Author: Charcha News

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି । ସରକାରୀ ଧନରୁ ୨ କୋଟି ଟଙ୍କାରୁ ଅଧିକ ରାଶି ଅନିୟମିତ ଭାବେ ଅପହରଣ କରାଯାଇଥିବା ଅଭିଯୋଗରେ ଭିଜିଲାନ୍ସ ୫ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏପ୍ରିଲ ୮, ୨୦୨୬ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୦୪ ରୁଜୁ ହୋଇଥିବା ବେଳେ ୨୦୨୩ ରୁ ୨୦୨୫ ମଧ୍ୟରେ କିଛି କର୍ମଚାରୀ ମିଳିତ ଭାବେ ଭୁଲ ରେକର୍ଡ ପ୍ରସ୍ତୁତ କରି ଅନୁମୋଦନ ନଥିବା ଆରିୟର୍‌ ବେତନ ବିଲ୍ ତିଆରି କରି ଟଙ୍କା ଉଠାଇଥିବା ତଦନ୍ତରେ ପ୍ରକାଶ ପାଇଛି । ଏହି ଘଟଣାରେ ଗିରଫ ହୋଇଥିବା କର୍ମଚାରୀମାନେ ହେଲେ ସିନିୟର ଅସିଷ୍ଟାଣ୍ଟ ଜତିନ କୁମାର ଭୁଇଁଆଁ, ଏମ୍‌ପିଏଚଡବ୍ଲ୍ୟୁ (ମହିଳା) ଭାରତୀ ପ୍ରଧାନ, ଅଟେଣ୍ଡାଣ୍ଟ ଗୋପାଳ ନାହାକ, ସ୍ୱିପର ମନୁ ନାୟକ ଏବଂ ବେଗୁନିଆପଡା…

Read More

କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍‌ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍‌ ଗୋଦାମ । ବେଆଇନ ଭାବେ ଗ୍ୟାସ୍‌ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି । ଭୁବନେଶ୍ଵର:DT-8.4.2026 : ଗ୍ୟାସ୍‌ କଳାବଜାରୀ ଉପରେ ବଡ଼ ରେଡ୍‌ । କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍‌ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍‌ ଗୋଦାମ । ବେଆଇନ ଭାବେ ଗ୍ୟାସ୍‌ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିନା ଲାଇସେନ୍ସରେ ଗ୍ୟାସ ମହଜୁଦ ଥିବା ଠାବ । ଗ୍ୟାସ୍‌ ଟାଙ୍କି ସିଲିଣ୍ଡର ଜବତ କଲେ ଯୋଗାଣ ଅଧିକାରୀ । ସେଠାରୁ ୫ଲିଟରିଆ , ୧୨ଲିଟରିଆ, ୧୪ଲିଟରିଆ ଗ୍ୟାସ ଟାଙ୍କି ଠାବ ହୋଇଛି । ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏସବୁ ଗ୍ୟାସ କଳାବଜାରୀ…

Read More

ସାତ ବର୍ଷର ବ୍ୟବଧାନ ପରେ ଚଳିତ ସପ୍ତାହରେ ଭାରତ ଇରାନରୁ ଅଶୋଧିତ ତୈଳ ପାଇବାକୁ ଯାଉଛି । ଚୀନ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରକୁ ହଠାତ୍‌ ଭାରତ ଆସିବାକୁ ସଙ୍କେତ ଦିଆଯାଇଥିଲା । ବିଶ୍ୱରେ ଥିବା ସଙ୍କଟପୂର୍ଣ୍ଣ ଯୋଗାଣ ସ୍ଥିତିକୁ ସ୍ଥିର କରିବା ପାଇଁ ୱାସିଂଟନ ଇରାନ ତେଲ ଉପରେ ଅସ୍ଥାୟୀ ଭାବରେ କଟକଣା ଉଠାଇ ଦେବା ପରେ ତେହେରାନରୁ ଆମଦାନୀରେ ସାତ ବର୍ଷର ଅନ୍ତ ଘଟିଛି । ସାତ ବର୍ଷର ବ୍ୟବଧାନ ପରେ ଚଳିତ ସପ୍ତାହରେ ଭାରତ ଇରାନରୁ ଅଶୋଧିତ ତୈଳ ପାଇବାକୁ ଯାଉଛି । ଚୀନ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରକୁ ହଠାତ୍‌ ଭାରତ ଆସିବାକୁ ସଙ୍କେତ ଦିଆଯାଇଥିଲା । ବିଶ୍ୱରେ ଥିବା ସଙ୍କଟପୂର୍ଣ୍ଣ ଯୋଗାଣ ସ୍ଥିତିକୁ ସ୍ଥିର କରିବା ପାଇଁ ୱାସିଂଟନ ଇରାନ ତେଲ ଉପରେ ଅସ୍ଥାୟୀ ଭାବରେ କଟକଣା ଉଠାଇ ଦେବା ପରେ ତେହେରାନରୁ ଆମଦାନୀରେ ସାତ ବର୍ଷର ଅନ୍ତ ଘଟିଛି । ଲଣ୍ଡନ ଷ୍ଟକ୍…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା::ବଂଶଧାରା ଅବବାହିକା ବାସିନ୍ଦା ତଥା ବଂଶଧାରା ନଦୀ ବିବାଦ ରେ କେନ୍ଦ୍ର ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ନିଜ ରାଜନୈତିକ ସ୍ୱାର୍ଥ ସାଧନ ଲାଗି ଭାଜପା ସରକାର ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ରାଜ୍ୟରେ ବିଜେଡି ସରକାର ଶାସନ ଥିବା ବେଳେ ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ ଓ ନଦୀ ଜଳ ସୁରକ୍ଷା ଦିଗରେ ଦୂରଦର୍ଶୀ ଲକ୍ଷ ଓ ଓଡ଼ିଶା ବାସୀଙ୍କ ସ୍ୱାର୍ଥ ର ହିତ ଚିନ୍ତା କରିଥିବା କାରଣ ରୁ ଅନେକ ପଦକ୍ଷେପ ନେଇଛନ୍ତି l ବିଶେଷ କରି ବଂଶଧାରା ଜଳ ବିବାଦ ର ସ୍ଥାୟୀ ସମାଧାନ ନିମନ୍ତେ କୌଣସି ବଡ଼ ନଦୀ ର ଉପରମୁଣ୍ଡରେ…

Read More

ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ଗତ ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ତା ପୂର୍ବରୁ ସକାଳ ଧୂପ ସାରିବାକୁ ନିଷ୍ପତ୍ତି ହୋଇଛି । ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ । ଚର୍ଚ୍ଚା NEWS

Read More

ଆଜି ହେଉଛି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ଆଜିର ଦିବସରେ ସାରା ରାଜ୍ୟରେ ପାଳନ ହେଉଛି ‘ଶିଶୁ କଥା ଦିବସ ‘। ଏହି ଅବସରରେ ଉମରକୋଟରେ ଥିବା ପି ଏମ୍ ଶ୍ରୀ ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ପକ୍ଷର ଏହି ଦିବସକୁ ପାଳନ କରିଛୁ। ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି। ଯେଉଁ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତି ଅନୁରାଗ ପ୍ରକାଶ କରିବ। ସମସ୍ତ ବିଦ୍ୟାଳୟ ଗ୍ରନ୍ଥାଗାରରେ ଏହି ପୁସ୍ତକ ରହିବ। ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ତାରିଖ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଥିବା ବେଳେ ଶିଶୁ କଥା ଦିବସ ତାହାର ଏକ ସୁନ୍ଦର ଅଂଶ। ଚର୍ଚ୍ଚା news

Read More

ଡ଼ିଶାରେ ଅସମାନୁପାତିକ ସମ୍ପତ୍ତି ଅଭିଯୋଗକୁ ନେଇ ଆଜି ବଡ଼ ପଦକ୍ଷେପ ନେଇଛି Odisha Vigilance । ୦୮ ଏପ୍ରିଲ ୨୦୨୬ ତାରିଖରେ କେନ୍ଦ୍ରୀୟ ସିଚାଇ ସର୍କଲ, ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ଅଭିଯନ୍ତା Rajesh Chandra Mohanty ଙ୍କ ବିରୋଧରେ ଜଣାଶୁଣା ଆୟ ସ୍ତ୍ରୋତ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏକାଧିକ ସ୍ଥାନରେ ସମକାଳୀନ ଚଢ଼ାଉ ଆରମ୍ଭ ହୋଇଛି। ମାନ୍ୟବର ବିଜିଲାନ୍ସ ବିଶେଷ ନ୍ୟାୟାଧୀଶ, କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଥିବାବେଳେ ଏକ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୧୧ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ସହିତ ଅନ୍ୟାନ୍ୟ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଲେନ-୮ ରେ ଥିବା ତିନିତଳା ବାସଭବନ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋଳହସିଂହ ଗ୍ରାମରେ ପୈତୃକ ଘର, ଢେଙ୍କାନାଳ ଜିଲ୍ଲା ଜୁବିଲି ଟାଉନ ଡେଉଳା ସାହିରେ ଥିବା…

Read More

ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ଲୋକାଭିମୁଖୀ ଓ ପାରଦର୍ଶୀ ଶାସନର ନୂତନ ପରିଚୟ: ମୁଖ୍ୟମନ୍ତ୍ରୀ “ଆମେ ଜାଣିବା, ଆମ ବଜେଟ” ଅଭିଯାନ: ୧–୧୪ ଏପ୍ରିଲ ମଧ୍ୟରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଆମ ସମୃଦ୍ଧ ଓଡ଼ିଶା ଭିଜନର ଲକ୍ଷ୍ୟ ହାସଲ ନିମନ୍ତେ ଏକ ସୁଦୃଢ଼ ମୂଳଦୂଆ ସାବ୍ୟସ୍ତ ହେବ ଚଳିତ ବର୍ଷର ବଜେଟ ଅଟକଳ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଓଡ଼ିଆ ମାନଙ୍କ ପାଖରେ ଅଛି ଏହି ବଜେଟ୍ ଓଡ଼ିଶାକୁ ପୂର୍ବଭାରତର ଏକ ପ୍ରମୂଖ ଲଜିଷ୍ଟିକ୍ ଏବଂ ଯୋଗାଯୋଗ ହବ୍‌ ଭାବରେ ଗଢ଼ି ତୋଳିବା ପାଇଁ ଏକ ବୈପ୍ଲବିକ ରୋଡମ୍ୟାପ ପ୍ରସ୍ତୁତ କରିଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ::ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍…

Read More

୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହାର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଭୁବନେଶ୍ୱର ::ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଆଜି ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି । ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି । ସେହିପରି ଓଡ଼ିଶା…

Read More