Author: Charcha News

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଆଜିଠାରୁ କଡ଼ା ସୁରକ୍ଷା ରେ ଆରମ୍ଭ ହୋଇଛି। ଆଜି ଠାରୁ ଆରମ୍ଭ ହୋଇ ମାର୍ଚ ୨ ତାରିଖରେ ହେବ ଶେଷ । ତେବେ ନିର୍ଧାରିତ ସମୟ ମଧ୍ଯରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି। ରାୟଗଡ଼ା ଜିଲାରେ ଚଳିତ ବର୍ଷ ୬୪ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୬୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜିଲାରେ ୫୯ଟି ପରୀକ୍ଷା କେନ୍ଦ୍ରରେ ୧୧ ହଜାର ୮୫୯ ଜଣ ଛାତ୍ରଛାତ୍ରୀ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାରେ ବସିଛନ୍ତି। ସେହିପରି ଜିଲାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ୫ଟି କେନ୍ଦ୍ରରେ ୮୩୨ ଜଣ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଜିଲାରେ ୧୧ଟି ନୋଡାଲ ସେଣ୍ଟର କରାଯାଇଛି। ପ୍ରତି ବ୍ଲକ ମୁଖ୍ୟାଳୟରେ ଥିବା ହାଇସ୍କୁଲରେ ଏହି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ଏହି ସବୁ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ରଖାଯାଇଛି।…

Read More

ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର:-​ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ଭବ୍ୟ ବନ୍ଧୁ ମିଳନ ଓ ବିଶାଳ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି କରୁଣାକର ଶବରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମୀଙ୍କୁ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଦଳ ପକ୍ଷରୁ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କିତ ୯ ଦଫା ସମ୍ବଳିତ ଏକ ସ୍ମାରକପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।​ଆଜି ପ୍ରଥମେ ମୁଚୁକିପଦର ଛକ ଠାରୁ ଏକ ବିଶାଳ ବାଇକ ରାଲି ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲା। ହଜାର ହଜାର କର୍ମୀଙ୍କ ଗହଣରେ ଏହି ଶୋଭାଯାତ୍ରା ବ୍ଲକ…

Read More

ଉଦଳା – ( ରାଜୀବ କୁମାର ବେହେରା ) – ପବିତ୍ର ଜାଗର ପାଇଁ ପୁରାତନ ଶୈବ ପୀଠ ଆଜି ଚଳ ଚଞ୍ଚଳ l ଭକ୍ତ ଆଉ ଭଗବାନ ଙ୍କ ଭିତରେ ଅପୂର୍ଵ ମିଳନ l ପୂରରୁ ପଲ୍ଲୀ ଆଜି ଉତ୍ସବ ମୁଖରିତ l ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ପ୍ରାଚୀନ ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ। ଏହି ଅଞ୍ଚଳର ରାଢୋ ମଉଦା ପାହାଡ଼ ଶୀର୍ଷରେ ଅବସ୍ଥିତ ବାବା ଶିଖରେଶ୍ୱରଙ୍କ ପୀଠ ସ୍ଥାନୀୟ ଶୈବ ଭକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ପବିତ୍ର ଜାଗର ଓ ମହା ଶିବାରାତ୍ରି ଅବସରରେ ଏଠାରେ ଭକ୍ତମାନଙ୍କର ବିଶାଳ ସମାଗମ ଦେଖିବାକୁ ମିଳେ।ସ୍ଥାନୀୟ ଲୋକକଥା ଓ ପାରମ୍ପରିକ ଆସ୍ଥା ଅନୁଯାୟୀ, ବହୁ ଶତାବ୍ଦୀ ଧରି ଏହି ପାହାଡ଼ ଶିଖରରେ ଶିବପୂଜା ଚାଲିଆସୁଛି। ପ୍ରତକ୍ଷ ଆଉ ପ୍ରସିଦ୍ଧ ଏହି ଶୈବ ପୀଠ , ଶିକ୍ଷରେଶ୍ୱର ମହାଦେବ ଙ୍କୁ ଯିଏ ଯେତେବେଳେ ଯାହା ମାଗିଛି ସବୁ…

Read More

ଉଦଳା-(ରାଜୀବ କୁମାର ବେହେରା): ଖୁଣ୍ଡା ବ୍ଲକ ଅନ୍ତର୍ଗତ ଭୋଳାଗତିଆ ପଞ୍ଚାୟତର ମୋଚିସାହି ଗ୍ରାମରେ କିଡ୍ନି ରୋଗ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ବର୍ଷ ମଧ୍ୟରେ ପ୍ରାୟ ୧୦ ଜଣ ଗ୍ରାମବାସୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ୬ ଜଣ ସ୍ଥାନୀୟ ବଡ଼ଓଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ବୋଲି ଡାକ୍ତର ଅର୍ଜୁନ ସବ୍ୟସାଚୀ ଦାସ ସୂଚନା ଦେଇଛନ୍ତି।ଗ୍ରାମଟିରେ ଅଧିକାଂଶ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଅନ୍ଧବିଶ୍ୱାସ ଓ ପାରମ୍ପରିକ ଗୁଣି-ଗାରେଡ଼ି ଉପରେ ନିର୍ଭରଶୀଳତା ଯୋଗୁଁ ଅନେକେ ଡାକ୍ତରୀ ଚିକିତ୍ସା ନେବାରେ ବିଳମ୍ବ କରୁଛନ୍ତି। ଫଳରେ ରୋଗ ଗୁରୁତର ଅବସ୍ଥାକୁ ପହଞ୍ଚୁଥିବା ଦେଖାଯାଉଛି। ମୋଟ ୧୨/୧୫ ଗୋଟି ପରିବାର ଓ ପ୍ରାୟ ଶତାଧିକ ଲୋକସଂଖ୍ୟା ଥିବା ଏହି ଗ୍ରାମର ଅଧିକାଂଶ ଲୋକ ଦିନମଜୁରିଆ ହେବାରୁ ସ୍ୱାସ୍ଥ୍ୟ ସଚେତନତାର ଅଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।ଚିକିତ୍ସକମାନଙ୍କ ମତାନୁସାରେ ପାନୀୟଜଳର ଗୁଣମାନ, ନିଶାଦ୍ରବ୍ୟ ସେବନ ଓ ଡାକ୍ତରଙ୍କ ପରାମର୍ଶ ବିନା…

Read More

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ଗାଁରେ ଷଣ୍ଢ ଆତଙ୍କ। ଗ୍ରାମ ମନ୍ଦିର ରେ ଶିବରାତ୍ରି ପାଇଁ ଭୋଜି ଚାଲିଥିବା ବେଳେ ଷଣ୍ଢ ମୁଣ୍ଡରେ ଏକ ଡେ଼କଚି ପଶି ଯାଇଥିଲା। ଫଳରେ ଷଣ୍ଢଟି ଏଣେତେଣେ ଘୁରି ବୁଲିଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଗ୍ରାମବାସୀ। ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଷଣ୍ଢ ମୁଣ୍ଡରୁ ଡେ଼କଚିକୁ ବାହାର କରିଥିଲେ। ଫଳରେ ଗ୍ରାମବାସୀ ମାନେ ଆଶ୍ବସ୍ତି ଲାଭ କରିଛନ୍ତି।

Read More

ବଲାଙ୍ଗିର( ଦେବେନ୍ଦ୍ର ପୋଡ଼)ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି । ଶିବଙ୍କ ଦର୍ଶନ ପାଇଁ ସକାଳଠାରୁ ପୀଠଗୁଡ଼ିକରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ଶିବଙ୍କ ନିକଟରେ ମନୋକାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପୀଠ ବୁଲି ଶିବଙ୍କ ଦର୍ଶନ କରିଥିଲେ।ବଲାଙ୍ଗୀର ଅନ୍ତର୍ଗତ କଅଗାଁ ର ଧବଲେଶ୍ଵର ବାବାଙ୍କ ଶୈବପୀଠରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖୁବାକୁ ମିଳିଥିଲା। ଶ୍ରଦ୍ଧାଳୁମାନଙ୍କ ପାଇଁ ଧାଡ଼ି ଦର୍ଶନ, ମନ୍ଦିର ବେଢ଼ା ବାହାରେ ଦୀପ ଜାଳିବା ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଥିବା ଦେଖିବାକୁ ମିଳିଥିଲା। ଧବଲେଶ୍ଵର ମନ୍ଦିରରେ ଅଧିବାସ ପରେ ଚବିଶ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ସଙ୍କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ନାମ ସଂକୀର୍ତ୍ତନ ଚାଲୁ ରଖିଛନ୍ତି। ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଦର୍ଶନ ପାଇଁ ମନ୍ଦିର ଓ ପୋଲିସ କମିଟି ପକ୍ଷରୁ…

Read More

ସାମ୍ବାଦିକ- ରବିନ୍ଦ୍ରନାଥ ମହାପାତ୍ରତାରିଖ-୦୯-୦୨-୨୦୨୬ ରାୟଗଡ଼ା : ୟଗଡ଼ା ଜିଲ୍ଲା ଗୁଣପୁର ଥାୟରମା ମହାବିଦ୍ୟାଳୟ ପରିସରରେ ଏକ ରାଷ୍ଟ୍ର ଏକ ନିର୍ବାଚନ ନିମନ୍ତେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭାଜପା ର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ.ଗଣପତି ରାଓ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର। କିନ୍ତୁ ନିରନ୍ତର ନିର୍ବାଚନ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ସମସ୍ୟା ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ କରି ନିର୍ବାଚନ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହାଦ୍ବାରା ଦେଶ ଉନ୍ନତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ ଦ୍ରୁତଗତିରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି । ୨୦୧୯ ନିର୍ବାଚନରେ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ୧,ଲକ୍ଷ୩୫ହଜାର କୋଟି ଟଙ୍କା ଖର୍ଚ୍ଚ ହେଇଥିଲା। ଯାହାକି ପ୍ରତି…

Read More

ସାମ୍ବାଦିକ-ରବିନ୍ଦ୍ର ନାଥ ମହାପାତ୍ରତାରିଖ-୦୯-୦୨-୨୦୨୬ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଆନା ସାହେବ ଓହୋଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋସେନର ବରାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରଜୋନୀ ଦେବୀ, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ୮୩ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୬୭ ବ୍ୟକ୍ତିଗତ, ୧୬ଟି…

Read More

ସାମ୍ବାଦିକ ରାଜୀବ କୁମାର ବେହେରାତାରିଖ-୦୯-୦୨-୨୦୨୬ ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ତେନ୍ତୁଳି ସାହି ନିକଟରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶରତଚନ୍ଦ୍ର ପାତ୍ର। ସୂଚନା ଅନୁଯାୟୀ, ବୃଦ୍ଧ ଶରତଚନ୍ଦ୍ର ଗାଈମାନଙ୍କୁ ପାଣି ଦେଇ ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ କରୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା।ଧକ୍କାରେ ବୃଦ୍ଧ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ କପ୍ତିପଦା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଉଦଳା ଡାକ୍ତରଖାନାକୁ ନେଉଥିବା ବେଳେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଏହି ଦୁର୍ଘଟଣାରେ ବାଇକ ଚାଳକ ଜଣେ ନାବାଳକ ଥିବା ଜଣାପଡିଛି। ସେ ମଧ୍ୟ ଗୁରୁତର ଆହତ ହୋଇ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାର ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ…

Read More