ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ନିକଟରେ ଥିବା ନାଳରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଆଗର ମାଲୱା ଜିଲ୍ଲା ନଳଖେଡ଼ାରୁ ଆସୁଛି ଅତ୍ୟନ୍ତ ଦୁଃଖଦ ଖବର । ମା’ ବଗଳାମୁଖୀ ମନ୍ଦିର ନିକଟରେ ଥିବା ନାଳରେ ଭାସିଗଲା ଶ୍ରଦ୍ଧାଳୁଙ୍କ କାର। ଏହି ଦୁର୍ଘଟଣାରେ କାର୍ରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ରଦ୍ଧାଳୁମାନେ ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ନଳଖେଡ଼ା ଆସିଥିଲେ। ମନ୍ଦିର ନିକଟରେ ଥିବା ବର୍ଷାଜଳ ନାଳ ପାର ହେଉଥିବା ସମୟରେ ହଠାତ୍ ପ୍ରବଳ ପାଣି ସ୍ରୋତରେ କାର୍ଟି ଭାସିଯାଇଥିଲା। ମୃତକଙ୍କ ମଧ୍ୟରୁ ୭ଜଣ ଗୋଟିଏ ପରିବାରର। ଭୁବନେଶ୍ବର ଜୟଦେବ ବିହାରର ବାସିନ୍ଦା। ସେହିପରି କାର୍ ଚାଳକ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି । ସେ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବର ଜୟଦେବ ବିହାରର ବାସିନ୍ଦା…
Author: Charcha News
ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ। ସମସ୍ତ ପ୍ରସଙ୍ଗକୁ ନେଇ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ୨୧ ତାରିଖ ଦିନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ଗୃହ କେମିତି ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ନିଜ ନିଜ ଆଭିମୁଖ୍ୟ ରଖିବେ । ଅପରାହ୍ଣରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୋଟିଏ ପଟେ ଏମ୍ଏମ୍ଡିଆର୍, ବହି ତ୍ରୁଟି, ଚାଷୀ ପଞ୍ଜିକରଣ, ଶିକ୍ଷକ ଆନ୍ଦୋଳନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏପଟେ ବିରୋଧୀଙ୍କ ସହ ସବୁ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସରକାର । ବିଧାନସଭାକୁ ସୁଚାରୁ…
ପୂର୍ତ୍ତ ବିଭାଗକୁ ନେଇ ଲୋକସେବା ଭବନରେ ବଡ଼ ବୈଠକ ଡାକିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାୟକ ଓ ସାଂସଦମାନଙ୍କ ଚିଠି ପରେ ବୈଠକ ଡକାଯାଇଥିବା ବେଳେ ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ପୂର୍ବରୁ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରସଙ୍ଗ ମଧ୍ୟ ଆଲୋଚନାରେ ରହିଛି। ପୂର୍ତ୍ତ ବିଭାଗକୁ ନେଇ ବଡ଼ ବୈଠକ ଡାକିଛନ୍ତି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପୂର୍ତ୍ତ ବିଭାଗ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି । ବିଭିନ୍ନ ଅଞ୍ଚଳର ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କିତ ପ୍ରସଙ୍ଗ ନେଇ ବିଧାୟକ ଓ ସାଂସଦମାନେ ଚିଠି ଲେଖିବା ପରେ ଏହି ବୈଠକ ଡକାଯାଇଥିବା ସୂଚନା ମିଳିଛି । ନିଜ ନିଜ ଅଞ୍ଚଳର ଆବଶ୍ୟକତା ଓ ବିକାଶମୂଳକ ପ୍ରସ୍ତାବ…
ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍ରୁ ଫୋନ୍ କରି ଧମକ ଓ ପ୍ରଲୋଭିତ କରିବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ନୂଆ ମାମଲା ରୁଜୁ ହୋଇଛି। ଜେଲ୍ ଡାକ୍ତରଙ୍କ ମୋବାଇଲ୍ରୁ ଫୋନ୍ ଯାଇଥିବା ଅଭିଯୋଗ ପରେ ଡାକ୍ତରଙ୍କୁ ପ୍ରାୟ ୩ ଘଣ୍ଟା ପଚରାଉଚରା କରାଯାଇଛି । ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍ ଭିତରୁ ଫୋନ୍ କରି ଧମକ ଦେବା ଓ ପ୍ରଲୋଭିତ କରିବା ଅଭିଯୋଗକୁ ନେଇ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ବିଜେଡି ନେତା ବିକ୍ରମ କୁମାର ପଣ୍ଡାଙ୍କ ଅଡୁଆ ବଢ଼ିଛି। ଏହି ଅଭିଯୋଗ ସମ୍ପର୍କିତ ଏକ ଅଡିଓ ରେକର୍ଡିଂ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାବେଳେ, ଏହାକୁ ନେଇ ପୋଲିସ ତଦନ୍ତ ଆହୁରି ଜୋରଦାର କରିଛି। ତେବେ ଭାଇରାଲ୍ ଅଡିଓର ସତ୍ୟତା ଓ ଏଥିରେ ଥିବା କଥୋପକଥନର ପ୍ରାମାଣିକତା ତଦନ୍ତ ପରେ ସ୍ପଷ୍ଟ ହେବ। ସୂଚନା ଅନୁସାରେ, ପୀତବାସ ପଣ୍ଡା ହତ୍ୟା ମାମଲାର ଜଣେ ଗୁରୁତ୍ୱପୂର୍ଣ୍ଣ…
BY -ରାଜୀବ କୁମାର ବେହେରା ଉଦଳା :: ରାତି ଅଧରେ ଘରେ ପଶିଲା ବିରାଟ ଅହିରାଜ ସାପ ! ଭୋକିଲା ସାପ ଖାଉଥିଲା କୁକୁଡ଼ା ଏତିକିବେଳେ ମାଡ଼ି ବସିଲା ଉଦଳା ବନବିଭାଗ! ସାପକୁ ଦେଖି ପ୍ରାଣଭୟରେ ଘର ଛାଡ଼ି ବାହାରକୁ ଦୌଡ଼ିଲେ ପରିବାର ଲୋକେ। ଖବର ପାଇ ତୁରନ୍ତ ପହଞ୍ଚିଲା ଉଦଳା ବନ ବିଭାଗର ସ୍ନେକ ହେଲ୍ପଲାଇନ୍ ଟିମ୍। ରାତ୍ର ସମୟ ରେ ପାଟଶାଣିପୁର ଗ୍ରାମର ରାମ ସିଂଙ୍କ ଘରେ ଏକ ବିରାଟ ଅହିରାଜ ସାପ ପଶିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ସାପକୁ ଦେଖି ସମସ୍ତେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଥିଲେ। ଆଉ ପର ମୁହୁର୍ତରେ ବନବିଭାଗ କୁ ଖବର ଦେଇ ଥିଲେ ଖବର ପାଇ ଉଦଳା ବନ ବିଭାଗର ସ୍ନେକ ହେଲ୍ପଲାଇନ୍ କର୍ମଚାରୀ ଅନନ୍ତ ନାରାୟଣ ଚୌଧୁରୀ ନିଜ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଶ୍ ସତର୍କତା ଓ କୌଶଳର ସହ ସାପଟିକୁ ଉଦ୍ଧାର କରାଯାଇଥିଲା। ସାପ…
BY -ଶ୍ରୀକାନ୍ତ ନନ୍ଦ ଆଜି ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ଦୀର୍ଘ ୨୫ ବର୍ଷର ସେବା ଓ ସମର୍ପଣକୁ ସ୍ମରଣ କରି ଆଜିଠାରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ମାସବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ଏହି ଅଭିଯାନ ଅଧୀନରେ ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରାଞ୍ଚଳ ଆଶ୍ରୟସ୍ଥଳୀ ପରିସରରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେବାର ସଙ୍କଳ୍ପ ନେଇ ବହୁ ବିଜେପି କର୍ମୀ ସ୍ୱେଚ୍ଛାସେବୀ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ। ଶିବିରରେ ପ୍ରାୟ ୩୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା କୁହାଯାଇଛି। ସଂଗ୍ରହ ହୋଇଥିବା ଏହି ରକ୍ତ ଆବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହେବ। ଏହି ଅବସରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ…
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ପାଳିତ ହୁଏ ପବିତ୍ର ଷଠୀଓଷା। ଚଳିତ ବର୍ଷ ଷଠୀଓଷା ଗୁରୁବାର ଦିନ ପଡ଼ିଥିବା ବେଳେ, ଏହି ଦିନ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ ପାଳିତ ହେଉଛି। ସନ୍ତାନମାନଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ମଙ୍ଗଳ କାମନା କରି ମା’ମାନେ ଶ୍ରଦ୍ଧା ଓ ଭକ୍ତିର ସହ ଷଠୀଓଷା ପାଳନ କରିଥାନ୍ତି। ପରମ୍ପରା ଅନୁଯାୟୀ ସାତଟି ଡାଳ ଓ ହଳଦୀ କଣ୍ଠିକୁ ପୂଜାରେ ବ୍ୟବହାର କରାଯାଇ ମନ୍ତ୍ର ଉଚ୍ଚାରଣ କରାଯାଏ। ପୂଜା ପରେ ମା’ମାନେ ସନ୍ତାନଙ୍କ ପିଠିରେ ପରମ୍ପରା ଅନୁସାରେ ଡାଳର ସ୍ପର୍ଶ କରାଇଥାନ୍ତି। ଅନ୍ୟପଟେ ଶିଳ୍ପ, କାରିଗରୀ ଓ ଯନ୍ତ୍ରପାତିର ଅଧିଷ୍ଠାତା ଭଗବାନ ବିଶ୍ୱକର୍ମାଙ୍କୁ ମଧ୍ୟ ଏହି ଦିନ ଭକ୍ତିର ସହ ପୂଜା କରାଯାଉଛି। ଫଳରେ ଏକାଦିନରେ ଦୁଇଟି ପାରମ୍ପରିକ ପୂଜା ପଡ଼ିଥିବାରୁ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଶ୍ରୀକାନ୍ତ ନନ୍ଦ ଙ୍କ ରିପୋର୍ଟ କ୍ଳ…
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଦିଲ୍ଲୀରେ ରୋଡ ସୋରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଟି ଟିମ୍ ଯାଇଛନ୍ତି । ୟୁରୋପ, ଜାପାନ, ସାଉଥ୍ କୋରିଆ ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଦିଲ୍ଲୀରେ ରୋଡ ସୋରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଟି ଟିମ୍ ଯାଇଛନ୍ତି । ୟୁରୋପ, ଜାପାନ, ସାଉଥ୍ କୋରିଆ ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଶାକୁ ସେମି କଣ୍ଡକ୍ଟର ହବ କରିବାକୁ ଯୋଜନା କରୁଛନ୍ତି ସରକାର । ଚର୍ଚ୍ଚା tv








