ଭୁବନେଶ୍ୱର :ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ ସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ଥିବା ସମସ୍ତ ଆବାସିକ କଲ୍ୟାଣ ସଂଗଠନ (ଆର୍ ଡବ୍ଲ୍ୟୁ ଏ)ର କର୍ମକର୍ତ୍ତାଙ୍କର ସହଯୋଗ ଲୋଡିଲା ବିଏମ୍ ସି । ସମଗ୍ର ବିଏମ୍ ସି ଅଂଚଳକୁ କିପରି ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରାଯାଇ ପାରିବ ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ଆଉ କଣ କରାଗଲେ, ଆମେ ସହଜରେ ସ୍ମାର୍ଟ ଭୁବନେଶ୍ୱରକୁ ସ୍ମାର୍ଟର ଭୁବନେଶ୍ୱରେ ପରିଣତ କରିପାରିବା, ସେ ନେଇ ସେମାନଙ୍କ ସହାୟତା ଓ ସହଯୋଗ ଲୋଡିଥିଲେ ମାନନୀୟା ମେୟର ଓ କମିଶନର । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର…
Author: Charcha News
ଭୁବନେଶ୍ୱର ::ସ୍ୱଚ୍ଛ ସର୍ବେକ୍ଷଣରେ ପୁଣି ଯୋଡିହେଲା ଆଉ ଏକ ଫର୍ଦ୍ଦ । ଏଥର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ପ୍ରତ୍ୟେକ ଗଳିକନ୍ଦିରୁ ଉଠିବ ବର୍ଜ୍ୟ । ଯେଉଁସ୍ଥାନକୁ ସଫେଇ ଗାଡି ଯାଇପାରୁ ନାହିଁ ସେ ସ୍ଥାନକୁ ଏଣିକି ଯିବ ତିନି ଚକିଆ ସଫେଇ ଟ୍ରଲି । ପୂର୍ବରୁ ସ୍ୱଚ୍ଛକର୍ମୀଙ୍କୁ ଦିଆଯାଉଥିବା ହାତଠେଲା ଗାଡି ବା ପୁସ୍ କାର୍ଟ ବଦଳରେ ବିଏମ୍ ସି ଏହି ତିନି ଚକିଆ ସଫେଇ ଟ୍ରଲି ଦେଇଛି । ସ୍ୱଚ୍ଛ କର୍ମୀମାନେ ଏହାକୁ ପେଡଲ ସହାୟତାରେ ଚଳାଇ ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ କରିବେ । ଏହା ଫଳରେ କମ୍ ସମୟ ମଧ୍ୟରେ ଅଧିକ ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ କରିବା ସହ ସେଗୁଡିକୁ ଉପଯୁକ୍ତ ଭାବେ ସ୍ଥାନାନ୍ତର କରାଯାଇ ପାରିବ । ଏହି ତିନି ଚକିଆ ସଫେଇ ଟ୍ରଲିକୁ ଆଜି ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ “ରକ୍ତଦାନ ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ୧୦୮ ଟି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ଏବଂ ୩୪୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ପ୍ରାୟ ୩,୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଆଜି ଗୋଟିଏ ଦିନରେ ସମଗ୍ର ରାଜ୍ୟରେ ପ୍ରାୟ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ ଅଭିଯାନ ଆୟୋଜନ ହେବା ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ଠାରେ…
୭୫୦ କୋଟି ଟଙ୍କା ବିନିଯୋଗରେ ବୃହତ୍ ଆପାରେଲ୍ ୟୁନିଟ୍, ୫,୮୦୦ ନିଯୁକ୍ତି ସୃଷ୍ଟି ଓଡ଼ିଶାକୁ ପୂର୍ବ ଭାରତର ‘ସୁରାଟ-ତିରୁପୁର’ ଭାବେ ଗଢ଼ିବାର ସଙ୍କଳ୍ପ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ରିଭର୍ସ ମାଇଗ୍ରେସନ୍ ହେବ ଆପାରେଲ୍ ଇଣ୍ଡଷ୍ଟ୍ରି ମାଧ୍ୟମରେ ମହିଳା ସଶକ୍ତିକରଣ ଓ ବ୍ୟାପକ ନିଯୁକ୍ତି ଓଡ଼ିଶା ଖୁବ୍ଶୀଘ୍ର ବୟନ ଓ ପୋଷାକ ଶିଳ୍ପ ପାଇଁ ଏକ ହବ୍ରେ ପରିଣତ ହେବ- ମୁଖ୍ୟମନ୍ତ୍ରୀ ବ୍ୟାପକ ଶିଳ୍ପାୟନ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ଆଉ ମାଇଗ୍ରେସନ୍ ନ ହୋଇ, ରିଭର୍ସ ମାଇଗ୍ରେସନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ର ଶୁଭ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ…
BY-ରାଜୀବ କୁମାର ବେହେରା ଉଦଳା : କାଳ ବୈଶାଖୀ ଝଡ଼ ବର୍ଷାରେ ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦ ର ୧୨ ନମ୍ବର ୱାର୍ଡ ରେ ନୂତନ ମଟନ ଓ ଚିକେନ ମାର୍କେଟର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଚାରିଆଡ଼େ ପାଣି ଭରିଯାଇ ଆଣ୍ଠୁଏ ଯାଏ ପାଣି ଛିଡା ହୋଇଥିବାରୁ ମାର୍କେଟ ଭିତରକୁ ପସିବାକୁ ଗ୍ରାହକ ନାରାଜ ହେଉଛନ୍ତି। ଦୂଇ ତିନିମାସ ହେବ ଏହି ମାର୍କେଟ କୁ ସମସ୍ତ ଆମିଷ ଦୋକାନୀ ଙ୍କୁ ସ୍ଥାନାନ୍ତର କରାଯାଇ ବିସ୍ଥାପିତ କରା ଯାଇ ଥିଲା l ହେଲେ ମାର୍କେଟ ରେ ମୌଳିକ ସୁବିଧା ଠିକ ଠାକ ନଥିବା ଅଭିଯୋଗ ହୋଇଛି l ଫଳରେ ଦୋକାନୀମାନେ ହନ୍ତସନ୍ତ ଅବସ୍ଥାରେ ପଡ଼ିଥିବା ବେଳେ, ବ୍ୟବସାୟ ପୂରା ପ୍ରଭାବିତ ହୋଇଛି। ଜୀବନ ଜୀବିକା ଏବେ ବାଜିରେ ପଡ଼ିଛି ବୋଲି ଦୋକାନୀମାନେ କହିଛନ୍ତି। ସ୍ଥାଇ ଦୋକାନ ଗୃହ ନଥିବା କାରଣରୁ ବର୍ଷା ପବନ ବେଳେ ଭୟଙ୍କର ସମସ୍ୟା ହେଉଛି l ଏତେ…
ଆଜି ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଅକାଉଣ୍ଟାଣ୍ଟ ଜେନେରାଲ, ଓଡ଼ିଶା, ଭୁବନେଶ୍ଵର ଓ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୋଲିସ ବିଭାଗର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜି.ପି.ଏଫ୍., ପରିବାର ପେନସନ ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଉଦଘାଟନ କରିବା ସହ ଓଡ଼ିଶା ପୋଲିସ କର୍ମଚାରୀମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ପେନସନ ଅଦାଲତ ଆୟୋଜନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପଦକ୍ଷେପ ପେନସନ ଉପଭୋକ୍ତାଙ୍କ କଲ୍ୟାଣ ନିମନ୍ତେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ…
ସ୍ଥାୟୀତ୍ୱ, ରାଜସ୍ୱ ବୃଦ୍ଧି ଏବଂ ପ୍ରକଳ୍ପ ସମାପ୍ତି ଉପରେ ଗୁରୁତ୍ୱ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL) ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହରର ପ୍ରକଳ୍ପ ରୂପାୟନଠାରୁ ଆରମ୍ଭ କରି ଦୀର୍ଘକାଳୀନ ସ୍ଥାୟୀତ୍ୱ ଏବଂ ସମ୍ପତ୍ତି ପରିଚାଳନା ଭଳି ପ୍ରମୁଖ ରଣନୈତିକ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆରଏସସିଏଲ୍ର ସିଇଓ ଦୀନା ଦସ୍ତଗୀର ଆଲୋଚନା ଏବଂ ଅନୁମୋଦନ ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ₹୧୦୬ କୋଟି ନିବେଶରେ ନିର୍ମିତ ଆଇସିସିସି ପ୍ରକଳ୍ପ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସହରର ୧୦୯ଟି ସ୍ଥାନରେ ୫୯୪ଟି ସର୍ଭେଲାନ୍ସ କ୍ୟାମେରା କାର୍ଯ୍ୟକ୍ଷମ ହୋଇସାରିଛି। ଟ୍ରାଫିକ ପ୍ରବର୍ତ୍ତନ ଏବଂ ସହରର ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର ସହାୟତାରେ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି।…
କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। BY-SUBHASMITA-DT-9.4.2024 ମେଷ :ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିୟର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ। ଗର୍ଦନ ସମସ୍ୟାରୁ ଆରାମ ପାଇବେ। ବୃଷ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। କୃଷକଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ସଫ୍ଟୱର ଇଂଜିନିୟର ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।…
ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ଧୂଳିସାତ କଲେ ମୋହନ ସରକାର: ଯୁବ କଂଗ୍ରେସ ଭୁବନେଶ୍ୱର ତା. ୮.୪- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ପୂର୍ଣ୍ଣଛେଦ ଉପରେ ପ୍ରତିକ୍ରିୟା ପ୍ରକାଶ କରାଯାଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ମୋହନ ସରକାର ଧୂଳିସାତ କରିଦେଲେ । ଦେଶରେ ପାଖାପାଖି ୧୮ ଟି ସହରରେ ମେଟ୍ରୋ ରେଲୱେ ସେବା ରହିଛି । ଓଡ଼ିଶାର ପୂର୍ବ ସରକାର ଭୁବନେଶ୍ୱରରେ ମେଟ୍ରୋ ରେଲୱେ ପାଇଁ ସଂକଳ୍ପ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କ ସରକାର ଚାଲିଯିବାରୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସମ୍ଭବ ହୋଇପାରିଲା ନାହିଁ । ସେହ ସ୍ୱପ୍ନକୁ ମୋହନ ସାକାର କରିବାକୁ ଦେଲା ନାହିଁ । ୨୦୨୪ ଜାନୁଆରୀ…








