କଟକ ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକକଳା କଳାକାରମାନେ ନିଜ ନିଜ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଓ ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲୋକକଳା ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଆମ ଐତିହ୍ୟକୁ ଜୀବନ୍ତ ରଖିଥାଏ । । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ସହିତ ନୂତନ ପିଢିଙ୍କ ମଧ୍ୟରେ ଏହାର ପ୍ରଚାର କରାଯାଇପାରୁଛି । ଏଭଳି ପଦକ୍ଷେପ କଳାକାରମାନଙ୍କୁ ମଧ୍ୟ ବେଶ ଉତ୍ସାହିତ କରିଛି । ଜିଲ୍ଳାର ବିଭିନ୍ନ ବ୍ଲକରେ ମଧ୍ୟ ଲୋକକଳା ପାଇଁ…
Author: Charcha News
ରାତିଅଧରେ ଅଶାନ୍ତ ହେଲା ସାଲିଆସାହି। ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି। BY-SUBHASMITA-DT 1.4.2026 ଭୁବନେଶ୍ବର: DT 1.4.2026: ଭାଇ ବନିଲା ଭାଇର ଶତ୍ରୁ ,ରାତିଅଧରେ ସାଲିଆସାହି ହେଲା ପ୍ରବଳ ଅଶାନ୍ତ | ସୂଚନା ମୁତାବକ ସାଲିଆସାହି ମହାବୀରନଗରରେ ରହୁଥିବା ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଛୁରାମାଡ଼ରେ ତାଙ୍କ ସାନଭାଇ ନିରଞ୍ଜନ ସାମନ୍ତରାୟ ଓରଫ୍ ଜିତୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତ ବଡ଼ଭାଇ ଚିତ୍ତରଂଜନ ସାମନ୍ତରାୟକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଆହତ ଜିତୁଙ୍କ ବାପା ଜୟଦେବ ସାମନ୍ତରାୟଙ୍କ, କିଛିଦିନ ହେବ ପାରିବାରିକ କଳହକୁ କେନ୍ଦ୍ର କରି ଚିତ୍ତରଞ୍ଜନ ବାରମ୍ବାର ଜିତୁଙ୍କୁ ଧମକଚମକ ଦେଉଥିଲା। ନିଶାସକ୍ତ ଚିତ୍ତରଞ୍ଜନ ଆଜି ରାତି ପ୍ରାୟ…
ଓଡ଼ିଶାର ଗର୍ବ, ସ୍ବାଦର ରାଜା, ପ୍ରସିଦ୍ଧ ମିଠା ଛେନା ପୋଡ BY-SUBHASMITA-DT-11.4.2026 ଭୁବନେଶ୍ବର :: DT-11.4.2026 :ଛେନା ପୋଡ ହେଉଛି ଓଡ଼ିଶାର ଏକ ଅତ୍ୟନ୍ତ ପ୍ରସିଦ୍ଧ, ସ୍ୱାଦିଷ୍ଟ ଓ ପାରମ୍ପରିକ ମିଠା, ଯାହା ଆମ ଓଡ଼ିଆ ଅସ୍ମିତାର ଏକ ମିଠା ପରିଚୟ। ଛେନା ଅର୍ଥାତ୍ ପନୀର ଓ “ପୋଡ” ମାନେ ଆଗିରେ ପୋଡ଼ିବା ଏହି ଦୁଇଟି ଶବ୍ଦରୁ ଏହି ଅଲୌକିକ ମିଠାର ନାମ ହୋଇଛି। ଏହାର ସୁଗନ୍ଧ, ରଙ୍ଗ ଓ ସ୍ୱାଦ ମିଶି ଏକ ଅନନ୍ୟ ଅନୁଭବ ଦେଇଥାଏ। ଛେନା ପୋଡର ଜନ୍ମ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ହୋଇଥିବା କୁହାଯାଏ। ଏହା ପଛରେ ଥିବା କାହାଣୀ ମଧ୍ୟ ବହୁତ ରୋଚକ। ଗୋଟେ ମିଠା ବ୍ୟବସାୟୀ ଅଜାଣତେ ଛେନା ଓ ଚିନିକୁ ଭଟ୍ଟିରେ ରଖି ଭୁଲିଯାଇଥିଲେ। ଦୀର୍ଘ ସମୟ ପରେ ଯେତେବେଳେ ସେ ତାହାକୁ ବାହାର କରିଲେ, ସେଥିରୁ ଏକ ସୁନାଲି ରଙ୍ଗର, ଘ୍ରାଣମୟ ଓ ଅତ୍ୟନ୍ତ ସ୍ୱାଦିଷ୍ଟ ମିଠା ତିଆରି ହୋଇଥିଲା।…
କଟକ ::ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକକଳା କଳାକାରମାନେ ନିଜ ନିଜ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଓ ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲୋକକଳା ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଆମ ଐତିହ୍ୟକୁ ଜୀବନ୍ତ ରଖିଥାଏ । । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ସହିତ ନୂତନ ପିଢିଙ୍କ ମଧ୍ୟରେ ଏହାର ପ୍ରଚାର କରାଯାଇପାରୁଛି । ଏଭଳି ପଦକ୍ଷେପ କଳାକାରମାନଙ୍କୁ ମଧ୍ୟ ବେଶ ଉତ୍ସାହିତ କରିଛି । ଜିଲ୍ଳାର ବିଭିନ୍ନ ବ୍ଲକରେ ମଧ୍ୟ ଲୋକକଳା ପାଇଁ…
କଟକ: ବିଶ୍ଵ ହୋମିଓପାଥିକ ଦିବସ ପୂଣ୍ୟାତ୍ମା ହୋମିଓପାଥିକ ଜନକ ଡାକ୍ତର. ସି. ଏଫ. ଏସ. ହ୍ୟାନିମ୍ୟାନ୍ଙ୍କ ୨୭୨ ତମ ପବିତ୍ର ଜନ୍ମ ବାର୍ଷିକ ଅବସରରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ ଚୌଧୁରୀ ବଜାରସ୍ଥିତ ସହିଦ୍ ଭବନରେ ଅନୁଷ୍ଠିତ ହୋଇ ଯାଇଛି।୧୭୫୫ ମସିହା ଏପ୍ରିଲ ୧୦ ତାରିଖ ଆଜି ଦିନରେ ଡା. ସି. ଏଫ. ଏସ. ହ୍ୟାନିମ୍ୟାନ୍ ଜନ୍ମ ଗ୍ରହଣ କରିଥିଲେ ଜୀବ ଜଗତର କଲ୍ୟାଣ ନିମିତ୍ତ ଏହି ମହାତ୍ମାଙ୍କ ଅବଦାନ ଅବିସ୍ମରଣୀୟ । ଆଜି ଏହି ଚିକତ୍ସା ବିଶ୍ଵର କୋଣ ଅନୁକୋଣରେ ଉପଲବ୍ଧ। ରାଜ୍ୟରେ ହୋମିଓପ୍ୟାଥିକ ଚକିତ୍ସା କରି ଜୀବନ ଜୀବିକା ନିର୍ବାହ କରୁଥିବା ପ୍ରାକ୍ଟିସିନରସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହେଲା । ଏହି ପରିପ୍ରେକ୍ଷିରେ ପ୍ରାକ୍ଟିସିନରସମାନେ ସମ୍ମିଳିତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମିତ୍ତ ୨୦୧୪ ମସିହାରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନ ଗଠନ କରିଥିଲେ,ଯାହା ସମଗ୍ର ଦେଶରେ ଏକମାତ୍ର ଆସୋସିଏସନ କହିଲେ ଅତ୍ୟୁକ୍ତି ହେବନାହିଁ…
by-ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡା ::ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ଯରେ ଏବେ ବି ଉତ୍ତେଜନା ଲାଗି ରହିଛି। ପ୍ରସ୍ଥାବିତ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି। ପୁଲିସ ଓ ଜନତାଙ୍କ ମଧ୍ଯରେ ହୋଈଥିବା ସଂଘର୍ଷ ପରେ ଆଜି କଂଗ୍ରେସ ର ଏକ ଫେକ୍ଟଫାଇଣ୍ଡିଙ୍ଗ୍ ଟିମ୍ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ନିର୍ଦ୍ଦେଶ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲକା , ସି ଏଲ ପି ନେତା ରାମଚନ୍ଦ୍ର କାଡାମ , ରାୟଗଡ଼ା ବିଧାୟକ ଆପ୍ପୁଲୁ ସ୍ୱାମୀ କାଡ୍ରାକା , ତାର ପ୍ରସାଦ ବାହିନୀ ପତି , ବିଧାୟକ ମଙ୍ଗୁ ଖିଲ , bisamcuttack ବିଧାୟକ ନୀଳ ମାଧବ ହୀକୋକା ଙ୍କ ନେତୃତ୍ୱରେ ଦଳର 10ଜଣିଆ ଟିମ୍ ଲୋକଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ…
କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। By-SUBHASMITA-DT-11.4.2026 ମେଷ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିୟର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ। ଗର୍ଦନ ସମସ୍ୟାରୁ ଆରାମ ପାଇବେ। ବୃଷ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। କୃଷକଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ସଫ୍ଟୱର ଇଂଜିନିୟର ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।…
ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ରାଜ୍ୟ ପୋଲିସ ମହିଳା ଓ ପୁରୁଷ ଫୁଟବଲ ଟିମର କ୍ରୀଡ଼ାବିତମାନେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ସଫଳ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୩.୦୩.୨୦୨୬ ରୁ ୦୫.୦୪.୨୦୨୬ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିବା ଏହି ଚମ୍ପିୟାନସିପ୍ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆସାମ ରାଇଫଲସ ଚମ୍ପିୟାନ ହୋଇଥିବା ବେଳେ ଓଡ଼ିଶା…
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି | BY- SUBHASMITA-10.4.2026 ଭୁବନେଶ୍ଵର :: ଏପ୍ରିଲ୍ ୪ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ବୈଠକରେ ଭୁବନେଶ୍ବର ମେଟ୍ରୋ ରେଳପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଲୋକଙ୍କ ଆକାଂକ୍ଷା ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିକୁ ରଖି ଏହି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ବର ସାଂସଦ ଭାବେ ଶ୍ରୀମତୀ ଷଡ଼ଙ୍ଗୀ ଚିଠିରେ ଏହି ପ୍ରକଳ୍ପ କେବଳ ଲୋକଙ୍କ ସ୍ବାର୍ଥକୁ ସାଧନ କରିବ ନାହିଁ ବରଂ ବିକଶିତ ଓଡ଼ିଶାନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ବି ପୂରଣ କରିପାରିବ। ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ କରିବାକୁ ଯେଉଁ ନିଷ୍ପତ୍ତି…








