ସହିତ, ବର୍ଷର ବିଶେଷ ଦିନଗୁଡ଼ିକ, ଯେପରିକି ଜାନୁଆରୀ ୨୬ ଏବଂ ସ୍ୱାଧୀନତା ଦିବସରେ, ମନ୍ଦିରଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯିବ। ପୁରୁଣା ଆଲୋକ ବଦଳରେ ନୂତନ ଆଲୋକ ଯୋଡାଯିବ। ଅନେକଙ୍କ ମତ ଯେ ରାଜ୍ୟ ସରକାରଙ୍କ ପଦକ୍ଷେପରେ ମନ୍ଦିରମୟ ସହର ଏକ ‘ସ୍ୱପ୍ନର ସହର’ ହୋଇଯିବ। କାଲନା ମେୟର ଆନନ୍ଦ ଦତ୍ତ ଏବଂ ଡେପୁଟି ମେୟର ତପନ ପୋରେଲ କିଛି ଦିନ ପୂର୍ବରୁ କମ୍ପାନୀର ଇଞ୍ଜିନିୟର ଏବଂ କର୍ମଚାରୀଙ୍କ ସହିତ ସେହି ସ୍ଥାନଗୁଡ଼ିକ ଯାଞ୍ଚ…

Read More

ମାଲକାନଗିରି, ମାନସ୍ ନେତାମ୍ ଆଜି ଚିତ୍ରକୋଣ୍ଡା ବ୍ଲକ୍ ପଣସପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୧୧୨ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୩୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୭୬ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୪ ଗୋଟି ଜମିଜମା ସମ୍ବନ୍ଧୀୟ, ୩ ଗୋଟି ଚାକିରୀ ସମ୍ବନ୍ଧୀୟ, ୩୬ ଗୋଟି ଜଙ୍ଗଲ ଜମି ଏବଂ ୬୯ ଗୋଟି ରାସ୍ତା, ସେତୁ, ବିଦ୍ୟାଳୟ କୋଠା, ପାନୀୟ ଜଳ, ମୋବାଇଲ ଟାୱାର ସମ୍ପର୍କିତ ଅଭିଯୋଗ ରହିଥିଲା ।ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବନଖଣ୍ଡ ଅଧିକାରୀ ସାଇ କିରଣ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ,ଉପସ୍ଥିତ ଥିଲେ l ଅନ୍ୟ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗ ର ମାଲଦା ଜିଲ୍ଲା ସ୍ଥିତ କାଳିଆଛକ ଆଜି ସକାଳେ ଧୁରିଟୋଲା ଗାଁରେ ଉତ୍ତେଜନା ପ୍ରକାଶ ପାଇଲା। ଏକ ପରିତ୍ୟକ୍ତ ଘରୁ ୨୨ଟି ତାଜା ବୋମା ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ ମିଳିଥିବା ସୂଚନା ଅନୁଯାୟୀ, ଘରଟି ପ୍ରାୟ ଦଶ ମାସ ଧରି ଖାଲି ପଡ଼ିଛି। ଘରର ମାଲିକ ଏବଂ ତାଙ୍କ ପରିବାର ମାଲଦାର ଅନ୍ୟ ଏକ ଥାନା ଅଞ୍ଚଳରେ ରୁହନ୍ତି। ଆଜି ସକାଳେ କାଳିଆଛକ ଥାନା ପୋଲିସ ସୂଚନା ପାଇଲା ଯେ ଘର ଭିତରେ ତିନୋଟି ସନ୍ଦିଗ୍ଧ ଜାର ରଖାଯାଇଛି। ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଲାସି ଚଳାଇଛି। ତଲାସି ପରେ ଜାର ଭିତରେ ମୋଟ ୨୨ଟି ବଲ୍ ବୋମା ମିଳିଛି। ଖବର ପ୍ରସାରିତ ହେବା ମାତ୍ରେ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ଜମା ହୋଇଥିଲେ। ପୋଲିସ ଅଞ୍ଚଳକୁ ଘେରି ଯାଇଥିଲା। ଅଗ୍ନିଶମ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସକାଳେ ସକାଳେ ଗୋଟିଏ କପ୍ ଚା ଆବଶ୍ୟକ ହୁଏ। ଏବଂ ଏହି ଚା ପସନ୍ଦ ନ କରୁଥିବା ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର। ଯଦିଓ ଆପଣ ପସନ୍ଦ କରନ୍ତି, ସଂଖ୍ୟା ବହୁତ କମ୍। ସାଧାରଣତଃ, ରାସ୍ତା ପାର୍ଶ୍ୱରେ କିମ୍ବା ରେଷ୍ଟୁରାଣ୍ଟରେ କଣ୍ଡେନ୍ସଡ୍ ମିଲ୍କ କିମ୍ବା ଗାଈ କ୍ଷୀରରୁ ତିଆରି ଚା ପିଇଥାନ୍ତି। କେତେକ ଲେମ୍ବୁ ଚା, ସବୁଜ ଚା ଏବଂ ମସଲା ଚା ମଧ୍ୟ ପିଇଥାନ୍ତି। ତଥାପି, ଏହା ପ୍ରଥମ ଥର ଯେ ବୀରଭୂମ ଜିଲ୍ଲା ସ୍ଥିତ ଆମୋଦ ପୁର ଅଞ୍ଚଳ ରେ ଓଟ କ୍ଷୀର ଚା ଉପଲବ୍ଧ। ଓଟ କ୍ଷୀର ଚା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍। ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଅଛି: ରାଜ୍ୟ ପଶ୍ଚିମ ବଙ୍ଗ ବୀରଭୂମରେ ଓଟ କ୍ଷୀର କେଉଁଠାରେ? ଏହି ଓଟ କ୍ଷୀର ପାଉଡର ଅନଲାଇନ୍ ମାଧ୍ୟମରେ ବୀରଭୂମ ଜିଲ୍ଲା…

Read More

ମାଲକାନଗିରି,୨୫|୦୮/୨୫ ମାନସ୍ ନେତାମ୍ ଜିଲ୍ଲାରେ ବର୍ତ୍ତମାନ ୟୁରିଆ ସାରର ଘୋର ଅଭାବ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଚାଷୀ କୁଳରେ ବର୍ତ୍ତମାନ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାର ପ୍ରାୟତଃ ଅଧିକାଂଶ ବ୍ଲକରେ ବର୍ତ୍ତମାନ ୟୁରିଆ ସାର ମିଳିବା କଷ୍ଟ କର ହୋଇପଡ଼ିଛି। ଜିଲ୍ଲା ପ୍ରଶାସନ ୟୁରିଆ ସାର ଯୋଗାଇବାରେ ବିଫଳ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଯାହାଫଳରେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି ଏହାସହିତ ୟୁରିଆ ର କଳାବଜାରୀ ବଡ଼ି ଚାଲିଛି। ୟୁରିଆ ସାରକୁ ଚଢା ଦରରେ ବିକ୍ରୀ କରୁଛନ୍ତି । ଅସାଧୁ ବ୍ୟବସାୟୀମାନେ। ଏନେଇ ବର୍ତ୍ତମାନ ଚାଷୀ ମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଧାନ ଚାଷରେ ୟୁରିଆ ସାର ପକାଇବାର ନିତାନ୍ତ ଆବଶ୍ୟକତା ରହିଛିI ସାର ବସ୍ତା ପ୍ରତି ସରକାରୀ ଦର ୨୬୭ଟଙ୍କା ରହିଥ‌ିବା ବେଳେ ବିଭିନ୍ନ ସାର ଦୁକାନ ମାନଙ୍କରେ ୮ଶହ ରୁ ହଜାର ଟଙ୍କା, ଚଢା ଦରରେ ୟୁରିଆ ସାର ବିକ୍ରୀ କରୁଥିବା ଅଭିଯୋଗ ହେଉଛି…

Read More

ରାୟଗଡ଼ା ରବିନ୍ଦ୍ର ନାଥ ମହାପାତ୍ରବେଆଇନ୍ ଭାବରେ ବାଲି ଚୋରାଚାଲାଣ ହେବା ସମୟରେ ଗୁଡ଼ାରୀ ଛକ ନିକଟରେ ଚଢ଼ାଉ କରି ଦୁଇ ବାଲି ବୋଝେଇ ହାଇୱା ଟ୍ରକ୍ କୁ ଜବତ କରିଛି ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ପୋଲିସ ।ଦୁଇ ବାଲି ବୋଝେଇ ଟ୍ରକ୍ କୁ ଫାଣ୍ଡି ନିକଟରେ ଅଟକ ରଖି ଅଧିକ ଅନୁସନ୍ଧାନ କରୁଛି ପୋଲିସ । ସରକାର ଙ୍କ ନୀତି ନିୟମ କୁ ଫୁ କରି ଦିନ ଦୁଇ ପ୍ରହର ରେ ବାଲି ମାଫିଆ ମାନେ ଗୁଡ଼ାରୀ ନଦୀ ଅଞ୍ଚଳ ରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଛି।ଗରିବ ଲୋକ ପାଇଁ ଘର ଟେକିବା ପାଇଁ ଗୁଡ଼ାରୀ ଅଞ୍ଚଳ ରେ ବାଲି ମିଳୁନଥିବା ବେଳେ ମାଫିଆ ମାନେ ଦିନ ହେଉ କି ରାତି ବେଧଡକ ଭାବରେ ବାଲି ନକଲି କାଗଜ ଦେଖାଇ ଶହ ଶହ ଟ୍ରାକ୍ଟର ମାଧ୍ୟମ ରେ ନଦୀ ଗର୍ଭରୁ ଉଠାଇ ବାଲି ଡମ୍ପିଂଗ କରି…

Read More

ରାୟଗଡ଼ାରାୟଗଡ଼ା ଜିଲ୍ଲା ପଦ୍ମପୁର ବଡ ନାଳ ଠାରେ ଆଜି ରବିବାର କଂଗ୍ରେସ ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କର୍ମୀ ମାନେ ଏକ ହୋଇ ଆଗକୁ ବଢ଼ିବା ଲୋକ ଙ୍କ ପାଇଁ କାମ କରିବା ବୋଲି ଏଠାରେ ଆଲୋଚନା ହୋଇଥିଲା। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ଗୁଣପୁର ନିର୍ବାଚନ ମଣ୍ଡଳୀ ର ପଦ୍ମପୁର ବ୍ଲକ ହେଉଛି ଆଗରୁ କଂଗ୍ରେସ ର ଗଡ ଏହି ଗଡ କୁ ପୁଣି ଥରେ କଂଗ୍ରେସ ଫେରିଛି।ଆଗକୁ ମଜବୁତ୍ କରିବା ସଂଗଠନ ବୃଦ୍ଧି କରିବା। ତୃଣମୂଳ ସ୍ତରରୁ ଦଳ ମଜବୁତ୍ ହେବ ତାହା ଆଲୋଚନା କରିଥିଲେ।ଏଥିରେ ବିଧାୟକ ସମସ୍ତ ଗାଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା।ଶିକ୍ଷା ସ୍ବାସ୍ଥ୍ୟ ପରି ବୁଝି ଗୁରୁତ୍ଵ ଦେବା ବୋଲି କହିଥିଲେ।ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।ଦଳ ଭିତରେ ସମସ୍ତେ ଆମେ ସମାନ ବୋଲି କହିଥିଲେ।ଏହି ସମୟ ରେ ଏମ…

Read More

ରାୟଗଡ଼ା ଗୁଣପୁର ମହାବିଦ୍ୟାଳୟ , ଗୁଣପୁର ଠାରେ ଆଜି ପ୍ରଥମ ବର୍ଷ ଛାତ୍ର ଛାତ୍ରି ମାନଙ୍କୁ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରି ମାନଙ୍କଦ୍ୱାରା ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଶିକ୍ଷା ଓ ଗଣିତ ବିଭାଗ ତରଫରୁ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି ସଭାପତିତ୍ଵ କରି ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ର ଛାତ୍ରି ଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାର୍ଥୀ ମାନେ ଈଶ୍ବର ,ପରିଶ୍ରମ ଓ ବିଦ୍ୟାରେ ମନ ଲଗେଇବା ସହ କୁସଙ୍ଗ, ସ୍ୱାର୍ଥ ଓ ନିନ୍ଦା ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷା ବିଭାଗର ମୁଖ୍ୟ ଗଙ୍ଗା ମାଡ଼କାମି ଓ ଗଣିତ ବିଭାଗର ମୁଖ୍ୟ ଜିତେନ୍ଦ୍ର ବଡ଼ ମୁଣ୍ଡି ଙ୍କ ନେତୃତ୍ଵରେ ଅତି ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ଦୁଇଟି ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ସତିଶ…

Read More