Author: Charcha News

କଟକ :dt-30-3-2026 :: ଆଜି ସାଲେପୁର ନନ୍ଦୋଳ ସ୍ଥିତ ସେଞ୍ଚୁରି ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ମଣିଷ କୁ ଅନ୍ଧକାର ରୁ ଆଲୋକର ବାର୍ତିକା ଦେଖାଏ । ଶିକ୍ଷା ବିନା ମଣିଷର ଜୀବନ ଦୁଃସହ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଅବସର ପ୍ରାପ୍ତ ବୈଜ୍ଞାନିକ ଭଗ୍ୟଧର ଭୋଇ ଯୋଗଦେଇ ଇଚ୍ଛା ମଣିଷକୁ ଶିଖରରେ ପହଞ୍ଚାଇବା ସହ ମଣିଷର କର୍ମକୁ ସତପଥ ରେ ନେଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ ,ମୁଖ୍ୟ ବକ୍ତା ଭାବେ ଡାକ୍ତର ସମି ସଲିମ, ସମ୍ମାନୀତ ଅତିଥି ଭାବେ ନନ୍ଦୋଲ ପଞ୍ଚାୟତ ର ସରପଞ୍ଚ ଜ୍ଞାନ ରଞ୍ଜନ ପଟ୍ଟନାୟକ ସଭା ମଣ୍ଡନ କରିବା ସହ ଶିଶୁମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଉକ୍ତ କାର୍ଯ୍ୟ କ୍ରମରେ ଅନୁଷ୍ଠାନ ର ସମ୍ପାଦକ ମୌଲାନା ସିରାଜ୍ ସଭାପତିତ୍ଵ କରିଥିବା…

Read More

କଟକ\ସାଲେପୁର : dt-30.3.2026 ସାଲେପୁର-ଟାଙ୍ଗୀ,କଂଗ୍ରେସ ସଂଗଠକ ତଥା ସମାଜସେବୀ ହରିବନ୍ଧୁ ଶତପଥୀ ଓଡିଶା ରାଜୀବ ଗାନ୍ଧୀ ପଂୟୟତ ରାଜ ସଂଗଠନର ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀଯୁକ୍ତ ଶତପଥୀଙ୍କୁ ରାଜ୍ୟ ସଭାପତି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଦାଇତ୍ଵ ଦେଇଛନ୍ତି । ଏହି ଗୁରୁ ଦାୟିତ୍ଵକୁ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ସାଥ୍‌ରେ ଧରି ସୁଚାରୁ ରୂପେ ଦାୟିତ୍ବର ସହ ନିବାହ କରିବେ ବୋଲି ଶ୍ରୀଯୁକ୍ତ ଶତପଥୀ ପ୍ରକାଶ କରିଛନ୍ତି । ନବ ନିଯୁକ୍ତ ଉପସଭାପତି ଶ୍ରୀଯୁକ୍ତ ଶତପଥୀଙ୍କୁ ବିଜ୍ଞାନ ଭୂୟାଁ, ସୁର ଦଳାଇ, ସୌମ୍ୟଶ୍ରୀ ମିଶ୍ର, ରବୀନ୍ଦ୍ର ଜେନା, ମନୋଜ ଖ୍ଲାର, ବୈକୁଣ୍ଠ ସ୍ଵାଇଁ, ସିଟୁ କର, କ୍ଷୀରୋଦ ବାରିକ, ନାରୀନେତ୍ରୀ ମିନତୀ ବିଶ୍ବାଳ, କଳ୍ପନା ରାଉତ ଓ ସ୍ନେହଲତା ଜେନାଙ୍କ ସମେତ ବହୁ ସମର୍ଥକ ମାନେ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀଯୁକ୍ତ ଶତପଥୀ ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଓ ରାଜୀବ…

Read More

କିଏ ଦେଲେ ଏତେ ବଡ଼ ଗିଫ୍ଟ? by-Subhasmita das DT-30-3-2026 ଭୁବେନଶ୍ୱର :dt-30-3-2026::ଧୁରନ୍ଧର ପାର୍ଟ-୧’ ଓ ‘ଧୁରନ୍ଧର ପାର୍ଟ-୨’ର ଭୟଙ୍କର ସଫଳତା ପରେ ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ବିଶେଷକରି ‘ଧୁରନ୍ଧର-୨’ ବକ୍ସ ଅଫିସ୍‌ରେ ଏକ ପରେ ଏକ ରେକର୍ଡ ଭାଙ୍ଗୁଥିବା ବେଳେ, କେବଳ ୮ ଦିନରେ ସାରା ବିଶ୍ୱରେ ୧୦୦୦ କୋଟି ଟଙ୍କାର ଆଙ୍କକୁ ପାର୍‌ କରିଦେଇଛି। ଏହି ସଫଳତା ମଧ୍ୟରେ ରଣବୀରଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ସେ ମୁମ୍ବାଇ ବିମାନବନ୍ଦରରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ଜିଏମ୍‌ସି ହାମ୍ମର୍‌ କାର୍‌ ସହ ନଜର ଆସୁଛନ୍ତି। ଦାବି କରାଯାଉଛି ଯେ, ଏହି ଦାମୀ କାର୍‌ଟି ତାଙ୍କୁ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପତ୍ନୀ ଓ ଅଭିନେତ୍ରୀ ୟାମି ଗୌତମଙ୍କ ତରଫରୁ ଉପହାର ଭାବେ ଦିଆଯାଇଛି। ଭିଡିଓରେ ଦେଖାଯାଉଛି, ରଣବୀର ବିମାନବନ୍ଦରକୁ ପହଞ୍ଚିବା ସହିତ ଫ୍ୟାନ୍‌ମାନେ ତାଙ୍କୁ ଘେରି…

Read More

ସାଧାରଣ ନିର୍ବାଚନ ପରେ ମିଆଁମାର ସଂସଦ ରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ମିନ୍ ଅଙ୍ଗ ହ୍ଲାଇଙ୍ଗ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ଭୁବେନଶ୍ୱର :: Dt-30-3-2026 :: ଭରତର ପଡ଼ୋଶୀ ଦେଶ ମିଆଁମାରରେ, ଜୁଣ୍ଟା ମୁଖ୍ୟ ମିନ୍ ଅଙ୍ଗ ହ୍ଲାଇଙ୍ଗ ସର୍ବୋଚ୍ଚ ନେତା, ଅର୍ଥାତ୍ ଏକଛତ୍ରବାଦୀ ଶାସକ ହେବାକୁ ଯାଉଛନ୍ତି । ସାଧାରଣ ନିର୍ବାଚନ ପରେ ମିଆଁମାର ସଂସଦ ରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ମିନ୍ ଅଙ୍ଗ ହ୍ଲାଇଙ୍ଗ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ । ସୋମବାର ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ମନୋନୀତ କରାଯାଇଛି।ଅଙ୍ଗ ସମର୍ଥିତ ରାଜନୈତିକ ଦଳ ମିଆଁମାରରେ ବହୁମତ ହାସଲ କରିଛି । ୨୦୧୧ ମସିହାରୁ ସେନାମୁଖ୍ୟ ପଦରେ ଥିବା ମିନ୍ ଅଙ୍ଗ ସାନ୍ ସୁକି ଏବେ ଆଇନଗତ ଭାବରେ ମିଆଁମାରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ମିଆଁମାର ନିକଟରେ ଦଳୀୟ ନିର୍ବାଚନ କରିଥିଲା। ମିନ୍ ଅଙ୍ଗ ସାନ୍ ସୁକୀଙ୍କ…

Read More

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ । କୁଏତର ବିଜୁଳି ଷ୍ଟେସନ ଉପରେ ଇରାନ ଜୋରଦାର ହମଲା କରିଛି। ସେଠାରେ କିଛି ଭାରତୀୟ କାମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବିଦ୍ୟୁତ ଷ୍ଟେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। by-SUBHASMITA-March 30, 2026, ଭୁବେନଶ୍ଵର : March 30, 2026 :: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ । କୁଏତର ବିଜୁଳି ଷ୍ଟେସନ ଉପରେ ଇରାନ ଜୋରଦାର ହମଲା କରିଛି। ସେଠାରେ କିଛି ଭାରତୀୟ କାମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବିଦ୍ୟୁତ ଷ୍ଟେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ମଧ୍ୟପ୍ରାଚ୍ୟରେ ସ୍ଥିତିକୁ ଆହୁରି ସଙ୍କଟ ଭିତରକୁ ଠେଲିବା ପାଇଁ ଇରାନ ଏଭଳି ଷଡ଼ଯନ୍ତ୍ର କରୁଥିବା କଥା କହିଛନ୍ତି | ଗତ ମାସେ ହେଲା ଇରାନ୍ ଏଭଳି ଆକ୍ରମଣ ଜାରି ରଖିଛି । ମାଧ୍ୟମ ମଧ୍ୟପ୍ରାଚ୍ୟରେ ଅନେକ ଭାରତୀୟ କାମ କରୁଥିବା…

Read More

ବିଧାନସଭାରେ ପୁଣି ଉଠିଲା ଏସ୍‌ସିବି ପ୍ରସଙ୍ଗ । ଶୋକ ପ୍ରସ୍ତାବ ପରେ ହଙ୍ଗାମା ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ । ଦିନ ସାଢେ ୧୧ ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । by-SUBHASMITA-Dt-30-3-2026 ଭୁବନେଶ୍ଵର :Dt-30-3-2026 :: ଆଜି ମଧ୍ୟ ବିଧାନସଭାରେ ଅଚଳ ଅଚଳାବସ୍ଥା । ଗୃହରେ ବିରୋଧୀଙ୍କ ଜୋରଦାର ନାରାବାଜି । ଏସ୍‌ସିବି ତାତିରେ କମ୍ପିଲା ଗୃହ । ବିଧାନସଭାରେ ପୁଣି ଉଠିଲା ଏସ୍‌ସିବି ପ୍ରସଙ୍ଗ । ଶୋକ ପ୍ରସ୍ତାବ ପରେ ହଙ୍ଗାମା ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ । ଦିନ ସାଢେ ୧୧ ଟା ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ପ୍ରଶ୍ନକାଳରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି…

Read More

BY-SUBHASMiTA -DT-30-3-2026 ଭୁବନେଶ୍ବର ଭବାନୀପାଟଣା : DT-30-3-2026 :: କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳରେ ରାଜନୈତିକ ଚଞ୍ଚଳତା ବଢ଼ାଇଦେଇଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି। ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଓ ନର୍ଲା ବ୍ଲକ୍‌ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ବିରୋଧରେ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ କଳାହାଣ୍ଡି ପୁଲିସ ତାଙ୍କୁ ଧରିବା ପାଇଁ ଭୁବନେଶ୍ବର ସହ ବିଭିନ୍ନ ସ୍ଥାନରେ ଖୋଜଖବର ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ନର୍ଲା ତହସିଲଦାର ବିଭୁପ୍ରସାଦ ସିଂହଙ୍କୁ ଗତ ମାର୍ଚ୍ଚ ୧୫ ତାରିଖରେ ଫୋନ୍‌ରେ ଧମକ ଦିଆଯାଇଥିଲା। ବାଲିସିଙ୍ଗା ଓ ସାଲେପଡ଼ା ରାଜସ୍ବ ଗ୍ରାମ ସମ୍ପର୍କିତ ଦୀର୍ଘଦିନର ବିବାଦ ନେଇ କଥାବାର୍ତ୍ତା ସମୟରେ ବିବାଦ ତୀବ୍ର ହୋଇଥିଲା। ଏହି ସମୟରେ ଦୁର୍ଗାପ୍ରସାଦ ମହାନ୍ତି କ୍ରୋଧିତ ହୋଇ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ରହିଛି। ଏନେଇ ନର୍ଲା ଥାନାରେ ତହସିଲଦାରଙ୍କ…

Read More

ଭୁବନେଶ୍ୱର :: 30/୦୩/୨୦୨୬ :: ଗ୍ରାମୀଣ ଅର୍ଥନୀତିର ସମୃଦ୍ଧି ପାଇଁ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି । ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ବ୍ୟବହାର ହେଲେ ଏହି କ୍ଷେତ୍ର ସଶକ୍ତ ହୋଇପାରିବ । ତେଣୁ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ବସ୍ତ୍ର ପିନ୍ଧିବାକୁ ମାନ୍ୟବର ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିବେଦନ କରିଛନ୍ତି । ସ୍ଥାନୀୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟଠାରେ ଆୟୋଜିତ ୭ ଦିନିଆ “ଓଡ଼ିଶା ଖଦି ମେଳା – ୨୦୨୬”ର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ଖଦିର ପ୍ରଚାର ପ୍ରସାର ପାଇଁ ଡିଜିଟାଲ ମାର୍କେଟିଂ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଯୁବ ପିଢିଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଡିଜାଇନ୍ ଉପରେ ଗୁରୁତ୍ଵ ଦେବାକୁ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ଖଦି ମେଳାରେ ବୁଣାକାର ଓ କାରିଗରଙ୍କ…

Read More

by-ଅମ୍ଳାନ ଦାସ -dt-୨୯ ମାର୍ଚ୍ଚ, ୨୦୨୬ ଭୁବନେଶ୍ୱର : dt-୨୯ ମାର୍ଚ୍ଚ, ୨୦୨୬ :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଛି ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”। ଆଜି ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ତ୍ରିପୁରା ରାଜ୍ୟର ନାଟ୍ୟଭୂମି ଅନୁଷ୍ଠାନ ଦ୍ୱାରା ବଙ୍ଗଳା ନାଟକ “ଅନୁକୂଲ ଅତୋପର” ପରିବେଷଣ କରାଯାଇଥିଲା। ବିଶିଷ୍ଟ ବଙ୍ଗଳା ସାହିତ୍ୟିକ ସତ୍ୟଜିତ ରାୟଙ୍କ କ୍ଷୁଦ୍ରଗଳ୍ପ “ଅନୁକୂଲ”ରୁ ପ୍ରେରିତ ହୋଇ ନାଟ୍ୟକାର ସଞ୍ଜୟ କର ରଚନା କରିଛନ୍ତି ନାଟକ “ଅନୁକୂଲ ଅତୋପର”। ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରସ୍ନାତ କରଙ୍କ ନିର୍ଦ୍ଦେଶନାରେ ସଞ୍ଜୟ କର, ଦେବାର୍ପିତ ଚକ୍ରବର୍ତ୍ତୀ, ସାନି ସରକାର, ସୁପାଲି ଦାସ, ଅନନ୍ୟା ଘୋଷ, ପୋର୍ସିଆ ଚୌଧୁରୀ, ଅର୍ନିଶା ଆଚାର୍ଯ୍ୟ, ପଲ୍ଲବୀ ଦେବ, ତମଘ୍ନା ଧର, ଅସିମ କୁମାର ରାୟ ପ୍ରମୁଖଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ନାଟକ ଆରମ୍ଭରୁ ଶେଷ…

Read More