ଦେବେନ୍ଦ୍ର ପୋଡ଼ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମହରାପଦର ପଞ୍ଚାୟତ ବାଘଝରଣ ଗ୍ରାମର ଲକ୍ଷେ ଘର ଗଣ୍ଡା ସମାଜର ରେ ଥିବା 30 ପରିବାର ର 200 ରୁ ଉର୍ଦ୍ଧ୍ୱ ଜଣ ଏକାଠି ନୂଆଁଖାଇ ପାଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସମାଜ ର ବାୟୋ ଜ୍ୟେଷ୍ଠ ଲୋକ ପ୍ରଥମେ ବାବା ସାହେବ୍ ଭିମ୍ ରାଓ ଆମ୍ବେଦକର ପୂଜା କରି ଜୁହାର ଭେଟ ର କାର୍ଯକ୍ରମ କରିଥିଲେ।ନୂଆ ଧାନ ର କୁନା ଚୁରା ଲଗା ଯାଇଥିଲା। ନୂଆଁଖାଇ ପରବ ପାଳନ ର ଇତିହାସ ତଥା ଆଗକୁ କିପରି ସମସ୍ତେ ଏ ଭଳି ନୂଆଁଖାଇ ପାଳନ କରାଯିବ ଏ ଉପରେ ମାର୍ଗ ଦର୍ଶନ କରିଥିଲେ ଏଵଂ ସମସ୍ତ ଙ୍କର ମଙ୍ଗଳ କାମନା କରି ପରମ୍ପରା ଅନୁଯାୟୀ କୁରେ ପତ୍ର ରେ ନୂଆଁ ଚୁରାକୁଣ୍ଡା ଖାଇଥିଲେ ।ନୂଆଁଖାଇ ତଥା ଚୁରାକୁଣ୍ଡା ଖାଇ ସରିଲା ପରେ, ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଥିଲେ ପରେ ଗଣ୍ଡା ବାଜା ଏଵଂ DJ ବାଜା ସହିତ ଗାଁ ସାରା ପରିକ୍ରମା କରି ନୂଆଁଖାଇ ଜୁହାର ଭେଟ ର କାର୍ଯକ୍ରମ କରିଥିଲେ।
ଏକାଠୀ ନୂଆଁଖାଇଲେ 30 ପରିବାର
By Charcha NewsUpdated:












