Author: Charcha News

ବଲାଙ୍ଗୀର ରୁ ଦେବେନ୍ଦ୍ର ପୋଡ଼ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଳକର ପ୍ରାଥମିକ ଶିକ୍ଷକ ସଂଘର କ୍ରମକର୍ତ୍ତା ନିର୍ବା ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବରେ ରାଜେଶ କୁମାର ସାହୁ , ଉପସଭାପତି ମିତ୍ରଭାନୁ ମାଝି ଓ କଳ୍ପନା ନାଗ ସାଧାରଣ ସମ୍ପାଦକ ଦେବକାନ୍ତ ମେହେର | ଯୁଗ୍ମ ସମ୍ପାଦକ ବୁଦ୍ଧଦେବ ମେହେର ଓ ପ୍ରମୋଦିନୀ ସୁନା । କୋଷା ଦକ୍ଷ ବାସୁଦେବ ଦାସ ଏହି ନୂତନ କାର୍ଯ୍ୟ ନିର୍ବାହୀ ସଭ୍ୟମାନେ ଆଗାମୀ ଦିନରେ ଶିକ୍ଷକମାନଙ୍କ ହିତ ଓ ସଂଘର ଉନ୍ନତି ପାଇଁ କାମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Read More

ମାଲକାନଗିରି,ମାନସ୍ ନେତାମ୍ ଦିନରେ ରାଜ୍ୟର ପୂର୍ବ ସରକାର ମାଲକାନଗିରି ଜ଼ିଲ୍ଲା ରୁ ଆରମ୍ଭ କରିଥିଲେ ବାୟୁ ସ୍ୱାସ୍ଥ୍ୟ ସେବା କିନ୍ତୁ ୨୦୨୩ ରୁ ବାୟୁ ସ୍ୱାସ୍ଥ୍ୟ ସେବା ବନ୍ଦ ହୋଇଯାଇଥିଲା ବନ୍ଦ ପଡ଼ିଥିବା ଏହି ଯୋଜନା କୁ ପୁଣି ରାଜ୍ୟ ସରକାର ଙ୍କ ନିଷ୍ପତି ପରେ ଆଜି ଠାରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ମାଲକାନଗିରି ଜ଼ିଲ୍ଲା ଠାରୁ ଆରମ୍ଭ ହୋଇଛି। ସେଥିପାଇଁ ୧୨ ଜଣିଆ ବିଶେଷଜ୍ଞ ଡାକ୍ତର ବିମାନ ଯୋଗେ ଆସି ପହଁଚିଛନ୍ତି। ୪ ଦିନ ସ୍ୱାସ୍ଥ୍ୟ ସେବା କ୍ୟାମ୍ପ ଅଗଷ୍ଟ ୧୮ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବ ବୋଲି ଜଣାପଡିଛି। ଏଥିରେ ନେପରୋଲୋଜି, କ।ରଡ଼ିଓଲୋଜି, ନିରୋଲୋଜି, ଗେଷ୍ଟ୍ରୋଣ୍ଟ ଓଲୋଜି, ଏଣ୍ଡ୍ରୋପଲୋଜି, ଏନାସଥେସିଆ ବିଶେସଜ୍ଞ ଡାକ୍ତର ମାନେ ଉତ୍ତମ ସ୍ଵାସ୍ତ୍ୟ ସେବା ଯୋଗାଇବେ ବୋଲି ଜଣାପଡିଛି। ପଛୁଆ ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆରମ୍ଭ…

Read More

ମାଲକାନଗିରି, ମାନସ୍ ନେତାମ୍ ଲଗାଣ ବର୍ଷା ରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ବିଡିଓ ଅଶ୍ଵିନୀ କୁମାର ମହାପାତ୍ର ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉଭୟ ପାର୍ଶ୍ଵ ରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରିଛନ୍ତି। ସୂଚନା ଥାଉ କି ପାଖାପାଖି ୬୦ ଟି ଟ୍ରକ୍ ଓ ୭ ଗୋଟି ହାଇଦରାବାଦ ଗସ୍ତ ବସ୍ କାଲି ରାତି ୧୨ ଟାରୁ ଲଗାଣ ବର୍ଷା ଯୋଗୁଁ ଅଟକି ରହିଥିଲା। ପୋଲ ର ଜଳ ସ୍ତର କମିବା ପରେ ସମସ୍ତ ଟ୍ରକ୍ ଓ ବସ୍ କୁ ଆଜି ଦିନ ୧୨ ଟା ପରେ ଛଡ଼ାଯାଇଛି । ଲଗାଣ ବର୍ଷା ନିମନ୍ତେ ଜନ ସାଧାରଣଙ୍କ ସହାୟତା ନିମନ୍ତେ ଜିଲ୍ଲାପାଳ ଙ୍କ…

Read More

ପ୍ରଶାନ୍ତ ରାଉଳକୋଲକାତାଆଙ୍କର: ରାଜ୍ୟ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ସ୍ଥିତ ବସିରହାଟ ମହକୁମାର ସ୍ୱରୂପନଗର ଥାନାର କଇଜୁରି ଗ୍ରାମପଞ୍ଚାୟତର ଭାରତ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳ ଗାବଦ୍ଦା ସୀମାନ୍ତ ଦେଇ ଭାରତୀୟ ଅଞ୍ଚଳରେ ବେଆଇନ ଭାବରେ ପ୍ରବେଶ କରିବା ପରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ବାଂଲାଦେଶର ସାତଖିରାର ବାସିନ୍ଦା ସୈଫୁଲ୍ଲା ମୋଲ୍ଲା ଏବଂ ଜାହାଙ୍ଗୀର ମୋଲ୍ଲା ନାମକ ଦୁଇ ଗିରଫ ଯୁବକ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ। ବୈଧ କାଗଜପତ୍ର ଦେଖାଇ ନପାରିବାରୁ ସ୍ୱରୂପନଗର ଥାନାର ପୋଲିସ ସେମାନଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ, ହାକିମପୁର ବିଥାରି ଗ୍ରାମପଞ୍ଚାୟତର ବିଥାରି ସୀମାରୁ ଭାରତୀୟ ସେନା ବାହିନୀ ବିଏସ୍‌ଏଫ୍‌ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରି ସ୍ୱରୂପନଗର ଥାନାର ପୋଲିସକୁ ହସ୍ତାନ୍ତର କରିଛିନ୍ତି। ଜାଣିବାକୁ ମିଳିଛି ଯେ ବାଦୁରିଆ ଥାନାର ରୁଦ୍ରପୁର ଅଞ୍ଚଳର ବାସିନ୍ଦା ଉଜ୍ଜ୍ୱଳ ମଣ୍ଡଳ ସେହି ସମୟରେ ବିଥାରି ସୀମା…

Read More

ପ୍ରଶାନ୍ତ ରାଉଳକୋଲକାତାଭିନ୍ନ ରାଜ୍ୟରେ ନିରନ୍ତର ହେନସ୍ତାର ଶିକାର ହେଉଥିବା ପଶ୍ଚିମ ବଙ୍ଗ ରାଜ୍ୟ ଭାଷାଭାଷୀମାନେ, ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ସ୍ୱର ଉଠାଇଛନ୍ତି। ଜୁଲାଇ ଶେଷରେ, ‘ବଙ୍ଗାଳୀ ହେନସ୍ତା’ ରୋକିବା ପାଇଁ ସେ ପ୍ରବାସୀ ଶ୍ରମିକମାନଙ୍କୁ ପଶ୍ଚିମ ବଙ୍ଗ ରାଜ୍ୟକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୮ ସୋମବାର ଦିନ, ସେ ପଶ୍ଚିମ ବଙ୍ଗ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ପୁନର୍ବାସ ପାଇଁ ଏକ ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏଦିନ, ମମତା କହିଛନ୍ତି ଯେ ରାଜ୍ୟ ସରକାର ଏକ ନୂତନ ପ୍ରକଳ୍ପ ‘ଶ୍ରମଶ୍ରୀ’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ଅଧୀନରେ କିଏ, କିପରି ଏବଂ କେଉଁ ସୁବିଧା ପାଇବେ ସେ ବିଷୟରେ ମଧ୍ୟ ସେ ବିସ୍ତୃତ ସୂଚନା ଦେଇଛନ୍ତି।ଜୁଲାଇ ମାସରୁ, କ୍ରମାଗତ ମମତା ବଙ୍ଗଳାର ଶାସକ ଦଳ ତୃଣମୂଳ କଂଗ୍ରେସ, ବଙ୍ଗଳା ଭାଷାଭାଷୀଙ୍କ ଉପରେ ଆକ୍ରମଣ ବିରୋଧରେ ନିରନ୍ତର ସ୍ୱର ଉଠାଇ ଆସୁଛନ୍ତି।…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଆଜି ଭୋର ସମୟରେ ମା ଫ୍ଲାଏଓଭରରେ ଭୟାବହ ଦୁର୍ଘଟଣା। ଦକ୍ଷିଣ କୋଲକତା ସାଇନ୍ସ ସିଟି ଦିଗରୁ ଆସୁଥିବା ଏକ ମର୍ସିଡିଜ୍ ଗାଡି ନିୟନ୍ତ୍ରଣ ହରାଇ କୋଲକତା ପାର୍କଷ୍ଟ୍ରିଟ ଅଞ୍ଚଳ ସଂଲଗ୍ନ ମା ବ୍ରିଜ୍ ଉପରେ ଓଲଟି ପଡ଼ିଲା। ଏହି ଘଟଣାରେ ଜଣେ ପଦଚାରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ପଥ ଚାରୀ ଫ୍ଲାଏଓଭର ଉପରେ ଚାଲୁଥିଲେ। ପୋଲିସ ସୂତ୍ର ଅନୁଯାୟୀ, କାରଟି ରିମାଂଶୁ ରାତାରିଆ ନାମକ ଜଣେ ଯୁବକ ଚଳାଉଥିଲେ। ସେ କାର ଉପରୁ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲେ, ଯାହା ପରେ କାରଟି ଓଲଟି ପଡ଼ିଲା। ପଥଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଆହତ ବ୍ୟକ୍ତିଙ୍କୁ ପ୍ରଥମେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ପୋଲିସ ଜଣାଇଛି ଯେ ଅଭିଯୁକ୍ତ ଡ୍ରାଇଭରଙ୍କ ସହ କାରରେ ଆଉ ଦୁଇଜଣ ଯୁବତୀ…

Read More

ରାୟଗଡ଼ାରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ର ରବିବାର ମଧ୍ୟ ରାତ୍ରି ସମୟରେ କାଲମା ଗୋପାଳପୁର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯୦ହଜାର୨ଶହଟଙ୍କା ,୨ଟି ବାଇକ୍ ଜବତ କରିବା ସହ ୯ଜୁଆଡ଼ି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷ ରୁ ସୂଚନା ମିଳିଛି।ସୂଚନା ଅନୁସାରେ ଗୁଣପୁର ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ରାତ୍ରି ରେ ଚଢାଉ କରିଥିଲେ।ଏହି ସମୟ ରେ ଜୁଆଡି ମାନେ ଖାସି ପଳେଇବା ଚେଷ୍ଟା କରିଥିଲା କିନ୍ତୁ ପୋଲିସର ଟିମ୍ ମାଡ଼ି ବସିଥିଲା।ଆଗକୁ ପାର୍ବଣ ୠତୁ ଆସୁଛି ଏଥିପାଇଁ ଆଗକୁ ଏପରି ଚଢ଼ାଉ କରାଯିବ ବୋଲି ଗୁଣପୁର ପୋଲିସ ସୂଚନା ଦେଇଥିଲେ

Read More

ସିଉଡି ସହରର ଅନେକ ୱାର୍ଡର ରାସ୍ତାର ଅବସ୍ଥା ଖରାପ। ସେହି ତାଲିକାରେ ରହିଛି ଷ୍ଟେସନ ମୋଡ ଠାରୁ ହାଟଜାନ ବଜାର ପର୍ଯ୍ୟନ୍ତ ସିଉଡି ଠାରୁ ପୁରନ୍ଦରପୁର ଗାମୀ ରାସ୍ତା ଅନ୍ତର୍ଭୁକ୍ତ। ଗତ କିଛି ମାସ ଧରି ରାସ୍ତାଟି ଖରାପ ଅବସ୍ଥାରେ ଥିଲା। ବର୍ଷା ଋତୁରେ ଏହା ଆହୁରି ଖରାପ ହୋଇଯାଇଛି। ରାସ୍ତାର ପ୍ରାୟ ଏକ କିଲୋମିଟରର ବିଭିନ୍ନ ସ୍ଥାନରେ ଗର୍ତ୍ତରେ ଭର୍ତ୍ତି ହୋଇଗଲାଣି। ସାମାନ୍ୟ ବର୍ଷା ହେଲେ ମଧ୍ୟ ସେହି ଗର୍ତ୍ତଗୁଡ଼ିକ ପାଣିରେ ପରିପୂର୍ଣ୍ଣ ହୋଇଯାଉଛି। ସେହି ରାସ୍ତାରେ ଯିବା ଆସିବା କରିବା ଏକ ବୋଝ ହୋଇଗଲାଣି। ମଝିରେ ମଝିରେ ଦୁର୍ଘଟଣା ଘଟୁଛି। କେତେବେଳେ ଟୋଟୋ ଓଲଟି ପଡୁଛି। କେତେବେଳେ ବାଇକ୍ ନିୟନ୍ତ୍ରଣ ହରାଇ ପଡ଼ିଯାଉଛି। ଦୁର୍ଘଟଣା ଯୋଗୁଁ ବହୁ ଲୋକ ଆହତ ହେଉଛନ୍ତି। ରବିବାର ସକାଳେ ରାସ୍ତା ମରାମତି ଦାବି କରି ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀଙ୍କ ଏକ ଅଂଶ ପ୍ରତିବାଦରେ ସାମିଲ ହୋଇଥିଲେ। କିଛି ସମୟ ପାଇଁ ରାସ୍ତା…

Read More

ରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଭାମିନି ପଞ୍ଚାୟତ ର ଗୁମୁଡା ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣି ଦିନ ଏଗାର ରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଚାଲିଥିଲା ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ସ୍ଥାନୀୟ ସରପଞ୍ଚ ଯୋଗ ଦେଇ ମୋଟ ୧୩ଟି ଅଭିଯୋଗ ର ଶୁଣାଣି କରିଥିଲେ।ବ୍ଲକ ର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ମହିଳା ସଂୟ ସାହାୟକ୍ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହିଥିଲେ

Read More