Author: Charcha News

-BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା,:ରାୟଗଡ଼ା ଗୁଣପୁର ସେବା ସମାଜ ତରଫରୁ ବିନୋଦ ବିଚାର ପ୍ରବାହ କମିଟି ପକ୍ଷ ରୁ ଆୟୋଜିତ ଭୂଦାନ ସ୍ମୃତି ବିଚାର ଓ ସଦ୍ ଭାବନା ଯାତ୍ରା ମାର୍ଚ୍ଚ ୨୫ ଠାରୁ ଆରମ୍ଭ ହୋଇ ତାମିଲନାଡୁ ର ପୋଚମପଲ୍ଲି ଠାରେ ୧୮ ଏପ୍ରିଲ ଭୂକ୍ରାନ୍ତୀ ଦିବସ ରେ ସମାପନ ହେବାର ଅଛି । ଏହି ଯାତ୍ରା ସୁଦୂର ସହାଯାହାନପୁର ଉତ୍ତରପ୍ରଦେଶ ବିନୋବା ସେବାଶ୍ରମ ର ପ୍ରତିଷ୍ଠାତା ବିନୋବାଙ୍କ ପଟ୍ଟଶିଷ୍ୟ ଅନୁଗାମୀ ସମାଜସେବୀ ରମେଶ ଭାଇଜୀ ଦ୍ୱାରା ଆୟୋଜିତ। ତାଙ୍କ ସହ ସମାଜସେବୀ ରାକେଶ କୁମାର ପାଣ୍ଡେ, ସେବା ଗ୍ରାମର ସମାଜସେବୀ ଜଳନ୍ଦ୍ରନାଥ ଏବଂ ହରିୟାଣା ର ରାଜେନ୍ଦ୍ର ଭାଇଜୀ ଆସି ଗୁଣପୁରରେ ପହଞ୍ଚିଥିଲେ। ସେବା ସମାଜ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ସେହି ସଭାରେ ବରିଷ୍ଠ ଆଇନଜୀବୀ ଫନିଭୁଷଣ ପଟନାୟକ, ଆଇନଜୀବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ସେବା ସମାଜର ସଭାପତି ମାୟା ଶବର, ଏବଂ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ::ନେରିଡି ପ୍ରକଳ୍ପ ଅଞ୍ଚଳ କୁ ବୁଲି ଦେଖିଲେ ରାଜ୍ୟ ସିପିଆଇଏମଏଲ ଲିବେରଶନ ର ଏକ ପ୍ରତିନିଧି ଦଳ ।ଆନ୍ଧ୍ର ପ୍ରଦେଶର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବଂଶାଧାରା ନଦୀ ର ଉପରମୁଣ୍ଡ ରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ଆଜି ସିପିଆଇ ଏମଏଲ ଲିବରେସନ ର ଏକ ଆନ୍ଧ୍ର ର ଉଭୟ ନେରେଡି ଓ କାଟ୍ରାଗାଡା ପ୍ରକଳ୍ପ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି | ବଂଶଧାରା ନଦୀ ଓଡିଶା ରୁ ବାହାରି ଥିବା ବେଳେ ଅଧିକ ଓଡିଶା ଦେଇ ପ୍ରବାହିତ ହେଉଛି କିନ୍ତୁ ଆନ୍ଧ୍ର ଦେଇ କମ ପ୍ରବାହିତ ହେଉଛି | ହେଲେ ବଂଶଧାରା ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଓଡିଶା ଫେଲ ମାରିଛି |…

Read More

ରାଜପଥ କଡ ରେ ହେଉଥିଲା ବ୍ରାଉନ ସୁଗାର ବେପାର । ନିୟମିତ ଚେକିଙ୍ଗ ବେଳେ ଧରିଲା ଅବକାରୀ ବିଭାଗ ର ମୋବାଇଲ୍ ଟିମ । ଯୁବକ ଙ୍କ ନିକଟ ରୁ ମିଳିଛି 45 ଗ୍ରାମ ବ୍ରାଉନ ସୁଗା । ସୂଚନା ଅନୁଯାୟୀ ଭଦ୍ରକ ଅବକାରୀ ବିଭାଗ ର ମୋବାଇଲ୍ ଟିମ ନିୟମିତ ରାଜପଥ ରେ ପେଟ୍ରୋଲିଙ୍ଗ ସହ ଯାଞ୍ଚ କରୁଥିଲେ । ଏହି ସମୟ ରେ 16 ନମ୍ୱର୍ ଜାତୀୟ ରାଜପଥ ର ନଳାଙ୍ଗ ଛକ ନିକଟ ରେ ବାଇକ୍ ଉପରେ ବସି ଥିଲେ । ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଅବକାରୀ ବିଭାଗ ର ମୋବାଇଲ୍ ଟିମ ଯୁବକ ଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ଯୁବକ ଙ୍କ ନିକଟ ରୁ 4 ଲକ୍ଷ 50 ହଜାର ରୁ ଅଧିକ ଟଙ୍କା ମୂଲ୍ୟ ର 45 ଗ୍ରାମ ବ୍ରାଉନ ସୂଗାର ମିଳିଥିଲା । ଯୁବକ ଜଣକ ରାଜପଥ କଡ ରେ…

Read More

BY-ମଣ୍ଟୁମନ୍ତ୍ରା Dt- 11. 4. 2026 ::ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମିତ୍ରି ସାହୁ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଥିଲେ । ଜୀବନରେ ଯୋଗର ଆବଶ୍ୟକତା ତଥା ଶିକ୍ଷା ଓ ସମାଜରେ ଯୋଗର ବିଶେଷ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅନ୍ୟତମ ଶିକ୍ଷକ କେଶବ ନାୟକ ଯୋଗ ଅବାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ଶିବିରରେ ଯୋଗ ଶିକ୍ଷକ ଦିନେଶ ବିଶ୍ଵାଲ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସୂକ୍ଷ୍ମ ବ୍ୟାୟାମ, ଆସନ ତଥା ପ୍ରାଣାୟମ ର ଅଭ୍ୟାସ କରେଇ ଥିଲେ । ଶେଷରେ ଶିକ୍ଷକ ସହଦେବ ମେହେର ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ…

Read More

-byମଣ୍ଟୁମନ୍ତ୍ରା Dt- 11. 4 . 2026 ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଐତିହାସିକ ତଥା ଇତିହାସ ଭିତ୍ତିକ ଗାଁ କୋଟସମଲାଇ ରଘୁନାଥ ମନ୍ଦିର ପ୍ରାଗଣରେ ୧୮ଦିନ ଧରି ମହାସମାରୋହରେ ୭୫ବର୍ଷ ପ୍ଳାଟିନମ ଜୁବଲି ରାମଲୀଳା ଉତ୍ସବ ଅନୁଷ୍ଠିତ ହେଉଅଛି।ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ କୋଟସମଲାଇ ବାହାରିପଡା ର ଚଳିତ ବର୍ଷ ୭୫ବର୍ଷ ପ୍ଳାଟିନମ ଜୁବଲିରେ ପଦାର୍ପଣ କରିଛି। ଏହି ରାମଲୀଳା ଉତ୍ସବ ନିରବଚ୍ଛିନ୍ନ ଭାବେ ୭୫ବର୍ଷ ପାଳନ ହେଲାଣି।ରାମଲୀଳା ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀରାମ ଯଜ୍ଞ।ପ୍ରଥମେ ମନ୍ଦିରରୁ ନାଟ ମଣ୍ଡପକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର,ମାତା ସୀତା, ଲକ୍ଷ୍ମଣ, ହନୁମାନଙ୍କୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପୂଜକ ଭାବେ ସରୋଜ ପୂଜାହାରୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି।ବ୍ରତଧାରୀମାନେ ନିଷ୍ଠାର ସହିତ କରୁଥିବା ବେଳେ ସନ୍ଧ୍ୟାରେ ଆଳତୀ ଲଗାଇ ସାରିଲା ପରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥାଏ। ଶ୍ରୀରାମ ଜନ୍ମ,ଧନୁ ଭଗ୍ନ,ସୀତା ବିବାହ,ରାମ ବନବାସ,ଭରତ ମିଳନ,ସୂର୍ପଣଖା ନାଶା ଛେଦନ,ସୀତା ଚୋରି,ଲଙ୍କା ପୋଡ଼ି,ବିଭିଷଣ ଶରଣ,ରାମ…

Read More

by-ମଣ୍ଟୁମନ୍ତ୍ରା Dt- 11. 4. 2026ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରଘୁନାଥ ଙ୍କ ଲୀଳା କୁ, ନାଟକ ମାଧ୍ୟମରେ ପ୍ରଦର୍ଶିତ କରି, ଗାଁ ରେ ଏକତା, ଭାଇଚାରା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଗାଁ ର ରଘୁନାଥ କ୍ଳବ ର ସଦସ୍ୟ ମାନେ l ୬୫ ବର୍ଷ ରେ ପଦାର୍ପଣ କରିଥିବା ଏହି ରାମଲୀଳା ର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି l ପ୍ରତି ୧୪ ବର୍ଷ ରେ ଥରେ ନlମଯଜ୍ଞ ର ଆୟୋଜନ କରି ଏହାକୁ ପରବର୍ତ୍ତୀ ବର୍ଷ ପୁଣି ଆରମ୍ଭ କରାଯାଏ l ଶେଷ ଥର ପାଇଁ ଯେତେବେଳେ ଏହି ନାଟକ ୫୬ ବର୍ଷ ରେ ପଦାର୍ପଣ କରିଥିଲା, ଗାଁ ରେ ଅନୁଷ୍ଠିତ ହୋଇଥିଲା ୫୬ ପ୍ରହରୀ ନlମଯଜ୍ଞ l ରାମ ନବମୀ ପୂର୍ବରୁ ଘର ସବୁ ଭଲ ଭାବେ ଧୁଆ ଧୁଇ କରି ସମସ୍ତ ଉଷୁନା ଜିନିଷ…

Read More

ରାୟଗଡ଼ା 11 .4 .26 ::ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସ ଦମନ, ନିଷେଧାଦେଶ ଜାରି ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନ ନେଇ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୧୦ଏପ୍ରିଲ ରେ ଚାରିଟି ବାମପନ୍ଥୀ ଦଳର ମିଳିତ ନେତୃତ୍ୱ ସିଜିମାଳି ଅଞ୍ଚଳକୁ ଗସ୍ତ କରିଛନ୍ତି। ସି.ପି.ଆଇ.ପକ୍ଷରୁ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର,ସି.ପି.ଆଇ.(ଏମ୍) ପକ୍ଷରୁ ରାଜ୍ୟ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି.ପି.ଆଇ.(ଏମ୍ଏଲ୍)ଲିବରେସନ ପକ୍ଷରୁ ରାଜ୍ୟ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମହାପାତ୍ର ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ସି.ପି.ଆଇ.ରାଜ୍ୟ ସହ-ସମ୍ପାଦକ ଶ୍ରୀ ଜୟନ୍ତ ଦାସ,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଶ୍ରୀ ଦାମୋଦର ବେହେରା, ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶ୍ରୀ ବଦ୍ରୀ ନାରାୟଣ ଦାଶ,ଆଦିବାସୀ ନେତା ଶ୍ରୀ ଚାମ୍ବୁରୁ ସୋରେନ,ସି.ପି.ଆଇ.(ଏମ୍ଏଲ୍)- ଲିବରେସନ ରାଜ୍ୟ ନେତା ଶ୍ରୀ ମହେନ୍ଦ୍ର ପରିଡା…

Read More

କଟକ ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକକଳା କଳାକାରମାନେ ନିଜ ନିଜ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଓ ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲୋକକଳା ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଆମ ଐତିହ୍ୟକୁ ଜୀବନ୍ତ ରଖିଥାଏ । । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ସହିତ ନୂତନ ପିଢିଙ୍କ ମଧ୍ୟରେ ଏହାର ପ୍ରଚାର କରାଯାଇପାରୁଛି । ଏଭଳି ପଦକ୍ଷେପ କଳାକାରମାନଙ୍କୁ ମଧ୍ୟ ବେଶ ଉତ୍ସାହିତ କରିଛି । ଜିଲ୍ଳାର ବିଭିନ୍ନ ବ୍ଲକରେ ମଧ୍ୟ ଲୋକକଳା ପାଇଁ…

Read More

ରାତିଅଧରେ ଅଶାନ୍ତ ହେଲା ସାଲିଆସାହି। ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍‌ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି। BY-SUBHASMITA-DT 1.4.2026 ଭୁବନେଶ୍ବର: DT 1.4.2026: ଭାଇ ବନିଲା ଭାଇର ଶତ୍ରୁ ,ରାତିଅଧରେ ସାଲିଆସାହି ହେଲା ପ୍ରବଳ ଅଶାନ୍ତ | ସୂଚନା ମୁତାବକ ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍‌ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତ ବଡ଼ଭାଇ ଚିତ୍ତରଂଜନ ସାମନ୍ତରାୟକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଆହତ ଜିତୁଙ୍କ ବାପା ଜୟଦେବ ସାମନ୍ତରାୟଙ୍କ, କିଛିଦିନ ହେବ ପାରିବାରିକ କଳହକୁ କେନ୍ଦ୍ର କରି ଚିତ୍ତରଞ୍ଜନ ବାରମ୍ବାର ଜିତୁଙ୍କୁ ଧମକଚମକ ଦେଉଥିଲା। ନିଶାସକ୍ତ ଚିତ୍ତରଞ୍ଜନ ଆଜି ରାତି ପ୍ରାୟ…

Read More