ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ବେଳେ ଘର ଉପରେ ଦୁର୍ବୃତ୍ତଙ୍କ ଆତଙ୍କ!
BY -ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଉଦଳା ଥାନା ପାଟପୁର ନୂଆସାହିରେ ଘଟିଛି ଚମକାଇଦେବା ଘଟଣା। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି।
ସ୍ତ୍ରୀଙ୍କ ହୃଦ୍ରୋଗ ଚିକିତ୍ସା ପାଇଁ ପରିବାର ଭୁବନେଶ୍ୱରରେ ଥିବା ବେଳେ ଲୁଟେରାମାନେ ସମ୍ପୂର୍ଣ୍ଣ ଘର ସଫା କରିଦେଇଥିବା ଅଭିଯୋଗ ହୋଇଛି। ଘରକୁ ଫେରି ପରିବାର ଭଙ୍ଗା ତାଲା ଓ ଖୋଲା ଗଡ଼ରେଜ ଦେଖି ହତବାକ୍ ହୋଇପଡ଼ିଛନ୍ତି।
ଲୁଟ ହୋଇଥିବା ସାମଗ୍ରୀ ମଧ୍ୟରେ
▪️ ୫୦ ହଜାରରୁ ଅଧିକ ନଗଦ ଟଙ୍କା
▪️ ୫ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର
ଘଟଣା ପରେ ଉଦଳା ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ବଢୁଥିବା ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢିଛି ।
ଚର୍ଚ୍ଚା news












