Author: Charcha News

କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ :: BY-ରାଜୀବ କୁମାର ବେହେରା ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦୁଗୁଧା ଗ୍ରାମ ପଞ୍ଚାୟତର ଢିପା ସାହି ଅଞ୍ଚଳରେ ଏକ ସାମାନ୍ୟ ଘଟଣାକୁ ନେଇ ବଡ଼ ଧରଣର ଗଣ୍ଡଗୋଳ ସୃଷ୍ଟି ହୋଇଛି । କୁକୁଡ଼ା ଘରେ ପଶି ଭାତ ଖାଇଦେବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ପରେ ପରିସ୍ଥିତି ଉତ୍ତେଜନାମୟ ହୋଇ ଧସ୍ତାଧସ୍ତି ଓ ମାରପିଟର ରୂପ ନେଇଥିଲା । ସ୍ଥାନୀୟ ସୂଚନା ଅନୁସାରେ, କଥା କାଟାକାଟି ପରେ ଦୁଇ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ…

Read More

BY-ସୌମ୍ୟ ରଞ୍ଜନ ଦାସ କଟକ ::କଟକରେ ଏକ ଦୁଃଖଦ ଅଘଟଣା ଘଟିଥିବା ବେଳେ ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଅଭିନବ ବିଡାନାସୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲାଇଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପାଣି ଭିତରୁ ନାବାଳକଙ୍କ ମୃତଦେହକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ମୃତ ନାବାଳକଙ୍କ ପରିଚୟ ଏସ୍‌କେ ସରଫରାଜ ଭାବେ ହୋଇଥିବା ବେଳେ ସେ ଏସ କେ ସିରାଜଙ୍କ ପୁଅ ବୋଲି ଜଣାପଡ଼ିଛି। ତାଙ୍କ ବୟସ ମାତ୍ର ୧୨ ବର୍ଷ ଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ପରିବାର ଲୋକଙ୍କ ମଧ୍ୟରେ କାନ୍ଦଣାର ରୋଳ ପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ପହଞ୍ଚି ପେଶାଦାର ଢଙ୍ଗରେ ଉଦ୍ଧାର ଅଭିଯାନ କରି ମୃତଦେହକୁ ବାହାର କରିଥିଲେ। ଘଟଣା କିପରି ଘଟିଲା ଏବଂ କେମିତି ନାବାଳକ ଜଣକ ପାଣିରେ…

Read More

BY_ଚିନ୍ମୟ ନାୟକ ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଟ୍ରାକ୍ଟର ଚାଷ କରୁଥିବା ବେଳେ ରୋଟରରେ ଚାପି ହୋଇ ଜଣେ ଚାଷୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଲେ କୃଷ୍ଣନଗର ଗ୍ରାମରେକାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ(୬୪)। ଆଜି ସକାଳୁ କାର୍ତ୍ତିକ ନିଜ ଜମିରେ ଏକ ଟ୍ରାକ୍ଟର ଯୋଗେ ହଳ କରାଉଥିଲେ। ସେ ଉପସ୍ଥିତ ରହି ହଳ ସମ୍ପର୍କରେ ଡ୍ରାଇଭରକୁ କହୁଥିଲେ। କୈାଣସି କାରଣବସତ ଟ୍ରାକ୍ଟର ରୋଟରରେ ଚାପି ହୋଇଯିବାରୁ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଚର୍ଚ୍ଚା news

Read More

କେମିତି କଟିବ ଆଜିର ଦିନ : ମେଷ- ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ- ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନ- ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି। କର୍କଟ- ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ…

Read More

କାଙ୍କେରରେ ଏକ ନକଲି ନୋଟ ଛାପିବା ରାକେଟର ଏକ ବଡ଼ ପର୍ଦ୍ଦାଫାସ ହୋଇଛି । ପୋଲିସ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଛତିଶଗଡ଼ର କାଂକେରଠାରେ ଶୀଘ୍ର ଋଣ ଟଙ୍କା ସୁଝିବା ପାଇଁ ନକଲି ନୋଟ ଛାପିବା ପାଇଁ ଯୋଜନା ଚାଲିଥିଲା । କାଙ୍କେରରେ ଏକ ନକଲି ନୋଟ ଛାପିବା ରାକେଟର ଏକ ବଡ଼ ପର୍ଦ୍ଦାଫାସ ହୋଇଛି । ପୋଲିସ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଘରେ ନକଲି ୫୦୦ ଟଙ୍କା ନୋଟ ଛାପୁଥିଲା । ଏହି ଘଟଣା କୋତୱାଲି ଥାନା ଅଞ୍ଚଳରେ ଘଟିଛି । ପୁଲିସ ଜଣେ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍‌ ଜବତ୍ କରିଛି । ସୂଚନା ପାଇ ପୁଲିସ ଅଭିଯୁକ୍ତକୁ ଘେରି ଗିରଫ କରିଛି ।…

Read More

ତୈଳ ସଙ୍କଟକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଘରେ ଗୁରୁତ୍ବପୂର୍ଣ୍ଣ ବୈଠକ , ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ। ଏହି ବୈଠକ ପରେ ବଡ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌। ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ। ଏହି ବୈଠକ ପରେ ବଡ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌ । କହିଛନ୍ତି, ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣର ରହିଛି। ଭୟଭୀତ ହୋଇ ଅତ୍ୟଧିକ ପରିମାଣରେ ତେଲ କିଣିବାରୁ ଏଭଳି ସ୍ଥିତି ଉପୁଜିଛି। ଏଥିରେ ଧୀରେ ଧୀରେ ଏବେ ସୁଧାର ଆସିଲାଣି। ସମସ୍ତ ଟାଙ୍କିକୁ କମ୍ପାନି ପକ୍ଷରୁ ଯୋଗାଣକୁ ସ୍ବାଭାବିକ କରାଯାଇଛି। ତେଣୁ ଲମ୍ବା ଲାଇନରେ ଛିଡା ହୋଇ ତେଲ କିଣିବାର ଆବଶ୍ୟକତା ନାହିଁ। ସମସ୍ତଙ୍କ ପାଇଁ…

Read More

କେମିତି କାଟିବ ଆଜି ଆପଣମାନଙ୍କ ଦିନ : BY-SUBHASMITA-DT-16.5.2026 ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ। ମିଥୁନ:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା…

Read More

କଟକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କାର୍ଯ୍ୟାଳୟରେ ଘଟିଥିବା ପ୍ରାୟ ୫୧.୫୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲାରେ କଟକ ଡିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ସୁବାଶ ଚନ୍ଦ୍ର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସେ ବାରଙ୍ଗ ଅଞ୍ଚଳର ନରାଜ ସ୍ଥିତ ସିଦ୍ଧେଶ୍ୱର ବିଦ୍ୟାମନ୍ଦିରରେ କାର୍ଯ୍ୟରତ ଥିବା ସହ ଡିଇଓ କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନ୍‌ରେ ଦାୟିତ୍ୱରେ ଥିଲେ। ଅଭିଯୋଗ ଅନୁସାରେ, ୩୧ ଡିସେମ୍ବର ୨୦୧୮ ଠାରୁ ୧୬ ଅକ୍ଟୋବର ୨୦୨୧ ମଧ୍ୟରେ ସେ ନିଜ କାର୍ଯ୍ୟକାଳ ସମୟରେ ମାନବ ସମ୍ପଦ ପରିଚାଳନା ପ୍ରଣାଳୀ (HRMS) ଏବଂ ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (IFMS) ରେ ଅନିୟମିତତା କରି ସରକାରୀ ଧନର ବଡ଼ ପରିମାଣର ହେରଫେର କରିଥିବା ଭିଜିଲାନ୍ସ ତଦନ୍ତରୁ ସାମ୍ନାକୁ ଆସିଛି। ତଦନ୍ତରେ ଜଣାପଡ଼ିଛି ଯେ, ସୁବାଶ ସାହୁ ଡ୍ରୟିଂ ଆଣ୍ଡ ଡିସବର୍ସିଂ ଅଫିସର (DDO)ଙ୍କ ଲଗଇନ୍…

Read More

୧୨ରୁ ୨୧ ଜୁନ୍ ପର୍ଯ୍ୟନ୍ତ ପାଳନ କରାଯିବ, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋ ଭୁବନେଶ୍ୱର ୧୪ ମେ ୨୦୨୬ :ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବ୍ୟାପକ ଉତ୍ସବ ପାଳନ ବଦଳରେ ୨ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସରକାରଙ୍କ ଏହି ଉପଲବ୍ଧି ହେଉଛି ଲୋକଙ୍କ ପାଇଁ, ତେଣୁ ଏହି ସଫଳତା ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ…

Read More