Author: Charcha News

ମ୍ୟୁଟେସନ୍ ପାଇଁ ଜମି ମାଲିକଙ୍କଠାରୁ ନେଉଥିଲେ ଲାଞ୍ଚ by-sUBHASMITa-DT-29-3-2026 ::କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ତହସିଲ୍ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ବ ନିରୀକ୍ଷକ ରାଜାରାମ ବନ୍ଦ୍ରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୩୦ ହଜାର ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ । ଭଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ତହସିଲ୍ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ବ ନିରୀକ୍ଷକ ରାଜାରାମ ବନ୍ଦ୍ରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୩୦ ହଜାର ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ । ଆର.ଆଇ ରାଜାରାମ ବନ୍ଦ୍ରା, ଏକ ମ୍ୟୁଟେସନ୍ ପାଇଁ ଜମି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି । ଚର୍ଚ୍ଚା News

Read More

ରାୟଗଡ଼ା ଜିଲ୍ଲା ଗୁଣପୁର କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପ୍ରଧାନ ମନ୍ତ୍ରୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ନେତା ଏବଂ କର୍ମୀ।ଏହି ସମୟରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ,ଜିଲ୍ଲା ପର୍ଯ୍ୟବେକ୍ଷକ ଗୋପୀ ଆନନ୍ଦ ବରିଷ୍ଠ ବିଜେପି ନେତା Y ଗଣପତି ରାଓ,ଗୋପାଳ ସାହୁ ଙ୍କ ସହ ବନମାଳୀ ଶବର ପ୍ରମୁଖ ଉପସ୍ଥିତି ରହି ପ୍ରଧାନ ମନ୍ତ୍ରୀ ଙ୍କ ମନ କୁ ବାତ କାର୍ଯ୍ୟକ୍ରମ ପରଦା ମାଧ୍ୟମରେ ଦେଖି ଥିଲେ।ପରେ ଦିନ ଗୋଟିଏ ପର୍ଯ୍ୟନ୍ତ ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ପରିସରରେ ଗୁଣପୁର ସହର ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ବିଶେଷ କରି ରିଙ୍ଗ ରୋଡ଼ ଏବଂ ଉପ ଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ସମସ୍ୟା ସହ ଅନେକ ବିଷୟ ରେ ଆଲୋଚନା କରିଥିଲେ ରାୟଗଡ଼ା ପର୍ଯ୍ୟବେକ୍ଷକ ନାରାୟଣ ରାଓ। ଅତି ଶୀଘ୍ର ଏହି ବିଷୟରେ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ…

Read More

ଭୁବନେଶ୍ୱରତାରିଖ: ୨୮ ମାର୍ଚ୍ଚ ୨୦୨୬ କଟକ ଏସ୍‌.ସି.ବି. ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ୧୩ ଜଣ ନିରୀହ ରୋଗୀଙ୍କ ମିଳିତ ବିରୋଧୀ ଦଳମାନଙ୍କ ଏକ ଜରୁରୀ ବୈଠକ ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକା ଠାରେ ଅନୁଷ୍ଠିତ ହୋଇଛି ଏହି ମିଳିତ ବୈଠକ ସର୍ବସମ୍ମତିକ୍ରମେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବୀ କରିଛି ଏବଂ ନିମ୍ନଲିଖିତ ଦାବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛିପ୍ରମୁଖ ଦାବୀସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା କିମ୍ବା ମନ୍ତ୍ରୀମଣ୍ଡଳରୁ ବହିଷ୍କାର,ପ୍ରତ୍ୟେକ ମୃତକଙ୍କ ପରିବାରକୁ ଅନ୍ୟୁନ ୧ କୋଟି ଟଙ୍କା କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ,ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ,ସମସ୍ତ ଆହତଙ୍କୁ ମାଗଣା ଉଚ୍ଚମାନର ଚିକିତ୍ସା ଓ ଅନ୍ୟୁନ ୫ ଲକ୍ଷ ଟଙ୍କା ସହାୟତା,ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସହ ଦାୟୀ ଅଧିକାରୀ, କର୍ମଚାରୀ ଓ ବିଦ୍ୟୁତ ଠିକାଦାରଙ୍କୁ ତୁରନ୍ତ ଗିରଫ ଓ ଆଇନଗତ…

Read More

ସରକାର ଶ୍ବେତପତ୍ର ପ୍ରକାଶ କରୁଥିଲାବେଳେ, ଥାନା ଚୋରି ସମ୍ଭାବନା ଦେଖାଗଲାଣି ଭୁବନେଶ୍ବର, ତା. 28.3 ରିଖ : ଆଜି କଂଗ୍ରେସ ଭବନରେ ଓଡିଶା ବିଧାନସଭାରେ ଜାରି ହୋଇଥିବା ଶ୍ୱେତପତ୍ର ତଥ୍ୟ ଉପରେ ଆଧାରିତ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତିର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଏକ ସାମ୍ବାଦିକ ସମ୍ମଳନୀ କରାଯାଇଥିଲା । ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଏବଂ ଡ.ମନୀଷା ଦାସ ପଟ୍ଟନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଦୁଇ ଦିନ ପୂର୍ବେ ରାଜ୍ୟ ସରକାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ରେ ସ୍ୱୀକାର କରିଛନ୍ତି ଯେ ୨୦୨୪ ତୁଳନାରେ ୨୦୨୫ ମସିହାରେ ଅପରାଧ ହାର ୭.୩% ବୃଦ୍ଧି ପାଇଛି ଯାହା ସ୍ପଷ୍ଟଭାବେ ବର୍ତ୍ତମାନ ସରକାରଙ୍କର ବିଫଳତାକୁ ପ୍ରକାଶ କରୁଛି। ମୋଟ ୨,୨୯,୮୮୧ ମାମଲା ରେଜିଷ୍ଟର୍ ହୋଇଛି, ଯାହା ୨୦୨୪ ତୁଳନାରେ ଅଧିକ। ଏହା ବିପକ୍ଷର ଅଭିଯୋଗ ନୁହେଁ, ସରକାରର ନିଜ ତଥ୍ୟ। ହତ୍ୟା ୧,୩୦୪ (ପ୍ରତିଦିନ ପ୍ରାୟ ୪ଟି), ବଳାତ୍କାର…

Read More

ଭୁବନେଶ୍ୱର, ୨୯.୦୩.୨୦୨୬ : ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା ଓ ସ୍ୱାଭିମାନର ଅଦମ୍ୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିର୍ଭୀକତା, ତ୍ୟାଗ ଓ ଦେଶପ୍ରେମର ଉଜ୍ଜ୍ୱଳ ଉଦାହରଣ। ଜନଜାତିମାନଙ୍କ ଅଧିକାର ଓ ସ୍ୱାଧୀନତା ପାଇଁ ତାଙ୍କର ଅବିରତ ସଂଗ୍ରାମ ଏବଂ ବଳିଦାନ ଆଜିମଧ୍ୟ ସମାଜକୁ ପ୍ରେରିତ କରୁଛି। ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଭୀର ଶ୍ରଦ୍ଧା ଓ ଗରିମାମୟ ପରିବେଶରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସକାଳ ୮ ଘଟିକାରେ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଏବଂ ସକାଳ ଘ. ୮.୩୦ ମିନିଟ୍‌ରେ କଳିଙ୍ଗ ହସ୍ପିଟାଲ୍ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପବିତ୍ର ସ୍ମୃତିକୁ ସ୍ମରଣ କରାଯାଇଥିଲା। ପରବର୍ତ୍ତୀରେ ସକାଳ ୯ ଘଟିକାରେ ଓଡ଼ିଶା ବିଧାନ ସଭା ପାର୍ଶ୍ୱ ଗେଟ୍ ନମ୍ବର–୧ ସ୍ଥିତ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା…

Read More

Date 29 3 26 :: ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ଗୁଣପୁର ବନଖଣ୍ଡ ର ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ବାନାଗ୍ନୀ ସଚେତନତା ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ଙ୍କ ନେତୃତ୍ୱରେ ପଦ୍ମପୁର ବନପାଳ ରାଜ କିଶୋର ଶବର ଙ୍କ ତତ୍ୱାବଧାନରେ ସଚେତନତା ସହ ବାଇକ୍ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରାଯାଇଛି।ଜଙ୍ଗଲ କୁ କିପରି ସୁରକ୍ଷା ଯୋଗାଇ ଦେଇ ପାରିବା ସହ ବନାଗ୍ନୀ କିପରି ରୋକାଯାଇ ପାରିବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ନିଆଁ ଲାଗିବା ଦ୍ୱାରା ଜଙ୍ଗଲ ନଷ୍ଟ ହେଉଛି ଏବଂ ଯିବ ଜନ୍ତୁ ମାନେ ମୃତ୍ୟୁ ମୁଖ ରେ ପଡ଼ିଥିବା ଦେଖିବାକୁ ମିଳିଛି। ନିଆଁ ଲାଗିଲେ ପରିବେଶ ଉପରେ ସିଧା ସଳଖ ପଡୁଛି।ତେଣୁ ଜଙ୍ଗଲ କୁ ସୁରକ୍ଷା କରିବା, ଗଛ ଲଗାଇବା ସହ ଜଙ୍ଗଲରେ ନିଆଁ ଲଗାଇବା ନାହିଁ।ଜଙ୍ଗଲ ରେ ନିଆଁ ଲଗାଇଲେ ଏକ ଅପରାଧ ଜେଲ ଦଣ୍ଡ…

Read More

By- SUBHASMITA DT-29-2026ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟଜୁଡ଼ା ବିଜୁଳି-ଘଡ଼ଘଡ଼ି ସହ ବର୍ଷା, କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଭୁବନେଶ୍ବର, ମାର୍ଚ୍ଚ ୨୯:ପଶ୍ଚିମା ଝଡ଼ ପ୍ରଭାବରେ ଓଡିଶାର ପାଣିପାଗ ହଠାତ୍ ବଦଳିଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ବର୍ଷା ଜାରି ରହିଛି। ପବନର ବେଗ ବୃଦ୍ଧି ପାଇଁ ପରିସ୍ଥିତି କେତେକ ସ୍ଥାନରେ ଅଧିକ ତୀବ୍ର ହୋଇଯାଇଛି।ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ୫୦ରୁ ୬୦ କିମି ବେଗରେ ପବନ ବହିଥିବା ସହ କୁଆପଥର ବର୍ଷା ମଧ୍ୟ ହୋଇଛି। ଏହାର ପ୍ରଭାବରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ସହ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ଝଡ଼ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଏଥିସହ ଯାଜପୁର,…

Read More

‘ନକଲି’ ଦାବି ଖଣ୍ଡନ; PSO ନିଲମ୍ବିତ, ମାମଲା ରୁଜୁ : BY-29-SUBHASMITA- DT- march-29-2026 ବଲାଙ୍ଗୀର ଟିଟିଲାଗଡ଼ ::ମାର୍ଚ୍ଚ 29::ପବିତ୍ର ରାମନବମୀ ଅବସରରେ ଟିଟିଲାଗଡ଼ରେ ଆୟୋଜିତ ଶୋଭାଯାତ୍ରା ସମୟରେ ଫାଙ୍କା ଗୁଳିଚାଳନା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସର୍ବସାଧାରଣ ମଧ୍ୟରେ ଏକାଧିକ ଥର ଗୁଳି ଚାଳନା କରିଥିବା ଅଭିଯୋଗ ରହିଛି। ଘଟଣା ପରେ ବିଧାୟକ ଏହାକୁ “ନକଲି ପିସ୍ତଲ” ବୋଲି କହିଥିଲେ। କିନ୍ତୁ ପୁଲିସ ତଦନ୍ତରେ ବ୍ୟବହୃତ .32 ବୋର୍‌ ଅସଲି ପିସ୍ତଲ ଜବତ ହୋଇଛି। ଟିଟିଲାଗଡ଼ର ଠିକାଦାରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ସହର ପରିଭ୍ରମଣ କରୁଥିବା ବେଳେ ଶାସ୍ତ୍ରୀ ଛକରେ ବିଧାୟକ ନବୀନ ଜୈନ ସାମିଲ ହୋଇଥିଲେ। ସେ ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଡାକି ପିସ୍ତଲ ନେଇ ଆକାଶ ମୁହାଁରେ ଗୁଳି ଚାଳନା କରିଥିଲେ। ପରେ ପିସ୍ତଲକୁ ନିଜ ପାଖରେ ରଖିଥିଲେ। ଏହିପରି ଘଟଣା…

Read More

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସନୋଟ Dt -୨୮. ୦୩. ୨୦୨୬ ::ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା ହରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳତା ହାସଲ ପ କରିଛି । ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧ ପଏଣ୍ଟ )ଏବଂ କାରବାଇନ ସୁଟିଂରେ (୩୨୭ ପଏଣ୍ଟ) ସର୍ବମୋଟ ୧୬୦୧ ପଏଣ୍ଟ ପାଇ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡିଶା ପୋଲିସ ଟିମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ…

Read More