Date aug 21 ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ-ଟିଟିମିରି ପଞ୍ଚାୟତ ମୁଣ୍ଡା ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ନଦି ରେ ଗତକାଲି ଠାରୁ ଜଣେ ନାବାଳକ ଭାସିଯାଇଥିଲେ। ଗତକାଲି ଠାରୁ ନିଖୋଜ ରହିଥିବା ନାବାଳକ ଗ୍ରାମବାସି ଓ ଗୁଣୁପୁର ଅଗ୍ନିଶମ ବାହିନି ଖୋଜିବାପରେ ଆଜି ନାବାଳକର ଶବ ପାଣି ରୁ ଉଦ୍ଧାର କରିଥିଲେ। ମୃତ ନାବାଳକ ହେଲେ ଯଷ୍ଟିନି ଶବର ବୟସ ୬। ମୃତକ ର ବାପ ପିତ ଶବର ଓ ମା ଲଇନି ଶବର ଚାଷ କାମ ପାଇଁ ନଦୀ ଆରପଟେ ଯାଇଥିବା ବେଳେ ନାବାଳକ ତାଙ୍କ ପାଖକୁ ଯିବା ପାଇଁ ନଦୀ ଭିତରକୁ ଓହ୍ନାଇଥିବା ପରିବାର ପକ୍ଷରୁ ଜଣାପଡିଛି। ନାବାଳାକ ର ଶବକୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଛି ପୁଟାସିଂ ପୋଲିସ୍।ଦିନ ୧୨ଟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର…
Author: Charcha News
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାରାଜ୍ୟ ପୁଲିସର ଏସ୍ଟିଏଫ୍ ରାଜ୍ୟ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଅଣ୍ଡାଳ ଷ୍ଟେସନରେ ଚଢାଉ କରି ବିହାର ଅସ୍ତ୍ର ବ୍ୟବସାୟୀଙ୍କୁ ୧୦ଟି ବନ୍ଧୁକ ସହିତ ଗିରଫ କରିଛି ଗୁପ୍ତ ସୂତ୍ରରୁ ପୂର୍ବରୁ ସୂଚନା ମିଳିଥିଲା। ସେହିପରି ଗୁରୁବାର ସକାଳେ ରାଜ୍ୟ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ବା ଏସ୍ଟିଏଫ୍ ଦ୍ୱାରା ଚଢାଉ କରାଯାଇ ଜଣେ ଆନ୍ତଃରାଜ୍ୟ ଅସ୍ତ୍ର ଡିଲରଙ୍କୁ ଗିରଫ କରାଯାଇଛି।ଜାଣିବାକୁ ମିଳିଛି ଯେ ଏସ୍ଟିଏଫ୍ ଏକ ସପ୍ତାହ ପୂର୍ବରୁ ଏହି ଚଢାଉ କରିବାର ଥିଲା। ଅସ୍ତ୍ର ବ୍ୟବସାୟୀ କେବେ ଏବଂ କେଉଁଠାକୁ ଅସ୍ତ୍ର ଚୋରାଚାଲାଣ କରିବାକୁ ଆସିବେ ତାହା ଜଣାପଡିଥିଲା। ସେହିପରି ନଜର ମଧ୍ୟ ଚାଲିଥିଲା। ଶେଷରେ, କିଛି ଦିନ ଅପେକ୍ଷା କରି ନିରନ୍ତର ନଜର ରଖିବା ପରେ, ଏସ୍ଟିଏଫ୍ ଟିମ୍ ପୂର୍ବ ରେଳବାଇର ଆସାନସୋଲ ଡିଭିଜନର ଅଣ୍ଡାଳ ଷ୍ଟେସନରେ ଚଢାଉ କରିଥିଲା। ଏସ୍ଟିଏଫ୍ ଅସ୍ତ୍ର ଚୋରାଚାଲାଣକାରୀ ଅଶ୍ରଫୁଲ ଅନସାରୀ ଓରଫ ଚନା ନାମକ ଜଣେ…
ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପଳାତକ ପ୍ରେମିକସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାରାଜ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନରେନ୍ଦ୍ରପୁର ଥାନା ଅଞ୍ଚଳର ଚରକଳାତାରେ ଏକାଦଶ ଶ୍ରେଣୀ ଛାତ୍ରୀ ସାୟନ୍ତିକା ମଣ୍ଡଳ (୧୭)ଙ୍କ ମୃତଦେହ ମିଳିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଭିଯୋଗ ଅନୁଯାୟୀ, ଘଟଣା ସମୟରେ ସାୟନ୍ତିକାଙ୍କ ପ୍ରେମିକ କ୍ରିଶ ଦାସ ଘର ଭିତରେ ଉପସ୍ଥିତ ଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଦେଖିବା ମାତ୍ରେ ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ସାୟନ୍ତିକାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରଠାରୁ କ୍ରିଶ ଫେରାର ଅଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାୟନ୍ତିକା ଏବଂ ତାଙ୍କ ପଡ଼ୋଶୀ କ୍ରିଷ ଦାସଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ସମ୍ପର୍କ ଥିଲା। ତେବେ, କ୍ରିଷ ପୂର୍ବରୁ ଅଞ୍ଚଳର ଅନେକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ସ୍ଥାନୀୟ ବାଇନ୍ଦାଙ୍କ କହିବା ଅନୁଯାୟୀ ସେ ଯଦିଓ…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ଆଙ୍କର/ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କାଲନା ଥାନା ଅନ୍ତର୍ଗତ ଧାତ୍ରୀଗ୍ରାମ ବାରା ସ୍ୱରାଜପୁର ନିକଟରେ ଆଜି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କ ସହିତ ମୋଟରସାଇକେଲରେ ଡାକ୍ତରଙ୍କୁ ଦେଖା କରିବାକୁ କାଲନା ହସ୍ପିଟାଲ ଆସୁଥିଲେ। ସେହି ସମୟରେ ନବଦ୍ୱୀପ କୃଷ୍ଣନଗର ବସ୍ ସହିତ ସେମାନଙ୍କର ଧକ୍କା ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ପିତା ଫରାଜ ମଲ୍ଲିକ ଏବଂ ଝିଅ ନୁରଜାହାନ ଖାତୁନଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଫରହାନା ଖାତୁନ ନାମକ ଆଉ ଏକ ଝିଅର ମଧ୍ୟ କାଲନା ଉପ-ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ଅନ୍ୟ ପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାରାସ୍ତା ପାର୍ଶ୍ୱରେ ଥିବା ଏକ ତେଜରାତି ଦୋକାନ ସମ୍ମୁଖରେ ରଖାଯାଇଥିବା ପାଞ୍ଚ ଭଦ୍ରଲୋକର ପୋଷାକ ପିନ୍ଧି ଦୁଇଜଣ ବ୍ୟକ୍ତି ଚାରିଚକିଆ ଗାଡିରୁ ଓହ୍ଲାଇ ଏପଟ ସେପଟ ଦେଖି ରାସ୍ତା ପାର୍ଶ୍ବରେ ତେଜରାତି ଦୋକାନ ସମ୍ମୁଖରୁ ରଖାଯାଇଥିବା ପାଞ୍ଚ ବସ୍ତା ଲୁଣ ବସ୍ତା ନେଇ ଉଭାନ! ତେବେ ଲୁଣ ଚୋରି କରିବାକୁ ଚାରି ଚକିଆ ଗାଡ଼ିର ବ୍ୟବହାର? ଏପରି ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ, ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କାଲନା ଥାନା ଅଧୀନ ନିଭୁଜି ମୋଡ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋର ପ୍ରାୟ ସାଢ଼େ ୪ଟା ସମୟରେ କାଲନା ଥାନା ଅଧୀନ ନିଭୁଜି ମୋଡରେ ଏହି ଘଟଣା ଘଟିଛି। ଏଠାରେ ଥିବା ପୀୟୁଷ ମଣ୍ଡଳଙ୍କ ତେଜରାତି ଦୋକାନର ସିସିଟିଭି ଫୁଟେଜ ଦର୍ଶାଉଛି ଯେ ଚୋରମାନେ ଏକ ଚାରି ଚକିଆ ଗାଡ଼ିରେ ଦୋକାନ ସମ୍ମୁଖରେ ପହଞ୍ଚିଥିଲେ। ଏପଟ ସେପଟ ଦେଖିବା ପରେ,…
ବଲାଙ୍ଗିର / ଦେବେନ୍ଦ୍ର ପୋଡ଼ବେଲପଡାକୁ NAC ମାନ୍ୟତା ଦାବୀରେ ଆଜି ବେଲପଡା ବନ୍ଦ ଡାକରା ଦେବା ସହିତ ରାସ୍ତାରୋକ କରାଯାଇଛି । ଆଜିର ବନ୍ଦ ପାଳନ କୁ ବେଲପଡ଼ା ସହରବାସୀ ନିଜ ନିଜ ଦୋକାନ ବଜାର ବନ୍ଦ କରି ପୂର୍ଣ୍ଣ ସମର୍ଥନ କରିଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ମାନେ ମଧ୍ୟ ସମର୍ଥନ ଜଣାଇଛିନ୍ତି । ବେଲପଡାରେ ସମସ୍ତ ଦୋକାନ ବଜାର ବନ୍ଦ ସହିତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି । ଆଗାମୀ ଦିନରେ NAC ମାନ୍ୟତା ନଦେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ପ୍ରକାଶ କରିଛନ୍ତି ।
ମାଲକାନଗିରି ୨୧/୦୮/୨୫ ମାନସ୍ ନେତାମ୍ ମାଲକାନାଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ବାୟାପଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଳ୍ପେକେ ବର୍ତିଲେ ଉର୍ଦ୍ଧ୍ବ ଯାତ୍ରୀ ।ବାୟାପଡ଼ା ଘାଟିର ଆମଳିବେଡା ରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଗଲା କମାଣ୍ଡର । ଘଟଣାସ୍ଥଳ ରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଁଚି ଗାଡି ଭିତରୁ ଆହତ ଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଦୁର୍ଘଟଣା ରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏବେ ବି କମାଣ୍ଡର ଭିତରେ କିଛି ଯାତ୍ରୀ ଫସି ରହିଥିବା ଜଣାପଡିଛି। ସ୍ଲୋଥାନୀୟ ଲୋକଙ୍କ କହିବା ଅନୁସାରେ। ଗାଡ଼ିଟି ରେ ଖମତା ଠାରୁ ଅଧିକ ଯାତ୍ରୀ ନେଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସମସ୍ତ ଗୁରୁତରଙ୍କୁ ଅଗ୍ନିଶମ କର୍ଗାମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ କୁଡ଼ୁମୁଲଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତେବେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା…
ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ରାଜ ଧାନି ଧର୍ମତଲାର ସହରର ଇଣ୍ଡିଆନ ସେକୁଲା ର ଫ୍ରଣ୍ଟ ଦଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୱାକଫ ବିଲ୍ ସଂଶୋଧନ ସମେତ ଚାରୋଟି ଦାବିରେ ଦଳ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଡାକରା ଦେଇଥିଲା। ଅନୁମତି ନଥିବାରୁ ପୋଲିସ ଏହାକୁ ବାଧା ଦେଇଥିଲା। ଅଟକାଇବା ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଅଟକାଇବା ପରେ ଇଣ୍ଡିଆନ ସେକୁଲା ର ଦଳ ର ବିଧାୟକ ନୌସାଦ ସିଦ୍ଦିକି ତାଙ୍କର ଧାରଣା ଆରମ୍ଭ କରିଥିଲେ। ୱାକଫ ବିଲ୍ ଏବଂ ସାର ସଂଶୋଧନକୁ ବିରୋଧ କରିବା ପାଇଁ ISF ଏହି କାର୍ଯ୍ୟକ୍ରମ ଡାକରା ଦେଇଥିଲା। ଯଦିଓ ପୋଲିସ Y ଚ୍ୟାନେଲରେ ଏକ ବିକଳ୍ପ ସ୍ଥାନ ଦେଇଥିଲା, କିନ୍ତୁ ଯେତେବେଳେ ସେମାନେ ମେଟ୍ରୋ ଚ୍ୟାନେଲରେ ଶୋଭାଯାତ୍ରା କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେମାନଙ୍କୁ ଅଟକାଯାଇଥିଲା। ନୌସାଦ ସିଦ୍ଦିକି ଏବଂ ପ୍ରାୟ କୋଡ଼ିଏ ISF କର୍ମୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ଏବେବି…
ବଲାଙ୍ଗିର / ଦେବେନ୍ଦ୍ର ପୋଡ଼ବଲାଙ୍ଗିର ଜିଲ୍ଲାର ଚଙ୍ଗିରିଆ ପାଟଣେଶ୍ବରୀ ମହାବିଦ୍ୟାଳୟ ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଆବାହକ ସୁଶୀଳ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁଧାକର ଦାଶ , ମୁଖ୍ୟ ବକ୍ତା ଭାବେ ବିଶ୍ଵାଳନାଥ ଦଳପତି ଓ ସାମ୍ମାନୀତ ଅତିଥି ଭାବେ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସସ୍ମିତା ସେନ ବାରିକ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଗନ୍ଦମାର୍ଦ୍ଧନ ସୁରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଶେଷରେ ଛାତ୍ର ଛାତ୍ରୀମାନେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।








