କଟକ ::ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକକଳା କଳାକାରମାନେ ନିଜ ନିଜ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଓ ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲୋକକଳା ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଆମ ଐତିହ୍ୟକୁ ଜୀବନ୍ତ ରଖିଥାଏ । । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ସହିତ ନୂତନ ପିଢିଙ୍କ ମଧ୍ୟରେ ଏହାର ପ୍ରଚାର କରାଯାଇପାରୁଛି । ଏଭଳି ପଦକ୍ଷେପ କଳାକାରମାନଙ୍କୁ ମଧ୍ୟ ବେଶ ଉତ୍ସାହିତ କରିଛି । ଜିଲ୍ଳାର ବିଭିନ୍ନ ବ୍ଲକରେ ମଧ୍ୟ ଲୋକକଳା ପାଇଁ…
Author: Charcha News
କଟକ: ବିଶ୍ଵ ହୋମିଓପାଥିକ ଦିବସ ପୂଣ୍ୟାତ୍ମା ହୋମିଓପାଥିକ ଜନକ ଡାକ୍ତର. ସି. ଏଫ. ଏସ. ହ୍ୟାନିମ୍ୟାନ୍ଙ୍କ ୨୭୨ ତମ ପବିତ୍ର ଜନ୍ମ ବାର୍ଷିକ ଅବସରରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ ଚୌଧୁରୀ ବଜାରସ୍ଥିତ ସହିଦ୍ ଭବନରେ ଅନୁଷ୍ଠିତ ହୋଇ ଯାଇଛି।୧୭୫୫ ମସିହା ଏପ୍ରିଲ ୧୦ ତାରିଖ ଆଜି ଦିନରେ ଡା. ସି. ଏଫ. ଏସ. ହ୍ୟାନିମ୍ୟାନ୍ ଜନ୍ମ ଗ୍ରହଣ କରିଥିଲେ ଜୀବ ଜଗତର କଲ୍ୟାଣ ନିମିତ୍ତ ଏହି ମହାତ୍ମାଙ୍କ ଅବଦାନ ଅବିସ୍ମରଣୀୟ । ଆଜି ଏହି ଚିକତ୍ସା ବିଶ୍ଵର କୋଣ ଅନୁକୋଣରେ ଉପଲବ୍ଧ। ରାଜ୍ୟରେ ହୋମିଓପ୍ୟାଥିକ ଚକିତ୍ସା କରି ଜୀବନ ଜୀବିକା ନିର୍ବାହ କରୁଥିବା ପ୍ରାକ୍ଟିସିନରସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହେଲା । ଏହି ପରିପ୍ରେକ୍ଷିରେ ପ୍ରାକ୍ଟିସିନରସମାନେ ସମ୍ମିଳିତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମିତ୍ତ ୨୦୧୪ ମସିହାରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନ ଗଠନ କରିଥିଲେ,ଯାହା ସମଗ୍ର ଦେଶରେ ଏକମାତ୍ର ଆସୋସିଏସନ କହିଲେ ଅତ୍ୟୁକ୍ତି ହେବନାହିଁ…
by-ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡା ::ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ଯରେ ଏବେ ବି ଉତ୍ତେଜନା ଲାଗି ରହିଛି। ପ୍ରସ୍ଥାବିତ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି। ପୁଲିସ ଓ ଜନତାଙ୍କ ମଧ୍ଯରେ ହୋଈଥିବା ସଂଘର୍ଷ ପରେ ଆଜି କଂଗ୍ରେସ ର ଏକ ଫେକ୍ଟଫାଇଣ୍ଡିଙ୍ଗ୍ ଟିମ୍ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ନିର୍ଦ୍ଦେଶ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲକା , ସି ଏଲ ପି ନେତା ରାମଚନ୍ଦ୍ର କାଡାମ , ରାୟଗଡ଼ା ବିଧାୟକ ଆପ୍ପୁଲୁ ସ୍ୱାମୀ କାଡ୍ରାକା , ତାର ପ୍ରସାଦ ବାହିନୀ ପତି , ବିଧାୟକ ମଙ୍ଗୁ ଖିଲ , bisamcuttack ବିଧାୟକ ନୀଳ ମାଧବ ହୀକୋକା ଙ୍କ ନେତୃତ୍ୱରେ ଦଳର 10ଜଣିଆ ଟିମ୍ ଲୋକଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ…
କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। By-SUBHASMITA-DT-11.4.2026 ମେଷ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିୟର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ। ଗର୍ଦନ ସମସ୍ୟାରୁ ଆରାମ ପାଇବେ। ବୃଷ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। କୃଷକଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ସଫ୍ଟୱର ଇଂଜିନିୟର ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।…
ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ରାଜ୍ୟ ପୋଲିସ ମହିଳା ଓ ପୁରୁଷ ଫୁଟବଲ ଟିମର କ୍ରୀଡ଼ାବିତମାନେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ସଫଳ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୩.୦୩.୨୦୨୬ ରୁ ୦୫.୦୪.୨୦୨୬ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିବା ଏହି ଚମ୍ପିୟାନସିପ୍ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆସାମ ରାଇଫଲସ ଚମ୍ପିୟାନ ହୋଇଥିବା ବେଳେ ଓଡ଼ିଶା…
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି | BY- SUBHASMITA-10.4.2026 ଭୁବନେଶ୍ଵର :: ଏପ୍ରିଲ୍ ୪ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ବୈଠକରେ ଭୁବନେଶ୍ବର ମେଟ୍ରୋ ରେଳପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଲୋକଙ୍କ ଆକାଂକ୍ଷା ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିକୁ ରଖି ଏହି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ବର ସାଂସଦ ଭାବେ ଶ୍ରୀମତୀ ଷଡ଼ଙ୍ଗୀ ଚିଠିରେ ଏହି ପ୍ରକଳ୍ପ କେବଳ ଲୋକଙ୍କ ସ୍ବାର୍ଥକୁ ସାଧନ କରିବ ନାହିଁ ବରଂ ବିକଶିତ ଓଡ଼ିଶାନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ବି ପୂରଣ କରିପାରିବ। ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ କରିବାକୁ ଯେଉଁ ନିଷ୍ପତ୍ତି…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’। ଓଡ଼ିଆ ପକ୍ଷ ପାଳନର ୧୦ମ ଦିନକୁ “ଲୋକକଳା ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ଆଜି ଆମ ଭୁବନେଶ୍ୱରର ଲିଙ୍ଗପୁର ସ୍ଥିତ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ସମସ୍ତେ ମିଶି ସମ୍ବଲପୁରୀ ନୃତ୍ୟ ପରିବେଷଣ ପୂର୍ବକ ଖୁସି ମନେଇଥିଲୁ । ଆଉ ମଧ୍ୟ ଏହି ଲୋକକଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମନରେ ସଙ୍କଳ୍ପ ନେଲୁ ।
ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ l ତେଵେ ପିଲାମାନଙ୍କ ପ୍ରତି ଭଲ ପାଇବା, ତାୟିତ୍ୱ ଏବଂ କର୍ତ୍ତବ୍ୟ ସଚେତନତା, ବିଦ୍ୟାଳୟର ଉନ୍ନତି ପ୍ରତି ଆଗ୍ରହ ସବୁବେଳେ ପିଲାଙ୍କ ଭିତରେ ତାଙ୍କର ଅଭାବକୁ ମନେ ପକାଇ ଦେଉଥିବ l ଯାହା ଜଣେ ଆଦର୍ଶ ଶିକ୍ଷକ ଭାବେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀ ମହଲରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ସୋମନାଥ ସିଂ ସାର l ସେ ଆଉ କେହି ନୁହନ୍ତି ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ସାର l ତାଙ୍କର କାର୍ଯ୍ୟକାଳ ସଫଳତାର ସହ ପୂରଣ କରିବା ପରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି,…
ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ କରିବା ସହ ଅତି ଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଫେରାଯାଉ ବୋଲି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ କାଶୀପୁର ଖଣି ଖନନ ଅଞ୍ଚଳରେ ରହିଥିବା ଅଞ୍ଚଳ କୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଗୁରୁବାର ଫେରିଛନ୍ତି।ସେ ଦିନ ଯେଉଁ ହିଂସାତ୍ମକ ଘଟଣା ଘଟିଥିଲା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟଣାକୁ ନେଇ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।ଆଦିବାସୀ ଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସମ୍ମାନ ଦେଇ ସମସ୍ତ ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି। ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରି ଲୋକମାନଙ୍କ…








