ବର୍ତ୍ତମାନ ସମୟରେ ମୋବାଇଲ ଏକ ଏମିତି ଅତ୍ୟାବଶ୍ୟକ ଜିନିଷ, ଯାହା ଖାଦ୍ୟପେୟ ଠାରୁ ଅଧିକ ଗୁରୁତ୍ୱ, ପିଲାଠୁ ବୁଢ଼ା ସମସ୍ତେ ପାଗଳ, ସକାଳୁ ଉଠିବା ମାତ୍ରେ ପ୍ରାୟତ ଲୋକେ ନିଜ ମୋବାଇ ଖୋଜିଥାନ୍ତି, ଆଉ ଏହା ରାତିର ଶୋଇବା ଯାଏ ଲୋକଙ୍କ ଆବଶ୍ୟକ ହୋଇଥାଏ, ପିଲାମାନେ ଫୋନ ନଦେଖିଲେ ଖାଇବ ମଧ୍ୟ ଖାଇନଥାନ୍ତି, ଯଦି ଗୋଟେ ପିଲାଟେ କାନ୍ଦୁଛି ତେବେ ତାକୁ ଫୋନରେ କାଟୁନ ଦେଖାଇ ଦେଲେ ସଂଗେ ସଂଗେ ତାର କାନ୍ଦ ବନ୍ଦ ହୋଇଯାଏ, ଆମେ ଏଭାକି କିଛି ଲୋକଙ୍କୁ ମଧ୍ୟ ଦେଖିଚୁ, ଯେଉଁମାନେ ୱ।ସରୁମକୁ ଫୋନେ ନେଇକି ଯାଇଥାନ୍ତି, ଏବଂ ଟଏଲେଟ୍ ସିଟରେ ବସି ମୋବାଇଲ୍ ଦେଖିଥାନ୍ତି, ହେଲେ ଆପଣ କଣ ଜାଣିଛନ୍ତି କି ? ଏହା ଆପଣଙ୍କୁ ଅକାମି କରିଦେଇ ପରେ, ଯଦି ଆପଣ ଟଏଲେଟ୍ ସିଟରେ ବସି ମୋବାଇଲ୍ ସ୍କ୍ରୋଲ କରୁଛନ୍ତି ତେବେ ପାରାଲିସିସ୍ ହେବାର ସମ୍ଭାବନା ରହିଛି, ଏ କଥା ଆମେ କହୁ ନାହୁଁ ଏହି ଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯାହାକୁ ନେଇ ସଭିଙ୍କୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ, ମୁମ୍ବାଇର ରେବିକା ଫିଜିଓଥେରାପିର ପ୍ରତିଷ୍ଠାତା ଡାକ୍ତର ରେବିକା ପିଣ୍ଟୋ କହିଛନ୍ତି, ଏହି ସମସ୍ୟା ହେଉଛି ’ଟଏଲେଟ୍ ସିଟ୍ ନ୍ୟୁରୋପାଥି’, ଜଣେ ବ୍ୟକ୍ତି ଟଏଲେଟ୍ ସିଟରେ ଅଧଘଣ୍ଟାରୁ ଅଧିକ ସମୟ ବସି ମୋବାଇଲ ଦେଖୁଥିବାରୁ ତାଙ୍କ ଅଣ୍ଟାଠାରୁ ପକ୍ଷାଘାତ ହୋଇଗଲା, ଡାକ୍ତର ରେବିକାଙ୍କ କହିବା ଅନୁସାରେ ଟଏଲେଟ୍ ସିଟରେ ଦୀର୍ଘ ସମୟ ବସିବାରୁ ଶରୀରର ସିଆଟିକ୍ ନର୍ଭ ପ୍ରଭାବିତ ହୁଏ । ଯାହା ଫଳରେ ଗୋଡ଼ରେ ଝିମଝିମ ପରି ଅନୁଭବ ହେବା ସହ ଅନେକ ସମୟରେ ଗୋଡ଼ ଅଚଳ ହୋଗଲା ପରି ଲାଗେ । ଏବଂ କିଛି ସମୟ ଛିଡ଼ା ହେବା ପରେ ଗୋଡ଼ ଧୀରେ ଧୀରେ ନର୍ମାଲ ହେଇଯାଏ । କିନ୍ତୁ ଏହା ସବୁ ସମୟରେ ଠିକ ହୋଇପାରିବ ତାହାର ଗ୍ୟରେଣ୍ଟି ମଧ୍ୟ ନଥାଏ, ଯଦି ଆପଣ ଲଗାତାର ଭାବେ ଟଏଲେଟ୍ ସିଟରେ ଅଧିକ ସମୟ ଧରି ମୋବାଇ ଫୋନ ବ୍ୟବହାର କରୁଛନ୍ତି, ତେବେ ଏହା ଅପାଙ୍କ ପାଇଁ ସାଙ୍ଘାତିକ ବିପଦ ସାଜିପାରେ, ଟଏଲେଟ୍ ସିଟରେ ବସି ଫୋନ ଦେଖିବା ଦ୍ଵାରା ତଳ ମେରୁଦଣ୍ଡରୁ ମସ୍ତିସ୍କକୁ ଅମ୍ଳଜାନ ପ୍ରବାହିତ ହୋଇପାରେ ନାହିଁ । ଫଳରେ ଶରୀରରେ ରକ୍ତ ପ୍ରବାହ ମଧ୍ୟ ବାଧାପ୍ରାପ୍ତ ହୁଏ । ଯଦି କ୍ରମାଗତ ଭାବେ ଏଭଳି ସମସ୍ୟା ଆପଣଙ୍କ ଠାରେ ହେଉଥାଏ ତେବେ ତୁରନ୍ତ ଡାକ୍ତଙ୍କ ସହ ପରାମର୍ଶ କରିବା ଜରୁରି ବୋଲି ଡାକ୍ତର ରେବିକା କହିଛନ୍ତି ।
ଟଏଲେଟକୁ ଫୋନ ନେଲେ ହେବ ପାରାଲିସିସ୍ !
By Charcha News












