ସାମ୍ବାଦିକ ରଜତ ପଟ୍ଟନାୟକ
କଳାହାଣ୍ଡି : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟା କଟିକୁ ନେଇଁ ଏକ ହତ୍ୟା କାଣ୍ଡ ଘଟି ଯାଇଛି। ତଲଜାରିଙ୍ଗ ଗ୍ରାମ ର ରଥ କନ୍ଦପାନ ଚେରମହୁଲ ଗ୍ରାମକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇଁ ଉକ୍ତ ଗ୍ରାମ ର ରତ୍ନା ମାଝି ଟାଙ୍ଗିଆ ରେ ତାଙ୍କୁ ହାଣି ହତ୍ୟା କରିଛନ୍ତି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି











