Author: Charcha News

୨ ଚୋରାଚାଲାଣ କlରି ଗିରଫ: by- ରାଜୀବ କୁମାର ବେହେରା ଉଦଳା : -ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବନବିଭାଗ ଅଧୀନ କୁଆମରା ବାଲିଚିଲମା ଅଞ୍ଚଳରୁ ବେଆଇନ ଆକାଶିଆ କାଠ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଉଦଳା ବନବିଭାଗ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ JH-05L-4901 ନମ୍ବର ବିଶିଷ୍ଟ ପିକ୍‌ଅପ୍‌ ଭ୍ୟାନ୍‌ରେ କାଠ ଚୋରାଚାଲାଣ ହେଉଥିବା ନେଇ ବନବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଉଦଳା ରେଞ୍ଜର ସୁଶାନ୍ତ କୁମାର ଦେଙ୍କ ନିର୍ଦ୍ଦେଶକ୍ରମେ ଉଦଳା ବନବିଭାଗ ଷ୍ଟାଫ୍‌ ଓ କୁଆମରା ବନକର୍ମଚାରୀଙ୍କ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବନବିଭାଗକୁ ଦେଖି ଦୁଇଜଣ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ। ସେମାନେ ବଡ଼ସାହି ଅଞ୍ଚଳର ଗଣେଶ ବାରିକ ଓ ଘନଶ୍ୟାମ ନାୟକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟ ଜବତ ହୋଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୨୦ରୁ…

Read More

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୧୫ରେ ନିର୍ବାଚନ ଏବଂ ୧୬ରେ ଶପଥ ଗ୍ରହଣ ପରେ କଲେଜଗୁଡ଼ିକରେ ଦଶହରା ଛୁଟି ଆରମ୍ଭ ହେ ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୧୫ରେ ନିର୍ବାଚନ ଏବଂ ୧୬ରେ ଶପଥ ଗ୍ରହଣ ପରେ କଲେଜଗୁଡ଼ିକରେ ଦଶହରା ଛୁଟି ଆରମ୍ଭ ହେବ। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଏନେଇ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ନୋଟିଫିକେସନ୍ ପ୍ରକାଶ ପାଇବ। ଅକ୍ଟୋବର ୯ରେ ନୋମିନେସନ୍ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୫ରେ ଭୋଟଗ୍ରହଣ କରାଯିବ। ନିର୍ବାଚନରେ ବିଜୟୀ ହୋଇଥିବା ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ। ରାଜ୍ୟର…

Read More

ଏପ୍ରିଲ ପହିଲାରେ ପ୍ରସ୍ତୁତ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ, : ଏପ୍ରିଲ ପହିଲାରେ ପ୍ରସ୍ତୁତ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ, ବରଂ ସମଗ୍ର ପରିବାର ଓ ସମାଜକୁ ବରବାଦ କରିଦେଉଛି ବୋଲି କହିବା ସହ ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୁଲିସ, ପକ୍ଷରୁ ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ- ୨.୦’ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟସରକାରଙ୍କ ପକ୍ଷରୁ ନିଶା ବିରୁଦ୍ଧରେ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିଥିବା ସ୍ପଷ୍ଟ କରିଛନ୍ତି। ସେ କହିଥିଲେ, ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ…

Read More
Read More

ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ମଝି ଆକାଶରେ ଦୁଇ ପାଇଲଟଙ୍କ ମଧ୍ୟରେ ସଂଘର୍ଷ ପରେ ବିମାନକୁ ତାବୁକ୍‌ରେ ଜରୁରୀ ଅବତରଣ କରାଯାଇଥିଲା। ଗୁରୁତର ଆହତ ହୋଇଥିବା ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସକୁ ମୋଦୀ ଓ ନେତାନ୍ୟାହୁ ପ୍ରଶଂସା କରିଛନ୍ତି। ସ୍ମୀତ ମଚ୍ଛାର, ଏବେ ସବୁଠି ଏହି ନାଁକୁ ନେଇ ଚର୍ଚ୍ଚା। ଏହି ସାହସୀ ଭାରତୀୟ ପାଇଲଟ ବଞ୍ଚାଇଛନ୍ତି ୧୮୦ ଯାତ୍ରୀଙ୍କ ଜୀବନ। ଫଳରେ ଟଳିଯାଇଛି ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ବିମାନକୁ କ୍ରାସ କରିବାକୁ ଯୋଜନା କରାଯାଇଥିଲା । ବିମାନର କ୍ୟାପ୍ଟେନ୍ ଥିବା ଜଣେ ଭାରତୀୟ ପାଇଲଟ୍ କୋ-ପାଇଲଟ୍‌ଙ୍କ ବିରୁଦ୍ଧରେ ଲଢ଼ିଥିଲେ, ଯିଏ ବିମାନକୁ କ୍ରାସ୍ କରାଇବାକୁ…

Read More

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ମୋଟ ୭ଟି ସ୍ଥାନରେ ରେଡ୍ ଚାଲିଛି । ସମ୍ବଲପୁର ଧନକୌଡାର…

Read More

କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ ଗାର୍ଡ ୱାଲ୍ ଗତ ୨୩ ତାରିଖରେ ଧସିଯିବା ଘଟଣାକୁ ନେଇ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଘୁ.ଉଦୟଗିରି ବିଧାୟକ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ ଗାର୍ଡ ୱାଲ୍ ଗତ ୨୩ ତାରିଖରେ ଧସିଯିବା ଘଟକୁ ନେଇ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆଜି ବିଧାନସଭା ଅଧିବେଶନ ଛାଡ଼ି କଳିଙ୍ଗା ଘାଟିରେ ପହଞ୍ଚିଥିଲେ । କଳିଙ୍ଗାରେ ପହଞ୍ଚିବା ପରେ ଘାଟିର ଆରମ୍ଭରେ ନାକା ଯାଞ୍ଚ ହେଉଥିବା ସ୍ଥାନରେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଘାଟିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋବାଇଲରେ ଉତ୍ତୋଳନ କରାଯାଇଥିବା ଭିଡିଓ ଦେଖାଇ ତହସିଲଦାର ବିଧାୟକଙ୍କୁ ସୂଚନା ଦେଇଥିଲେ। ଘାଟିରେ ଲଗାତାର ରାସ୍ତା ଧସି ଯାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ରାସ୍ତା ଧସିଥିବା ସ୍ଥାନକୁ ନ ଯିବା ପାଇଁ ତହସିଲଦାର…

Read More

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ, ମୃତ ମାନସିକତାର ବ୍ୟକ୍ତି ଭାରତର ସମୃଦ୍ଧିକୁ ଦେଖିପାରିବ ନାହିଁ। ସେମାନେ ସେମାନଙ୍କ ଚାରିପାଖରେ କେବଳ ନିର୍ଜୀବତା ଦେଖନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ, ମୃତ ମାନସିକତାର ବ୍ୟକ୍ତି ଭାରତର ସମୃଦ୍ଧିକୁ ଦେଖିପାରିବ ନାହିଁ। ସେମାନେ ସେମାନଙ୍କ ଚାରିପାଖରେ କେବଳ ନିର୍ଜୀବତା ଦେଖନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି, ଏହାର ଅଭିବୃଦ୍ଧି ପୂର୍ବାନୁମାନ ଓ ସାର୍ବଭୌମ ମୂଲ୍ୟାଙ୍କନରେ ସମ୍ପ୍ରତି ହୋଇଥିବା ଅପଗ୍ରେଡ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ଗୃହମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। ଉତ୍ତର ପ୍ରଦେଶରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ୨୦୨୬ କୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, କିଛି ଲୋକ ଭାରତର ଜିଡିପି ଅଭିବୃଦ୍ଧିକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ସେ ମୁଡିଜ୍‌ର ଭାରତ ପାଇଁ ଅଭିବୃଦ୍ଧି ପୂର୍ବାନୁମାନ…

Read More

ଅକ୍ଟୋବର ମାସ ସୁଦ୍ଧା ବକେୟା ଭତ୍ତା ସହ ନିୟମିତ ଭତ୍ତା ପ୍ରଦାନ କରାଯିବ । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ମୋଟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ରହିଛନ୍ତି । ଅକ୍ଟୋବର ମାସ ସୁଦ୍ଧା ବକେୟା ଭତ୍ତା ସହ ନିୟମିତ ଭତ୍ତା ପ୍ରଦାନ କରାଯିବ । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ମୋଟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ରହିଛନ୍ତି । କିଛି ହିତାଧିକାରୀଙ୍କୁ ଗତ ୪ ମାସ ହେବ ଭତ୍ତା ମିଳିନଥିବା ବେଳେ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ହୋଇଥିବା ମନ୍ତ୍ରୀ କହିଛନ୍ତି । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର, ଅର୍ଥ ବିଭାଗ,…

Read More