Author: Charcha News

ଉଦଳା (ରାଜୀବ କୁମାର ବେହେରା )-ମୟୁରଭଞ୍ଜ ଜିଲ୍ଲା, ଖୁଣ୍ଟା ଥାନା ଅଧୀନ ବଡ଼ଖୁଣ୍ଟା ଗ୍ରାମ ନିକଟରେ ଆଜି ସକାଳେ ରାସ୍ତା କଡ଼ରୁ ଏକ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ମିଳିଥିବାରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।ଘଟଣାସ୍ଥଳରେ ପ୍ରବଳ ଲୋକସମାଗମ ଦେଖିବାକୁ ମିଳିଛି।ସୂଚନା ଅନୁସାରେ ମୃତକଙ୍କ ପରିଚୟ ଖପ୍ରାପାଳ ଗ୍ରାମର ଗଣେଶ ହେମ୍ବ୍ରମ ବୋଲି ଚିହ୍ନଟ ହୋଇଛି। ସେ ଗତକାଲି ଖୁଣ୍ଟା ହାଟକୁ ମାଂସ ଆଣିବାକୁ ଆସିଥିଲେ କିନ୍ତୁ ଘରକୁ ଫେରି ନଥିଲେ। ସକାଳେ ସ୍ଥାନୀୟ ଲୋକେ ରାସ୍ତା ପାର୍ଶ୍ୱରେ ମୃତଦେହକୁ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଖୁଣ୍ଟା ପୋଲିସ ଏବଂ ବାରିପଦା ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତଦନ୍ତ ସମୟରେ ଘଟଣାସ୍ଥଳରୁ ଏକ ବାଇକର ଚାବି ଜବଦ ହୋଇଛି।ପାଖରେ ପଡ଼ିଥିବା ଏକ ଇଟା ଦ୍ୱାରା ଅତ୍ୟନ୍ତ ଅମାନୁଷିକ ନିର୍ମମ ଭାବେ ହତ୍ୟା କରାଯାଇଥିବାର ସନ୍ଦେହ ପ୍ରକାଶ ପାଉଛି।ମୃତକଙ୍କ ପରିବାରରେ ଶୋକର ଛାୟା ଛାଇଛି।ଘଟଣାର ସ୍ପଷ୍ଟ…

Read More

ଉଦଳା – ( ରାଜୀବ କୁମାର ବେହେରା ) -ମୟୁରଭଞ୍ଜ ଜିଲ୍ଲା ଉଦଳା ବାଳକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ବାଲ ବୈଜ୍ଞାନିକ ପ୍ରତିଯୋଗିତା – ୨୦୨୫ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଏକ ଦିବସୀୟ କାର୍ଯ୍ୟକ୍ରମରେ ସଫଳତାର ସହ ସମ୍ପନ୍ନ ହେଲା। ଉଦଳା ବ୍ଲକ ର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରା, ବୈଜ୍ଞାନିକ ଉଦ୍ଭାବନ ଏବଂ ଆବିଷ୍କାରମୂଳକ ମଡେଲ ପ୍ରଦର୍ଶନ କରି ଦର୍ଶକ, ଛାତ୍ର ଛାତ୍ରୀ ଓ ନ୍ୟାୟଧୀଶମାନଙ୍କ ମନ ଜିତିଲେ। ପ୍ରତିଯୋଗିତାର ଉଦ୍‌ଘାଟନ ସମାରୋହରେ ଉପକୁଳ ମଞ୍ଚlସିନ ମୁଖ୍ୟ ଅତିଥି କହିଥିଲେ —“ବିଜ୍ଞାନ କେବଳ ପାଠ୍ୟପୁସ୍ତକର ଅନୁଶୀଳନ ନୁହେଁ;ଏହା ନୂଆ ଚିନ୍ତାଧାରାକୁ ଦୁନିଆରେ ପ୍ରବେଶ କରାଇବା ଓ ସମାଜକୁ ନୂତନ ଦିଗାରେ ଆଗେଇ ନେବାର ଶକ୍ତି।”ସେ କହିଛନ୍ତି ଯେ ଏହି ପ୍ରତିଯୋଗିତା ଭବିଷ୍ୟତର ବିଜ୍ଞାନୀ ଓ ନିଜର ଦକ୍ଷତା, ନିଜ ଭିତ ରେ ଥିବା କଳା, ପାରଦର୍ଶିତା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏହି ମଞ୍ଚ। ଛାତ୍ରମାନଙ୍କ…

Read More

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନଟବର କଲୋନୀ ରାସ୍ତାରୁ ଗୋଟିଏ ନବଜାତ ଶିଶୁ କନ୍ୟା ର କ୍ଷତାକ୍ତ ମୃତଦେହ ଉଧାର ହୋଇଛି l ସହର ର ବିଇଓ ଅଫିସ ପାଖ ବୁଦାରୁ ମୃତଦେହ ଟିକୁ ଧରି କୁକୁର ଯାଉଥିବା ଲୋକେ ଦେଖିଥିଲେ l କୁକୁର ଟି ରାସ୍ତା ଉପରେ ରଖି କୁକୁର ଝୁଣି ଖାଉଥିବା ଦେଖି ଲୋକେ ପାଟି କରିବାରୁ ଶିଶୁ କନ୍ୟା ର ମୃତଦେହ କୁ ଛାଡି କୁକୁର ଚାଲିଯାଇଥିବା ବେଳେ ମୃତ ଶିଶୁ ର କୌଣସି ପରିଚୟ ମିଳିପାରନାହଁ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସରକାର ବେଟି ବଚାଓ ନାରାଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସତ୍ୱେ ଶିଶୁ କନ୍ୟା ର ମୃତଦେହ ପୁଣି ଠାବ ହେବା ଘଟଣା ଯୋଜନା ର କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା SIR ଉପରେ ବିଜେପି ଉପରେ ଆକ୍ରମଣ କରିମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ SIR ମାଧ୍ୟମରେ ବିଜେପି ଉପରେ ପଶ୍ଚିମ ବଙ୍ଗ ରାଜ୍ୟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ମୋ ସରକାର କ୍ଷମତାରେ ଅଛି ସେପର୍ଯ୍ୟନ୍ତ କେହି ପଶ୍ଚିମବଙ୍ଗର ଲୋକଙ୍କ ଉପରେ ହାତ ରଖିପାରିବେ ନାହିଁ। ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ବନଗାଓଁ ରେ ଏକ ଜନ ସଭାରୁ ସ୍ପଷ୍ଟ ଭାଷାରେ ବିଜେପିକୁ ଚେତାବନୀ ଦେଇ କହିଥିଲେ, ‘ଯଦି ତୁମେ ବଙ୍ଗଳାକୁ ଆଘାତ କର, ଆମେ ପ୍ରତିଶୋଧ ନେବୁ… ବିଜେପି ଉପରେ ଆକ୍ରମଣ କରି ସେ କହିଥିଲେ, “କେନ୍ଦ୍ର ରେ ଥିବା ବିଜେପି ସରକାର ବିରୋଧୀ ଦଳ କୁ କେନ୍ଦ୍ରୀୟ ଏଜେନ୍ସି ଦ୍ଵାରା ହଇରାଣ କରୁଛି ପଶ୍ଚିମ ବଙ୍ଗ ରାଜ୍ୟରେ SIR ଉପରେ ରାଜନୈତିକ ଅସ୍ଥିରତା ମଧ୍ୟରେ, ତୃଣମୂଳ…

Read More

ସୁବାଷ ମହାନ୍ତି/ ବାଲେଶ୍ୱରବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲିଟିର ୬ କାଉନସିଲରଙ୍କ ପଦ ରଦ୍ଦ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଦଳ ବଦଳ ଆଇନ ଅନୁସାରେ ନିର୍ବାଚନ କମିଶନ ଏଭଳି ରାୟ ଶୁଣାଇଛନ୍ତି।ପଦ ହରାଇଥିବା କାଉନସିଲର ମାନେ ହେଲେ୧ନଂ ଓ୍ବାର୍ଡ କାଉନସିଲର ଉର୍ମିଳା ରାଉତ,୨ନଂୱ।ର୍ଡ କାଉନସିଲର ଶ୍ରୀମତୀ ରୀନାରାଣୀ ସେଠୀ,୩ନଂ ୱ।ର୍ଡ କାଉନସିଲର ଶ୍ରୀମତୀସସ୍ମିତା ଦାସ,୮ନଂ ୱ।ର୍ଡ କାଉନସିଲର ପବିତ୍ର ସେଠୀ,୯ନଂ ୱ।ର୍ଡ କାଉନସିଲର ରଞନ କୁମାର ଦାସ ଓ ୧୪ନଂ ୱ।ର୍ଡ କାଉନସିଲର ଶ୍ରୀମତୀ ତନୟାରାଣୀ ମହାପାତ୍ର।ଦଳ ବଦଳ ଆଇନର ଉଲଘଂନ ହେତୁ ସୋର ମୁନିସିପାଲିଟିର ୬ଜଣ କାଉନସିଲଙ୍କ ପଦବୀ ରଦ୍ଦ ହୋଇଥିବା ସୂଚନା।୦୩.୦୬.୨୪ ରେ ବିଜେପିର ନଳିନୀକାନ୍ତ ମହାପାତ୍ରଙ୍କ ଅଭିଯୋଗ କ୍ରମେ ନିର୍ବାଚନ କମିଶନ ଦଳବଦଳ ଆଇନ ବଳରେ ବିଚାର କରି ଏହି ୬ ଜଣ କାଉନସିଲରଙ୍କ ପଦ ରଦ୍ଦ କରିଛନ୍ତି।ଉକ୍ତ ୬ ଜଣ ବିଜେପି ଟିକେଟରେ ୨୪.୦୩.୨୨ ରେ ହୋଇଥିବା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ…

Read More

ଉଦଳା – (ରାଜୀବ କୁମାର ବେହେରା):“ସଚେତନତା ଓ ସତର୍କତା ହିଁ ସାଇବର ସୁରକ୍ଷାର ପ୍ରଥମ ଅସ୍ତ୍ର”—ଏହି ବାର୍ତ୍ତାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହେଲା। ସ୍ଥାନୀୟ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଇବର ରଥ ପରିକ୍ରମା ସହ ଛାତ୍ରଛାତ୍ରୀଙ୍କୁ ନେଇ ପଦଯାତ୍ରା ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ଖୁଣ୍ଟା IIC ପଞ୍ଚାନନ ମହାନ୍ତିଙ୍କ ସଭାପତିତ୍ୱ ରହିଥିଲା।ଉଦଳା ବିଧାୟକ ଭାସ୍କର ମଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଛାୟତ,ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସବିତା ମାଝୀ,ଗୋପବନ୍ଧୁନଗର ବିଡିଓ ପୃଥୁରାଜ ପରିଡ଼ା,କଲେଜ ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ,ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନନ୍ଦକିଶୋର ପଟ୍ଟନାୟକ,SDPO ହୃଷିକେଶ ନାୟକ,ଇଂକ୍ପେକଟର ସୁଶାନ୍ତ ବେହେରା,ସରପଞ୍ଚ ସୁମୀ ହାଁସଦା,ସମିତି ସଭ୍ୟ ରଙ୍ଗନ ମହାନ୍ତି,NSS ଶୁଭମ ସାମଲ,ଭାବଗ୍ରାହୀ ଦାସ ପ୍ରମୁଖ ମଞ୍ଚାସୀନ…

Read More

ଅନଲାଇନରେ ଚାଲାଣ ପୈଠ ପାଇଁ କେବଳ ପରିବହନ ବିଭାଗର ଓ୍ୱେବସାଇଟ ବ୍ୟବହାର କରନ୍ତୁ: #OTS#Echallan#Odisha#Transport @MORTHIndia @CTOdisha

Read More

ଉଦଳା -(ରାଜୀବ କୁମାର ବେହେରା)- ଆସୁଛି ପିକନିକ ଋତୁ,ରାଜ୍ୟରେ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି,ନୂଆ ବର୍ଷ ସମୟ ଯେତେ ପାଖେଇ ଆସୁଅଛି , ଲୋକଙ୍କ ଭିତରେ ବେଶ ଆନନ୍ଦର ଲହରୀ ଦେଖିବାକୁ ମିଳିଛି, ବାହାର ପର୍ଯ୍ୟଟକ ମାନେ ମୟୁରଭଞ୍ଜ ଜିଲ୍ଲା ରେ ଥିବା ପର୍ଯ୍ୟଟନ ସ୍ଥଳୀ ଶିମିଳିପାଳ ପର୍ବତମାଳାର ବହିଃପାର୍ଶ୍ୱରେ ଅବସ୍ଥିତ ଖୁଣ୍ଟା ବ୍ଲକର ଟୁଙ୍କି ଜଳପ୍ରପାତ ଆଜିବି ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ କେନ୍ଦ୍ର ବିନ୍ଦୁ। ପ୍ରାୟ ୧୫ ବର୍ଷ ପୂର୍ବରୁ ବାହାର ବିଶ୍ୱରେ ଜଣାଶୁଣା ହୋଇଥିବା ଏହି ଜଳ ପ୍ରପାତ ବର୍ତ୍ତମାନ ଦ୍ରୁତଗତିରେ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ଅନେକ ବିଦେଶୀ ପର୍ଯ୍ୟଟକ ଏବଂ ଲୋକଙ୍କ ବେଶ ଭିଡ଼ ଜମୁଛି lଦୁଇ ତଳ ବିଶିଷ୍ଟ ପ୍ରପାତ ଦର୍ଶକ ଙ୍କୁ ରୋମାଞ୍ଚକର କରିଛି l ଟୁଙ୍କି ଜଳପ୍ରପାତ ଦୁଇ ଭାଗରେ ବହିଯାଇଛି।ବର୍ଷା ଦିନରେ ନିମ୍ନତମ ତଳରେ ପ୍ରାୟ ୨୦ ପୁଟ ଚଉଡ଼ାରେ ବେଗବାନ୍ଧରେ ଜଳପ୍ରବାହ,ସିଧାସଳଖ ତଳେ ଥିବା ଗଭୀର…

Read More

ଦିଲ୍ଲୀ ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗର ତିନି ଜଣ ଜେଲ କଏଦୀଙ୍କ ନାମ ଜଡିତ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଦୁଡିଆ ରତାନିଆ ପରୱିନ। ଏହି ତାନିଆ ପରୱିନଙ୍କୁ ଅଗଷ୍ଟ 2020 ରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେହି ସମୟରେ, ଗୁଇନ୍ଦା ସଂସ୍ଥା ତାନିଆ ପାଖରୁ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ସିଧାସଳଖ ସମ୍ପର୍କ ଏବଂ ଭାରତରେ ଅନେକ ସିମ୍, ଅନେକ ମୋବାଇଲ୍, ଅନେକ ହ୍ୱାଟ୍ସଆପ୍ ଏବଂ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ସୂଚନା ଆଦାନପ୍ରଦାନ ବିଷୟରେ ସୂଚନା ପାଇଥିଲା। ସେହି ଅଭିଯୋଗରେ ତାନିଆ ପରୱିନ ଏବେ ବି ଜେଲରେ ବିଚାରାଧୀନ ଅଛି। ଦିଲ୍ଲୀ ବିସ୍ଫୋରଣ ପରେ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପୁଣି ଥରେ ତାନିଆ ପରୱିନଙ୍କୁ ତଦନ୍ତରେ ସାମିଲ କରିଥିଲା। ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ବାଦୁଡିଆ ର ମାଲୟପୁର ସ୍ଥିତ ତାନିଆ ପରୱିନଙ୍କ ଘର, ତାଙ୍କ ଘରର ଗେଟ୍ ବନ୍ଦ ଥିଲା।…

Read More