Author: Charcha News

୧୧-୦୮-୨୫ ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ରାୟଗଡ଼ା ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ରମାନାଗୁଡ଼ା ଗୁଣପୁର ଓ ପଦ୍ମପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ରମନା ଗୁଡ଼ା ବ୍ଲକ ଗୋସେଇଁ ଗୁଳୁମୁଣ୍ଡା ପଞ୍ଚାୟତର ର ସାନ ବାଙ୍ଗୀ ଠାରେ ପଲ୍ଲୀରେ ପ୍ରଶାସନ କର୍ଯ୍ୟକମ୍ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଙ୍କ ନେତୃତ୍ବ ରେ ସମସ୍ତ ବ୍ଲକ ପଦାଧିକାରୀ ମାନେ ଉପସ୍ଥିତ ରହି ଗାଁ ର ସମସ୍ୟା କଥା ଶୁଣିଥିଲେ ।ବ୍ୟକ୍ତିଗତ ୧୪ଟି ଅଭିଯୋଗ ଶୁଣିଥିବା ବେଳେ ସାମୁହିକ ଅଭିଯୋଗ ୬ ଟି ମୋଟ ୨୦ଟି ଅଭିଯୋଗ ର ସଙ୍ଗେ ସଙ୍ଗେ ଶୁଣାଣି କରାଯାଇଥିଲା।ଏହି ସମୟରେ ଅଧକ୍ଷ ରବି ଗମାଙ୍ଗ ସ୍ଥାନୀୟ ସରପଞ୍ଚ ,ଆର୍ ଆଇ ,ସୁପ୍ରଭାଇଯାର , ସିଆରସିସି ଏଏନ୍ଏମ୍,ଜିଆରଏସ ସିଆରପି, ଏମବିକେ,ଜିଆରଏସ ଗ୍ରାମ ବାସିନ୍ଦା ଉପସ୍ଥିତ…

Read More

୧୧/୮/୨୫ ସାମ୍ବାଦିକ ମାନସ୍ ନେତାମ୍ ମାଲକାନଗିରି : ଆଜି ଖଇରପୁଟ ବ୍ଲକ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକ ର ଶୁଣାଣି କରିଥିଲେ। ଆଜି ମୋଟ ୧୦୩ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୫୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୧୦ ଗୋଟି ପେନସନ ସମ୍ବନ୍ଧୀୟ ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ଆବାସ ସମସ୍ୟା ଓ ରାସନ୍ କାର୍ଡ ସମସ୍ୟା ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍, ବନଖଣ୍ଡ ଅଧିକାରୀ…

Read More

୧୧-୦୮-୨୫ ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭୋଟ ଚୋରି କରିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ସଂକ୍ରାନ୍ତରେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଠିକ୍ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାୟଗଡା ବିଧାୟକ ଆପଲୁସ୍ବାମୀ କାଡ୍ରାକା। ଗତ ନିର୍ବାଚନରେ ବିଜେପି ଦଳ ନିର୍ବାଚନ କମିଶନରଙ୍କୁ ହାତବାରିଶି କରି ଭୋଟ ଚୋରି କରିଛି । ସମଗ୍ର ଦେଶରେ ଜନମତ କଂଗ୍ରେସ ଆଡକୁ ଯାଉଥିବା ବେଳେ ବିଜେପି ଦଳ ବ୍ଯାପକ ରେଗିଙ୍ଗ୍ କରିଛି ବୋଲି ବିଧାୟକ କାଡ୍ରାକା କରିଛନ୍ତି। ଖାଲି ସେତିକି ନୁହେଁ ରାଜ୍ଯରେ ମଧ୍ଯ ଭୋଟ ଚୋରି କରିବାରେ ବିଜେପି ଦଳ ସକ୍ଷମ ହୋଇଛି। ଯଦି ନିର୍ବାଚନ କମିଶନଙ୍କ ସତ୍ ସାହାସ ଅଛି ତେବେ ରାହୁଲ ଗାନ୍ଧୀ ମାଗିଥିବା ତଥ୍ଯକୁ କମିଶନ ତୁରନ୍ତ ଦିଅନ୍ତୁ ବୋଲି ସେ କରିବା ସହ ଆଗାମୀ ଦିନରେ ଏହି ଘଟଣାକୁ…

Read More

୧୧-୦୮-୨୦୨୫ ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ଆଜି ସୋମବାର ୧୧ ତାରିଖ ଠାରୁ ରାୟଗଡା ଜିଲ୍ଲା ର ସମସ୍ତ ରାଜସ୍ବ ଅମଲା ସଂଘ ତରଫରୁ ୧୦ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ରାଜସ୍ବ ଅମଲା ସଂଘଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା, ସମ୍ପାଦକ ଅଜୟ ନାହାକ ଏବଂ ବିଶ୍ୱନାଥ ମଣ୍ଡଳ, ରାଜ୍ୟ ପରିଷଦ ସଭ୍ୟ ନେତୃତ୍ୱରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ସକାଳ ୧୧ ଟା ରୁ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଥିଲେ।ଦାବି ଗୁଡ଼ିକ ହେଲା ଅମଲା ମାନଙ୍କ ଚାକିରୀ ପ୍ରବେଶ ମୂଳ ଦରମା ଲେବୁଲ ୦୯ ଅନୁଯାୟୀ ପ୍ରଦାନ, ରାଜସ୍ବ ଅମଲା ମାନଙ୍କ କେଡର ଗଠନ, ପ୍ରତି ଅମଲାଙ୍କ ପରିବାରର ପ୍ରତି ସଦସ୍ୟଙ୍କ ବୀମା ପ୍ରଦାନ, ୨୦୨୦ ପୂର୍ବରୁ ଥିବା ନିୟମାନୁସାରେ…

Read More

କଳାହାଣ୍ଡି : ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଟିତ ବିଶାଳ ତିରଂଗା ବାଇକ୍ ଶୋଭାଯାତ୍ରା ରେ ଯୋଗଦେଇଥିଲେ। ଏହି ବାଇକ୍ ରାଲି ନକଟିଗୁଡା ନିକଟସ୍ଥ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା, ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏହି ତିରଂଗା ଯାତ୍ରା ର ଶୁଭାରମ୍ଭ କରିଥିଲେ ।ଏହି ବାଇକ୍ ରାଲି ଜେଲଖାନ ଛକ,ବସଷ୍ଟାଣ୍ଡ, ଘୋଡାଘାଟ ଛକ,ଦୟାନିଧି ଛକ,ମାଣିକେଶ୍ଵରୀ ଛକ,ମାଣିକେଶ୍ଵରୀ ମନ୍ଦିର ଦେଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସର୍କିଟ ହାଉସ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ବାଇକ୍ ରାଲି ରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବର କୋଣ୍ଡା,ଅତିରିକ୍ତ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ରାଜ୍ୟ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାସ୍ଥିତ ସହିଦ ମାତାଙ୍ଗିନୀ ବ୍ଲକର ତମଲୁକ ଥାନା ଅନ୍ତର୍ଗତ ଖାରୁଇ ଗାଁରେ ମୋନାଲିସା ଦାସ ନାମକ ଜଣେ ମହିଳା ଦୀର୍ଘ ଦିନ ଧରି ବେଆଇନ ଭାବରେ ମଦ ବିକ୍ରି କରିଆସୁଥିଲେ। ଗ୍ରାମର ମହିଳାମାନେ ଏବଂ ଅନ୍ୟମାନଙ୍କ ଅଭିଯୋଗ ଯେ ମହିଳା ଜଣକ ତାଙ୍କ ନିଜ ଘରେ ବେଆଇନ ଭାବରେ ମଦ ବିକ୍ରି କରୁଥିଲେ ଓ ମଦ ପିଇ ମଦୁଆମାନେ ଗ୍ରାମରେ ବିଭିନ୍ନ ପ୍ରକାର ଚୋରି, ମହିଳାଙ୍କୁ କୁକଥା କହୁଥିଲେ୤ ଯେତେବେଳେ ସେମାନେ ତାଙ୍କୁ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ, ସେମାନଙ୍କୁ ଧମକ ଦିଆଯାଇଥିଲା। ଗାଁରେ ଚୋରମାନଙ୍କ ଉପଦ୍ରବ ସହିତ ମଦୁଆଙ୍କ ଉପଦ୍ରବ ମଧ୍ୟ ବୃଦ୍ଧି ପାଉଥିଲା। ବିଭିନ୍ନ ଘରୁ ବାରମ୍ବାର ଚୋରି ହେଉଥିଲା। ସେଥିପାଇଁ ଆଜି ଗାଁର ମହିଳାମାନେ ଏକାଠି ହୋଇ ମଦ ବ୍ୟବସାୟୀଙ୍କ ଘରକୁ ଘେରି ଯାଇଥିଲେ। ଏବଂ ତାଙ୍କ ଘରୁ ମଦ ବୋତଲ ବାହାର କରି ଭାଙ୍ଗିଦେଇଥିଲେ

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ରାଜ୍ୟ ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ସ୍ଥିତ ଶ୍ରାବଣ ମାସର ଶେଷ ସୋମବାରରେ ଲକ୍ଷାଧିକ ଭକ୍ତ ଏସିଆର ଦ୍ୱିତୀୟ ବୃହତ୍ତମ ଶିବଲିଙ୍ଗରେ ଜଳ ଢାଳିବା ପାଇଁ ଭିଡ଼ ଜମାଇଛନ୍ତି। ରବିବାର ସକାଳଠାରୁ, ଭକ୍ତମାନେ ନବଦ୍ୱୀପର ଭାଗୀରଥି ନଦୀରୁ ଗଙ୍ଗା ଜଳ ଉଠାଇ କୃଷ୍ଣଗଞ୍ଜର ଶିବ ନିବାସରେ ଶିବଙ୍କ ମସ୍ତକରେ ଜଳ ଢାଳିଛନ୍ତି। କୃଷ୍ଣଗଞ୍ଜରୁ ନବଦ୍ୱୀପ ଘାଟ ପର୍ଯ୍ୟନ୍ତ ୪୫ କିଲୋମିଟର ଲମ୍ବା ଯାତ୍ରା କେବଳ ସେମାନଙ୍କର ପ୍ରାର୍ଥନା ପାଇଁ ସ୍ଥାନ ନୁହେଁ, ବରଂ ଶିବ ଭକ୍ତଙ୍କ କଳା ମୁଣ୍ଡିଆ ମଧ୍ୟ ଥିଲା। କେତେକ ଟେବୁଲ ସ୍ଥାପନ କରିଥିଲେ, ଅନ୍ୟମାନେ ବିଭିନ୍ନ ଜଳ ପାତ୍ର ସ୍ଥାପନ କରିଥିଲେ ଏବଂ ନବଦ୍ୱୀପରୁ ପାଣି ଭର୍ତ୍ତି କରି କୃଷ୍ଣଗଞ୍ଜ ଅଭିମୁଖେ ଯାତ୍ରା କରିଥିଲେ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଭିଡ଼ ଉଲ୍ଲେଖ୍ୟଯୋଗ୍ୟ ଥିଲେ ମଧ୍ୟ, ଶେଷ ସୋମବାର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ନବଦ୍ୱୀପରୁ କୃଷ୍ଣଗଞ୍ଜ ପର୍ଯ୍ୟନ୍ତ ପୋଲିସ ବ୍ୟବସ୍ଥା ଉଲ୍ଲେକ୍ଷ୍ୟଯୋଗ୍ୟ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ଶ୍ରାବଣ ମାସର ଶେଷ ସୋମବାରରେ ତାରକେଶ୍ୱରରେ ମର୍ମାନ୍ତିକ ଘଟଣା। ମନ୍ଦିରରେ ପାଣି ଢାଳିବା ସମୟରେ ଜଣେ ପୂଣ୍ୟାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅମିତ ପାକଡେ (୩୫)। ମୃତକଙ୍କ ଘର ହାୱଡା ଜିଲ୍ଲାର ବାଲି ଅଞ୍ଚଳର ବୋଲି ଜଣାପଡିଛି। ଏଦିନ ସକାଳେ ୧୦ ଜଣ ବନ୍ଧୁ ଏବଂ ସମ୍ପର୍କୀୟ ତାରକେଶ୍ୱର ମନ୍ଦିରରେ ପାଣି ଢାଳିବା ପାଇଁ ବାଇକ୍ ଯୋଗେ ଶେଓରାଫୁଲି ଆସିଥିଲେ। ସେମାନେ ଶେଓରାଫୁଲିର ନିମାଇଁ ତୀର୍ଥ ଘାଟରୁ ପାଣି ନେଇ ବାଇକ୍ ଯୋଗେ ତାରକେଶ୍ୱର ଅଭିମୁଖେ ବାହାରିଥିଲେ। ମଝିରେ ସେମାନେ ହରିପାଲର ମାଲିଆ ନିକଟରେ ଟିଫିନ୍ ମଧ୍ୟ କରିଥିଲେ। ତାପରେ, ତାରକେଶ୍ୱର ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ, ବାଜିତପୁର ମୋଡରେ ଅମିତ ନାମକ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କୁ ତାରକେଶ୍ୱର ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ସପ୍ତାହର ପ୍ରଥମ ଦିନ ଆରମ୍ଭରୁ ମେଟ୍ରୋ ବିଭ୍ରାଟ। ଯାହା ଫଳରେ ସକାଳୁ ସକାଳୁ କାମକୁ ବାହାରି ଚୂଡାନ୍ତ ହନ୍ତସ୍ତର ମୁହଁରେ ଯାତ୍ରୀମାନଙ୍କୁ ପଡିବାକୁ ହେଲା। ଦକ୍ଷିଣେଶ୍ୱର ଓ ଦମଦମରୁ ଦିନର ପ୍ରଥମ ମେଟ୍ରୋ ପ୍ରାୟ ଏକ ଘଣ୍ଟା ପରେ ଆରମ୍ଭ ହେଲା। କୋଲକାତା ମେଟ୍ରୋ ସୂତ୍ର ଅନୁଯାୟୀ, ନୋଆପଡା କାରସେଡରେ ତୃତୀୟ ଲାଇନରେ ସଠିକ୍ ବିଦ୍ୟୁତ୍ ଯୋଗାଣ ନହେବାରୁ ଏହି ସମସ୍ୟା ଉପୁଜିଥିଲା। ଏକ ଘଣ୍ଟା ପରେ ଏହା ସ୍ୱାଭାବିକ ହେବାପରେ ମେଟ୍ରୋ ପରିସେବା ଆରମ୍ଭ ହୋଇଥିଲା। ଦକ୍ଷିଣେଶ୍ୱରରୁ ଦିନର ପ୍ରଥମ ପରିସେବା ସକାଳ ୭ଟାରେ ଆରମ୍ଭ ହେବାର କଥା ଥିଲା। ତେବେ ପ୍ରଥମ ମେଟ୍ରୋ ସକାଳ ୭ଟା ୫୪ ସମୟରେ ଛାଡ଼ିଥିଲା। ଦମଦମରୁ ଦିନର ପ୍ରଥମ ମେଟ୍ରୋ ମଧ୍ୟ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ, ଅପ୍ ଲାଇନ ଅର୍ଥାତ୍ ସହିଦ ଖୁଦିରାମରୁ ଦକ୍ଷିଣେଶ୍ୱର ରୁଟରେ ମେଟ୍ରୋ ପରିସେବା ସ୍ୱାଭାବିକ ରହିଥିଲା। କୋଲକାତା ମେଟ୍ରୋରେଲ…

Read More