Author: Charcha News

ଭୁବନେଶ୍ୱର, ୧ ଏପ୍ରିଲ : ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପରିସରରେ ଚଳିତ ବର୍ଷ ଓଡ଼ିଶା ଦିବସ ଏକ ଭିନ୍ନ ଓ ଆକର୍ଷଣୀୟ ଶୈଳୀରେ ପାଳିତ ହୋଇଯାଇଛି। ଡିଡିୟୁ-ଜିକେୱାଇ (DDU-GKY) ପ୍ରଶିକ୍ଷୁ ଯୁବକ-ଯୁବତୀ ଏବଂ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ଉତ୍ସବର ରୂପ ନେଇଥିଲା। ଏହି ଅବସରରେ ପ୍ରଶିକ୍ଷୁମାନେ ଓଡ଼ିଶାର ସମୃଦ୍ଧ କଳା ଓ ପରମ୍ପରାକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରିଥିଲେ। ପାରମ୍ପରିକ ନୃତ୍ୟ, ସଙ୍ଗୀତ ଏବଂ ଚିତ୍ତାକର୍ଷକ ରଙ୍ଗୋଲି ମାଧ୍ୟମରେ ଓଡ଼ିଶାର ଐତିହ୍ୟ ପ୍ରତି ସେମାନଙ୍କର ଗଭୀର ମମତା ଓ ଗର୍ବ ପ୍ରକାଶ ପାଇଥିଲା। ଏହି ଆୟୋଜନ ସମଗ୍ର କାର୍ଯ୍ୟାଳୟ ପରିସରକୁ ଉତ୍ସବମୁଖର କରିବା ସହ ସମସ୍ତଙ୍କ ମଧ୍ୟରେ ଏକତା ଓ ଭାତୃଭାବ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଡଃ ମୋନିକା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷୁମାନଙ୍କ ସୃଜନଶୀଳତା ଓ…

Read More

ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ :: ଭୁବନେଶ୍ୱର ୧ ଏପ୍ରିଲ ୨୦୨୬ ::ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍‌ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଭିସା ଆପ୍ଲିକେସନ୍ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁଦିନରୁ ଦାବୀ ରହିଆସିଥିଲା, ଆମେ ଏ ସମ୍ୱନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ସହଯୋଗ କାମନା କରିଥିଲୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱରରେ ଏହି ଭିସା ଆପ୍ଲିକେସନ୍ ସେଣ୍ଟର କାର୍ଯ୍ୟକ୍ଷମ ହେଲା । ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କେନ୍ଦ୍ର ସ୍ଥାପିତ…

Read More

୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଢ଼ି ତୋଳିବା : ଭୁବନେଶ୍ୱର,ତା.୦1/୦୪: ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହା ସବୁ ଓଡ଼ିଆଙ୍କ ପାଇଁ ପ୍ରେରଣା ଓ ସ୍ୱାଭିମାନର ଦିନ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପରି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଯୋଗୁ ଓଡ଼ିଆ ଭାଷାର ସୁରକ୍ଷା ହେବା ସହ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ଭବ ହୋଇଥିଲା । ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯେଉଁ ସମ୍ଭାବନା ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଓଡ଼ିଶା ଦିବସ…

Read More

ରାଜ୍ୟର ପ୍ରମୁଖ ସମବାୟ ସମତିର ସଭାପତି, ନିର୍ଦ୍ଦେଶକ ଏବଂ ସଦସ୍ୟ ବିଜେପିରେ ହେଲେ ସାମିଲ :: ଭୁବନେଶ୍ୱର :: ତା.2.4.2026 :: ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଓଏସ୍‌ସିବି)ର ଅଧ୍ୟକ୍ଷ ଶ୍ରୀ ଟି.ପ୍ରସାଦ ରାଓ ଡୋରା, ରାଜ୍ୟ ସମବାୟ ସଂଘ (ଓଏସସିୟୁ) ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡଙ୍ଗୀ, ଅର୍ବାନ ବ୍ୟାଂକ ଫେଡେରେସନ ସଭାପତି ମହେନ୍ଦ୍ର କୁମାର…

Read More

ଭୁବନେଶ୍ଵର :: dt-2.4.2026 ::ଭୁବନେଶ୍ୱର, ୧ ଏପ୍ରିଲ, ୨୦୨୬: ମୂଲ୍ୟବୋଧ ଆଧାରିତ “ବିକଶିତ ଓଡ଼ିଶା” ଗଠନ ପାଇଁ ସାମୂହିକ ପ୍ରୟାସ କରିବାକୁ ରାଜ୍ୟପାଳ ଡ . ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ଅପ୍ରେଲ ୧ ତାରିଖ ବୁଧବାର ଦିନ ଲୋକଭବନର ନୂତନ ଅଭିଷେକ ହଲ୍ ଠାରେ ଆୟୋଜିତ ଓଡିଶା ଦିବସ ପାଳନ ସମାରୋହରେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି l ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ପ୍ରକୃତ ବିକାଶ ଭୌତିକ ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧିଠାରୁ ଅଧିକ ଏବଂ ସମାଜରେ ସାଧୁତା, କରୁଣା, ଶୃଙ୍ଖଳା ଏବଂ ଦାୟିତ୍ୱବୋଧରେ ପ୍ରତିଫଳିତ ହେବା ଉଚିତ। ଓଡ଼ିଶା ଦିବସ ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଏହି ଅବସରକୁ ଓଡ଼ିଶାର ସହଭାଗୀ ପରିଚୟ, ଏକତା ଏବଂ ସ୍ଥାୟୀ ଆତ୍ମାର ଉତ୍ସବ ଭାବରେ ବର୍ଣ୍ଣନା କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଡ .ଜୟଶ୍ରୀ କମ୍ଭମପାଟି ଏହି ଅବସରରେ…

Read More

Dt-2.4.2026 ୯୧ତମ ଓଡ଼ିଶା ଦିବସରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଭାଷାଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶାର ଐତିହାସିକ ଅବଦାନକୁ ସ୍ମରଣ ଭୁବନେଶ୍ବର ହେବ ଗ୍ରେଟର୍ ଭୁବନେଶ୍ବର ଅସ୍ମିତା ବିହୀନ ବିକାଶ ଏକ ସଭ୍ୟତା ସୃଷ୍ଟି କରିପାରିବ ନାହିଁ , ଏହା କେବଳ ଏକ ଯନ୍ତ୍ରବତ୍ ସମାଜ ସୃଷ୍ଟି କରିବ ମହିଳା, କୃଷକ ଓ ଗରିବଙ୍କ ସଶକ୍ତିକରଣରେ ସରକାରଙ୍କ ଗୁରୁତ୍ୱ ଭିତ୍ତିଭୂମି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟିରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଓଡ଼ିଶା ‘ରାଷ୍ଟ୍ରପତି ପୋଲିସ୍ କଲର୍ସ’ ସମ୍ମାନ ରାଜ୍ୟ ପାଇଁ ଗର୍ବର ବିଷୟ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ ୧୯୩୬ ମସିହାରେ ଗଠିତ ଓଡ଼ିଶା ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଏକ ନୂଆ ଦିଗ ଦେଖାଇଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ରାଜ୍ୟଗଠନ ପାଇଁ ପଥପ୍ରଦର୍ଶକ ହୋଇଥିଲା ବୋଲି ୯୧ତମ ଓଡ଼ିଶା ଦିବସ ଅବସରରେ…

Read More

ଆମ୍ବୁଲାନ୍ସ ସହ ପିକଅପ୍ ମୁହାଁମୁହିଁ ଧକ୍କା, ୫ ଜଣ ଗୁରୁତର : BY- ରାଜୀବ କୁମାର ବେହେରା DT-2.4.2026 :: ମୟୁରଭଞ୍ଜ ଜଲ୍ଲାର ଉଦଳା ରୁ ବାରିପଦାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ–୧୯ ଉଦଳା ଡୁକୁରା ନାଉପାଳ ନିକଟରେ ଆଜି ଏକ ହୃଦୟବିଦାରକ ସଡକ ଦୁର୍ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଥିବା ପିକଅପ୍ ଚାଳକଙ୍କ ବେପରୁଆ ଓ ଦ୍ରୁତ ଗାଡି ଚାଳନା ଫଳରେ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜଣେ ଗୁରୁତର ରୋଗୀକୁ ନେଇ ବାରିପଦା ଯାଉଥିବା ୧୦୮ ଆମ୍ବୁଲାନ୍ସ ସହ ପିକଅପ୍ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଉଭୟ ଯାନ ପ୍ରାୟ ଚୁର୍ମାର ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର SK Ahmed, ଫାର୍ମାସିଷ୍ଟ ଭବାନୀ ଶଙ୍କର ଜେନା, ରୋଗୀ ଓ ତାଙ୍କ ସମ୍ପର୍କୀୟ ସହିତ ମୋଟ ୫…

Read More

ଉଦଳାଠାରେ ଭବ୍ୟ ଆୟୋଜନରେ ପାଳିତ BY- ରାଜୀବ କୁମାର ବେହେରା Dt- 2 .4 2026: ଉଦଳା : Dt- 2 .4 2026 : ମୟୁରଭଞ୍ଜ ଜିଲ୍ଲାର ଉଦଳା ସହରରେ ୯୧ତମ କପ୍ତିପଦା ଉପଖଣ୍ଡସ୍ତରୀୟ ଓଡିଶା ଦିବସ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଅବସରରେ ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳକୁ ଦେଶଭକ୍ତିମୟ ପରିବେଶରେ ଭରିଦେଇଥିଲା। ପ୍ରଭାତ ୪ଟା ୩୦ ମିନିଟରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ଆନୁକୂଳ୍ୟରେ ଉଦଳା ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପ୍ରଭାତଫେରୀ ଆୟୋଜିତ ହୋଇ ସମଗ୍ର ସହରକୁ ଉତ୍ସବମୟ କରିଥିଲା। ସକାଳ ୭ଟାରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀରେ ବୀର ଚିର୍ସାମୁଣ୍ଡା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଡ଼. ବି.ଆର. ଆମ୍ବେଦକର,…

Read More

ଗତ ୨୦୧୧ ମସିହା ଜନଗଣନା ରେ ଚଳିତ ଜନଗଣନା ୧୫ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ରହିଛି. ଆଜି ଠାରୁ ଜନଗଣ ର କାର୍ଯ୍ୟ ଶୁଭଆରମ୍ଭ କରାଯଇଅଛି. ଗତ ୨୦୧୧ ମସିହାରେ କଟକ ମହାନଗର ୫୪ ଟି ୱାର୍ଡ ରେ ୬,୧୦,୧୮୯,ଜନସଂଖ୍ୟା ଥିଲା ବେଳେ ଚଳିତ ୨୦୨୬ ଜନଗଣନାରେ ନିଗମର ୫୯ ବାଡ଼ରେ ୧୫ ପ୍ରତିଶତ ଜନସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଛି ବୋଲି ସି.ଏମ.ସି କମିଶନର କିରଣଦୀପ କୌର ସହୋତା. ଆଜି ଏପ୍ରିଲ ୧ ତାରିଖ ବୁଧୁବାର ଠାରୁ ଜନଗଣନାର ଶୁଭାରମ୍ଭ କରି ପ୍ରକାଶ କରିଛନ୍ତି. ଆଜି ବାରବାଟୀ ଦୁର୍ଗା ସ୍ତିତ ମେୟର ଆବାସିକ କାର୍ଯ୍ୟାଳୟ ଠାରେ ଚଳିତ ଜନଗଣନାରେ ଶୁଭାରମ୍ଭ କରାଯଇଅଛି . ପ୍ରତିଘରଘର ଜନଗଣନା କରାଯିବ ଏବଂ ଏହା ମେ ୧୫ ପ୍ରଜନତା ଜନଗାଣକାର୍ଯ୍ୟ ଅବ୍ୟାହତ ରହିବ.ମାନ୍ୟବର କଟକ ମେୟର ତଥା କଟକ ସହରର ପ୍ରଥମ ନାଗରିକ ଶ୍ରୀ ସୁବାସ ସିଂହ ଙ୍କ ସହିତ ତାଙ୍କ ଧର୍ମ ପତ୍ନୀ…

Read More