Author: Charcha News

ପୂର୍ବ ପ୍ରସ୍ତୁତି ନୀତି ଅନୁଯାୟୀ, ଦିନ ୧୨ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ । ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । BY_Subhasmita-dt-24.7.2026 ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନଅ ଦିନର ଲୀଳାଖେଳା ସମାପନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଚକ୍ର ଆଜି ନିଜ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏହି ପବିତ୍ର ଅବସରକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି। ନୀତି ଅନୁଯାୟୀ ଦିନ ୧୨ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ। ପରବର୍ତ୍ତୀ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ସାକ୍ଷୀ ହେବା ପାଇଁ…

Read More

ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଏଥି ପାଇଁ ପୁରୀର ଶରଧାବାଲି ଉତ୍ସାବମୁଖର ହୋଇଉଠିଛି । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବେ ବୋଲି ବଡ଼ଦାଣ୍ଡରେ ଭକ୍ତମାନଙ୍କର ଉତ୍ସାହ କହିଲେ ନସରେ । ପୁରୀ :: dt-24.7.2026 ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଏଥି ପାଇଁ ପୁରୀର ଶରଧାବାଲି ଉତ୍ସାବମୁଖର ହୋଇଉଠିଛି। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବେ ବୋଲି ବଡ଼ଦାଣ୍ଡରେ ଭକ୍ତମାନଙ୍କର ଉତ୍ସାହ କହିଲେ ନସରେ। କାଳିଆ ସାଆନ୍ତ ଯେତେ‌ବେଳେ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଫେରିବେ, ବାଟରେ ମାଉସୀ ଘରକୁ ଯିବେ। ମାଉସୀ ଘରେ ଖାଇବେ। ଏକ ସ୍ୱତନ୍ତ୍ର ଭୋଗ ପୋଡ଼ ପିଠା ଖାଇବେ। ପୋଡ଼ପିଠା ହେଉଛି ଓଡ଼ିଆ ସଂସ୍କୃତି, ଭକ୍ତି ଓ ପାରମ୍ପରିକ ରୋଷେଇର ଅନନ୍ୟ ପ୍ରତୀକ। ଲୋକବିଶ୍ୱାସ ଅନୁସାରେ, ବାହୁଡ଼ା ଯାତ୍ରା ସମୟରେ ମାଉସୀ ମା’ଙ୍କ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼…

Read More

ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ନଅ ଦିନର ଗୁଣ୍ଡିଚା ବାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ନିଜ ରତ୍ନବେଦୀକୁ ବାହୁଡ଼ିବେ । ପୁରୀ :dt-24.7.2026 : ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ନଅ ଦିନର ଗୁଣ୍ଡିଚା ବାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ନିଜ ରତ୍ନବେଦୀକୁ ବାହୁଡ଼ିବେ । ଆଉ ପ୍ରଭୁଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିରକୁ ସଜାଯାଇଛି ନାନା ରଙ୍ଗର ସତେଜ ଫୁଲରେ । ଗରୁଡ଼ ସ୍ତମ୍ଭରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ଗୋଲାପ, ଗେଣ୍ଡୁ, ମଲ୍ଲୀ, ଚମ୍ପା ସମେତ ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲର ମାଳରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ମନ୍ଦିରର ସ୍ତମ୍ଭ, ଦ୍ୱାର ଓ ରତ୍ନବେଦୀ ଚାରିପାଖରେ ଫୁଲର ସଜ୍ଜା ଶ୍ରୀମନ୍ଦିରକୁ ଏକ ଅଲୌକିକ ଓ…

Read More

ଆଜି ଆଡ଼ପ ଶେଷ ଦର୍ଶନ , ଆସନ୍ତାକାଲି ବାହୁଡ଼ା ଯାତ୍ରା ; ପୂର୍ବ ପ୍ରସ୍ତୁତି ପାଇଁ ସନ୍ଧ୍ୟା ୬ଟା ଯାଏଁ ହେବ ଦର୍ଶନ ଆଜି ସନ୍ଧ୍ୟା ଆଳତି ପୂର୍ବରୁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ସମସ୍ତ ପାପ ବିନାଶ ହେବା ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ରଥାରୂଢ଼ ହେବା ପୂର୍ବରୁ ଭକ୍ତମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଆନ୍ତି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ । ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ନବମୀ ତିଥିରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ସନ୍ଧ୍ୟା ଦର୍ଶନ’ ଅତ୍ୟନ୍ତ ମହିମାମୟ। ଏହା ଜନ୍ମବେଦିରେ ଠାକୁରଙ୍କ ବର୍ଷର ଶେଷ ଦର୍ଶନ। ଆଜି ସନ୍ଧ୍ୟା ଆଳତି ପୂର୍ବରୁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ସମସ୍ତ ପାପ ବିନାଶ ହେବା ସହ ମୋକ୍ଷ ପ୍ରାପ୍ତି ହୁଏ…

Read More

ବିଭୂତିଙ୍କ କହିବା ଅନୁସାରେ, ରାଜ୍ୟରେ ଏବେ ‘ଫାଇଲ ହଜିବା’ ଘଟଣା ପଦାକୁ ଆସିବା ପରେ ନବୀନ ପଟ୍ଟନାୟକ ଭୟଭୀତ ହୋଇ ଏଭଳି ବୟାନବାଜି କରୁଛନ୍ତି । ସେ କହିଛନ୍ତି , ବିଗତ ଦିନର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହେବା ଘଟଣା ଏବେ ସାମ୍ନାକୁ ଆସୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ । ନିଟ୍ ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିବା ବେଳେ ନବୀନ କାହିଁକି ଏଭଳି ଦାବି କରୁଛନ୍ତି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ବିଭୂତିଙ୍କ କହିବା ଅନୁସାରେ, ରାଜ୍ୟରେ ଏବେ ‘ଫାଇଲ ହଜିବା’ ଘଟଣା ପଦାକୁ ଆସିବା ପରେ ନବୀନ ପଟ୍ଟନାୟକ ଭୟଭୀତ ହୋଇ ଏଭଳି ବୟାନବାଜି କରୁଛନ୍ତି । ସେ କହିଛନ୍ତି , ବିଗତ ଦିନର ଗୁରୁତ୍ୱପୂର୍ଣ୍ଣ ଫାଇଲ୍…

Read More

ରଥଯାତ୍ରା ଭିତରେ ପୁରୀରୁ ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ସିଜ୍ । ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖିବା ପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନକୁ ସଫଳତା ମିଳିଛି । ରଥଯାତ୍ରା ଭିତରେ ପୁରୀରୁ ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ସିଜ୍ । ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖିବା ପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନକୁ ସଫଳତା ମିଳିଛି । ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍-୧ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ସମ୍ଭୁଭାରତି ପାଟଣା ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ସମ୍ଭୁଭାରତି ନିବାସୀ ଚିନ୍ମୟ ସାହୁ ନିକଟରୁ୧୮୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୯ ଲକ୍ଷ ହେବ।ଅଭିଯୁକ୍ତଙ୍କୁ NDPS Act ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚର୍ଚ୍ଚା news

Read More

ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ‘ମହାରାଷ୍ଟ୍ର ବନ୍ଦ’ ଡାକରା ଦିଆଯାଇଛି । ନୂଆଦିଲ୍ଲୀର ଯନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି- ଭିବିଏ ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ‘ମହାରାଷ୍ଟ୍ର ବନ୍ଦ’ ଡାକରା ଦିଆଯାଇଛି । ନୂଆଦିଲ୍ଲୀର ଯନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି- ଭିବିଏ ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଭିବିଏ ସଭାପତି ତଥା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର କହିଛନ୍ତି, ଏହି ବନ୍ଦକୁ କଂଗ୍ରେସ, ବାମପନ୍ଥୀ ଦଳ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକ ସମର୍ଥନ କରିଛନ୍ତି। ତେବେ ବନ୍ଦରୁ ଡାକ୍ତରଖାନା, ଆମ୍ବୁଲାନ୍ସ ଏବଂ ଔଷଧ ଦୋକାନ ପରି ସମସ୍ତ ଜରୁରି ସେବାକୁ ବାଦ ଦିଆଯାଇଛି। ଦୁଗ୍ଧ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ । ଚର୍ଚ୍ଚା news

Read More

ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କରି ନଗର ଉନ୍ନୟନ ବିଭାଗ ନୂଆ ବ୍ୟବସ୍ଥା ଲାଗୁ କରିଛି । ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ କରାଯାଇଛି । ଫଳରେ ସହରାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ । ମହାନଗର ନିଗମଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ ଅନ୍ୟାନ୍ୟ…

Read More

ଲଗାଣ ବର୍ଷା ମଧ୍ୟରେ କଟକ ସହରରୁ ସାମ୍ନାକୁ ଆସିଛି ରାସ୍ତା ନିର୍ମାଣର ନିମ୍ନମାନର କାମର ଏକ ଚିନ୍ତାଜନକ ଚିତ୍ର । କଟକର ନୂଆପଡ଼ା-ଖପୁରିଆ ମୁଖ୍ୟ ରାସ୍ତା ହଠାତ୍ ଦବି ଯିବାରୁ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଛି ।ଲଗାଣ ବର୍ଷା ମଧ୍ୟରେ କଟକ ସହରରୁ ସାମ୍ନାକୁ ଆସିଛି ରାସ୍ତା ନିର୍ମାଣର ନିମ୍ନମାନର କାମର ଏକ ଚିନ୍ତାଜନକ ଚିତ୍ର । କଟକର ନୂଆପଡ଼ା-ଖପୁରିଆ ମୁଖ୍ୟ ରାସ୍ତା ହଠାତ୍ ଦବି ଯିବାରୁ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମାତ୍ର ୧୫ ଦିନ ପୂର୍ବରୁ ଏହି ରାସ୍ତାର ନିର୍ମାଣ କାମ ଶେଷ ହୋଇଥିଲା କିନ୍ତୁ ଲଗାତାର ବର୍ଷା ପରେ ରାସ୍ତାର ଏକ ବଡ଼ ଅଂଶ ଦବି ଯାଇଥିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ, ରାସ୍ତା କାମ…

Read More