ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ କରିବା ସହ ଅତି ଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଫେରାଯାଉ ବୋଲି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ କାଶୀପୁର ଖଣି ଖନନ ଅଞ୍ଚଳରେ ରହିଥିବା ଅଞ୍ଚଳ କୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଗୁରୁବାର ଫେରିଛନ୍ତି।ସେ ଦିନ ଯେଉଁ ହିଂସାତ୍ମକ ଘଟଣା ଘଟିଥିଲା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟଣାକୁ ନେଇ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।ଆଦିବାସୀ ଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସମ୍ମାନ ଦେଇ ସମସ୍ତ ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି। ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରି ଲୋକମାନଙ୍କ…
Author: Charcha News
କଟକ ରେଲୱେ ଷ୍ଟେସନ୍ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ଅର୍ଥାତ ୧୦ ଏପ୍ରିଲ ୨୦୨୬ ର ପ୍ରଭାତି ୪ଟା ସମୟରେ କଟକ ରେଲୱେ ଷ୍ଟେସନ୍ରେ ଡ୍ୟୁଟିରେ ଥିବା ଆରପିଏଫ କର୍ମଚାରୀମାନେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ଏକାକୀ ଏବଂ ଚିନ୍ତିତ ଅବସ୍ଥାରେ ଦେଖି ସନ୍ଦେହ କରିଥିଲେ। ପରେ ସେମାନଙ୍କୁ ପଚାରାଉଥିବାବେଳେ ଜଣାପଡ଼ିଥିଲା ଯେ, ସେମାନେ ନିଜ ପିତାମାତାଙ୍କୁ କିଛି ନକହି କେବଳ ସହର ଦେଖିବା ଓ ଟ୍ରେନ୍ରେ ଯାତ୍ରା କରିବା ଉତ୍ସୁକତାରେ ଘରୁ ବାହାରି ପଡ଼ିଥିଲେ। ଉଦ୍ଧାର ହୋଇଥିବା ଦୁଇ ପୁଅ ହେଲେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନୁଆଗାଁ ଗ୍ରାମର ମନସ ସିଂହ (୧୪) ଓ ଶୁଭମ ସିଂହ (୧୩)। ପରେ ଆରପିଏଫ ଦ୍ୱାରା ସେମାନଙ୍କୁ କଟକ ଆରପିଏଫ ପୋଷ୍ଟକୁ ଆଣି ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା ଏବଂ ତତ୍କ୍ଷଣାତ୍…
ରାଜ୍ୟର ଅନ୍ୟତମ ପ୍ରମୁଖ ଘରୋଇ ଡାକ୍ତରଖାନା କଳିଙ୍ଗ ହସ୍ପିଟାଲ୍କୁ ମ୍ୟାକ୍ସ ହେଲ୍ଥକେୟାର ଅଧିଗ୍ରହଣ କରିବ। ବର୍ତ୍ତମାନ ହସ୍ପିଟାଲ୍ କର୍ପୋରେସନ୍ ଅଫ୍ ଓଡ଼ିଶା ଅଧୀନରେ ଏହି ଡାକ୍ତରଖାନା ପରିଚାଳିତ ହେଉଛି। BY-SUBHASMITA-DT-10.4.1024 ଭୁବନେଶ୍ବରର : DT-10.4.1024 :: ଭୁବନେଶ୍ବରର ପ୍ରସିଦ୍ଧ ଘରୋଇ ଡାକ୍ତରଖାନା କଳିଙ୍ଗ ହସ୍ପିଟାଲ୍ ଏବେ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଦେଶର ଏକ ଶୀର୍ଷ ସ୍ୱାସ୍ଥ୍ୟ ସେବା ସଂସ୍ଥା ମ୍ୟାକ୍ସ ହେଲ୍ଥକେୟାର ଏହି ହସ୍ପିଟାଲ୍ର ୫୮.୪% ଅଂଶଧନକୁ ପ୍ରାୟ ୩୦୦ କୋଟି ଟଙ୍କାରେ କିଣିବାକୁ ଯାଉଛି।ଏହା ମାଧ୍ୟମରେ ମ୍ୟାକ୍ସ ହେଲ୍ଥକେୟାର ପ୍ରଥମଥର ପାଇଁ ଓଡିଶା ବଜାରକୁ ପ୍ରବେଶ କରିବ ଭୁବନେଶ୍ବରରେ ହେଲ୍ଥ ସେକ୍ଟରରେ ପ୍ରତିସ୍ପର୍ଧା ବଢିବ |ଆଗାମୀ ଦିନରେ ରୋଗୀମାନେ ଆଧୁନିକ ଓ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ହସ୍ପିଟାଲ୍ର ଉନ୍ନତି ଓ ବିସ୍ତାର ପାଇଁ ଅଧିକ ୧୦୦ କୋଟି ଟଙ୍କା ବିନିଯୋଗ ଆଗାମୀ ୪-୬ ସପ୍ତାହ ମଧ୍ୟରେ ଡିଲ୍ ସମ୍ପୂର୍ଣ୍ଣ ହେବା ସମ୍ଭାବନା ମୈତ୍ରୀ ବିହାର, ଭୁବନେଶ୍ବର…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼, :: ରାୟଗଡ଼ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି “ଆସ ବହିଟିଏ କିଣିବା ଅଭିଯାନ” ଦିବସ ପାଳନ ହୋଇଯାଇଛି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ ଏହି ଅଭିଯାନ ଆୟୋଜିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଓ ସାଧାରଣ ଜନସାଧାରଣଙ୍କୁ ପୁସ୍ତକ କ୍ରୟ କରି ପାଠନ ଅଭ୍ୟାସ ଗଢ଼ି ତୋଳିବାକୁ ପ୍ରେରିତ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, କଲେଜ ଓ ସାର୍ବଜନୀନ ସ୍ଥାନରେ ପାଠପାଠନ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ, ପୁସ୍ତକ ପ୍ରଦର୍ଶନୀ ଓ ପାଠନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଖେଳ ଶିକ୍ଷକ ପ୍ରଶାନ୍ତ ନାୟକ,…
କେମିତି କାଟିବ ଆଜିର ଦିନ ; BY-SUBHASMITA-DT-April 10.4.2026 ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ମେଷ: ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।ବୃଷ: ରବିବାର ସଫଳତା ପାଇବେ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ବିରୋଧୀମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ଶନିବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି।ମିଥୁନ: ରବିବାର ସାହିତ୍ୟ, ସଂଗୀତରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର କାନୁନ ବିବାଦ ସମାଧାନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।…
BY-SUBHASMITA-DT-9.4.2026 ବିଜେପି ସରକାର ରାଜ୍ୟରେ ଭୟର ବାତାବରଣକୁ ସମାପ୍ତ କରିବ। ଲୋକମାନେ ଆଉ ଭୟରେ ରହିବେ ନାହିଁ, ବରଂ ଆତ୍ମବିଶ୍ୱାସର ସହିତ ବଞ୍ଚିବେ ଏବଂ ଆଇନର ଶାସନ ପୁଣି ଥରେ ଦୃଢ଼ ଭାବରେ ପ୍ରତିଷ୍ଠିତ ହେବ। ଏହା ସହିତ, ସେ ସରକାରୀ କଳରେ ପ୍ରମୁଖ ସଂସ୍କାର ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଦ୍ୱିତୀୟ ଗ୍ୟାରେଣ୍ଟି ହେଉଛି, ସରକାରୀ ବ୍ୟବସ୍ଥା ଆଉ କେବଳ ଫାଇଲରେ ସୀମିତ ରହିବ ନାହିଁ, ବରଂ ସାଧାରଣ ସେବା ପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବ। ପଶ୍ଚିମବଙ୍ଗର ହଳଦିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭାରେ ପୁଣି ଥରେ ପ୍ରତିଶ୍ରୁତିର ଜୁଆର ଉଠିଛି। ହଳଦିଆରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଏକାଠି ହୋଇଥିବା ଭିଡ଼କୁ ସେ ପରିବର୍ତ୍ତନର ଝଡ ବୋଲି କହିଛନ୍ତି। ଜନସାଧାରଣଙ୍କ ପ୍ରତି ସମ୍ବେଦନହୀନ ଥିବା ସରକାରଙ୍କୁ ବରଖାସ୍ତ କରିବାର ସମୟ ଆସିଛି। ଏହା ସହ ସେ ରାଜ୍ୟର ଜନସାଧାରଣଙ୍କୁ ଛଅଟି ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି । ଚର୍ଚ୍ଚା news
ବଲାଙ୍ଗିର (ଦେବେନ୍ଦ୍ର)ତିନି ଗୋଟି ସନ୍ତାନର ମାଆ ସରପଞ୍ଚ | 2024 ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପଦରେ ଆସିନ | ଗ୍ରାମ ପଞ୍ଚାୟତ ମାନୁଆଲ ଏବଂ ଆଇନକୁ ଜଳାଞ୍ଜଳି ଦେଇ କଳ ବଳ କୌଶଳ କରି ହୋଇଗଲେ ସରପଞ୍ଚ | ସରପଞ୍ଚଙ୍କର ତିନି ଗୋଟି ସନ୍ତାନ ଥିବା ସତ୍ୱେ ଦୁଇ ଗୋଟି ସନ୍ତାନ ଦର୍ଶାୟୀ ମିଥ୍ୟା ସତ୍ୟପାଠ କରିଥିଲେ | ନିର୍ବାଚନ ସମୟରେ ସ୍କୃଟୁନି ରେ ମଧ୍ୟ ଆଇନ କାନୁନ କିଛି କରି ପାରିଲା ନାହିଁ | ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ମାନେ ମଧ୍ୟ ଆଖି ବୁଜିଦେଲେ | ନିର୍ବାଚନରେ ଜିତିଗଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆ ସରପଞ୍ଚ ତେହେରା ବିବି | ଏହି ଘଟଣାକୁ ନେଇ ନିକଟତମ ପ୍ରତିଦ୍ବନ୍ଦୀ ସେବତୀ ଭୋଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ମାନ୍ୟବର ନ୍ୟାୟାଧିସ ସରପଞ୍ଚଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ | ଚେଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର…
ଭୁବନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ରାଉରକେଲା : ଭୁବନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି। ରାଉରକେଲା ଏୟାରପୋର୍ଟରୁ ପ୍ରାୟ ୫୫ କି.ମି. ପୂର୍ବରୁ ବିମାନରେ ଇନ୍ଧନ କମି ଆସୁଥିବାରୁ ଇଞ୍ଜିନ୍ ଠିକ୍ ଭାବେ କାମ କରିନଥିଲା। ପାଇଲଟ୍ ଓ କୋ-ପାଇଲଟ୍ ଜାଣିବା ପରେ ତତ୍କ୍ଷଣାତ୍ ବିମାନଟିକୁ ସୁରକ୍ଷିତ ସ୍ଥାନରେ ଜରୁରୀଅବତରଣ କରିବାକୁ ପ୍ରୟାସ କରିଥିଲେ। ଏମିତି କି ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ମେ’ଡେ କଲ୍ ଦିଆଯାଇଥିଲା। ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ବ୍ରାହ୍ମଣୀନଦୀ ଶଯ୍ୟାରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ।…
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଖାଦେଇଥିବା ଗ୍ୟାସ ସଙ୍କଟ ସମୟରେ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ଯୋଗାଣ। ତେବେ ରାଉରକେଲାବାସୀଙ୍କ ପାଇଁ ସିଟି ଗ୍ୟାସ୍ ବିତରଣ :: ରାଉରକେଲା : ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଖାଦେଇଥିବା ଗ୍ୟାସ ସଙ୍କଟ ସମୟରେ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ଯୋଗାଣ। ତେବେ ରାଉରକେଲାବାସୀଙ୍କ ପାଇଁ ସିଟି ଗ୍ୟାସ୍ ବିତରଣ (ସିଜିଡି) ପ୍ରକଳ୍ପ ଏକ ସ୍ୱପ୍ନ ହୋଇ ରହିଯାଇଛି। କାରଣ ଗେଲ୍ ଗ୍ୟାସ୍ ଲିମିଟେଡ୍ର ମନ୍ଥର କାର୍ଯ୍ୟ ଯୋଗୁ ସହରବାସୀ ପିଏନ୍ଜି ସଂଯୋଗ ପାଇବାରୁ ବଞ୍ଚିତ। ପ୍ରାୟ ୮ ବର୍ଷ ପୂର୍ବେ, ଅର୍ଥାତ୍ ୨୦୧୮ ମସିହାରେ ସୁନ୍ଦରଗଡ଼ଜିଲ୍ଲା ପାଇଁ ପ୍ରକଳ୍ପକୁ ଅନୁମୋଦିତ ହୋଇଥିବାବେଳେ ଏଯାଏ କିନ୍ତୁ ଆଶାନୁରୂପ ଅଗ୍ରଗତି ହୋଇନି। ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିରାଚରିତ ଖାମଖିଆଲି ନୀତି ହିଁ ଏହାର ମୁଖ୍ୟ କାରଣ ପାଲଟିଛି। ଏହି ପ୍ରକଳ୍ପ ଆରମ୍ଭରୁ…








