ମନ୍ଦିର ନଗରୀ Bhubaneswar ଐତିହ୍ୟ ଓ ଆଧୁନିକତାର 78 ବର୍ଷର ଗାଥା ସମୟ ବଦଳିଗଲା କିନ୍ତୁ ଭୁବନେଶ୍ୱରର ଆତ୍ମା ଆଜିବି ସେୟା ଅଛି। BY-SUBHASMITA-DT-13.4.2026 ଭୁବନେଶ୍ୱର :: DT-13.4.2026 :ଭୁବନେଶ୍ୱର ନାମଟି ଶୁଣିଲେ ମନରେ ଆସେ ଶାନ୍ତି, ଭକ୍ତି ଓ ଐତିହ୍ୟର ଏକ ସୁନ୍ଦର ଚିତ୍ର। ଏହି ସହର କେବଳ ଓଡ଼ିଶାର ରାଜଧାନୀ ନୁହେଁ, ଏହା ଆମ ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପରିଚୟ। ହଁ ଆଜ୍ଞା ସ୍ୱାଧୀନତା ପରେ, ଯେତେବେଳେ ଓଡ଼ିଶାକୁ ଏକ ଯୋଜିତ ରାଜଧାନୀ ସହରର ଆବଶ୍ୟକତା ହୋଇଥିଲା, 1948 ମସିହାରେ ଭୁବନେଶ୍ୱରକୁ ରାଜଧାନୀ ଭାବେ ଗଢ଼ିବା କାମ ଆରମ୍ଭ ହେଲା। ଏହି ନଗରୀର ପରିକଳ୍ପନା କରିଥିଲେ ଜର୍ମାନ ନିର୍ମାଣ ବିଶେଷଜ୍ଞ Otto Königsberger।( ଅଟୋ କୋନିଗ୍ସବର୍ଗର)ତାଙ୍କର ଯୋଜନାରେ ଏହି ସହରକୁ ଏକ ସୁନ୍ଦର ସୁସଂଘଟିତ, ସବୁଜ ଓ ଆଧୁନିକ ନଗରୀ ଭାବେ ଗଢ଼ାଯାଇଥିଲା। 13 ଏପ୍ରିଲ 1948 ରେ ଏହାର ଭିତ୍ତିପ୍ରସ୍ଥର ପକାଯାଇଥିଲା, ଯାହାକୁ ଆମେ ଆଜି…
Author: Charcha News
BY-ରବିନ୍ଦ୍ର ନାଥ ମହାପାତ୍ର ଗୁଡ଼ାରୀ::ଭିଜିଲାନ୍ସ ଜାଲରେ ଗୁଡାରୀ ରେଇଞ୍ଜର୍ ।ରାୟଗଡ଼ା ଜିଲ୍ଲା ଗୁଡାରୀ ରେଞ୍ଜର ବନାଞ୍ଚଳ ଅଧିକାରୀ ସୁକୁମାର ଦୁଃଖୁ। ସୁକୁମାରୁ ନିଜ ଗାଡ଼ିରେ ଯିବା ସମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ସେତୁ ନିକଟରେ ଓଡ଼ିଶା ଭିଜିଲାନ୍ସ ଚଡାଉ କରି ୨ଲକ୍ଷ ୩୩ହଜାର ଟଙ୍କା ଜବତ କରିଛି। ଗୁଡାରୀ ରୁ ନବରଙ୍ଗପୁରର ଯିବା ବେଳେ ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଯାତ୍ରା କରୁଥିଲେ, ଏବଂ ତାଙ୍କ ନିକଟରୁ ୨.୩୩ ଲକ୍ଷ ଟଙ୍କା ସନ୍ଦେହଜନକ ବେଆଇନ୍ ଅର୍ଜିତ ନଗଦ ଜବତ କରାଯାଇଥିଲା। ସୁକୁମାର ଦୁଖୁ ତାଙ୍କଠାରୁ ଉଦ୍ଧାର ହୋଇଥିବା ନଗଦ ସମ୍ପର୍କରେ ସନ୍ତୋଷଜନକ ଭାବରେ ବର୍ଣ୍ଣନା କରିବାରେ ବିଫଳ ହେବାରୁ, ସମ୍ପୂର୍ଣ୍ଣ ନଗଦ ୨.୩୩ ଲକ୍ଷ ଟଙ୍କା ସହିତ ରେଜିଷ୍ଟ୍ରେସନ୍ ନଂ- OD18K-7041 ବୋଲେରୋ ଗାଡ଼ି ଜବତ କରାଯାଇଥିଲା। ତେବେ ୩ଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରାଯାଇଛି।ଗୁଡ଼ାରୀ ରେଞ୍ଜ ଅଫିସ ରେ ମଧ୍ୟ କାଗଜ ପତ୍ର ଜବତ କରି ଅଧିକ ଅନୁସନ୍ଧାନ…
BY-ରାଜୀବ କୁମାର ବେହେରା ଉଦଳା ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଶ୍ରୀଦାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଖୋଡିକାଶୋଳ ଗ୍ରାମରେ ଅବସ୍ଥିତ ‘କଙ୍କା ବୁଢ଼ୀ’ ବନ୍ଧରେ ଆଜି ପାରମ୍ପରିକ ମାଛଧରା ପର୍ବ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବନ୍ଧକୁ ସାଧାରଣ ଲୋକଙ୍କ ପାଇଁ ମାତ୍ର ଏକ ଦିନ ପାଇଁ ଖୋଲାଯାଇଥିଲା। ସ୍ଥାନୀୟ ପ୍ରଥା ଅନୁଯାୟୀ, ମାତ୍ର ୫୦ ଟଙ୍କା ଦେୟ ଦେଇ ଯେକୌଣସି ବ୍ୟକ୍ତି ବନ୍ଧ ଭିତରକୁ ପ୍ରବେଶ କରି ମାଛ ଧରିବାର ସୁଯୋଗ ପାଇଥିଲେ। ସକାଳୁ ସକାଳୁ ପାଖା ପାଖୀ ଅଞ୍ଚଳର ଶହ ଶହ ପୁରୁଷ ଓ ମହିଳା ଜାଲ, ମୋଥାମାରି ଆଦି ସାମଗ୍ରୀ ନେଇ ବନ୍ଧ ଭିତରକୁ ଓହ୍ଲାଇ ମାଛ ଧରିବାରେ ବ୍ୟସ୍ତ ହୋଇପଡ଼ିଥିଲେ। ବନ୍ଧ କୂଳରେ ମଧ୍ୟ ବହୁ ସଂଖ୍ୟକ ଲୋକ ଭିଡ଼ ଜମାଇ ଏହି ନିଆରା ଦୃଶ୍ୟକୁ ଉପଭୋଗ କରୁଥିଲେ। ଏହି ପର୍ବ କେବଳ ମାଛ ଧରିବାକୁ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା::ଵଂଶଧାରା ନଦୀର ଉପର ମୁଣ୍ଡରେ ଆନିକଟ ଦାବୀ ନେଇ ନିଆରା ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ରାୟଗଡ଼ା ଜିଲ୍ଲା ସୀମାନ୍ତ ସାରା ବାଡ଼ିଙ୍ଗା ଗ୍ରାମରେ ଆଜି ଜଳ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଗୁଣପୁର ବଂଶଧରl ଅବବାହିକା ସୁରକ୍ଷା ସମିତି କାର୍ଯକାରୀ ସଭାପତି ଅକ୍ଷୟ ଦାଶ ଙ୍କ ନେତୃତ୍ୱ ରେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ସାରା ପଂଚାୟତ ସମିତି ସଭ୍ୟ ଜଗନ୍ନାଥ ଦୋରା, ସୁରକ୍ଷା ସମିତି ସଦସ୍ୟ ବ୍ରଜ ନାୟକ, ଭୁବନେଶ୍ୱର ନାୟକ, ଦିବାକର ପାତ୍ର ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ସଦସ୍ୟ ୱାଇ. ଗଣପତି ଗୁଣପୁର ଓକିଲ ସଙ୍ଘ ସଭାପତି ରମେଶ ଲିମା ସହ ବି. ଜେ. ଡ଼ି ସମ୍ପାଦକ ଏସ. ବାବା ପ୍ରସାଦ, ଯୁବନେତା ରାମ ପଣ୍ଡା ଓକିଲ ଏସ. ଶିବାଜୀ, ରାଜେଶ ପାଢ଼ୀ, କିରଣ ପାଣିଗ୍ରାହୀ, ଶିବ ଡାକୁଆ, କେ. ରବିକୁମାର, ସାମ୍ବାଦିକ ସୋମେଶ୍ୱର ରାଓ ପ୍ରମୁଖ…
ଗ୍ରାମୀଣ ଶିଳ୍ପୀ, କୃଷକ ଓ ସମୁଦାୟ ଆଧାରିତ ସଂଗଠନ (CBOs) ମାନଙ୍କ ଉତ୍ପାଦକୁ ସହରୀୟ ବଜାର ସହିତ ସିଧାସଳଖ ଯୋଗାଯୋଗ କରାଇବା ଉଦ୍ଦେଶ୍ୟରେ ନେତାଜୀ ବସଷ୍ଟାଣ୍ଡ ଠାରେ ଓରମାସ ପକ୍ଷରୁ ନବ ନିର୍ମିତ ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଆଜି ଉଦଘାଟିତ ହୋଇଛି। ଏହି ବଜାର ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ଶିଳ୍ପୀମାନଙ୍କୁ ନ୍ୟାୟସଙ୍ଗତ ମୂଲ୍ୟ ଓ ନିଶ୍ଚିତ ବଜାର ଯୋଗାଇବାରେ ଏକ ମାଇଲସ୍ଟୋନ୍ ସାବିତ ହେବ। ଏଠାରେ ରାଜ୍ୟର ୨୨ଟି ଜିଲ୍ଲାରୁ ଆସିଥିବା ୭୨ ପ୍ରକାରର ହସ୍ତଶିଳ୍ପ, ହସ୍ତତନ୍ତ୍ର, ଖାଦ୍ୟ ପ୍ରସ୍ତୁତି ଓ ପାରମ୍ପରିକ ଉତ୍ପାଦ ସିଧାସଳଖ ଉପଲବ୍ଧ ହେଉଛି, ଯାହା “ଗ୍ରାମରୁ ସହର” ଧାରଣାକୁ ସାର୍ଥକ କରିଛି। ଉଦଘାଟନ ଅବସରରେ ମାନ୍ୟବର କଟକ ସାଂସଦ ଡଃ ଭର୍ତ୍ତୃହରି ମହତାବ, ଚୌଦ୍ଵାର-କଟକ ବିଧାୟକ, ଶ୍ରୀ ସୌଭିକ ବିଶ୍ୱାଳ, ଜ଼ିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ମହାନଗର ନିଗର ନିଗମ ଆୟୁକ୍ତ , ସୁଶ୍ରୀ କିରଣଦୀପ…
ମେ ୩୧ ଶୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହେବାପାଇଁ ଦେଲେ ନିର୍ଦେଶ ଆଜି ସଖାଳ ୧୦ଟା ସମୟ ରେ ବାରବାଟୀ ଫୂଡ଼ କୋର୍ଟ ର ସମୀକ୍ଷା କରିଥିଲେ ମେୟର ଶ୍ରୀ ସୁବାଷ ସିଂ, କମିସନର ସୁଶ୍ରୀ କିରଣଦୀପ କୌର ସହୋତା । ଆଜି ସଖାଳେ ଶ୍ରୀ ସିଂ ଘଟଣାସ୍ଥଳ ପରିଦର୍ଶନ କରି ଦୁଇବର୍ଷ ତଳେ ମହାନଗର ନିଗମ ପକ୍ଷରୁ ୬କୋଟି ୬୬ଲକ୍ଷ ଟଙ୍କା ବିନିଯୋଗ ରେ ହେଉଥିବା କାର୍ଯ୍ୟ ର ତଦାରଖ କରିଥିଲେ ଯାହା ଟୋଟାଲ ସାଇଟ ଜାଗା ୫୦୦୦ ବର୍ଗ ମିଟର ଭିତରେ ଏକ ବଡ ପରିକଳ୍ପନା କରାଯାଇ ବାରବାଟୀ ଫୂଡ଼ କୋର୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଯେଉଁଥିରେ ୮୮ଟି ଦୋକାନ ଘର ରହିବାର ବ୍ୟବସ୍ଥା ଅଛି । ପ୍ରଥମ ପର୍ଯ୍ୟାୟ ରେ ୪୫ଟି ଦିକନା ଘର ଲଟେରୀ ଯୋଗେ ବଣ୍ଟନ କରାଯାଇ ଅଛି ଏବଂ ଗତ ଏପ୍ରିଲ ୪ତାରିଖ ରୁ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ଅନଲାଇନ…
କଟକ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ସ୍ଵରାଜ ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଥିଲେ କଟକ ଏକ ଐତିହାସିକ ସହର ଓ ଏହାର ସଂସ୍କୃତି , ପରମ୍ପରା , ଇତିହାସ କୁ ଉଜ୍ଜୀବିତ କରିବାପାଇଁ ଓଡିଆ ପକ୍ଷ ଏକ ସୁନ୍ଦର ଅବସର । ଏଥି ସହ ଉପସ୍ଥିତ ସାହିତ୍ୟିକ ଓ ଅତିଥି ମାନେ ଓଡ଼ିଆ ସାହିତ୍ୟର ଆହୁରି ଅଧିକ ଉନ୍ନତି ନିମନ୍ତେ ପରାମର୍ଶ ଦେବାକୁ କହିଥିଲେ । ସାହିତ୍ୟ ଇତିହାସ ର ବ୍ୟାସକବି ଫକୀରମୋହନ ସେନାପତି, ଗୋପିନାଥ ମହାନ୍ତି ଓ ପ୍ରତିଭା ରାୟ ଙ୍କ ଭଳି ଅନେକ ସାରସ୍ଵତ ସାଧକଙ୍କ ର ମହତ୍ତ୍ବପୂର୍ଣ୍ଣ ଅବଦାନ କୁ ସ୍ମରଣ କରିବା ସହିତ ସାହିତ୍ୟ ମଧ୍ୟ ଜୀବିକା…
BY-SUBHASMITA-DT-13.4.2026 କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। ମେଷ: ବ୍ୟାଙ୍କରେ କାମ କରୁଥିବା ଲୋକ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର କାମ ପୂରା କରିଦେବେ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ବନ୍ଧୁ ସହିତ ଫୋନରେ କଥା ହୋଇ ସମୟ ବିତାଇବେ। ବୃଷ: ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ପାରନ୍ତି। ଖେଳକୁଦ କ୍ଷେତ୍ରରେ ବିଦ୍ୟାର୍ଥୀ ଭଲ ମଉକା ପାଇବେ। ଦୀର୍ଘ ସମୟ ସୁସ୍ଥ ରହିବା ଲାଗି ଉଚିତ ଖାଦ୍ୟ ଭୋଜନ କରନ୍ତୁ। ମିଥୁନ: ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦିନଟିଏ। ପ୍ରତିଟି ଛୋଟ କଥା ଉପରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ହେବ। ନୂଆ ବ୍ୟବସାୟ…
ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ପୁଣି ଥରେ ଭାରତ କରିଲା ସାବ୍ୟସ୍ତ ତାରିଖ- ୧୨- ୦୪-୨୦୨୬ ଚର୍ଚ୍ଚା ବ୍ୟୁରୋ : ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ, ଏହା ସବୁବେଳେ ଭାରତ ପ୍ରମାଣିତ କରି ଆସିଛି। ପଡ଼ୋଶୀ ଦେଶ ମାନଙ୍କ ଅସୁବିଧା ସମୟରେ ସବୁବେଳେ ଭାରତ ସେହି ଦେଶ ସହ ଛିଡ଼ା ହୋଇଛି। ଯେପରି ଭାରତ ସରକାର ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାର ମନୋଭାବ ରଖେ, ଠିକ୍ ସେହିପରି ଭାରତବାସୀ ମଧ୍ୟ ସାହାଯ୍ୟ କରିବାକୁ ବିଶ୍ୱାସ କରନ୍ତି। ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ସହଯୋଗ। ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ ନିଜର ଏକ ସ୍ୱତନ୍ତ୍ର ଭୂମିକା ସୃଷ୍ଟି କରିପାରିଛି। ଯେପରି ସମଗ୍ର ବିଶ୍ୱ ଜାଣିଛି କି ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ କ୍ଷୟକ୍ଷତି ହୋଇଛି ଓ ଏହି ସମୟରେ…








