Author: Charcha News

କଳାହାଣ୍ଡି : ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରୁ କନିଷ୍ଠ ଶିକ୍ଷକ କଳାହାଣ୍ଡି ର ସଭାପତି ବିମଲ ଦୀପଙ୍କ ନେତୃତ୍ୱ ରେ ସହ ସହ କନିଷ୍ଟ ଶିକ୍ଷକ ଏକଜୁଟ ହୋଇ ତଥା ପ୍ଲାକାର୍ଡ ମାଧମରେ ବିଭିନ୍ନ ନାରା ଦେବା ସହ ଏକ ଶାନ୍ତିପୂର୍ଣ ପଦଯାତ୍ରା ରେ ବାହାରି କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା।ସଙ୍ଘର ଆବେଗ ଥିଲାକି, ସଭ୍ୟ ରାଷ୍ଟ୍ରରେ ଶିକ୍ଷାର ଭିତ୍ତିଭୂମି ହେଲା ପ୍ରାଥମିକ ଶିକ୍ଷା। ଏହି ଶିକ୍ଷ୍ୟା ମଣିଷ କୁ ଜ୍ଞାନଶୁଦ୍ଧିରେ ସାହାଯ୍ୟ କରିଥାଏ। ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ଥିବାବେଳେ କେବଳ କନିଷ୍ଠ ଶିକ୍ଷକ ମାନେହିଁ ଯୋଜନାଭିତ୍ତିକ ପରି ଗୋଟିଏ ପରି ଗୋଟିଏ କୁପ୍ରଥାରେ ସଢୁଛନ୍ତି, ଯାହାକୁକି ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଥିବା ଅଧିକାରୀ ହୃଦବୋଧ କରିବା ସହ ଏକ ଐତିହାସିକ ପରିବର୍ତନ ଆଣିବା ନିମନ୍ତେ ବିଧାନସଭା କମିଟି ଗତ ତା ୦୨. ୦୮. ୨୫ ରିଖ ଦିନ ଚିଠା ନଂ – ୨୧୨୬୮…

Read More

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ୧୦ ଦଫା ଦାବି ପୂରଣ ନେଇ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ବିତୀଯ ଦିନରେ ପହଞ୍ଚିଛି । ରାଜ୍ୟ ରାଜସ୍ବ ଅମଲା ସଂଘର ନିର୍ଦେଶକ୍ରମେ ଗୁଣପୁର ଉପଖଣ୍ଡର ଅମଲା ସଂଘର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଜାରି ରଖିଛନ୍ତି । ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ଅମଲା ସଂଘ ର କର୍ମକର୍ତାମାନେ ଶାନ୍ତିପୂର୍ଣ ଭାବେ ଧାରଣା ଦେବାରୁ ସରକାରୀ କାର୍ଜ ଏକ ପ୍ରକାର ଠପ ହୋଇଯାଇଛି । ୧୦ ଦଫା ଦାବି ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରିବା ପରେ ରାଜସ୍ବ ମନ୍ତ୍ରୀ ଅଧକ୍ଷ୍ୟତାରେ ଆଲୋଚନା , ବିଭିନ୍ନ ସମୟରେ ପ୍ରତିଶୃତି ଦିଆ ଯାଇଥିଲେ ବି ଅମଲା ସଂଘର ଦାବି ଗୁଡାକ ପୂରଣ କରା ଯାଇନାହି । ଫଳରେ ବାଧ୍ୟ ହୋଇ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି ବୋଲି ଅମଲା ସଂଘ ପକ୍ଷରୁ…

Read More

ଆଜି କୋଲକତା ହାଇକୋର୍ଟ ସମ୍ମୁଖରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲା ସ୍ଥିତ ଆମାଗାଛିଆର ବାସିନ୍ଦା ଦୁଇ ମହିଳା ଏକ ବୋତଲରେ କିରୋସିନ ତେଲ ଆଣି ହାଇକୋର୍ଟ ସମ୍ମୁଖରେ ନିଜ ଉପରେ ଢାଳି ଦେଇଥିଲେ। ସେମାନେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରି SSKM ହସ୍ପିଟାଲକୁ ନେଇଛି। ଜଣାପଡୁଛି ଯେ ଦୁଇ ମହିଳା ଆମାଗାଛିଆ ସୃଷ୍ଟି ସଂଘ ପ୍ରାଥମିକ ବହୁମୁଖୀ ସମବାୟ ଲିମିଟେଡର ସଦସ୍ୟ। ସେମାନେ ଅଭିଯୋଗ କରିଛନ୍ତି ଯେ ସମବାୟ ୨୦୧୪ ମସିହାରେ ଗଠିତ ହୋଇଥିଲା। ୨୦୧୫ ମସିହାରେ ସମବାୟ ପାଇଁ ନିର୍ବାଚନ ହୋଇଥିଲା। ସେଠାରୁ ଦୁଇ ମହିଳାଙ୍କ ସଂଖ୍ୟା ଚାଲିଗଲା। ଏହା ପରେ ସେମାନେ କଲିକତା ହାଇକୋର୍ଟରେ ଏକ ମାମଲା ଦାୟର କଲେ। କଲିକତା ହାଇକୋର୍ଟର ଡିଭିଜନ ବେଞ୍ଚ ଭୋଟର ତାଲିକା ପୁନଃ ପ୍ରକାଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଭିଯୋଗ ହେଉଛି…

Read More

ଗତ ରବିବାର ରାଣାଘାଟ-ଶିଆଲଦା ଏସି ଲୋକାଲ ଟ୍ରେନ୍ ଉଦଘାଟନ ହୋଇଥିଲା। ସୋମବାର, ଯାତ୍ରୀଙ୍କୁ ନେଇ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ଯାତ୍ରୀମାନେ ଏସି ଲୋକାଲ ଚଢ଼ି ଖୁସି ହୋଇଛନ୍ତି। ତେବେ, ପ୍ରଥମ ଦିନରେ ରାଣାଘାଟ-ଶିଆଲଦା ଏସି ଲୋକାଲରେ ଜଣେ ଯାତ୍ରୀ ବିନା ଟିକେଟରେ ଧରାପଡ଼ିଛନ୍ତି। ତାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଜରିମାନା ମଧ୍ୟ ଦେବାକୁ ପଡ଼ିଲା। ଏସି ଲୋକାଲ୍‌ରେ କଡ଼ା ନଜର ରଖାଯିବ ବୋଲି ରେଳ କର୍ତ୍ତୃପକ୍ଷ ଜଣାଇଛନ୍ତି।ପୂର୍ବ ଭାରତର ପ୍ରଥମ ଏସି ଲୋକାଲ୍ ସୋମବାର ସକାଳେ ଯାତ୍ରୀମାନଙ୍କୁ ନେଇ ନିର୍ଦ୍ଧାରିତ ସମୟରେ ରାଣାଘାଟ ଷ୍ଟେସନରୁ ବାହାରିଥିଲା। ଯାତ୍ରୀମାନେ ସକାଳୁ ରାଣାଘାଟ ଷ୍ଟେସନରେ ଏହି ଟ୍ରେନରେ ଚଢିବା ପାଇଁ ଅପେକ୍ଷା କରିଥିଲେ। ଟିକେଟ କିଣିବା ପରେ ଯାତ୍ରୀମାନେ ଟ୍ରେନରେ ଚଢିଥିଲେ। ଟ୍ରେନଟି ସକାଳ ୮ଟା ୨୯ ସମୟରେ ରାଣାଘାଟ ଷ୍ଟେସନରୁ ବାହାରିଥିଲା। ଯେତେବେଳେ ଟ୍ରେନଟି ନିର୍ଦ୍ଧାରିତ ଷ୍ଟେସନରେ ଅଟକିଲା, ଯାତ୍ରୀମାନେ ମଧ୍ୟ ଚଢିବା ଏବଂ ଓହ୍ଲାଇବା ଆରମ୍ଭ କରିଥିଲେ। ତେବେ ପ୍ରଥମ…

Read More

ଅଗଷ୍ଟ ୧୨ ତାରିଖ ପାଳନ ହେବ ‘ଜାତୀୟ କୃମି ନାଶକ ଦିବସ’ । ରାଜ୍ୟରେ ୨୯ ପ୍ରତିଶତ ଶିଶୁ କୃମି ରୋଗରେ ଆକ୍ରାନ୍ତ । ଯାହାକୁ ନଜରରେ ରଖି କଳାହାଣ୍ଡି ଜିଲ୍ଲାର ୬, ୮୦, ୪୪୨ ମହିଳା ଏବଂ ଶିଶୁଙ୍କୁ ଦିଆଯିବ କୃମି ନାଶକ ଔଷଧ । ୧ ବର୍ଷରୁ ଆରମ୍ଭ କରି ୫ ବର୍ଷ ବୟସର ପିଲାମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀଙ୍କ ଦ୍ୱାରା ଆଲ୍‌ବେଣ୍ଡାଜୋଲ୍ ଯୋଗାଇ ଦିଆଯିବ । କୃମି ସଂକ୍ରମଣ ବିପଦକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କଳାହାଣ୍ଡି ଜିଲ୍ଲା ପକ୍ଷରୁ ୬, ୮୦, ୪୪୨ ମହିଳା ଓ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।ତେବେ ଆସନ୍ତା ୧୨ ତାରିଖରେ କୃମି ନାଶକ ଔଷଧ ଦିଆଯିବ । ଯଦି ଏହି ଦିନରେ କୌଣସି ହିତାଧିକାରୀମାନେ ଔଷଧ ଖାଇନଥିବେ ତେବେ ୧୭ ରେ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାରାଜ୍ୟ ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲା ସ୍ଥିତ ସାଁକରାଇଲରେ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ସାଁକରାଇଲ ଥାନାର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଲା। ମୃତକଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଯୁବକ ଜଣକ ପହଁରା ଜାଣିଥିଲେ। ତେଣୁ, ସେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବାର କୌଣସି ସମ୍ଭାବନା ନାହିଁ। ଏହା ଏକ ହତ୍ୟା ମାମଲା ହୋଇପାରେ। ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଅସହଯୋଗିତାର ଅଭିଯୋଗ କରିଛନ୍ତି। ହିମାଚଳ ପ୍ରଦେଶର ହମିରପୁରର ଜଣେ ଯୁବକ କପିଳ କୁମାର (୨୧) ଦେଢ଼ ମାସ ପୂର୍ବରୁ ସାଁକରାଇଲର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ନୌସେନାର ମେରିନ ସମ୍ପର୍କିତ ୬ ମାସର ପାଠ୍ୟକ୍ରମ ପାଇଁ ଭର୍ତ୍ତି ହୋଇଥିଲେ। ଏହାର ମୂଲ୍ୟ ଥିଲା ୮ ଲକ୍ଷ ଟଙ୍କା। ସେ ସେହି କଲେଜରେ ଗୋଟିଏ ମାସ ପାଇଁ ପାଠ ପଢ଼ିଥିଲେ। ଗତ ଶନିବାର, ରାଖୀ ବନ୍ଧନ ଦିନ…

Read More

କଳାହାଣ୍ଡି : ସାରା ଦେଶରେ ବର୍ତ୍ତମାନ ଭୋଟ ଚୋରୀ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭୋଟ ଚୋରୀକୁ ନେଇ ବିଭିନ୍ନ ପ୍ରମାଣ ରଖୁବା ପରେ ପ୍ରସଂଗ ଘନେଇବାରେ ଲାଗିଛି। ରାହୁଲ ଦୀର୍ଘ ସମୟ ଧରି ସେ କିପରି ଭୋଟ ଚୋରୀ ହୋଇଛି ତାହାର ତଥ୍ୟ ରଖୁଛନ୍ତି। ଫଳରେ ସାରା ଦେଶରେ ବର୍ତ୍ତମାନ ଏହାକୁ ନେଇ ତର୍କବିତର୍କ ହେବାରେ ଲାଗିଛି। ରାହୁଲଙ୍କ ଏହି ଚୋରୀ ପ୍ରସଂଗକୁ ଓଡିଶାରେ ପ୍ରଦେଶ କଂଗ୍ରେସ ମଧ୍ଯ ପ୍ରସାର କରିବାରେ ଲାଗିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ ଓଡିଶାରେ କିପରି ଭୋଟ ଚୋରୀ ହୋଇଛି ତାହାର ବାଖ୍ୟା କରିଛନ୍ତି। ଡିସିସି ସଭାପତି ଶ୍ରୀ ନାଏକ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ…

Read More

୧୧/୦୮/୨୫ ସାମ୍ବାଦିକ ମାନସ୍ ନେତାମ୍ ମାଲକାନଗିରି : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ନିର୍ଦେଶ କ୍ରମେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତ ସାଧାରଣ ନିର୍ବାଚନ ଓ ରାଜ୍ୟ ନିର୍ବାଚନରେ ହୋଇଥିବା ଭୋଟ ଚୋରିର ଯେଉଁ ପର୍ଦାଫାସ କରିଛନ୍ତି ତାହାକୁ ନେଇ ସାରା ଦେଶର ପ୍ରତ୍ୟେକ ଜିଲ୍ଲାରେ ସଦର ମହକୁମାରେ କଂଗ୍ରେସ ପକ୍ଷରୁ ଭୋଟ ଚୋରି ସମ୍ପର୍କରେ ବାର୍ତା ଦେବା ନିର୍ଦେଶ ଦେଇଥିଲେ। ଏ ପରିପେକ୍ଷରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସମ୍ବାଦିକ ସମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ଜ଼ି ଶ୍ରୀନିବାସ ରାଓ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ବିଜେପି ବିରୋଧରେ ଗର୍ଜିଛନ୍ତି। ବିଜେପି ଭୋଟ ଚୋରି କରି କର୍ଣ୍ଣାଟକା, ମହାରାଷ୍ଟ୍ର, ହରିୟାଣା ଆଦି ରାଜ୍ୟରେ ବିଜୟୀ ଲାଭ କରିଛି। ମହାରାଷ୍ଟ୍ର ରାଜ୍ୟରେ ଭୋଟର ଅଡ଼ିସେନ ଯୋଗେ ବିଜେପି ଜିତିଛି ଓ ଆଉ ଏକ ରାଜ୍ୟରେ ଡିଲିସନ…

Read More

୧୧-୦୮-୨୫ ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭୋଟ ଚୋରି କରିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ସଂକ୍ରାନ୍ତରେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଠିକ୍ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାୟଗଡା ବିଧାୟକ ଆପଲୁସ୍ବାମୀ କାଡ୍ରାକା। ଗତ ନିର୍ବାଚନରେ ବିଜେପି ଦଳ ନିର୍ବାଚନ କମିଶନରଙ୍କୁ ହାତବାରିଶି କରି ଭୋଟ ଚୋରି କରିଛି । ସମଗ୍ର ଦେଶରେ ଜନମତ କଂଗ୍ରେସ ଆଡକୁ ଯାଉଥିବା ବେଳେ ବିଜେପି ଦଳ ବ୍ଯାପକ ରେଗିଙ୍ଗ୍ କରିଛି ବୋଲି ବିଧାୟକ କାଡ୍ରାକା କରିଛନ୍ତି। ଖାଲି ସେତିକି ନୁହେଁ ରାଜ୍ଯରେ ମଧ୍ଯ ଭୋଟ ଚୋରି କରିବାରେ ବିଜେପି ଦଳ ସକ୍ଷମ ହୋଇଛି। ଯଦି ନିର୍ବାଚନ କମିଶନଙ୍କ ସତ୍ ସାହାସ ଅଛି ତେବେ ରାହୁଲ ଗାନ୍ଧୀ ମାଗିଥିବା ତଥ୍ଯକୁ କମିଶନ ତୁରନ୍ତ ଦିଅନ୍ତୁ ବୋଲି ସେ କରିବା ସହ ଆଗାମୀ ଦିନରେ ଏହି ଘଟଣାକୁ…

Read More