Author: Charcha News

rabundra nath mohapatroPlace – Rayagada ନିୟମଗିରିରେ ରାୟଗଡ଼ା ଜିଲାପାଳ। ଲୋକଙ୍କ ଗୁହାରି ଶୁଣିଲେ ଶୀଘ୍ର ପୂରଣ ହେବ ପ୍ରତିଶୃତି ଦେଲେ। ଆଜି ରାୟଗଡ଼ା ଜିଲାପାଳ ଆସୁତୋଷ କୁଲକର୍ଣୀ କଲ୍ୟାଣସିଂହପୁର ବ୍ଲକ୍ ଗସ୍ତରେ ଯାଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି, ସବୁଠାରୁ ଉପାନ୍ତ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ପଞ୍ଚାୟତ ଫାକେରୁ, ଦେଙ୍ଗଲିଲି, ନିରୁଗୁଣ୍ଡି ଓ ସୁନାଖଣ୍ଡି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗାଁକୁ ଯାଇଥିଲେ ସେଠାକାର ପରିବେଶ ଦେଖିବା ସହିତ ପିଏମ ଜନମନ ଯୋଜନାରେ ଅନ୍ତର୍ଭୁକ୍ତ ଆବାସ ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ନିୟମଗିରି ପାହାଡ଼ ଅଞ୍ଚଳ ରେ ବିଦ୍ୟୁତ କରଣ ହୋଇପାରିନାହିଁ ସେଥିପ୍ରତି ଦୃଷ୍ଟି ଦେବେ ସହିତ ଅଞ୍ଚଳରେ ସପୁରୀ ଚାଷୀ ଭଲ ହୁଏ, ଏହା ଅଧିକରୁ ଅଧିକ ଅମଳ ହେବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେପରି ନିୟମଗିରି ଅଭିମୁଖେ ଯିବାବେଳେ ଘାଗୁଡ଼ିମାଳ ଗାଁ ବସୀ ବାଟ ଅଟକାଇ ଥିଲେ ଓ ଗାଁକୁ ରାସ୍ତା ନଥିବା…

Read More

ରବିନ୍ଦ୍ର ନାଥ ମହାପାତ୍ରପ୍ଲେସ ରାୟଗଡ଼ାରାୟଗଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖା ତରଫରୁ ସ୍ଥାନୀୟ ଲାୟନ୍ସ କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଉତ୍କଳ ସମ୍ମିଳନୀ ଶାଖା ର ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରୁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉପାନ୍ତ ଅଞ୍ଚଳରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ର ଅନଧିକାର ପ୍ରବେଶ ସହିତ ଓଡ଼ିଶା ର ଖଣି ,ପାଣି ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି । ଅପର ପକ୍ଷ ରେ ଓଡ଼ିଆ ଭାଷା ,ସଂସ୍କୃତି ଧୀରେ ଧୀରେ ଅସ୍ମିତା ହରାଉଛି। ଏସବୁ ସମସ୍ୟା ର ସମାଧାନ କରିବା ପାଇଁ ଉତ୍କଳ ସମ୍ମିଳନୀ କାର୍ଯ୍ୟ କରିବ । ରାଜ୍ୟ ସରକାର ଙ୍କ ନିକଟରେ ସମସ୍ତ ସମସ୍ୟା ର ସମାଧାନ ନେଇ ଦାବୀ ଉପସ୍ଥାପନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ସଭାରେ ଅନ୍ୟ ମାନଙ୍କ ଭିତରେ ବିଜେପି ପୂର୍ବତନ ସଭାପତି…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ଆଙ୍କର/ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଆସାନସୋଲ ସହର ରେ ହୀରାପୁର ଥାନା ଅନ୍ତର୍ଗତ ମାଣିକ ଚାନ୍ଦ ବାଳିକା ବିଦ୍ୟାଳୟ ସଂଲଗ୍ନ ଅଞ୍ଚଳରେ ଆଠଟି କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ହୀରାପୁର ଥାନାରେ ଅଭିଯୋଗ କରିଛନ୍ତି ସମାଜ ସେବୀ ଓ ପଶୁ ପ୍ରେମୀ ମାନେହୀରାପୁର ଥାନା ପୋଲିସ ତଦନ୍ତ କରୁଛି। ସ୍ଥାନୀୟ ସମାଜସେବୀ ଶଙ୍କର ନାଗ କହିଛନ୍ତି ଯେ ମାଣିକ ଚାନ୍ଦ ଅଞ୍ଚଳରେ ଆଠଟି କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଆମେ ଥାନାରେ ଅଭିଯୋଗ କରିଛୁ, ଉଦ୍ଧାର ହୋଇଥିବା କୁକୁରମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବ। ପଶୁପ୍ରେମୀ ସଂଗଠନଗୁଡ଼ିକ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Read More

ଆଜିକାର ସମୟ ରେ କେନ୍ଦ୍ର ସରକାର ହେଉ ବା ରାଜ୍ୟ ସରକାର ସମସ୍ତ ଙ୍କ ଗୋଟିଏ କଥା ପାଠ ପଢ଼ ଓ ଅନ୍ୟ କୁ ପଢ଼ାଓ କାରଣ ଡିଜିଟାଲ ସମୟ କେହି ଭିପାଠ ନ ପଢି ଏହି ସମାଜ ରେ ମୂର୍ଖ ବୋଲି କେହି ନ କୁହନ୍ତି ଯାହା ପାଇଁ କେନ୍ଦ୍ରର ବା ରାଜ୍ୟ ସରକାର ଙ୍କ ପ୍ରୟାସ ପୁରୁଷ ଓ ମହିଳା ମାନେ ବର୍ତ୍ତମାନ ସମୟ ବା ଭବିଷ୍ୟତ ରେ ସମସ୍ତେ ଶିକ୍ଷା ଗ୍ରହଣ କରନ୍ତୁ ତାହା ସତ୍ତ୍ବେ ଭି ଆମ କ୍ୟାମେରା ରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆଜି ଆମେ ଚର୍ଚ୍ଚା ନିଉଜ ଦର୍ଶକ କୁ ଦେଖାଇ ବୁ ଦୁଇ ମହଲା ସ୍କୁଲ କୋଠା। ଶିକ୍ଷକ ଓ ସିଖିକା ଅଛନ୍ତି। କିନ୍ତୁ କୌଣସି ଛାତ୍ର ନାହାନ୍ତି। ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ସ୍ଥିତ କାନ୍ଥୀ 1 ବ୍ଲକରେ ଥିବା ବାଙ୍କାବେରିଆ ଜୁନିଅର ହାଇସ୍କୁଲର…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଶୁକ୍ରବାର କାନ୍ଥୀର ସାବାଜପୁଟରେ ଧାନବୋଝେଇ ଏକ ୧୦ ଚକିଆ ଟ୍ରକ ପୋଖରୀରେ ଓଲଟି ପଡ଼ିବାରୁ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଜଣେ ନିଖୋଜ ଅଛନ୍ତି। ଶୁକ୍ରବାର ଅପରାହ୍ନରେ ସାବାଜପୁଟର ବାଗଡିହା ନିକଟ ଛତ୍ରଧାରା-ସାବାଜପୁଟ ଗ୍ରାମୀଣ ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଡ୍ରାଇଭର ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲିସ ଜଣାଇଛି ଯେ ମୃତକଙ୍କ ନାମ ଶୁକଦେବ ପାତ୍ର (୨୫) ଏବଂ ଦେବାଶିଷ ସିଟ୍ (୨୮)। ନିଖୋଜ ଯୁବକଙ୍କ ନାମ ଗୌତମ ସିଟ୍। ଟ୍ରକରେ ଡ୍ରାଇଭର ସମେତ ମୋଟ ଆଠ ଜଣ ଥିଲେ। ଆହତ ପାଞ୍ଚ ଜଣଙ୍କୁ କାନ୍ଥୀ ମହକୁମା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ସମସ୍ତ ମୃତକ ଏବଂ ଆହତ ରାମନଗର ଥାନା ସତୀଲାପୁର ଗ୍ରାମର। ଏହି ଦୁର୍ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। କାନ୍ଥୀ ଏସ୍‌ଡିପିଓ ଦିବାକର ଦାସ କହିଛନ୍ତି, ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ଆମେ ଦୁର୍ଘଟଣାର…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ସ୍ତ୍ରୀ କୁ ନିର୍ମମ ଭାବେ ହତ୍ୟା କରିବା ପରେ ସ୍ୱାମୀ ଶରୀରର ଅଂଶଗୁଡ଼ିକୁ ବ୍ୟାଗରେ ଧରି ଗାଁରେ ବୁଲୁଥିଲେ। ଏହି ଚାଞ୍ଚଲ୍ୟକର ଘଟଣାଟି ରାଜ୍ୟ ପଶ୍ଚିମ ବଙ୍ଗର ଜଲପାଇଗୁଡ଼ି ଜିଲ୍ଲା ସ୍ଥିତ ମୈନାଗୁଡ଼ି ବ୍ଲକର ବାଙ୍କାକାଣ୍ଡିରେ ଘଟିଛି। ମୃତ ମହିଳାଙ୍କ ନାମ ଦୀପାଲି ରାୟ (୪୫)। ବାଙ୍କାକାଣ୍ଡିର ବାସିନ୍ଦା ରମେଶ ରାୟଙ୍କୁ ଆଜି ସକାଳେ ସ୍ଥାନୀୟ ଲୋକମାନେ ଏକ ବ୍ୟାଗରେ ଶରୀରର ଅଂଶଗୁଡ଼ିକୁ ନେଇ ବୁଲୁଥିବାର ଦେଖିଥିଲେ। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରମେଶ ରାୟ ଏକ ବ୍ୟାଗରେ ଏକ କଲିଜା ଓ ଶରୀରର କଟା ଅଂଶଗୁଡ଼ିକୁ ନେଇ ଅଞ୍ଚଳରେ ବୁଲିଥିଲେ ଏବଂ ଅନେକ ଲୋକଙ୍କୁ ଶରୀରର ଅଂଶ ଦେଖାଇଥିଲେ। ଏବଂ ସେ ଯାହା ଦେଖିଲେ ତାହା ଅନେକ ଲୋକଙ୍କୁ ଭୟଭୀତ କରିଦେଇଥିଲା। ଘଟଣା ବିଷୟରେ ସମସ୍ତେ ସନ୍ଦେହ କଲେ। ତା’ପରେ କିଛି ଲୋକ ତାଙ୍କ ଘରକୁ ଯାଇ ଘର ଭିତରେ ବିଛଣାରେ ରକ୍ତ ଦେଖିଲେ।…

Read More

ମାଲକାନଗିରି ସାମ୍ୱାଦିକ ୨୩/୦୮/୨୫ ମାନସ୍ ନେତାମ୍ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ବିଜେପି ଦଳୀୟ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରାୟ, ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୂଖାର୍ଜୀ, କାଲିମେଳା ବ୍ଲକ ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳ, ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର, କାଲିମେଳା ମଣ୍ଡଳ ସଭାପତି ରାମ ଚନ୍ଦ୍ର ବେଟି, ପୁର୍ବତନ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୃଢ଼ ନେତୃତ୍ୱ ଏବଂ ବିଜେପି ଦଳ ଉପରେ ବିଶ୍ଵାସ କରି ବଡିଗାଟା ଏବଂ ତେଲେରାଇ ପଞ୍ଚାୟତ ର ବିଜେଡି ଏବଂ କଂଗ୍ରେସ ଦଳର କର୍ମୀ ମାନେ ବିଧିବଦ୍ଧ ଭାବେ…

Read More

ସୁବର୍ଣ୍ଣପୁର ମଣ୍ଟୁମନ୍ତ୍ରା ପୋର୍ଟାଲ୍ ନ୍ୟୁଜ ଚର୍ଚ୍ଚାସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପୁଢ଼ ଟିକ୍ରା ରେ ଥିବା କୃଷି ବିଭାଗ ରେ ଆଜି ଆତ୍ମା ଅଧ୍ୟକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା l ଏଥିରେ ବାସୁଦେନ ମିଶ୍ର ଅଧକ୍ଷ ଭାବେ ନିର୍ବାଚିତ ହୋଇ ଥିଲେ ଏଥିରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା, ଉପସ୍ଥିତ ଥିଲେ l ଏଥିରେ କୃଷି ବିଭାଗ ର 4 ଜଣ, ଉଦ୍ୟାନ ବିଭାଗ 4, ପଶୁ, ମତ୍ସ୍ୟ ବିଭାଗ ର 4, ଏସଜି ରୁ 2, ଯୁବକ ମଣ୍ଡଳ କ୍ଲବ 2 ଜଣ, ଇନପୁଟ ଡିଲର 2, ଫାର୍ମର ପ୍ରଡୁସର 2, ପଂଚାୟତ ରାଜ ବିଭାଗ ର 2, ସାମିଲ ହୋଇ ଥିଲେ, ସମସ୍ତ 22 ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l କୃଷି ବିଭାଗ, ମତ୍ସ୍ୟ, ଜଳ ଛାୟା ଉଦ୍ୟାନ, ପଶୁ ବିଭାଗ ର ଅଧିକାରୀ ସାମିଲ ହୋଇ ଥିଲେ l…

Read More

ନୋରାଙ୍କ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର କଳି, ନୋରାଙ୍କ ଭଳି ଶାରୀରିକ ଗଠନ ପାଇଁ ସ୍ତ୍ରୀର ଖାଇବା ବନ୍ଦ କଲା ସ୍ୱାମୀ, ଏଭଳି ଆଶ୍ଚର୍ଯ୍ୟ ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ, ନୋରାଙ୍କ ଭଳି ଶାରୀରିକ ଗଠନ କରିବାକୁ ନେଇ ସ୍ତ୍ରୀର ଖାଇବା ବନ୍ଦ କଲା ସ୍ୱାମୀ, ଦର୍ଶକବନ୍ଧୁ ଆଜିକା ସମୟରେ ଗୋଟେ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି, ଯେଉଁଥି ପାଇଁ କିଏ ଜିମ ଯାଏ ତା ଆଉ କିଏ ଯୋଗ କରେ, ଆଉ କିଛି ଏମିତି ଯୁବକ ଯୁବତୀ ରହିଛନ୍ତି ଯେଉଁମାନେ ଅନେକ ସେଲିବ୍ରେଟି ମାନଙ୍କୁ ଫଲୋ ମଧ୍ୟ କରନ୍ତି, ତେବେ ସେମାନେ ଯାହାବି କରନି ନିଜ ଇଛାରେ ହିଁ କରିଥାନ୍ତି, କିନ୍ତୁ ବର୍ତମାନ ଯେଉଁ ଘଟଣାଟି ସାମ୍ନାକୁ ଆସିଛି, ତାହା ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା, ଗୋଟେ ସ୍ୱାମୀ ତାଙ୍କ ସ୍ତ୍ରୀର ଚେହେରାରେ ପରିବର୍ତ୍ତନ ଆଣିବା ପାଇଁ ଖାଇବା ବନ୍ଦ କରିଛନ୍ତି, ସେ…

Read More