ପ୍ରଶାନ୍ତ ରାଉଳ/କୋଲକତା କୋଲକତା ସ୍ଥିତ ଦକ୍ଷିଣ କୋଲକତା ର ଆନନ୍ଦ ପୁର ଅଞ୍ଚଳ ରେ ଥିବା ଗୁଲ ସନ୍ କଲୋନୀ ରେ ଥିବା ଏକ ତୈଳ ରଙ୍ଗ କାରଖାନା ରେ ଭୟା ଭୟ ଅଗ୍ନିକାଣ୍ଡ ହୋଇଛି ଅନ୍ୟ ପଟେ ପୋଲିସ ଓ ଦମକଳ ବାହିନୀ ର 9 ଟି ଇଞ୍ଜିନ ଗାଡ଼ି ପହଞ୍ଚି ଅଗ୍ନିକାଣ୍ଡ କୁ ନିଭାଇ ବାକୁ ଚେଷ୍ଟା କରୁଛନ୍ତି ଆଖ ପାଖ ଅଞ୍ଚଳ ବାସୀ ଅଗ୍ନିକାଣ୍ଡ କୁ ନେଇ ଭୟ ଭୀତ ଓ ଆତଙ୍କିତ ହୋଇ ଛନ୍ତି ଅଗ୍ନିକାଣ୍ଡ କିପରି ଭାବରେ ଲାଗିଲା ତାହା ଏବେବି ସ୍ପଷ୍ଟ କହି ନାହାନ୍ତି ଦମକଳ ବାହିନୀ ପକ୍ଷ
Author: Charcha News
ରାୟଗଡ / ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ ଲୋକମହୋତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରଣ, ଖାଦ୍ୟ କମିଟିର ପ୍ରସ୍ତୁତି ବୈଠକସମ୍ମାନ ପତ୍ର ଓ ଶୋଭାଯାତ୍ରାର ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନୟାକ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିହାର ରଞ୍ଜନ କହଁର ଅଧ୍ୟକ୍ଷତାରେ ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି l ସଂପୃକ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କକ୍ଷରେ ଅତିଥିବୃନ୍ଦ, ନିମନ୍ତ୍ରଣ ପତ୍ର, ଖାଦ୍ଯର ଆୟୋଜନ, ଶୋଭାଯାତ୍ରାର ଆୟୋଜନ ଏବଂ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରେ ଅନନ୍ୟ ଅବଦାନ ନିମନ୍ତେ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରସ୍ତାବ ଆହ୍ବାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଯୋଗ୍ଯ ବ୍ୟକ୍ତି ସଂପୃକ୍ତ ବ୍ଲକର ବିଡିଓଙ୍କ ମାଧ୍ୟମରେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ନିର୍ଧାରିତ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଶୋଭାଯାତ୍ରାରେ ଜନସାଧାରଣଙ୍କ ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସାମିଲ…
ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ଆଜି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଅମୃତ-୨.୦ ଯୋଜନା ଅନ୍ତର୍ଗତ ରାୟଗଡ଼ା ସହରର ଜିଆଇଏସ୍ ଭିତ୍ତିକ ମାଷ୍ଟର ପ୍ଲାନ ପ୍ରସ୍ତୁତି ନିମନ୍ତେ ଏକ ଅଂଶୀଦାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନଗର ଯୋଜନା ନିର୍ଦ୍ଦେଶାଳୟ ଏବଂ ‘ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟର ମିଳିତ ସହଯୋଗରେ ଏହି ବୈଠକ ଆୟୋଜିତ ହୋଇଥିଲା।ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୦୫୧ ମସିହା ପର୍ଯ୍ୟନ୍ତ ସହରର ଭବିଷ୍ୟତ ଦୃଷ୍ଟିକୋଣକୁ ନେଇ ପ୍ରସ୍ତୁତ ହେଉଥିବା ମାଷ୍ଟର ପ୍ଲାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ମାଷ୍ଟର ପ୍ଲାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମନ୍ୱିତ ଭୂମି ବ୍ୟବହାର ଏବଂ ଭିତ୍ତିଭୂମି ଯୋଜନା ମାଧ୍ୟମରେ ସନ୍ତୁଳିତ ସହରାଞ୍ଚଳ ବିକାଶକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ ଶିଳ୍ପ, ବାଣିଜ୍ୟ ଏବଂ ସେବା କ୍ଷେତ୍ରର…
ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର ରାୟଗଡା ଜିଲ୍ଲାର ଗଣମହୋତ୍ସବ ଚଇତି ୨୦୨୫ ଅବସରରେ ରାମନାଗୁଡା ବ୍ଲକ ପ୍ରଶାସନ ସହଯୋଗରେ ଏକ ରକ୍ତଦାନ ଶିବିର ଅୁନୁଷ୍ଠିତ ହୋଇଥିଲା । ରାମନାଗୁଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ,ରାମନାଗୁଡା ଥାନା ଆଇଆଇସି ସୁନୀତା ବେହେରା,ଗୋଷ୍ଠି ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଗୁଣପୁର ରକ୍ତଭଣ୍ଡାର ର ଡାକ୍ତର ପ୍ରଣତୀ ମହାପାତ୍ର,ରାକେଶ କୁମାର ପଣ୍ଡା,ନକ୍ଷତ୍ରମାଳା ଶବର,ରୋଜୀ ନାୟକ,ରାଧାକାନ୍ତ ମାହାନ୍ତି ଓ ସୀମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ ଶିବିରରେ ସମୁଦାୟ ୬୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ରକ୍ତଦାତା ମାନଙ୍କୁ ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ,ଆଇଆଇସି ସୁନୀତା ବେହେରା,ବିଇଓ ସୂଜନ ମଲ୍ଲିକ,ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ସମିତି ସଭ୍ୟ ଆପାରାଓ ପାତିକା,ମଙ୍ଗଳ…
ପ୍ରଶାନ୍ତ ରାଉଳ/ କୋଲକାତାମୃତକଙ୍କ ବିଷୟରେ ସୂଚନା ଦେବା ପାଇଁ ଏବେ ବିଏଲ୍ମାନଙ୍କର ଏକ ପୃଥକ ଫର୍ମ ରହିବ। ଏଥର, ମୃତ ଏବଂ ଡୁପ୍ଲିକେଟ୍ ଭୋଟରଙ୍କ ତାଲିକା ଏକ ପୃଥକ ଫର୍ମରେ ଦାଖଲ କରିବାକୁ ପଡିବ। ଅସଂଗୃହିତ ଏବଂ ବିସ୍ଥାପିତ ଭୋଟରଙ୍କ ନାମ ମଧ୍ୟ ଫର୍ମରେ ଅନ୍ତର୍ଭୁକ୍ତ କରାଯିବ। ବିଏଲ୍ଏମାନଙ୍କୁ ବିଏଲ୍ଓମାନଙ୍କ ସହିତ ଏକ ପୃଥକ ଫର୍ମରେ ଦସ୍ତଖତ କରିବାକୁ ପଡିବ। ଯଦି ଭୁଲ ସୂଚନା ପ୍ରଦାନ କରାଯାଏ, ତେବେ ବିଏଲଓ ଏବଂ ବିଏଲଏମାନଙ୍କୁ କଠୋର ଦଣ୍ଡ ଦିଆଯାଇପାରିବ। ନିର୍ବାଚନ କମିଶନ ବିଏଲ୍ଓମାନଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନ ସ୍ପଷ୍ଟ କରିଛନ୍ତି ଯେ ବିଏଲଓମାନଙ୍କୁ, ଅର୍ଥାତ୍ ବିଏଲ୍ଏମାନଙ୍କୁ, ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବୈଠକ କରିବାକୁ ପଡିବ।କମିଶନ ଜଣାଇଛନ୍ତି ଯେ ଏକ ବୈଠକ ପରେ ଏକ ସଂକଳ୍ପ ନେବାକୁ ପଡିବ। ବିଏଲଓ-ବିଏଲ୍ଏ ଏଥିରେ ସ୍ୱାକ୍ଷର କରିବେ। ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବ ଯେ ସେମାନେ କେତେ ମୃତ ଭୋଟରଙ୍କୁ ପାଇଛନ୍ତି,…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଧାନ ପାଚି ଅମଳ ହେବାକୁ ଲାଗିଲାଣି ହେଲେ ମଧ୍ୟ କେନାଲ ରେ ପାଣି ଆସୁଛି।ପାଣି ଆସିବା ଫଳରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି।କେନାଲ ରେ ଆସୁଥିବା ପାଣି କୁ ଅତି ଶୀଘ୍ର ବନ୍ଦ କରିବା ସକାଶେ ଆଜି ଗୁରୁବାର ଶତାଧିକ ଚାଷୀ ମାନେ ଆସି ଲିଖିତ ଭାବରେ ବଡନାଳ ଉପ ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାବି ପତ୍ର ଦେଇଛନ୍ତି । ଏପଟେ ଦାୟିତ୍ଵ ରେ ଥିବା କତୃପକ୍ଷ ସୁଚନା ଦେଇଥିଲେ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ ନାଳ ଜଳ ଭଣ୍ଡାର ରୁ ଜମି କୁ ଜଳ ସେଚନ କରିବା ସକାଶେ ଦୀର୍ଘ ୪ମାସ କେନାଲ ମାଧ୍ୟମ ରେ ପାଣି ଦିଆଯାଇଥିଲା।ହେଲେ ଚଳିତ ବର୍ଷ ତଳମୁଣ୍ଡରେ ଥିବା ୫ଟି ପାଣି ପଞ୍ଚାୟତର ଚାଷୀ ମାନେ କୃଷି ବର୍ଷ ଆରମ୍ଭ ରୁ ପାଣି ଅଭାବରୁ ଧାନ ବୁଣା ଓ ରୁଆ…
ପ୍ରଶାନ୍ତ ରାଉଳ/ କୋଲକାତାସନ୍ଦୀପ ଘୋଷ ଆରଜି କର ହସ୍ପିଟାଲରେ ଯୋଗଦେବାର ବହୁ ପୂର୍ବରୁ ଆଖତାର ଅଲ୍ଲି ହସ୍ପିଟାଲରେ ଦୁର୍ନୀତି ସହିତ ଜଡିତ ଥିଲେ। ଆରଜି କର ହସ୍ପିଟାଲରେ ଆର୍ଥିକ ଦୁର୍ନୀତି ମାମଲାରେ ଆଖତାର ଅଲ୍ଲି ଏବଂ ଶଶିକାନ୍ତ ଚଣ୍ଡକଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଦ୍ୱିତୀୟ ଏବଂ ଶେଷ ଚାର୍ଜସିଟରେ ସିବିଆଇର ଏମିତି ଦାବି। ବାସ୍ତବରେ, ଏହି ଚାର୍ଜସିଟରେ ସିବିଆଇ ରାଜ୍ୟର ଦୁଇ ‘ବିଧାୟକ’ଙ୍କ ନାମ ମଧ୍ୟ ଉଲ୍ଲେଖ କରିଛି ବୋଲି ସିବିଆଇ ସୂତ୍ରରୁ ଜଣାପଡିଛି। ଜାଣିବାକୁ ମିଳିଛି ଯେ ସିବିଆଇ ସେମାନଙ୍କ ନାମ ପାଖରେ ‘ବିଧାନସଭା ସଦସ୍ୟ’ ଉଲ୍ଲେଖ କରିଛି।ଆର୍ଥିକ ଦୁର୍ନୀତି ମାମଲାରେ ଆଖତର ଅଲ୍ଲୀ ଏବଂ ଶଶିକାନ୍ତ ଚଣ୍ଡକଙ୍କ ବିରୁଦ୍ଧରେ ସୋମବାର ଆଲିପୁରର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଆରଜି କରର ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆଖତାର ଅଲ୍ଲୀ ଗତ ବର୍ଷ ଅଭିଯୋଗ ଦାଖଲ କରିଥିଲେ। ଚାର୍ଜସିଟ୍ରେ ସିବିଆଇ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି…
ମାଲକାନଗିରି / ମାନସ୍ ନେତାମ୍ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମାଲକାନଗିରିର ବାଣିଜ୍ୟ ବିଭାଗ ଓ ଅର୍ଥନୀତି ବିଭାଗର ମିଳିତ ସହଯୋଗରେ ‘An Insight into Creative Destruction and the Nobel Prize in Economic Sciences 2025’ ଶୀର୍ଷକ ଏକଦିବସୀୟ ଆଲୋଚନା ଚକ୍ର ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ରୁମ୍ ଠାରେ ବୁଧବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ମୀନତି ସାହୁ ଓ ସମ୍ମାନନୀୟ ଅତିଥି ଭାବରେ ମାଲକାନଗିରିର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ବରାଳ ଯୋଗଦେଇ ଉପରୋକ୍ତ ବିଷୟ ସଂପର୍କରେ ଗଭୀର ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ଆଇ.କ୍ୟୁ.ଏ.ସିର ଆବାହକ ଡକ୍ଟର ଦେବାଶିଷ ପହି…
ରାୟଗଡ଼ାରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ମଙ୍ଗଳବାର ଦିନ ପୂର୍ବାହ୍ନ ୯.୦୦ ଘଟିକା ସମୟରେ ରାୟଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି – ୨୦୨୫ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଭା.ପ୍ର.ସେ. ଅଧ୍ୟକ୍ଷତାରେ ମହା ଆଡ଼ମ୍ବରରେ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବୈଦ୍ୟନାଥ ସାଗର ( ହାଟ ପଦା)ରେ ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ,କାଶିପୁର ବ୍ଲକ ଅଧ୍ୟକ୍ଷ ଉପସ୍ଥିତିରେ ପୂଜା କରାଯାଇ ଗଙ୍ଗା ଆବାହନ ଓ କଳସ ପୂଜା ସକାଶେ ପବିତ୍ର ଜଳ ସଂଗ୍ରହ କରି କଳସ ଯାତ୍ରା ଆରମ୍ଭ ହୋଇ ମାଁ ମାଣିକେଶ୍ଵରୀ ମନ୍ଦିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ମନ୍ଦିର ଠାରୁ ମଶାଲ ଯାତ୍ରାରେ ବାହାରି ସହର ପରିକ୍ରମା ହୋଇଥିଲା। ଏହା ପରେ ବ୍ଲକ ପଡ଼ିଆ ଚଇତି ମଣ୍ଡପ ଠାରେ ମୁଖ୍ୟ ଅତିଥି ଓ ଅତିଥିଙ୍କ ଦ୍ଵାରା…








