Author: Charcha News

ଅଫେରା ରାଇଜରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର । ଦୀର୍ଘଦିନ ହେବ ସେଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ ଅଭିଜିତ । ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ ପରବର୍ତୀ ସମୟରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଫୁସଫୁସ ସଂକ୍ରମଣ ସହ ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ । ଗତ ବର୍ଷ ସେପ୍ଟେମ୍ବର ୪ ତାରିଖରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ସେ ଅକ୍ଟୋବର ୨୩ ତାତିଖରୁ ICUରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ମଧ୍ୟ ଫେରିଥିଲେ । ହଠାତ ଅଭିଜିତ ମଜୁମଦାର ରବିବାର ଦିନ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ଅବସ୍ଥାରେ…

Read More

ରାୟଗଡ଼/ ରବିନ୍ଦ୍ର ନାଥ ମହାପାତ୍ର :ରାୟଗଡ଼ା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଆଜି ଶ୍ରୀ ସପ୍ତଗିରି ଉଲ୍ଲକା, ମାନ୍ୟବର ସାଂସଦଙ୍କ ଅଧ୍ୟକ୍ଷତରେ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ରାୟଗଡ଼ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକlମାନ୍ୟବର , ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି,ଆରକ୍ଷୀ ଅଧିକ୍ଷକl ରାୟଗଡ଼ ସୁଶ୍ରୀ ସ୍ୱାତୀ ଏସ୍ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ସିଡିଏମଓ ରାୟଗଡ଼ ଡ଼. ସରୋଜିନୀ ଦେବୀ ସମେତ ଜିଲ୍ଳାର ବ୍ଲକ୍ ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବବର୍ଷ ଅପେକ୍ଷା…

Read More

ବାଲେଶ୍ୱର/ସୁବାଷ ମହାନ୍ତି:- ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୩ ତାରିଖ ବାଲେଶ୍ୱର ଗସ୍ତ ପୂର୍ବରୁ ବାଲେଶ୍ୱର ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୩ ତାରିଖରେ ମହାମହିମ ରାଷ୍ଟ୍ରପତି ମହୋଦୟ।ଙ୍କ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ, ଏହି ଗସ୍ତ ପୂର୍ବରୁ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପ୍ରଶାସନିକ ଅଧିକାରୀମାନେ, ପୁଲିସ୍ ଅଧିକାରୀମାନେ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପକୁଳପତି, ରେଜିଷ୍ଟ୍ରାର ଏବଂ ସମସ୍ତ ସମ୍ପୃକ୍ତ ଲାଇନ୍‌ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।ବୈଠକରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, ଯାତାୟାତ ବ୍ୟବସ୍ଥା, ଆୟୋଜନ ସ୍ଥଳର ପ୍ରସ୍ତୁତି ଏବଂ ବିଭାଗୀୟ ସମନ୍ୱୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ଜିଲ୍ଲାପାଳ ମହୋଦୟ ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସମନ୍ୱୟରେ କାର୍ଯ୍ୟ କରି ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସମୟ ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Read More

ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା ପଦ୍ମପୁର ପିଏମ୍ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଶିକ୍ଷା ଅଧିକାରୀ ତଥା ସ୍କୁଲର ପ୍ରଧାନ ଶିକ୍ଷକ ହୃଷୀକେଶ ରଥ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଡମ୍ବସରା ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଆଖୁସିଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ,ଆର୍ ଜି କଲେଜ ବିଜ୍ଞାନ ଅଧ୍ୟାପକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍କୁଲ୍ ସଭାପତି ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତ ଅତିଥି ଙ୍କୁ ପ୍ରଧାନ ଶିକ୍ଷକ ସ୍ଵାଗତ କରିଥିଲେ।ପରେ ସ୍କୁଲ୍ ପରିସରରେ ଲାଗିଥିବା ଆକାଂକ୍ଷା ଗ୍ୟାଲେରୀ, ଆକାଂକ୍ଷା ମେଳା,ଦୋକାନ ଯାତ୍ରା ଷ୍ଟଲ ଗୁଡ଼ିକ ଶୁଭ ଉଦଘାଟନ କରିବା ସହ ଅତିଥି ମାନେ ଷ୍ଟଲ ବୁଲି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଗୁଣପୁର…

Read More

ଉମରକୋଟ/ଶ୍ରୀକାନ୍ତ ନନ୍ଦ : ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଖୁବ୍ ଆଗରେ ରହିଛି। ପିଲାମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଜାଗ୍ରତ ହେବା ଏକ ଶୁଭ ଲକ୍ଷଣ ବୋଲି ସେ କହିଥିଲେ। ଶିକ୍ଷା ସହିତ କ୍ରୀଡ଼ାର ସାମଞ୍ଜସ୍ୟ ହିଁ ପିଲାମାନଙ୍କ ସର୍ବାଙ୍ଗୀଣ ବିକାଶର ମୂଳ କାରଣ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମଟି ସୁଶୃଙ୍ଖଳିତ ଏବଂ…

Read More

ରାମନାଗୁଡ଼ା/ରବିନ୍ଦ୍ର ନାଥ ମହାପାତ୍ର: ରାଷ୍ଟ୍ର ଗୀତ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ସାମୁହିକ ଗାନ ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ସାମୁହିକ ଗାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ବ୍ଲକ କୃଷି ଅଧିକାରୀ ବିଭୂତି ଭୂଷଣ ବିଷୋୟୀ,ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ଣାନନ୍ଦ ବେହେରା ,ଉପାଧ୍ୟକ୍ଷା ଜାନକୀ ନିମାଲା,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ ସରକାରୀ ବିଭାଗ ଅଧିକାରୀ,ଅଙ୍ଗନବାଡ଼ି କର୍ମୀ ,ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟା,ସମସ୍ତ ସରପଞ୍ଚ,ସମିତି…

Read More

ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:- ରାଷ୍ଟ୍ର ସଙ୍ଗୀତ ବନ୍ଦେ ମାତରଂ ଗାନ ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଆଜି ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠାରେ ସାମୁହିକ ଭାବେ ଗାନ କରାଯାଉଛି।ଏହି ଅବସରରେ ଗୁଣପୁର ବ୍ଲକ୍ ଓ ପୌର ପରିଷଦ ରେ ସାମୁହିକ ଭାବରେ ଗାନ କରିବା ସହ କୃତି ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।ଗୁଣପୁର ପୌର ପରିଷଦର ତରଫରୁ ଟାଉନ୍ ହଲ ପରିସରରେ ବନ୍ଦେ ମାତରାମ ସାମୁହିକ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ।ଅଧ୍ୟକ୍ଷା ମମତା ଗୌଡ,ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଉପସ୍ଥିତି ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ସେହିପରି ବ୍ଲକ କାର୍ଯ୍ୟାଳୟ ଠାରେ ଗୁଣପୁର ବିଡ଼ିଓ ସ୍ୱାସ୍ତିକ ଜମାଦାର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବ୍ଲକ୍ ଅଧ୍ୟକ୍ଷା ଝିଲି ଶବର,ଉପାଧ୍ୟକ୍ଷ ସୁଦର୍ଶନ ଶବର ଉପସ୍ଥିତି ରହିଥିଲେ। ପ୍ରଥମେ ପିଲାମାନେ ବିଭିନ୍ନ ପ୍ରକାର…

Read More

ରାୟଗଡ଼ା/ରବୀନ୍ଦ୍ର ନାଥ ମହାପାତ୍ର: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଶେଷ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ଯରେ ନିୟୋଜିତ ହୋଇଥିଲେ। ମାଁଙ୍କ ପୂଜାର୍ଚ୍ଚନା ପରେ 6 ମାସ ବ୍ୟବଧାନରେ ଆଜି ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ଦାନ ହୁଣ୍ଡି ଖୋଲାଯାଇଥିଲା। ଦୀର୍ଘ ଦଶ ଘଣ୍ଟା ପରେ ହୁଣ୍ଡିରୁ ନଗଦ 1 କୋଟି 5ଲକ୍ଷ 52ହଜାର 845 ଟଙ୍କା ମିଳିଥିବା ବେଳେ 2କେଜି 150 ଗ୍ରାମ ରୂପା ଓ 30 ଗ୍ରାମ ସୁନା ବାହାରିବା ସହ 23ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଛି। ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ୟୁନିୟନ୍ ବ୍ୟାଙ୍କ କୁ ସ୍ଥାନାନ୍ତର କରାଯାଇଛି। ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ 250…

Read More

ରବିନ୍ଦ୍ର ନାଥ ମହାପାତ୍ର/ ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ନେତୃତ୍ୱରେ ଏବଂ ଏନଡିଆରଏଫ ୩ୟ ବ୍ୟାଟାଲିୟନ୍, ମୁଣ୍ଡଳୀ (କଟକ) ଓ ଜେକେ ପେପର ମିଲ୍ସର ସହଯୋଗରେ ଆଜି ଚାନ୍ଦିଲି ଥାନା ସମୀପସ୍ଥ ଟ୍ରକ୍ ପାର୍କିଂ ଏରିଆରେ ରାସାୟନିକ, ଜୀବୈଜ୍ଞାନିକ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ଅଫ୍‌-ସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ସଫଳତାର ସହିତ ଅନୁଷ୍ଠିତ ହୋଇଛି।ଏହି ମକ୍ ଡ୍ରିଲ୍‌ର ପରିଦୃଶ୍ୟ ଥିଲା ଏକ ଟ୍ରକ୍‌ରେ ପରିବହନ କରାଯାଉଥିବା ଟନର୍‌ରୁ କ୍ଲୋରିନ୍ ଗ୍ୟାସ ଲିକେଜ୍। ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେକୌଣସି ଶିଳ୍ପଜନିତ ରାସାୟନିକ ଦୁର୍ଘଟଣା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ପ୍ରତିକ୍ରିୟା, ଉଦ୍ଧାର କାର୍ଯ୍ୟ, ଚିକିତ୍ସା ସହାୟତା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା କରିବା।ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନୀତ ସଡଙ୍ଗୀ ସହାୟକ ନିର୍ଦ୍ଦେଶକ (ଫ୍ୟାକ୍ଟରୀ ଏବଂ ବଏଲର),ଡ. ପି.କେ. ସୁବୁଦ୍ଧି (ସିଡିଏମଓ),ଶ୍ରୀ ପ୍ରଭୁଦେବ ବେହେରା ଓ ଶ୍ରୀ ଜି.ସି. ଦାସ, ସହାୟକ…

Read More