ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର : -ରାୟଗଡ଼ା ଜିଲା ଗୁଡାରୀ ରୁ କୋଲନରା ବ୍ଲକ ଅଧିନସ୍ଥ ବାଙ୍କୀଲି ପଞ୍ଚାୟତ ଅଧୀନରେ ଥିବା ବାଡ଼ିସୋଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପାଠ ପଢିବା ପାଇଁ ବାଇକ୍ ରେ ଯାଉଥିବା ବେଳେ ଗୁରୁବାର ଦିନ ସକାଳ ଦଶ ଟା ସମୟ ରେ ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟ ବୁଲାଣି ରେ ସଡକ ଦୁର୍ଘଟଣାରେ ଦୁଇଛତ୍ରଙ୍କ ମୃତ୍ୟୁ ଘାଟିଛି। ଲାଞ୍ଜିଗଡ଼ ରୁ ବ୍ରହ୍ମପୁର କୁ ଯାଉଥିବା କାମଧେନୁ ଏକ ଘରୋଇ ବସ ସହ ବାଇକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା l ମିଳିଥିବା ସୂଚନା ଅନୁଯାୟୀ ସବୁଦିନ ଭଳି ଘଟଣା ଦିନ ମଧ୍ୟ ଉଭୟ ଛାତ୍ର ଓଆର ୦୭ ଏକ୍ସ ୯୬୧୭ ନମ୍ବର ବିଶିଷ୍ଟ ନିଜ ବାଇକ ଯୋଗେ ଗୁଡାରି ରୁ ବାହାରି ବାଡ଼ିଶୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯିବା ସମୟରେ ଓଆର ୦୭ ଆର ୮୦୪୪ ନମ୍ବର…
Author: Charcha News
ପ୍ରଶାନ୍ତ ରାଉଳ / କୋଲକାତାଶୀତ ଋତୁ ଆରମ୍ଭ ହେବା ମାତ୍ରେ, ପର୍ଯ୍ୟଟକମାନେ ସୁନ୍ଦରବନକୁ ରୟାଲ ବେଙ୍ଗଲ ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। ପର୍ଯ୍ୟଟକ ଏବଂ ବନ୍ୟପ୍ରାଣୀ ଫଟୋଗ୍ରାଫରମାନେ ବାଘ ଦେଖିବା ଆଶାରେ ଭିଡ଼ ଜମାଇଥାନ୍ତି। କିନ୍ତୁ ବନ ବିଭାଗ ଚିନ୍ତିତ। କାରଣ ପର୍ଯ୍ୟଟକ ବୋଟ୍ଗୁଡ଼ିକ ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଜଙ୍ଗଲର ଗଭୀର ଭିତରକୁ ପ୍ରବେଶ କରୁଛନ୍ତି! ଅନେକ କ୍ଷେତ୍ରରେ, ବୋଟ୍ ଚାଳକମାନେ ନିଷିଦ୍ଧ କେନାଲ ଭିତରକୁ ଯାଉଛନ୍ତି, ଏହା ଜାଣି ମଧ୍ୟ ଯେ ଏହା ବିପଜ୍ଜନକ ହୋଇପାରେ। ବନ୍ୟପ୍ରାଣୀ ପର୍ଯ୍ୟଟକ ବୋଟ୍ଗୁଡ଼ିକର ଉପଦ୍ରବରେ ବନ ବିଭାଗ ବିଶେଷ ଭାବରେ ବିଚଳିତ। ଜଙ୍ଗଲ ନିୟମ ଉଲ୍ଲଂଘନ କରିବା ପାଇଁ ଜରିମାନା କରାଯିବା ପରେ ମଧ୍ୟ ବୋଟ୍ ଚାଳକମାନଙ୍କର ଚେତା ଆସୁନାହିଁ।ଯଦିଓ ପ୍ରାଣୀ ଜଗତରେ ସିଂହକୁ ରାଜାର ଆସନ ଦିଆଯାଇଛି, ଏହି ପ୍ରଥା ସୁନ୍ଦରବନ ପାଇଁ ପ୍ରଯୁଜ୍ୟ ନୁହେଁ। ସୁନ୍ଦରବନର ଆକର୍ଷଣର କେନ୍ଦ୍ରରେ କେବଳ ଦକ୍ଷିଣରାୟ। ଏହାର ଆକର୍ଷଣ ଯୋଗୁଁ, ବର୍ଷସାରା…
ରାୟଗଡ଼ା date 10/12/25ରବିନ୍ଦ୍ର ନାଥ ମହାପାତ୍ର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୦-୧୨-୨୦୨୫ ରିଖ ବୁଧୁବାର ଦିନ ଘ.୧୦.୩୦ମି ରେ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମତାଲ ପେଟା, ରାୟଗଡା ପରିସରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାରଆସୋସିଏସନର ଓକିଲ ଶ୍ରୀ ଚନ୍ଦନ ହରେନ୍ଦ୍ର ନାଥ, ଶ୍ରୀ ଦେବରାଜ ନାଏକ, ଜିଲ୍ଳା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ବିଶ୍ୱନାଥ ଗନ୍ତାଏତ, ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମତାଲ ପେଟା ର ଅଧ୍ୟକ୍ଷ ଶ୍ରୀ ପ୍ରଭାକର ଦାସ, ଆନନ୍ଦ ଚନ୍ଦ୍ର ପଣ୍ଡା ଓ ଅନ୍ୟ ଶିକ୍ଷକ ପ୍ରମୁଖ…
“ମାରାଥନରେ ଅଂଶଗ୍ରହଣ ବହୁ ଯୁବକ ଯୁବତୀ “ରାୟଗଡା/୧୦/୧୨/୨୫:ରବିନ୍ଦ୍ର ନାଥ ମହାପାତ୍ରରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୫’ ପାଳନ ଉପଲେକ୍ଷ ଆଜି ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ | ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ରିଲାଏନ୍ସ ସ୍ମାର୍ଟ ନିକଟରୁ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କହ୍ନର, , ସମ୍ମନିତ ଆଦିବାସୀ ଉର୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଚଇତି କ୍ରୀଡା ଉପସମିତି ର ଅଧକ୍ଷ ଚନ୍ଦ୍ର କାନ୍ତ ମାଝୀ, ଡି.ଆଇ.ପି.ଆର.ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, କ୍ରୀଡା ଅଧିକାରୀ ଶେଖ୍ ଆଲେନର, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ଥିଲେ।ସ୍ଥାନୀୟ ରିଲାଏନ୍ସ ସ୍ମାର୍ଟ ନିକଟରୁ ହାଲୁଆ ତୋଟା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏଁ ପୁରୁଷ ଓ ମହିଳା…
Date 10 12 25 କୄଷି ଓ କୄଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ତ୍ରିବସୀୟ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଆଜି ଉପଖଣ୍ଡସ୍ତରୀୟ କୄଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ,ଠାରେ ଆୟୋଜିତ କରାଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଓ ଅଧିକାରୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବେଦ ମନ୍ତ୍ରପାଠ ପୂର୍ବକ ଉଦ୍ଘାଟିତ ହୋଇଯାଇଛି ।ଡ଼ିସେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମେଳାର ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ମମତା ଗୌଡ଼ – ଅଧ୍ୟକ୍ଷା, ଗୁଣପୁର ପୌର ପରିଷଦ, ସମ୍ମାନିତ ଅତିଥି, ଶ୍ରୀମତୀ ଝିଲ୍ଲୀ ଶବର ଅଧ୍ୟକ୍ଷା, PS- ଗୁଣପୁର, ଶ୍ରୀମତୀ ମଣିମାଳା ଶବର ଅଧ୍ୟକ୍ଷା PS: ପଦ୍ମପୁର , ଶ୍ରୀ ରମେଶ ଚନ୍ଦ୍ର ସାହୁ, ଉପାଦକ୍ଷ PS- ପଦ୍ମପୁର ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀ ଦିବ୍ୟ ସ୍ୱରୂପ, ପଣ୍ଡା କୃଷି ଜିଲ୍ଲା ଅଧିକାରୀ, ଗୁଣପୁର ଙ୍କ…
ଉଦଳା – (ରାଜୀବ କୁମାର ବେହେରା), ୧୦/୧୧/୨୦୨୫:ଖୁଣ୍ଟା ବ୍ଲକ୍ର ବାହାନଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର୍ ଗ୍ରାମରେ ଭୋର ସକାଳେ ଗୋଟିଏ ଷଣ୍ଢ ତୀରବିଦ୍ଧ ଅବସ୍ଥାରେ ମିଳିଥିବା ଘଟଣା ଅଞ୍ଚଳରେ ତୀବ୍ର ଉତେଜନା ସୃଷ୍ଟି କରିଛି। ଅଜଣା କୁକର୍ମୀ ଦ୍ୱାରା ରାତିରେ ଷଣ୍ଢଟିକୁ ଧନୁ–ସର ମାଡ଼ ମାରି ଗୁରୁତର ଆହତ କରାଯାଇଥିବା ଅଭିଯୋଗ ଉଠିଛି। ନିରୀହ ପଶୁ ଉପରେ ଏହି ଅମାନବିୟ ଆକ୍ରମଣକୁ ନେଇ ସମାଜର ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ମିଳୁଛି। ଘଟଣା ପରେ ଆଦିବାସୀ ସେଙ୍ଗେଲ୍ ଅଭିଯାନ, ମୟୁରଭଞ୍ଜର ଜିଲ୍ଲା ସଭାପତି ଉଦୟନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ପଶୁ ଚିକିତ୍ସା ଟୋଲ୍–ଫ୍ରି ନମ୍ବର ୧୯୬୨ କୁ ଫୋନ୍ କରି ତତ୍କ୍ଷଣାତ୍ ଆମ୍ବୁଲାନ୍ସ ଓ ପଶୁ ଚିକିତ୍ସା ସହାୟତା ମାଗାଯାଇଥିଲା। ଖବର ପାଇ ପ୍ରାଣୀଚିକିତ୍ସା ବିଭାଗର ଡାକ୍ତରି ଦଳ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢ ଦେହରେ ବିନ୍ଧା ତୀରକୁ କାଢ଼ି, କ୍ଷତସ୍ଥାନରେ ଔଷଧ ଲାଗି ଚିକିତ୍ସା କରିଥିଲେ। ଘଟଣା ପରେ ଉଦୟନାଥ ହେମ୍ବ୍ରମ ନିଜ…
ଉଦଳା – (ରାଜୀବ କୁମାର ବେହେରା ) – ଗାଁ ରେ ମହାବଳ ଆତଙ୍କ l ଗୁହାଳ ରୁ ଉଠାଇ ନେଲା ବନ୍ଧା ହୋଇ ଥିବା ଗାଇ , ଯାହାକୁ ନେଇ ଗ୍ରାମରେ ଭୟ ର ବlତା ବରଣ l ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବନବିଭାଗ ଅଧୀନ ପୋଡାଡିହା ରେଞ୍ଜଅନ୍ତର୍ଗତJ.S ଜାମୁଢ଼ିଆ ହୁଡ଼ିସାହି ଗ୍ରାମରେ ମହାବଳ ବାଘ ଆତଙ୍କ ଦେଖିବାକୁ ମିଳିଛି। ଚାଲି ଯାଇଛି ଏକ ଗାଇ ର ଜୀବନ l ରାସ୍ତାରେ ମୃତ ଗାଇ ଆଉ ବାଘର ପାଦ ଚି଼ହ୍ନ ଠାବ ହୋଇଛି l ଅଂଚଳ ରେ ହାତୀ ଉପଦ୍ରବ ପରେ ଏବେ ବାଘ ଉତ୍ପାତରେ ଗ୍ରାମବାସୀଙ୍କ ଜୀବନ ପୁନର୍ବାର ଅସୁରକ୍ଷିତ ହୋଇପଡ଼ିଛି। ସୂଚନା ଅନୁସାରେ ଗତ କିଛି ଦିନ ଧରି ବାଘ ହୁଡ଼ିସାହି, ବନ୍ଧସାହି ଏବଂ ଅଡ଼ସାହି ଅଞ୍ଚଳରୁ ଦୁଇଟି ବାଛୁରୀ ଏବଂ ଏକାଧିକ ଛେଳିକୁ ଶିକାର କରି ନେଇଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟ…
ସୁବାଷ ମହାନ୍ତି /ବାଲେଶ୍ୱରବାଲେଶ୍ୱର ଜିଲ୍ଲା ସୋର ପୌର ପାଳିକା ଅନ୍ତର୍ଗତ ବାରହାପୁର ମଉଡମଣୀ ସରକାରୀ ହାଇସ୍କୁଲ ଠାରେ ସୋର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସୋର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ସୋମାରାଣୀ ସେଠି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ସୋର ବିଧାୟକ ମାଧବ ଧଡ଼ା ଯୋଗଦେଇ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବ୍ଲକ ବିଜ୍ଞାନ ସଂଯୋଜକ ନିରଞ୍ଜନ ନାୟକ ପ୍ରାରମ୍ଭିକ ସୂଚନା ସହିତ ବିଜ୍ଞାନ ମେଳା ର ଉଦେଶ୍ୟ ଜ୍ଞାପନ କରିଥିଲେ। ବ୍ଲକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଦାସ, ପାରିଷଦ ନିଶାକର ମହାନ୍ତି ଓ ଗଣିତ ଅଧ୍ୟାପକ ମନୀନ୍ଦ୍ର ଦୀକ୍ଷିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉଦଯାପନୀ ସଭାରେ ସୋର ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ପିଲା ମାନଙ୍କୁ ବିଜ୍ଞାନ ମନସ୍କ ହେବା ଲାଗି…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ନାଟୁଆ ତୁଷାର କାନ୍ତ ବେହେରାଙ୍କୁ ହାଇଦ୍ରାବାଦ୍ର ହରିହର କଳା ଭବନରେ ରାଷ୍ଟ୍ରୀୟ କଳାକାର ସମ୍ମାନରେ ସମ୍ମାନୀତ କରିଲା (ଏସ୍ଆଇଏଫ୍ଏ) ସୋସାଇଟି ଫର୍ ଫେଡେରେଶନ ଆଣ୍ଡ ଆୱାର୍ଡ ରାଷ୍ଟ୍ରୀୟ କଳାକାର ସମ୍ମାନରେ ତାଙ୍କୁ ନାଟ୍ୟ କଳାରେ ଉତ୍କୃଷ୍ଟ ଅଭିନୟ ପାଇଁ ସମ୍ବର୍ଦ୍ଧିତ କଲେ ସମ୍ମାନିତ ଅତିଥି ସୁଗଥ କୋଟିନ୍ କଡୱ, ରୋଶନ ମାଦୁମାଗେ, ଡ଼ଃ ଆନନ୍ତ ବିରଦାର, ପ୍ରଫେସର ଡ଼ଃ ଡେମ୍ ଟାଟିଆନା ମୌଲ, ଅ୍ୟାମ୍ବାସାଡର ସୁଧା ଜେନ୍, ଡ଼ଃ ଦୀପକ ରାଉତ, ଡ଼ଃ ଏ. ଆର୍ସାମିଉଲ୍ଲାହ ଓ ଅଜେନ୍ଦ୍ର ଜେନା ତୁଷାର ବାବୁ ଅର୍ଦ୍ଧଶତାଦ୍ଦୀ ଧରି କୋଲକାତାରେ ଜୀବନଜୀବିକା ସହିତ ଯାତ୍ରା କଳାକୁ ନିଶା ଭାବେ ଗ୍ରହଣ କରିଛନ୍ତି ଟାଟା ଷ୍ଟିଲ କମ୍ପାନୀ କାର୍ଯ୍ୟାଳୟରୁ ଅବସର ପରେ ଏବେ ଯାତ୍ରା କଳାକୁ ପ୍ରାଧ୍ୟାନ୍ୟ ଦେଇ ନାନା ମଞ୍ଚରେ ନିଜର ଅଭିନୟର ଉତ୍କୃଷ୍ଟତା ପ୍ରତିପାଦନ କରିଚାଲିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ପଞ୍ଚାୟତର ଛତ୍ରଧାରୀ ପାଟଣା…








