Author: Charcha News

ଭୁବନେଶ୍ୱର୨୮ ମାର୍ଚ୍ଚ, ୨୦୨୬ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଛି ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”। ଆଜି ନାଟକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନାଟ୍ୟକାର ନନ୍ଦ କିଶୋର ଆଚାର୍ଯ୍ୟଙ୍କ ରଚିତ ନାଟକ “ପାଞ୍ଚାଳୀ” ପ୍ରଦର୍ଶିତ ହୋଇଥିଲା। ହିମାଚଳ କଲ୍‌ଚର ରିସର୍ଚ୍ଚ ଫୋରମ୍ ଓ ଥିଏଟର ରେପରଟୋରୀ ଦ୍ୱାରା ପ୍ରସ୍ତୁତ ନାଟକ “ପାଞ୍ଚାଳୀ”ର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ପ୍ରଫେସର ସୁରେଶ ଶର୍ମା। ଅଭିନେତ୍ରୀ ସମ୍ପା ମଣ୍ଡଳ ଓ ରିଧିମା ବାଙ୍ଗା ମଞ୍ଚରେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ପାଞ୍ଚାଳୀଙ୍କୁ ଜୀବନ୍ତ ଭାବେ ଗଢ଼ିତୋଳିଥିଲେ। ପାଞ୍ଚାଳୀଙ୍କ ଆବିର୍ଭାବ ଠାରୁ ନେଇ ମହାଭାରତ ଯୁଦ୍ଧ ଏବଂ ଯୁଦ୍ଧ ପରର ବିଭୀଷିକାକୁ ପାଞ୍ଚାଳୀଙ୍କ ଦୃଷ୍ଟିକୋଣରେ ଦର୍ଶକଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଥିଲା। ପାଞ୍ଚାଳୀଙ୍କ ଶକ୍ତି, ସାମର୍ଥ୍ୟ, ସାଧନା, ବେଦନା ଏବଂ ମନସ୍ତତ୍ତ୍ୱର ବିଶ୍ଳେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା।…

Read More

BY -Rabindra nath mohapatro-Date- 29.03.26 ରାୟଗଡା :: Date- 29.03.26 :: ରାୟଗଡ଼ା ବାର ଆସୋସିଏସନ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଆଜି ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ତଥା ବିଜେଡ଼ି ନେତା ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ବିରଜା ପ୍ରସାଦ ପାତ୍ର ୮୫ଖଣ୍ଡ ଭୋଟ ପାଇଛନ୍ତି । ବ୍ରଜ ନାୟକ ୧୯ଖଣ୍ଡ ଭୋଟ ଅଧିକା ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଉମାକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ଅପରାହ୍ନରେ ଭୋଟିଂ ଶେଷ ହୋଇଥିଲା । ଏହାପରେ ଭୋଟ ଗଣତି ହୋଇଥିଲା । ସର୍ବମୋଟ ୨୦୧ଜଣ ଆଇନଜୀବୀଙ୍କ ମଧ୍ୟରୁ ୬ଜଣ ଅନୁପସ୍ଥିତ ଥିଲେ । ଗଣତି ବେଳେ ୪ଟି ଭୋଟ ଅବୈଧ ହୋଇଥିବା ନିର୍ବାଚନ ଅଧିକାରୀ ଉମାକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଚଳିତ ଥର ବାର ଆସୋସିଏସନ…

Read More

by- ଦେବେନ୍ଦ୍ର ପୋଡ଼ -DT-29-2026 :: DT-29-2026 :: ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ରାମଭକ୍ତଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମଧ୍ୟ ସାମିଲ ହୋଇଥିଲେ । ତେବେ ଶାସ୍ତ୍ରୀଛକ ଓ ବ୍ୟାଙ୍କଛକ ଠାରେ ଦୁଇଥର ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ଲୋକେ କହୁଛନ୍ତି ତଥା ଗୁଳି ଚାଳନା ପରେ ନିଜ ଅଣ୍ଟାରେ ବନ୍ଧୁକ ରଖିଥିବା ଜଣାପଡିଛି । ତେବେ ବନ୍ଧୁକ ଅସଲି କି ନକଲି ଜଣା ପଡି ନଥିବାବେଳେ ଜନ ଗହଳି ସ୍ଥାନରେ ତଥା ଶୋଭାଯାତ୍ରାରେ ଫାଙ୍କା ଗୁଳି ଚାଳନା ଭିଡିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲ ଘୁରି…

Read More

ସାମ୍ବାଦିକ ରାଜୀବ କୁମାର ଦାସ କୋଲକତା : ରାଜ୍ୟ ପଶ୍ଚିମବଙ୍ଗରେ ବିଧାନ ସଭା ନିର୍ବାଚନ ଆଉ ଏକ ମାସ ମଧ୍ୟରେ ହେବାକୁ ଯାଉଛି ଅନ୍ୟ ପଟେ ନିର୍ବାଚନ କମିଶନ SIR ଯୋଗୁଁ ପଶ୍ଚିମବଙ୍ଗ ରାଜ୍ୟର ସବୁ ଜିଲ୍ଲାରେ ଭୋଟର ତାଲିକା ନାମ କାଟି ଦିଆ ଯାଇଛି ବିଧାନସଭା ନିର୍ବାଚନ ମାତ୍ର ଏକ ମାସ ମଧ୍ୟରେ ରହିଛି ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ର ବିଧାନ ସଭା ପ୍ରାର୍ଥୀ ମାନେ ନିଜ ନିଜ ବିଧାନ ସଭା ମଣ୍ଡଳୀରେ ପ୍ରଚାର କରିବା ଆରମ୍ଭ କରିଛନ୍ତି ଅନ୍ୟ ପଟେ କୁଚବିହାର ଜିଲ୍ଲା ସ୍ଥିତ-କୁଚବିହାର ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ଥାନୀୟ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣା କୁଚବିହାର ସହରର ୱାର୍ଡ ନମ୍ବର 3ର କାଲା ବାଗାନା ଅଞ୍ଚଳରେ ଘଟିଛି। ଅଭିଯୋଗ ହେଉଛି ଯେ SIR ଯୋଗୁଁ ଅଞ୍ଚଳର ପ୍ରାୟ ୨୦୦ ଜଣଙ୍କ ନାମ ବାଦ ଦିଆଯାଇଛି, ଯାହା କାରଣରୁ…

Read More

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୃଆ ବକ୍ସିପଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋମ ଯଜ୍ଞ ପରେ ସନ୍ଧ୍ୟାରେ ବିରାଟ ପଟୁଆର ସହ ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ମୁର୍ତ୍ତିକୁ ନେଇ ଗୋପାଳପୁର ଠାରେ ପହଞ୍ଚିବା ପରେ ସେଠାରୁ ମହା ଆଡ଼ମ୍ବରରେ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ମନ୍ଦିର କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗୋପାଳପୁରର ବହୁ ବରିଷ୍ଠ ନାଗରିକ ଓ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହାକୁ ନେଇ ଗୋପାଳପୁର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ଗଞ୍ଜାମରୁ ରମେଶ କୁମାର ସାହୁଙ୍କ ରିପୋର୍ଟ ଚର୍ଚ୍ଚା ନ୍ୟୁଜ

Read More

ଗତକାଲି ବିଳମ୍ବିତ ରାତିରେ କଟକ ଏସ.ସି.ବି. ମେଡିକାଲ ର ଜରୁରୀକାଳୀନ ଟ୍ରାମା କେୟାର ବିଭାଗରେ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ପ୍ରାୟ ୧୦ ଜଣ ଲୋକ ମୃତ୍ୟୁ ବରଣ କରିଥିଲେ ଏବଂ ୨୦ ଜଣ ଆହତ ହୋଇଛନ୍ତି ଏଠି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପୁର୍ଣ ଅଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଅଛି . ପ୍ରାତଃ 4 ଘଟିକା ସମୟରେ ମାନ୍ୟବର କଟକ ମେୟର ଏହି ଦୁଖଦ ଖବର ଶୁଣି ତତକ୍ଷଣାତ ଏସ.ସି.ବି. ମେଡିକାଲ ପରିସରରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ଆହତ ହୋଇଥିବା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଙ୍କ ସହିତ ଉଦ୍ଧାର କାର୍ଯ୍ୟ କରିବା ସମୟରେ ଆହତ ହୋଇଥିବା ମେଡିକାଲ କର୍ମଚାରୀ ଙ୍କୁ ଭେଟି ଥିଲେ ଏବଂ ଦାୟିତ୍ୱରେ ଥିବା ଡାକ୍ତର ଏବଂ ମେଡିକାଲ ଅଧିକାରିଣ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସମସ୍ତ ଆହତଙ୍କୁ ଅତ୍ୟାଧୁନିକ ଚିକିଷ୍ୟ ପ୍ରଦାନ କରିବା ପାଇଁ…

Read More

ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବ୍ୟାଘାତ ସମ୍ପର୍କରେ ଆଲୋଚନା କରିଛନ୍ତି by-SUBHASMITA-DT-March 28, 2026 ଭୁବେନଶ୍ୱର : DT-March 28, 2026 :ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟର ପ୍ରଭାବ ସମୀକ୍ଷା କରିବା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବିତ ପ୍ରୟାସ ଭାବନାରେ କାର୍ଯ୍ୟ କରି ପ୍ରସ୍ତୁତି ତ୍ବରାନ୍ବିତ କରିବା। ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବ୍ୟାଘାତ ଯୋଗୁଁ ତୈଳ ଓ ଏଲ୍‌ପିଜି ଯୋଗାଣରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସମ୍ଭାବ୍ୟ ଅଭାବର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶ୍ୱ ବଜାରରେ ତୈଳ ମୂଲ୍ୟବୃଦ୍ଧି ଯୋଗୁଁ ଦେଶରେ ମୂଲ୍ୟବୃଦ୍ଧିର ସମ୍ଭାବନା ଏବଂ ତାହାକୁ…

Read More

ଗ୍ୟାସ ସିଲିଣ୍ଡର କଳା ବଜାର ରୋକିବାକୁ ପ୍ରଶାସନ ତପ୍ତର ।ରାୟଗଡ :ରବୀନ୍ଦ୍ର ନାଥ ମହାପାତ୍ର ତା:୨୭-୦୩-୨୦୨୬ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ତତ୍ୱବୋଧାନରେ ଗୁଣପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଚଢ଼ାଉ କରାଯାଇଥିଲା । ବିଭିନ ହୋଟେଲ, ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଅବୈଧ ଭାବେ ଘୋରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବା ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ନଜରକୁ ଆସିବାପରେ ଆଜି ପ୍ରଶାସନ ତରଫରୁ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଚଢ଼ାଉ ହୋଇଛି । ଗୁଣପୁର ସହରର ଭାମ୍ସି କ୍ରିଷ୍ଣା, ଗ୍ରୀନ ଚିଲ୍ଲୀ, ନିଉ ଗ୍ରୀନ ଚିଲ୍ଲୀ, ଆରକେ, ହାଇଦ୍ରାବାଦ ବିରିୟାନି, ପକ୍ଵନ, ରେଡ଼ ଚିଲ୍ଲୀ ଭଳି ବିଭିନ୍ନ ହୋଟେଲରେ ଚଢ଼ାଉ କରି ନିଉ ଗ୍ରୀନ ଚିଲ୍ଲୀ ହୋଟେଲରୁ ଗୁଣପୁର ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥୀ ରାମନଗୁଡା ଅତିରିକ୍ତ ତହସିଲଦାର ଦୀପରାଣୀ ବେହେରା ଓ ଯୋଗାଣ ବିଭାଗ ପ୍ରଦୀପ ନାଲା ଆଦି…

Read More

ଦିନକୁ ଦିନ ଗ୍ରୀଷ୍ମ ପ୍ରବାହର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ…ରାଜ୍ୟର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଅଂଶୁଘାତ କେତେ ପ୍ରସ୍ତୁତ ସେହି ବିଷୟକୁ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ସୁଶାନ୍ତ କୁମାର ନାୟକ ପ୍ରତିକ୍ରିୟା ରଖିଛନ୍ତି…. ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛୁ, ଖରା ତାତି ବଢ଼ିଲାନି ସେନେଇ ଆମେ ଡାକ୍ତର ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମର ସ୍ୱତନ୍ତ୍ର ହିଟ୍ ସଂଷ୍ଟ୍ରକ୍ ୱାର୍ଡ଼ ପ୍ରସ୍ତୁତ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦ ଶଯ୍ୟା ବେଡ ବ୍ୟବହୃତ ରହିଛି । ଯଦି ଆଗକୁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼େ ତେବେ ଆଉ ଅଂଶୁଘାତ ଚିକିତ୍ସା ୱାର୍ଡ଼ କରାଯିବା ସହିତ ରୋଗୀ ଶଯ୍ୟା ବେଡ ସଂଖ୍ୟା ବଢ଼ାଇଦିଆଯିବ। ଡାକ୍ତରଖାନା ପକ୍ଷରୁ ନିଶୁଳ୍କ ଅଂଶୁଘାତ ଜନିତ ors ଲିକ୍ୱିଡ ସହିତ ସାଲାଇନ୍ ଏଵଂ ଔଷଧ ସେବା ଯୋଗାଇଦିଆଯିବ । ମେଡିକାଲ ପରିସରରେ ମାଗଣା ors ଲିକ୍ୱିଡ ବିରଣ କରାଯିବ । ଅନ୍ୟପଟେ ଅଂଶୁଘାତଜନିତ…

Read More