ଚର୍ଚ୍ଚା tv
Author: Charcha News
BY-ଶ୍ରୀକାନ୍ତ ନନ୍ଦ ନବରଙ୍ଗପୁର : ଉମରକୋଟ ୧୪ ବର୍ଷରୁ କମ୍ ରାଜ୍ୟସ୍ତରୀୟ ଫୁଟବଲ୍ ଦଳ ଚୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲା ରୁ ୧୦ ଜଣ ବାଳିକା ଏବଂ ୩ ଜଣ ବାଳକ ସୁଯୋଗ ପାଇଛନ୍ତି। ସେମାନେ ହେଲେ ବାଳିକା ଖେଳାଳି ଭାବେ ଭାରତୀ ଗଣ୍ଡ, ରଜନୀ ଗଣ୍ଡ, ପିଙ୍କି ଗଣ୍ଡ, ଭାରତୀ ଖୋରା, ଉତ୍ତମା ମାଝୀ, ପୂର୍ଣ୍ଣିମା ଗଣ୍ଡ, ରଶ୍ମିତା ଗଣ୍ଡ, ସରିତା ଗଣ୍ଡ, ଟିକିଲି ସରକାର, ଖୁସି ପୋଦ୍ଦାର ଏବଂ ବାଳକ ଖେଳାଳି ଭାବେ ଗୋପାଳ ହରିଜନ, ଅଭିଜିତ୍ ହରିଜନ, ଅର୍ବାଜ୍ ଖାନ୍ ପ୍ରମୁଖ ସୁଯୋଗ ପାଇଛନ୍ତି। ଚୟନ ପ୍ରକ୍ରିୟା ରେ ଭାଗ ନେବା ନିମନ୍ତେ ଗୋଟାଏ ଜିଲ୍ଲାରୁ ଏକା ସାଙ୍ଗରେ ଏତେ ଜଣ ସୁଯୋଗ ପାଇବା ଏକ ଗର୍ବର ବିଷୟ ବୋଲି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ କହିଛନ୍ତି। ଭୁବନେଶ୍ୱର, କଳିଙ୍ଗ ଷ୍ଟାଡୟମଠାରେ ଅନୁଷ୍ଟିତ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଯେଉଁ ଖେଳାଳି ସଫଳତା ପାଇବେ…
ନବରଙ୍ଗପୁର :ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଫାଟକ ଖୋଲାଯାଇଛି। ଇନ୍ଦ୍ରାବତୀ-କୋଲାବ ବେସିନ ମୁଖ୍ୟ ଯନ୍ତ୍ରୀ ଇଂ ବେଦାମ୍ବର ବେହେରା, ଅଧୀକ୍ଷଣ ଯନ୍ତ୍ରୀ ନେଲସନ ତାଡିଂ, ପୋଡ଼ାଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଶୁଶାନ୍ତ କୁମାର ପଟ୍ଟନାୟକ, ମୁରାନ୍ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ତିଳୋତ୍ତମା ମାଝୀ, ଯାନ୍ତ୍ରିକ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନୀରଜ କୁମାର ଲୋହାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀକାନ୍ତ କୁମାର ସାହୁ, ଇଂ ଚିନ୍ମୟ କୁମାର ଜେନା, ଇଂ ହୃଷୀକେଶ ନନ୍ଦି, ଇଂ କମଳ କୁମାର ବେହେରା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଡ୍ୟାମ୍ ସ୍ଥିତି ଅନୁଧ୍ୟାନ କରାଯିବା ପରେ ମୁଖ୍ୟ ଜଳଭଣ୍ଡାରର ୬ ନମ୍ବର ଫାଟକକୁ ଖୋଲାଯାଇଛି। ଏହି ଗୋଟିଏ ଫାଟକ ମାଧ୍ୟମରେ ସେକେଣ୍ଡ ପ୍ରତି ୭୨ ଘନ ମିଟର ଜଳ ନିଷ୍କାସିତ ହେଉଥିବା ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୯ ମସିହା ଅଗଷ୍ଟ ୧୬…
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ । ପ୍ରଥମ ଦିନରେ ଦିବଙ୍ଗତ ୬ ନେତା ଓ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ । ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ; ଏମ୍ଏମ୍ଡିଆର୍, ପାଠ୍ୟପୁସ୍ତକ ତ୍ରୁଟି ଓ ମହାନଦୀ ବିବାଦ ଭଳି ପ୍ରସଙ୍ଗ ଉଠିବାର ସମ୍ଭାବନା। ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ପକ୍ଷରୁ…
ଆଜି ଭୋର୍ ରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ,ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି,୭ଟି ଜୁଇ । ଏହି ସମୟରେ ସ୍ୱର୍ଗଦ୍ୱାରରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଆଜି ଭୋର୍ ରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ,ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ଶୋକାକୁଳ ପରିବେଶରେ,ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ,ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୭ ଜଣ ମୃତକଙ୍କ ପାଇଁ ମହାକାଳେଶ୍ଵର ଦର୍ଶନ ହେଲା ଶେଷ ଦର୍ଶନ ଏବେ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ୭ ମର ଶରୀରର ଜୁଇ ଜଳିଛି । ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ,ସମେତ,ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା ।ଶିବପ୍ରସାଦ ବେହେରା ଓ…
ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶଙ୍କ ସାଂଘାତିକ ଅଭିଯୋଗ । ପୁରୁଣା ମାମଲା ହଟାଇବାକୁ ଚାପ ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶଙ୍କ ସାଂଘାତିକ ଅଭିଯୋଗ । ପୁରୁଣା ମାମଲା ହଟାଇବାକୁ ଚାପ ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନା ଆଇଆଇସିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦେଇ, ପୂର୍ବରୁ ଦାଖଲ କରିଥିବା ଅଭିଯୋଗ ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ଓ ଧମକ ଦିଆଯାଉଥିବା ଦାବି କରିଛନ୍ତି । ଅଭିଯୋଗପତ୍ର ଅନୁସାରେ, ଅଭିଯୁକ୍ତ ସୁଜିତ କୁମାର ରାଉଳ ନିଜର ବିଭାଗୀୟ ଓ ବାହ୍ୟ ସମ୍ପର୍କ ବ୍ୟବହାର କରି…
ଏହି ଇଭେଣ୍ଟ୍ରେ ଚୀନ୍ର ଜିଫେଇ ୱାଙ୍ଗ, ଜିଆୟୁ ହାଁ ଓ ୟୁଚେଁ ଡୁଙ୍କ ଦଳ ୧୯୦୪.୨ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛି। ଚୀନ୍ ଦଳର ଏହି ପ୍ରଦର୍ଶନ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ପଦକ ଅଭିଯାନ ରୌପ୍ୟ ପଦକରୁ ଆରମ୍ଭ କରିଛି। ୧୦ ମିଟର ଏୟାର ରାଇଫଲ୍ ମହିଳା ଦଳ ଭାରତ ପାଇଁ ପ୍ରଥମ ପଦକ ଜିତିଛି। ଏଲାଭେନି ଭାଲାରିଭାନ୍, ସୋନମ ମସ୍କାର ଓ ବିଦର୍ଶା କେ ବିନୋଦଙ୍କୁ ନେଇ ଗଠିତ ଭାରତୀୟ ଦଳ ରବିବାର ଦମଦାର ପ୍ରଦର୍ଶନ କରି ୧୮୯୮.୦ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ନିଶ୍ଚିତ କରିଛି। ଏହି ଇଭେଣ୍ଟ୍ରେ ଚୀନ୍ର ଜିଫେଇ ୱାଙ୍ଗ, ଜିଆୟୁ ହାଁ ଓ ୟୁଚେଁ ଡୁଙ୍କ ଦଳ ୧୯୦୪.୨ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛି। ଚୀନ୍ ଦଳର ଏହି ପ୍ରଦର୍ଶନ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି।…
ସାମଗ୍ରୀ ନମିଳିବା ଅଭିଯୋଗ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଶତାଧିକ ଗ୍ରାମବାସୀ ମହିଳା ଏବଂ ଅଭିଭାବକ ରାଜୀବ କୁମାର ବେହେରା ଉଦଳା : କପ୍ତିପଦା ବ୍ଲକ ଉପାନ୍ତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଙ୍ଗନବାଡ଼ିରେ ମିଳୁଛି ପଚା ଅଣ୍ଡା, ଅନୁପଯୋଗୀ ଛତୁଆ ଓ ମୂଷା କାଟିଥିବା ପୋଷାକ ବଣ୍ଟନ ଅଭିଯୋଗ ସାମ୍ନାକୁ ଆସିଛି , ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ସାନଜୁଣପାଳ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି, ଆସିଲା ସଙ୍ଗୀନ ଅଭିଯୋଗ । ଅଭିଯୋଗ କୁ ନେଇ ଦାଇତ୍ୱରେ ଥିବା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ ଶାସନ,ଶିଶୁ, ମହିଳା ଓ କିଶୋରୀଙ୍କ ପାଇଁ ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀ ମାନ ଓ ପୋଷାକର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୬ ମାସ ଧରି ଅଙ୍ଗନବାଡ଼ି ସାମଗ୍ରୀ ମିଳିନଥିଲା। ତେବେ ଗତକାଲି ଘରକୁ ଘର ଯାଇ ,ରାସ୍ତାରେ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ…
ରାଉରକେଲା ସର୍କିଟ୍ ହାଉସ୍ ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଘଟଣାରେ ସର୍କିଟ୍ ହାଉସ୍ ଆକ୍ଟର ଅପବ୍ୟବହାର ହୋଇଛି କି ନାହିଁ, ସେନେଇ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି। ରାଉରକେଲା ସର୍କିଟ୍ ହାଉସ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଘଟଣା ଜନମାନସକୁ ଦୋହଲାଇ ଦେଇଛି ବୋଲି କହିବା ସହ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ରହିଥିବା ସର୍କିଟ୍ ହାଉସ୍ଗୁଡ଼ିକର ବ୍ୟବସ୍ଥାକୁ ନେଇ ମଧ୍ୟ ନୂଆ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରାଉରକେଲା ସର୍କିଟ୍ ହାଉସ୍ ଘଟଣାରେ ଓଡ଼ିଶା ସର୍କିଟ୍ ହାଉସ୍ ଆକ୍ଟର କୌଣସି ଅପବ୍ୟବହାର ହୋଇଛି କି ନାହିଁ, ସେନେଇ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି । ତଦନ୍ତରେ ଯଦି କୌଣସି…








