Author: Charcha News

by-ଅମ୍ଳାନ ଦାସ -dt-୨୯ ମାର୍ଚ୍ଚ, ୨୦୨୬ ଭୁବନେଶ୍ୱର : dt-୨୯ ମାର୍ଚ୍ଚ, ୨୦୨୬ :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଛି ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”। ଆଜି ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ତ୍ରିପୁରା ରାଜ୍ୟର ନାଟ୍ୟଭୂମି ଅନୁଷ୍ଠାନ ଦ୍ୱାରା ବଙ୍ଗଳା ନାଟକ “ଅନୁକୂଲ ଅତୋପର” ପରିବେଷଣ କରାଯାଇଥିଲା। ବିଶିଷ୍ଟ ବଙ୍ଗଳା ସାହିତ୍ୟିକ ସତ୍ୟଜିତ ରାୟଙ୍କ କ୍ଷୁଦ୍ରଗଳ୍ପ “ଅନୁକୂଲ”ରୁ ପ୍ରେରିତ ହୋଇ ନାଟ୍ୟକାର ସଞ୍ଜୟ କର ରଚନା କରିଛନ୍ତି ନାଟକ “ଅନୁକୂଲ ଅତୋପର”। ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରସ୍ନାତ କରଙ୍କ ନିର୍ଦ୍ଦେଶନାରେ ସଞ୍ଜୟ କର, ଦେବାର୍ପିତ ଚକ୍ରବର୍ତ୍ତୀ, ସାନି ସରକାର, ସୁପାଲି ଦାସ, ଅନନ୍ୟା ଘୋଷ, ପୋର୍ସିଆ ଚୌଧୁରୀ, ଅର୍ନିଶା ଆଚାର୍ଯ୍ୟ, ପଲ୍ଲବୀ ଦେବ, ତମଘ୍ନା ଧର, ଅସିମ କୁମାର ରାୟ ପ୍ରମୁଖଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ନାଟକ ଆରମ୍ଭରୁ ଶେଷ…

Read More

ଭୁବନେଶ୍ୱର, 30/୦୩/୨୦୨୬: ରାଜ୍ୟସଭା ନିର୍ବାଚନରେ ନର୍ଲାର ବିଜେଡି ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ବିଜେପି ଦଳର ଚାପ ଆଗରେ ମୁଣ୍ଡ ନନୁଆଁଇ କ୍ରସ୍ ଭୋଟିଂ ନକରିବାରୁ ପୋଲିସ ଲଗାଇ ନିର୍ଯାତନା ଦେଉଥିବା ଓ ପ୍ରତିଶୋଧ ପରାୟଣ ହୋଇ ରାଜନୈତିକ ଅଭଦ୍ରାମୀର ସୀମା ଲଂଘୁଛି ବିଜେପି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ପ୍ରମୁଖ ବିଜେପିକୁ କାଠଗଡାକୁ ଟାଣି ପୋଲିସ ଲଗାଇ ବିଜେଡିର ସ୍ୱର ଚପାଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ବିଧାନସଭା ଚାଲିଥିଲା ବେଳେ ବାଚସ୍ପତିଙ୍କ ବିନା ଅନୁମତିରେ ଜଣେ ବିଧାୟିକାଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରି, ତାଙ୍କ ସରକାରୀ…

Read More

ଭୁବନେଶ୍ୱର :: 30- 2026 :: ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ଵାବୁ କମ୍ଭମପାଟି କହିଛନ୍ତି l ରବିବାର ଦିନ ଭୁବନେଶ୍ଵର ସ୍ଥିତ ରାମକୃଷ୍ଣ ମିଶନର ବିବେକାନନ୍ଦ ହଲ୍ ଠାରେ ଆୟୋଜିତ “ଶିକ୍ଷକ ମାନଙ୍କ ପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା” ସମ୍ପର୍କିତ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି l ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଉଦବୋଧନ ଦେଇ ଶିକ୍ଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ଶିକ୍ଷକମାନନେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ଞାନ ସହିତ ଚରିତ୍ରକୁ ପୋଷଣ କରିବାକୁ ଆହ୍ୱାନ ଜଣାଇଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଉଦ୍ଧୃତ କରି ରାଜ୍ୟପାଳ କହିଥିଲେ ଯେ ,ଶିକ୍ଷା କେବଳ ସୂଚନା ସଂଗ୍ରହ ନୁହେଁ ବରଂ ଆନ୍ତରିକ ପୂର୍ଣ୍ଣତା, ଶକ୍ତି ଏବଂ ଚରିତ୍ରର ପରିପ୍ରକାଶ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇ ରାଜ୍ୟପାଳ ଶିକ୍ଷା, ସମାଜସେବା ଏବଂ ଆଧ୍ୟାତ୍ମିକ…

Read More

DT-30-3-2026 :: ଆଜି ସକାଳ ୯ ଘଟିକା ସମୟରେ ଓଡ଼ିଶା ଡ୍ରାଇଭର ମହାସଂଘ ମହାପରିବାର ପକ୍ଷରୁ କଟକ ରେଡକ୍ରସ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିରକୁଆୟୋଜିତ ହୋଇଯାଇଥିଲା, ଏହି ରକ୍ତଦାନ ଶିବିରକୁ ନିଖିଳ ଉତ୍କଳ ଅଟୋ ଚାଳକ ମହାସଂଘ ସଭାପତି ତଥା ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଉଦଘାଟନ କରିଥିଲେ. ସୂଚନା ଅନୁସାରେ ଏହି ରକ୍ତଦାନ ଶିବିରରେ ସଂଗ୍ରହ କରାଯାଇଥିବା ରକ୍ତ କୁ ଥାଲେସେମିଆ ରେ ପୀଡିତ ଛୋଟ ଛୋଟ ଶିଶୁଙ୍କୁ ସମର୍ପିତ କରିବା ସହିତ ଖରାଦିନରେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦୂର ପାଇଁ ଏହି ଶିବିରଟିର ଆୟୋଜନ ହୋଇଥିଲା . ଏହି ରକ୍ତଦାନ ଶିବିରରେ ପ୍ରାୟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଅଛି . ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ କଟକ ଅଟୋ ମହାସଂଘ ସାଧାରଣ ସମ୍ପାଦକ ଶୈଲେନ ଧଳ,…

Read More

ଭୁବନେଶ୍ୱର : ତା 30.3.26 ଓଡ଼ିଶାର କ୍ଷମାତାସିନ ଦଳ ବିଜେପି ଦଳର ବିଧାୟକ ସାଂସଦ କ୍ଷମତା ନିଶାରେ ଅନ୍ଧ ହୋଇ ଖୋଲାଖୋଲି ମାରଣାସ୍ତ୍ର ଧରି ଆଇନ ଭଙ୍ଗ କରିବା ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା lଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଓ ପିସିସିର ଉପସଭାପତି ଦେବାଶିଷ ପଟ୍ଟନାୟକ ଓ ମୁଖପାତ୍ର ଜୟଶ୍ରୀ ପାତ୍ର ଯୋଗଦେଇ ବିଜେପି ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକଳାପକୁ କଡା ଭର୍ଷନା କରି କହିଛନ୍ତି ଯେ,ନାଥୁରମ୍ ଗଡସେଙ୍କ ଦଳ ଓଡ଼ିଶା ପରି ଶାନ୍ତି ପ୍ରିୟ ରାଜ୍ୟ ରେ ହିଂସା ବଢ଼ାଉଛି । ଟିଟଲାଗଡ ବିଜେପିର ଲୋକ ପ୍ରତିନିଧି ରାମନବମୀ ପରି ପବିତ୍ର ଦିନରେ ସର୍ବସାଧାରଣରେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ନେଇ ଫାଙ୍କା ଗୁଳିଚାଳନା ପରି ଅପରାଧିକ କାର୍ଯ୍ୟରେ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ’ ନେବା ଅତି ନିନ୍ଦନୀୟ। ଏହା କଣ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମର୍ଯ୍ୟାଦାହାନୀ ନୁହେଁ କି ବୋଲି…

Read More

BY-ରାଜୀବ କୁମାର ବେହେରା-DT-29.3.2026 ଉଦଳା :DT- 29.3.2026::, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନଖଣ୍ଡ ଅଧୀନ ତାଳଗଡି ଗ୍ରାମରେ ଭାଲୁ ଆକ୍ରମଣରେ ତିନିଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ଗ୍ରାମର କିଛି ଲୋକ ସକାଳ ସମୟରେ ଗାଧୋଇବା ଓ ଶୌଚ କାର୍ଯ୍ୟ ପାଇଁ ପାଖରେ ଥିବା ନଦୀ ଦିଗକୁ ଯାଉଥିବା ବେଳେ ଜଙ୍ଗଲ ନିକଟରୁ ହଠାତ୍ ବାହାରିଥିବା ଭାଲୁ ଆକ୍ରମଣ କରିଥିଲା। ଏହି ଅଚମ୍କା ଆକ୍ରମଣରେ ବୃଦ୍ଧା ରାନୀ ନାୟକ, ସୁମନ୍ତ ଖଣ୍ଡେଇ ଓ କମଳା କାନ୍ତ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟମାନଙ୍କ କହିବା ଅନୁଯାୟୀ, ଭାଲୁ ଆକ୍ରମଣ କରି ତିନି ଜଣକୁ ଘାଇଲା କରିଛି। ଆହତମାନଙ୍କ ମୁହଁ, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଥିବା ଜଣକୁ ତୁରନ୍ତ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ, ଅନ୍ୟ ଦୁଇଜଣଙ୍କୁ ଉଦଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ଅନୁସାରେ…

Read More

BY-ରାଜୀବ କୁମାର ବେହେରା-DT-29.3.2026 ଉଦଳା : DT-29.3.2026-ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ଗତକାଲି ରାତିରେ ହଠାତ୍ ମାଡ଼ି ଆସିଥିବା କାଳବୈଶାଖୀ ଝଡ଼ ଭୟାବହ ତାଣ୍ଡବ ସୃଷ୍ଟି କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ ସହ ତୀବ୍ର ପବନ ଓ ବର୍ଷାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଘରବାଡ଼ି, ଗଛ, ଛପର ଓ ସାର୍ବଜନୀନ ସମ୍ପତ୍ତିରେ ଭାରି କ୍ଷତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କପ୍ତିପଦା ବ୍ଲକର ଶରତ-କେଶପଡା ଅଞ୍ଚଳରେ ଘରେ ଶୋଇଥିବା ବେଳେ ହଠାତ୍ ଘଟିଥିବା ଘଟଣାରେ ଜଣେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରି ଉଦଳା ଉପଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଖୁଣ୍ଟା ବ୍ଲକର ଭୋଳାଗଡିଆ ଅଞ୍ଚଳରେ ଏକ ବଡ଼ ଗଛ ଭାଙ୍ଗି ଘର ଉପରେ ପଡ଼ିଥିଲେ ମଧ୍ୟ ଭାଗ୍ୟକ୍ରମେ କୌଣସି ପ୍ରାଣହାନି ଘଟିନାହିଁ, ଯଦିଓ ଘରର ଟାଇଲ ଭାଙ୍ଗି ବ୍ୟାପକ କ୍ଷତି ଘଟିଛି। ସେହିପରି…

Read More

BY-ରବିନ୍ଦ୍ର ନାଥ ମହାପାତ୍ର DT-29.3.2026ରାୟଗଡ଼ା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଦିନ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ସକାଳ ଆଠ ଘଟିକା ସମୟରେ ଶାସ୍ତ୍ରୀନଗର ଠାରେ ସ୍ଥିତ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲେ | ଏଥିରେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛବିଲାଲ ସିଂହ, ସମାଜ ସେବୀ ସୁନୀଲ ଚନ୍ଦ୍ର ପଣ୍ଡା,ସମାଜ ସେବୀ ବ. କାନ୍ତା ରାଓ ଓ ବରିଷ୍ଠ ନାଗରିକ ସଦସ୍ୟ, ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଛାତ୍ରମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ l ପଛାତ୍ରମାନେରେ ଶାସ୍ତ୍ରୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର -DT-29-3-2026 ରାୟଗଡ଼ା ଜିଲ୍ଲା ଗୁଣପୁର କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପ୍ରଧାନ ମନ୍ତ୍ରୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ନେତା ଏବଂ କର୍ମୀ।ଏହି ସମୟରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ,ଜିଲ୍ଲା ପର୍ଯ୍ୟବେକ୍ଷକ ଗୋପୀ ଆନନ୍ଦ ବରିଷ୍ଠ ବିଜେପି ନେତା ଗଣପତି ରାଓ,ଗୋପାଳ ସାହୁ ଙ୍କ ସହ ବନମାଳୀ ଶବର ପ୍ରମୁଖ ଉପସ୍ଥିତି ରହି ପ୍ରଧାନ ମନ୍ତ୍ରୀ ଙ୍କ ମନ କୁ ବାତ କାର୍ଯ୍ୟକ୍ରମ ପରଦା ମାଧ୍ୟମରେ ଦେଖି ଥିଲେ।ପରେ ଦିନ ଗୋଟିଏ ପର୍ଯ୍ୟନ୍ତ ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ପରିସରରେ ଗୁଣପୁର ସହର ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ବିଶେଷ କରି ରିଙ୍ଗ ରୋଡ଼ ଏବଂ ଉପ ଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ସମସ୍ୟା ସହ ଅନେକ ବିଷୟ ରେ ଆଲୋଚନା କରିଥିଲେ ରାୟଗଡ଼ା ପର୍ଯ୍ୟବେକ୍ଷକ ନାରାୟଣ ରାଓ। ଅତି ଶୀଘ୍ର ଏହି ବିଷୟରେ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରି…

Read More