DT- 4.4.2026.26 :: ମଧ୍ୟାହ୍ନ କଟକ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ସେଭେନ ପିଲର ସଭାଗୃହ ଠାରେ ଏକ ଆନ୍ତଃ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ହୋଇଥିବା ଫଟୋ ଚିତ୍ର ପ୍ରତିଯୋଗିତା ରେ ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ଓ ହେମନ୍ତ କୁମାର ମହାରଣା ଜୁରୀ ଭାବେ ଯୋଗ ଦେଇଥିଲେ ! କଲେଜ ରେ ପ୍ରଥମ ଥର ଆୟୋଜନ ହୋଇଥିଲା,ଏଥିରେ ଓଡ଼ିଶାର ବିଭିନ୍ନ କଲେଜ ରୁ ମୋଟ 17 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ, ସେଥିମଧ୍ୟରୁ ତିନି ଜଣଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ପାଇଁ ମନୋନୀତ କରାଯାଇଥିଲା ସଂଧ୍ୟାରେ କଲେଜର ଏକ ସ୍ୱତନ୍ତ୍ର ଉତ୍ସବ ରେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବା ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ର ଦିବ୍ୟଜ୍ୟୋତି ରାଉତଙ୍କୁ 30,000 ଟଙ୍କା ଅର୍ଥରାଶି ଓ ଟଫି , ଦ୍ୱତୀୟ ଖଲିକୋଟ ବିଶ୍ୱବିଦ୍ୟାଳୟ ର ଦୀପକ ରାଘସଙ୍କୁ 15,000 ଟଙ୍କା ଅର୍ଥରାଶି…
Author: Charcha News
କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି। BY-SUBHASMITA- DT-3.4.2026 :: ଭୁବନେଶ୍ବର: DT-3.4.2026 ::କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି। କାରଣ ଆସନ୍ତା ୨ ବର୍ଷ ପାଇଁ ଇଡ୍କୋ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥା ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’କୁ ଟେକି ଦେଇଛି। ଅର୍ଥାତ୍ କଳିଙ୍ଗ ଷ୍ଟୁଡିଓ ଉଦ୍ଘାଟନ ପରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ବ ନେବ ଏହି ଘରୋଇ ସଂସ୍ଥା। ଏଥିପାଇଁ ‘ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)’…
ମହିଳା କୋଟା ଆସନ ବୃଦ୍ଧି ନେଇ ବିଲ୍ ଆଣିପାରନ୍ତି ସରକାର by-SUBHASMITA-DT-2.4.2026 ଭୁବନେଶ୍ଵର : DT-2.4.2026 ::କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ପାରନ୍ତି। ଲୋକସଭାରେ ଆସନ ସଂଖ୍ୟା ୮୧୬କୁ ବୃଦ୍ଧି କରିବା ପାଇଁ ଏବଂ ସେଥିମଧ୍ୟରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଏହି ସ୍ବତନ୍ତ୍ର ଅଧିବେଶନରେ ବିଲ୍ ଆଣି ପାରନ୍ତି। ନଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ପାରନ୍ତି। ଲୋକସଭାରେ ଆସନ ସଂଖ୍ୟା ୮୧୬କୁ ବୃଦ୍ଧି କରିବା ପାଇଁ ଏବଂ ସେଥିମଧ୍ୟରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଏହି ସ୍ବତନ୍ତ୍ର ଅଧିବେଶନରେ ବିଲ୍ ଆଣି ପାରନ୍ତି। ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ଆଜି ଶେଷ ଦିନ ଥିଲା। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ…
ମାଷ୍ଟରକ୍ୟାଂଟିନ ଛକରେ ଏକ ବିଶାଳ ପ୍ରତିବାଦର ଆୟୋଜନ :; ଭୁବନେଶ୍ୱର ତା. 3.4.2026::ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ “ଯୁବକ୍ରାନ୍ତି ସମାବେଶ” ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଶ୍ରୀରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଂଟିନ ସମାବେଶ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଯୋଗେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଶ୍ରୀ ଚିବ ଉପସ୍ଥିତ ଯୁବ କଂଗ୍ରେସ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜି ହଜୁରୀ କରିବାରେ ବ୍ୟସ୍ତ । ସେ ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ସିନ୍ଦୁରକୁ ମୁଁ ବନ୍ଦ କଲି, କାଶ୍ମିର ସମସ୍ୟାର ସମାଧାନ ମୁଁ କରିଦେବି ଆଦି ଖୋଲାଖୋଲି ଭାବେ ବାରମ୍ବାର କହୁଛନ୍ତି ।…
ଭୁବନେଶ୍ୱର ତା. 3..୪ 2026 :: ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମହିଳା କଂଗେୟସର ଏକ ସ୍ୱତନ୍ତ୍ର କମିଟି ସହ ଅନୁଗୋଳ ପୋଲିସ ହାବିଲଦାର ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦାବିରେ ଅନୁଗୋଳ ଏସପିଙ୍କୁ ସାକ୍ଷାତ କରିବାପାଇଁ ଅନୁଗୋଳ ଯାଇଥିଲେ । ଏସପିଙ୍କୁ ପୂର୍ବରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉପସ୍ଥିତ ରହିଲେ ନାହିଁ । ଏଣୁ ଏହି ଟିମ ଅତିରିକ୍ତ ଏସପିଙ୍କୁ ସାକ୍ଷାତ କରି ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦେବାପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଅତିରିକ୍ତ ଏସପି ଉତ୍ତର ଦେଇଥିଲେ ଯେ ସୁନିତା ବିଶ୍ୱାଳ ଉପଯୁକ୍ତ ମାଧ୍ୟମରେ ନ୍ୟାୟ ପାଇଁ ଆବେଦନ କରିନାହାନ୍ତି । ଏହି କଥା ଏଠାରେ ଉପସ୍ଥିତ ମହିଳା କଂଗ୍ରେସ ନେତୃବର୍ଗ ଓ ଜିଲ୍ଲା କଂଗ୍ରେସ ନେତୃବର୍ଗଙ୍କୁ ଚକିତ କରିଥିଲା । ଗୋଟିଏ ପଟେ ଏସପି ଗଣମାଧ୍ୟମରେ କହୁଛନ୍ତି ଯେ ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦେବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି…
ଉଦଳା : ରାଜୀବ କୁମାର ବେହେରା-ଖୁଣ୍ଟା-ସିମଗଡ଼ିଆ ଅଞ୍ଚଳ ରେ ଉଦଳା ବନବିଭାଗର କଡା ଚଡ଼ାଉ: ମାଙ୍କଡା ଚୋରାଚାଳାନ ବେଳେ ବଡ ଖୁଲାସା l ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶ ରେ ଜଙ୍ଗଲ ପରି ବେଶରେ ପଥର ମାଫିଆଙ୍କ ଆସର ମେଲିଛି , ପ୍ରଶାସନ ଆଖିରେ ଧୂଳି ଦେଇ ସରକାରୀ ରାଜସ୍ୱକୁ ଲୁଣ୍ଠନ କରି ମାଲେ ମାଲ ହେଉଛନ୍ତି, ତେବେ ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଲା ସଫଳତାର ଚିତ୍ର, ଚୋରା ଚାଲାଣ ବେଳେ ମାଡ଼ିବସିଲା ଉଦଳା ବନବିଭାଗ, ଖୁଣ୍ଟା ବ୍ଲକ ଅଧୀନ ସିମଗଡ଼ିଆ ଅଞ୍ଚଳରେ ବନବିଭାଗ ଏକ ବଡ ଅଭିଯାନ କରି ନମ୍ବର ବିହୀନ ପିକଅପ ସହ ମାଙ୍କଡା ଚୋରାଚାଳାନକୁ ପ୍ରକାଶରେ ଆଣିଛି। ରାତ୍ର ପେଟ୍ରୋଲିଂ ସମୟରେ ବନ ଅଧିକାରୀ ସୁଶାନ୍ତ କୁମାର ବାଗଙ୍କ ନେତୃତ୍ୱରେ ଫୋରେଷ୍ଟ ଅଙ୍କୁର ମହାଳିକ, ଅନ୍ୟାନ୍ୟ କାର୍ଯ୍ୟ ରତ ଟିମ ଏହି କାର୍ଯ୍ୟାନୁଷ୍ଠାନ କରିଥିଲେ। ସୂଚନା ଅନୁସାରେ, କୁସୁମ ଘାଟି ଓ ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ ଚାଲିଥିବା…
by- ରାଜୀବ କୁମାର ବେହେରା : dt-3.4.2026 ଉଦଳା :: dt-3.4.2026 :ମୟୁରଭଞ୍ଜ ଜିଲ୍ଲାରେ ବେଆଇନ ଗୋ ଚାଲାଣ ଘଟଣା ନିରନ୍ତର ବଢୁଥିବା ବେଳେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଠାକୁରମୁଣ୍ଡା, ପୋଡାଡିହା ଓ ଉଦଳା ଅଞ୍ଚଳକୁ ଗୋ ମାଫିଆଙ୍କ ପେଣ୍ଠସ୍ଥଳୀ ଭାବେ ଚିହ୍ନଟ କରାଯାଉଥିବା ବେଳେ ପ୍ରତିଦିନ ଗୋ ଚାଲାଣ ଘଟଣା ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ କପ୍ତିପଦା ଥାନା ଅଧୀନ ନୁଦଡିହା ଫାଣ୍ଡି ପୋଲିସ ସର୍ବଣା ଗ୍ରାମ ନିକଟରେ ଅତର୍କିତ ଚଢ଼ାଉ କରିଥିଲା। ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ପେଟ୍ରୋଲିଂ କଡାକଡି କରିଥିବା ବେଳେ OD11V5216 ନମ୍ବର ବିଶିଷ୍ଟ ଏକ ପିକଅପ ଭେନରେ ୬ଟି ଗାଈକୁ ବେଆଇନ ଭାବେ ନେଇଯାଉଥିବା ଧରାପଡ଼ିଥିଲା। ପୋଲିସକୁ ଦେଖି ଗୋ ଚାଲାଣକାରୀମାନେ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ସହ ୬ଟି ଗାଈକୁ ଉଦ୍ଧାର କରି ଜବଦ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ୮୧/୨୬…
ଭୁବନେଶ୍ୱର ::ତା 03-04-2026 ::ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ମାର୍ଟ ଜନପଥରେ ଥିବା ସ୍ମାର୍ଟ କିଓସ୍କ ହିତାଧିକାରୀଙ୍କୁ ପ୍ରଦାନ । ଦୋକାନ ଗୃହ ପ୍ରଦାନ ସହ ସେମାନଙ୍କୁ ସ୍ମାର୍ଟ କରିବା ପାଇଁ ସ୍ୱତନ୍ତ୍ର ଆପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ସହିଦ ନଗର ହାଟର ନୂତନ ଦୋକାନ ଗୃହ ଓ ପିଣ୍ଡି ଉଦ୍ଘାଟିତ ହୋଇଯାଇଛି । ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ ନଗର ଭବାନୀମଲଠାରେ ଥିବା ହାଟର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସହ ମାନ୍ୟବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା…
by-ରବିନ୍ଦ୍ର ନାଥ ମହାପାତ୍ର :dt. 3.4 .2026 ରାୟଗଡ::dt. 3.4 .2026 : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି l ଆଜି ସମସ୍ତ କର୍ମଚାରୀ ମlନେ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି କାର୍ଯ୍ୟରେ ଯୋଗଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ,ଶ୍ରୀ ନବୀନ ଚନ୍ଦ୍ର ନୟାକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ନିହାର ରଞ୍ଜନ କହଁର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟକ୍ରମre ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀମତୀ ଏଲିଜାବେଥ ଗୋରଡା,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା…








