Author: Charcha News

ରାୟଗଡା ଜିଲ୍ଲାରେ ୯,୩୩୫ ଏସ୍‌ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍‌ଭିଙ୍ଗ ଫଣ୍ଡ, ୧୬୪ଟି GPLFକୁ ୫୩.୧୪ କୋଟି ଟଙ୍କାର ପାଣ୍ଠି, ୪୧୯୫ଟି ଏସ୍‌ଏଚଜିକୁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ ଜିଲ୍ଲା ପାଇଁ ୬୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର୧୦୯ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମା ମଝିଘରିଆଣୀ ମନ୍ଦିରର ଉନ୍ନତି କରଣ ପାଇଁ ୩୭ କୋଟି ଟଙ୍କା ଆଗାମୀ ଦିନରେ ରାୟଗଡା ଜିଲ୍ଲାରେ ଗଢି ଉଠୁଥିବା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ହେବ- ମୁଖ୍ୟମନ୍ତ୍ରୀ ରାୟଗଡ଼୨ ଫେବୃଆରୀ ୨୦୨୬ ସେ ପୁଣି କହିଥିଲେ, ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍‌ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍। ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ୫ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ତୃଣମୂଳ ସ୍ତରରେ ମହିଳା ମାନଙ୍କ ଆର୍ଥିକ ଅଂଶ ଗ୍ରହଣକୁ ଆହୁରି ସୁଦୃଢ କରିବା ପାଇଁ ସ୍ବୟଂ ସହାୟକ ଉଦ୍ୟୋଗୀ ମାର୍ଟ ପ୍ରତିଷ୍ଠା କରିବା ପାଇଁ…

Read More

ଉଦଳା:( ରାଜୀବ କୁମାର ବେହେରା) -ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଖମଣର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପଲତା ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଉଦଳାସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପରେ ଗମ୍ଭୀର ଓ ଗୌରବମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ସମ୍ମାନନୀୟ କାର୍ଯ୍ୟକ୍ରମରେ କପ୍ତିପଦା ଉପଖଣ୍ଡର ବହୁ ଶିକ୍ଷକ–ଶିକ୍ଷୟିତ୍ରୀ, ଶିକ୍ଷାବିତ, ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ–ସଦସ୍ୟାମାନେ ଉପସ୍ଥିତ ରହି ଶିକ୍ଷା ସେବାରେ ତାଙ୍କ ଦୀର୍ଘ ଓ ନିଷ୍ଠାବାନ ଅବଦାନକୁ ସ୍ମରଣ କରିଥିଲେ।ଶ୍ରୀମତୀ କଳ୍ପଲତା ଜେନା ନିଜ କର୍ମଜୀବନକାଳରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେବା ଦେଇ ଆଦିବାସୀ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆଲୋକରେ ଆଲୋକିତ କରିଥିଲେ। ତାଙ୍କର ଅନବରତ ପ୍ରୟାସର ଫଳସ୍ୱରୂପ ବିଦ୍ୟାଳୟଟି ଉଚ୍ଚ ପ୍ରାଥମିକ ସ୍ତରରୁ ଉଚ୍ଚ ବିଦ୍ୟାଳୟର ମର୍ଯ୍ୟାଦା ଲାଭ କରିଥିବା ସହିତ ଅଞ୍ଚଳରେ ଶିକ୍ଷା ଓ ସାମାଜିକ ଉନ୍ନତିର ନୂଆ ଦିଗ ଖୋଲିଥିଲା।ଏହି ଅବସରରେ ସଭାପତି ଭାବେ…

Read More

ଉଦଳା (ମୟୁରଭଞ୍ଜ):(ରାଜୀବ କୁମାର ବେହେରା )-ମୟୁରଭଞ୍ଜ ଜିଲ୍ଲାର ପ୍ରାଚୀନ ଓ ଐତିହାସିକ ନଗର ଉଦଳାରେ ଆଜି ମହାସମାରୋହରେ ଆରମ୍ଭ ହୋଇଛି ଓଡିଶାର ସୁପ୍ରସିଦ୍ଧ ଉଦଳାର ଅଧିଷ୍ଠାତ୍ରୀ ମାଆ ବାଗଦେବୀ ବୀଣାପାଣି ଜଗତଜନନୀ ମାଆ ସରସ୍ବତୀଙ୍କ ପବିତ୍ର ସରସ୍ବତୀ ମେଳା। ବର୍ଷକେ ଥରେ ପାଳିତ ହେଉଥିବା ଏହି ପାରମ୍ପରିକ ପର୍ବକୁ ନେଇ ସମଗ୍ର ଉଦଳା ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ଆନନ୍ଦ, ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ଉଦଳାର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା ସହ ଅଟୁଟ ଭାବେ ଜଡିତ ଏହି ସରସ୍ବତୀ ମେଳା ଭାଇଚାରା ଓ ସମ୍ମିଳନର ପ୍ରତୀକ ଭାବେ ପରିଚିତ। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଆ ବୀଣାପାଣିଙ୍କ ମନ୍ଦିରରୁ ମାଆଙ୍କ ଆଜ୍ଞାମାଳା ନେଇ ଶୋଭାଯାତ୍ରାରେ ମେଳା ପଡ଼ିଆକୁ ପ୍ରବେଶ କରାଯିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଓ ଭକ୍ତିର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଏବଂ ବହୁ ସଂଖ୍ୟlରେ ଲୋକଙ୍କ ଭିତରେ ଏକ ଶୋଭାଯାତ୍ରା ବାହାରି…

Read More

ରାଜୀବ କୁମାର ଦାସ: ରାଞ୍ଚିର ଆନ୍ତଃରାଜ୍ୟ ବସ୍ ଟର୍ମିନସରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ଛଅଟି ବସ୍ ଜଳିଗଲା। ଏହି ଘଟଣା ରବିବାର ଅପରାହ୍ନରେ ଲୋୟର ବଜାର ଥାନା ଅଞ୍ଚଳ ଅନ୍ତର୍ଗତ ଖାରଗଡ଼ାରେ ଘଟିଛି। ପୋଲିସ କହିଛି ଯେ ନିଆଁ ଏକ କ୍ଷତିଗ୍ରସ୍ତ ବସ୍ ରୁ ଲାଗି ଅନ୍ୟ ବସ୍ ଗୁଡିକୁ ବ୍ୟାପିଯାଇଥିଲା, କିନ୍ତୁ କେହି ଆହତ ହୋଇ ନଥିଲେ। ପାଞ୍ଚଟି ଦମକଳ ବାହିନୀ ଦୁଇ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ; ସର୍ଟ ସର୍କିଟ୍ ସନ୍ଦେହ କରାଯାଉଛି। ରାଜ୍ୟ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଏକ ଆନ୍ତଃରାଜ୍ୟ ବସ୍ ଟର୍ମିନସରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ଛଅଟି ପାର୍କିଂ କରାଯାଇଥିବା ବସ୍ ଜଳି ଯାଇଛି। ପୋଲିସ କହିଛି ଯେ ଲୋୟର ବଜାର ଥାନା ଅଞ୍ଚଳ ଅନ୍ତର୍ଗତ ଖାରଗଡ଼ାରେ ରବିବାର ଅପରାହ୍ନରେ ଘଟିଥିବା ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ନିଆଁ ଏକ କ୍ଷତିଗ୍ରସ୍ତ ବସ୍…

Read More

କୋଲକାତା/ ରାଜୀବ କୁମାର ଦାସ:ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ମହାନଗରୀଋ ଆଇସିସିଆର୍‌ ସତ୍ୟଜିତ ରାୟ ଅଡିଟୋରିୟମରେ ଭାରତ ସରକାରଙ୍କ ସ୍ବୀକୃତୀପ୍ରାପ୍ତ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ହୋଇଗଲା ଜାତୀୟ ସୁପରକ୍ଲାସ୍ ମେଗା ପୁରସ୍କାର ସମାରୋହ ‘ଚିତ୍ରଲେଖା’୤ ଦୁଇଦିନ ବ୍ୟାପୀ ଅନୁଷ୍ଠାନ ଶନିବାର ସଂଧ୍ୟ ୫ ଘଟିକାରେ ଆରମ୍ଭ ହୋଇଥିଲା୤ ଅନୁଷ୍ଠାନର ସଭାପତି ଡକ୍ଟର ଉପେନ୍ଦ୍ର ଶର୍ମା, ଡକ୍ଟରଅ ଅର୍ପିତା ଚାଟାର୍ଜୀ, ଡକ୍ଟର ଶିଲା ଚାଟାର୍ଜୀ, ରାଜେନ୍ଦ୍ର ପତି, ଡକ୍ଟର ଚୈତନ୍ୟ ପାଇକ, ନାଟ୍ୟ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ବିଭିନ୍ନ ବର୍ଗର କୃତୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ୤ ଏମାନଙ୍କ ମଧ୍ୟରେ ଶତୃଘ୍ନ ତରାଇ, ହିଂମାଂଶୁ ଶେଖର ମହାଳିକ, ପ୍ରଶାନ୍ତ କୁମାର ରାଉତ, ରାଜେନ୍ଦ୍ର ରାଉତ, ପୂଜାରାଣୀ ରାଉତ, ସାଇପ୍ରଭ ଜେନା, କଣ୍ଠଶିଳ୍ପୀ ଡେଜି ସ୍ବାଇଁ ଉପସ୍ଥିତ ରହି ସମ୍ବର୍ଦ୍ଧିତ ହୋଇଥିଲେ୤ ଏହା ସହିତ ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କୁ ରବିବାଋ ସମ୍ବର୍ଦ୍ଧିତ କରାଗଲା୤

Read More

ବଲାଙ୍ଗିର ଦେବେନ୍ଦ୍ର ପୋଡ଼ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗଙ୍ଗାସାଗର–ଗଏଲପିଟା ରାସ୍ତାର କିଛି ଦୂରରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗଙ୍ଗାସାଗର ଗାଁର ରାହୁଲ ଧରୁଆ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି । ପରିବାର ଲୋକଙ୍କ କହିବାନୁସାରେ, ୩ ଜଣ ଯୁବକ ରାହୁଲକୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ପରେ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଗଛରେ ଝୁଲାଇ ଦିଆଯାଇଥିଲା । ପରିବାର ଲୋକେ ରାହୁଲକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ଗୁରୁତ୍ୱକୁ ଦେଖି ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି…

Read More

ଉଦଳା, (ରାଜୀବ କୁମାର ବେହେରା ):ଦେଶଭକ୍ତିର ଆଲୋଡ଼ନରେ ଆଜି ଉଦଳା ହାଇସ୍କୁଲ ପ୍ରାଙ୍ଗଣ ମୁଖରିତ ହୋଇଉଠିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଉଦଳା ବ୍ଳକ୍ ପକ୍ଷରୁ ଆୟୋଜିତ “ବନ୍ଦେ ମାତରମ”ର ସାମୂହିକ ଗାନ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କ ମନରେ ଦେଶପ୍ରେମର ଭାବନା ସୃଷ୍ଟି କରିଥିଲା।ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଉଦଳା ବ୍ଳକ୍ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉଦଳା ବ୍ଳକ୍ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ, ଶିଷ୍ଟାଚାର ଓ ନୀତିବୋଧକୁ ଜୀବନର ଆଦର୍ଶ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ବିଡ଼ିଓ ସମରଜିତ କର, ଏବିଡ଼ିଓ ଶରତ ମହାନ୍ତି, ବିଇଓ ଦୀପକ କୁମାର ମିଶ୍ର…

Read More

ଉଦଳା,- (ରାଜୀବ କୁମାର ବେହେରା):ଦେଶର ସ୍ୱାଧୀନତା ପାଇଁ ଯେଉଁ ସହିଦ୍‌ମାନେ ନିଜ ଜୀବନକୁ ବଳିଦାନ ଦେଇଥିଲେ, ସେମାନଙ୍କ ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଉଦଳା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କପ୍ତିପଦା ଉପଖଣ୍ଡ ସ୍ତରୀୟ ସହିଦ୍‌ ଦିବସ ଅନୁଷ୍ଠିତ ହୋଇଯାଇଛି। ସମଗ୍ର କାର୍ଯ୍ୟକ୍ରମ ଗମ୍ଭୀର ଓ ଶ୍ରଦ୍ଧାମୟ ପରିବେଶରେ ଆୟୋଜିତ ହୋଇଥିଲା।ଓଡ଼ିଶା ସରକାର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ସହିଦ୍‌ମାନଙ୍କ ଅମର ଆତ୍ମା ପ୍ରତି ସମ୍ମାନ ଜଣାଇ ଦୁଇ ମିନିଟ୍‌ର ନୀରବତା ପାଳନ କରାଯାଇଥିଲା।ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ, ସହିଦ୍‌ମାନଙ୍କ ତ୍ୟାଗ କେବଳ ସ୍ମୃତିରେ ନୁହେଁ, ବରଂ କାର୍ଯ୍ୟ ଓ ଆଚରଣରେ ପ୍ରତିଫଳିତ ହେବା ଆବଶ୍ୟକ। ଗାନ୍ଧିଜୀଙ୍କ ଅହିଂସା, ସତ୍ୟ ଓ ନୀତିର ମାର୍ଗକୁ ଅନୁସରଣ କରି ସରକାରୀ ସେବାକୁ ଜନମୁଖୀ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଙ୍କିତା…

Read More

ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର: ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଜିଲ୍ଲା ମୁଖ୍ୟ ବିକାଶ ତଥା ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ଼, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି।ଏହି ବୈଠକରେ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀଯୁକ୍ତ ଏନ ଗୁଣ ଶେଖର, ଅତିରିକ୍ତ ନିର୍ଦେଶକ ଯୋଜନା ଶ୍ରୀମତୀ ଜୟନ୍ତୀ ମାଲା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି, ବିଡିଓ ମୁନିଗୁଡା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦଳପତି, ବିଡିଓ ପଦ୍ମପୁର ଶ୍ରୀଯୁକ୍ତ କୂରେସୁଚନ୍ଦ୍ର ଜାନି ପ୍ରମୁଖ ଉପସ୍ଥିତ ଥିଲେ lଏହି ୩ ମାସର ଅଭିଯାନ ୨୮ ଜାନୁଆରୀ ୨୦୨୬ରୁ ଆରମ୍ଭ ହୋଇ ୧୪ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ପୂର୍ଣ୍ଣତା ଅଭିଯାନ ୨.୦ରେ ଆକାଂକ୍ଷି ଜିଲ୍ଲା କାର୍ଯ୍ୟକ୍ରମର ଅଂଶ ରୂପେ ୧୨୨ଟି ଜିଲ୍ଲାରେ ୫ଟି ସୂଚକ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ୫୧୩ଟି ବ୍ଲକରେ ୬ଟି ସୂଚକ ଉପରେ ଜାତୀୟସ୍ତରରେ କାର୍ଯ୍ୟ ହେବ। ଏହି ଅଭିଯାନର ମୁଖ୍ୟ…

Read More