ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡା ବ୍ଲକର କୁମୁତାଲପେଟା ଗ୍ରାମରେ ଥିବା ମାର୍କେଟ କମ୍ପ୍ଲେକ୍ସର ଭାୟାବହ ଅଗ୍ନିକାଣ୍ଡ ଘଟି ଦୋକାନରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଛି।ଶୁକ୍ରବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଏହି ଦୁର୍ଘଟଣାରେ ପ୍ରାୟ ୧୨ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ସମ୍ପତି ନଷ୍ଟ ହୋଇ ଥିବା କୁହାଯାଇଛି। ଖବର ପାଇ ଦୋକାନ ମାଲିକ ମାନସ ଦଳପତି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି କୋଲନାରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ସେଠାକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ, ତଥାପି ସମସ୍ତ ସାମଗ୍ରୀ ପୋଡିଯାଇଥିଲା।ଏହି ବଡ଼ କ୍ଷତି ଯୋଗୁଁ ଦୋକାନ ମାଲିକ ମାନସ ଦଳପତି ଗଭୀର ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏବଂ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।
Author: Charcha News
ଉଦଳା : (ରାଜୀବ କୁମାର ବେହେରା):- ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ରାଢୋ ସ୍ଥିତ କେ.ଜି.ବି.ଭି. (କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ) ହଷ୍ଟେଲରୁ ଦୁଇ ଜଣ ଷଷ୍ଠ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଥିବା ଘଟଣା ଅଞ୍ଚଳରେ ଚରମ ଚିନ୍ତା ଓ ଆତଙ୍କ ସୃଷ୍ଟି କରିଛି।ହଷ୍ଟେଲରେ ପ୍ରାୟ ୧୫୮ ଜଣ ଛାତ୍ରୀ ରହୁଥିବାବେଳେ ଗତକାଲିଠାରୁ ଦୁଇ ଜଣ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳିନାହିଁ। ଘଟଣା ସମ୍ପର୍କରେ ଜାଣି ପରେ ରାତିରେ ଅଭିଭାବକମାନେ ହଷ୍ଟେଲରେ ପହଞ୍ଚିଥିଲେ ମଧ୍ୟ ଛାତ୍ରୀମାନଙ୍କ ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନଥିବା ଜଣାପଡ଼ିଛି।ଦୀର୍ଘ ସମୟ ଧରି ଛାତ୍ରୀମାନଙ୍କ ଖୋଜ ମିଳୁନଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଏପରି ସମ୍ବେଦନଶୀଳ ଘଟଣା ସତ୍ତ୍ୱେ ହଷ୍ଟେଲ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ବିବୃତି ନ ଆସିବାକୁ ଦାଇତ୍ୱହୀନତା ବୋଲି ଅଭିଯୋଗ ହେଉଛି।ଘଟଣାର ସୂଚନା ପାଇ ଉଦଳା ଏବିଓ…
କପ୍ତିପଦା (ମୟୁରଭଞ୍ଜ): (ରାଜୀବ କୁମାର ବେହେରା)କପ୍ତିପଦା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ନେଇ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଆସାହି ଭଡ୍ରା ଛକ ନିକଟରେ ଫୁଲକବି ବୋଝେଇ ଏକ ପିକଅପ୍ ଗାଡ଼ି ଓ ଏକ ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହରେ NCR ବିଭାଗ ସହ ସ୍ଥାନୀୟ ଗ୍ରାମବାସୀମାନେ ଦୁଇଟି ଗାଡ଼ିକୁ କାବୁ କରିଥିବା ସୂଚନା ମିଳିଛି।ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୋଲିସ ଏବଂ NCB ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଓ ସ୍କର୍ପିଓ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣା ସମୟରେ ଗାଡ଼ି ଚଳାଉଥିବା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ କିଛି ସମୟ ପାଇଁ ନୁଆସାହି ଭଡ୍ରା ଛକ ନିକଟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ, ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସାଧାରଣ ହୋଇଥିଲା।ପୋଲିସ ଓ NCB ପକ୍ଷରୁ ଘଟଣାର…
କଣାସ/ ସୌମ୍ୟକାନ୍ତ ବେହେରା:- ପୁରୀ ଜିଲ୍ଲା କଣାସ ଥାନା ନିକଟସ୍ଥ ଗଡ଼ବଡପୁଟ ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଭୁଜାଲି ମାଡ଼ । ଗ୍ରାମର ମମତା ବଳବନ୍ତରାୟ ଏ ନେଇ କଣାସ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି ସକାଳ ୧୧. ୩୦ ମିନିଟ ସମୟରେ ଗ୍ରାମର କିଛି ଯୁବକମାନେ ହାତରେ ଖଣ୍ଡା, ଭୁଜାଲି, ଶାବଳ ଓ ଠେଙ୍ଗା ଧରି ମୋର ଦୁଇ ପୁଅ ଗୁଡ଼ୁ ବଳବନ୍ତରାୟ ଓ ପ୍ରବୀଣ ବଳବନ୍ତରାୟ ଆମ ବାରିପଟେ ଠିଆ ହୋଇଥିବା ବେଳେ ତାଙ୍କ ଗ୍ରାମର କିଛି ଯୁବକ ପୂର୍ବ ପରିଶ୍ରମିକ ଟଙ୍କା କୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣା ଅତି ଗୁରୁତର ହୋଇଥିଲା ଯେ ମମତା ବଳବନ୍ତରାୟ ଙ୍କ ଦୁଇ ପୁଅ ଅତି ସାଙ୍ଘାତିକ ହୋଇ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ଏଇମ୍ସ କୁ ସ୍ଥାନାନ୍ତର ହୋଇଥିଲେ । ଏହି ମାମଲାରେ କଣାସ ଥାନା…
କୋଲକତା/ରାଜୀବ କୁମାର ଦାସ:- ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ସହରର ରେନାସା ଉପନଗରରେ ବର୍ଦ୍ଧମାନ ପୋଲିସ ଦ୍ୱାରା ଚଢାଉ କରାଯାଇ ଏକ ସ୍ୱିଫ୍ଟ ଡିଜାୟାର କାର ଭିତରୁ ସାଢେ଼ ଛ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର କରାଯିବା ଘଟଣା ଏକ ବିରାଟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଆଜି ପୋଲିସ ଦୁଇ ଅଭିଯୁକ୍ତ ଯୁବକଙ୍କୁ ବର୍ଧମାନ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ପୋଲିସ, ଗୁପ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ବର୍ଧମାନ ପୋଲିସ ଅଞ୍ଚଳରେ ତଲାସୀ ଚଳାଇଥିଲା।ପୋଲିସ ତଲାସୀ ସମୟରେ, କାର ଭିତରୁ ବିପୁଳ ପରିମାଣର ନଗଦ ଜବତ କରାଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାରରେ ଥିବା ଦୁଇ ଯୁବକଙ୍କୁ ଅଟକ ରଖାଯାଇଥିଲା ଏବଂ ପରେ ସେମାନେ ଟଙ୍କାର କୌଣସି ବୈଧ କାଗଜପତ୍ର କିମ୍ବା କାଗଜପତ୍ର ଦେଖାଇ ପାରି ନଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା।ଗରିଫ ହୋଇଥିବା ବ୍ୟକ୍ତିଙ୍କ ନାମ ସୌରଭ ଘରୁଇ…
ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ତ୍ରିବେଣୀ ଜି.ଏନ.ଏମ୍ କଲେଜ ଦ ତରଫରୁ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଛି।ଏହି ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତ୍ରିବେଣୀ କଲେଜ ଚେୟାରମ୍ୟାନ ଶ୍ରୀଯୁକ୍ତ ସ୍ୱାଗତ ସେଖର ଜେନା ମୁଖ୍ୟ ଅଥିତି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ସର୍ବୋତ୍ତମ ସମ୍ପଦ ଏହାର ସୁରକ୍ଷା ଓ ଯତ୍ନ ନେବା ପ୍ରତ୍ୟେକଙ୍କ ନିଜସ୍ୱ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ କଲେଜ ସି.ଇ.ଓ.ଶ୍ରୀମତୀ ଅନିତା ମିଶ୍ର, ପ୍ରିନସିପାଲ ଶ୍ରୀମତୀ ସରସ୍ବତୀ ପ୍ରଧାନ,ମୁଖ୍ୟ ହିସାବ ରକ୍ଷକ ଶ୍ରୀ ରଞ୍ଜନ ସାହୁ,ସି.ଏ.ଓ. ମନ୍ମଥ ଲିମା ସହ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସି.ଇ.ଓ. ଶ୍ରୀମତୀ ଅନିତା ମିଶ୍ର ଯୋଗ ଓ ସଚେତନତା* ମାଧ୍ୟମରେ କର୍କଟ ରୋଗ ପ୍ରତିରୋଧର ଗୁରୁତ୍ୱ ବିଷୟରେ ବାର୍ତ୍ତା ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଜି.ଏନ.ଏମ୍ କଲେଜ ଠାରୁ ପଦ୍ମପୁର…
ରାୟଗଡ଼,/ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାଗୃହରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ ସମାରୋହ ଆୟୋଜିତ ହୋଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ବିକାଶ ଓ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷ ଅଧୀକ୍ଷକ ଗୋସନର ବାର୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାୟକ,ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ମୀନତି ଦେଓ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଏନ ଗୁଣାଶେଖର, ଉପ ନିର୍ଦ୍ଦେଶକ ଯୋଜନା ଓ ପରିସଖ୍ୟାନ ଶ୍ରୀ ହିମାଂଶୁ ମୋହନ ଲେଙ୍କା, ଅତିରିକ୍ତ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ଡି.ପି.ଏମ -ଏନ.ଏଚ.ଏମ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଅଭିଯାନର ଉଦ୍ଘାଟନ କରି ଯଥାସମୟରେ ତଥ୍ୟ ଅପଡେଟ୍ ଉପରେ ବିଶେଷ ଗୁରୁତ୍ୱ ବିଶେଷ ଭାବେ ଦେବାପାଇଁ କହିଲେ। ମୁନିଗଡ଼ା ବ୍ଲକକୁ ବିଶେଷ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ …
ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର: ଖରିଫ ଧାନ ଚାଷ ପାଇଁ ମରାମତି ହେଲା ନାହିଁ ରବି ଋତୁ ରେ ତିଆରି କରିବ ବୋଲି କହିଥିଲ ପ୍ରଶାସନ ହେଲେ ଶୁଣିଲାନି ଚାଷୀ ଙ୍କ ଗୁହାରି।ଫଳରେ ଚାଷୀ ମାନେ ଏକାଠି ହୋଇ ଚାନ୍ଦା ଆଦାୟ କରି ଡେଶିକା ତୋଟା ଚେକଡେମ କୁ ମରାମତି କରିଛନ୍ତି।ଏମିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲାଉଗୁଡ଼ା ମୌଜାରେ।ଲାଉଗୁଡା ଦେଶିକା ତୋଟା ନାଳ ଉପରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଦୀର୍ଘ ୧୨ ବର୍ଷ ତଳେ ଲକ୍ଷାଧିକ ଟଙ୍କା ଅଟକଳ ରେ ନିର୍ମାଣ ହୋଇଥିଲା ଚେକ ଡେମ ଏହି ଡେମ ହେବା ଫଳରେ ଚାଷୀ ଙ୍କ ମୁହଁ ରେ ହସ ଫୁଟିଥିଲା। ଖରିଫ ଋତୁ ଆସିଲେ ନାଳ ରେ ବର୍ଷା ପାଣି ଆସି ଆଗୁଆ ଧାନ ଚାଷ ନିମନ୍ତେ ଚାଷ କରି ତଳି ସହ ବୁଣାବୁଣି କାର୍ଯ୍ୟ ଆରମ୍ଭ ହୋଇଥାଏ।ହେଲେ ଗତ ୨ବର୍ଷ ହେଲା ବନ୍ୟା…
କୋଲକତା/ରାଜୀବ କୁମାର ଦାସ: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ତ୍ତମାନ ଜିଲ୍ଲା ସ୍ଥିତ ଜାମୁଡିଆ ୪ ନମ୍ବର ୱାର୍ଡର ହଟାଲା ଅଞ୍ଚଳର ସାବୁନ ଫ୍ୟାକ୍ଟ୍ରି ଲେନରେ ଥିବା ବ୍ୟବସାୟୀ ରାଜେଶ ବଂଶଲଙ୍କ ଘରେ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି।ସୂଚନା ଅନୁଯାୟୀ, ପ୍ରାୟ ୧୬ ଜଣିଆ ଇଡି ଅଧିକାରୀ ଆଜି ସକାଳ ପ୍ରାୟ ୬:୩୦ ସମୟରେ ତିନୋଟି ଗାଡ଼ିରେ ରାଜେଶ ବଂଶଲଙ୍କ ଘରେ ପହଞ୍ଚିଥିଲେ। ଏହି ଅଭିଯାନ ସମୟରେ ସମଗ୍ର ଅଞ୍ଚଳକୁ କଡ଼ା ସିଆଇଏସଏଫ ସୁରକ୍ଷା ଘେରି ରହିଥିଲା। ବର୍ତ୍ତମାନ, ୧୩ ଜଣିଆ ଇଡି ସଦସ୍ୟଙ୍କ ଏକ ଦଳ ଘର ଭିତରେ ଜୋରଦାର ତଲାସୀ ଚଳାଇଛି। ଜଣାପଡିଛି ଯେ ରାଜେଶ ବଂଶଲ ସେହି ଅଞ୍ଚଳରେ ହାର୍ଡୱେୟାର ବ୍ୟବସାୟରେ ଜଡିତ। ରାଣୀଗଞ୍ଜ ଅଞ୍ଚଳରେ ତାଙ୍କର ଏକ ହାର୍ଡୱେୟାର ବ୍ୟବସାୟ ମଧ୍ୟ ଅଛି। ଇଡି ସୂତ୍ର ଅନୁଯାୟୀ, ଏହି ବ୍ୟକ୍ତି ପୂର୍ବରୁ ଖଣି ଅଞ୍ଚଳରେ ବିଭିନ୍ନ…








