ସାମ୍ବାଦିକ – ରବିନ୍ଦ୍ର ନାଥ ମହାପାତ୍ରତାରିଖ- ୧୮- ୦୫- ୨୦୨୬ରାୟଗଡ଼ା : ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆୟୋଜିତ ହେଉଥିବା ବିସ୍ତୃତ ଆଇଇସି (IEC) ଅଭିଯାନ “ଜନ ଭାଗିଦାରୀ ସବ୍ସେ ଦୂର, ସବ୍ସେ ପହେଲେ” ଚଳିତ ମେ ୧୮ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାୟଗଡ଼ ଜିଲ୍ଲାରେ ପାଳନ କରାଯିବ। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରେସ ବ୍ରିଫିଂରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ଆଇଟିଡିଏ (ITDA)ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଏବଂ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଜିଲ୍ଲାର ଜନଜାତି ଏବଂ ପିଭିଟିଜି (PVTG) ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି…
Author: Charcha News
ଆଜି ମାନିଗାଁ ରେ ନିଶା ମୁକ୍ତ ଅଭିଯାନ ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁକଦେବ ମାଝୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, କ୍ଷତ୍ରିୟ ଧାକଡ ସମାଜ ସଂଯୋଜକ ତ୍ରୀଳାଥ ସିଂ, ରମାମଣୀ ସିଂ, ଉର୍ମିଳା ମାଝୀ, ସାବିତ୍ରୀ ମାଝୀ, ଧନମତୀ ସିଂ, ମଙ୍ଗଳ ଚରଣ ନାୟକ, କମଳ ସିଂ ମାଝୀ, ସାଧୁ ମାଝୀ, ଦୀପକ ସିଂ, ଡମୁ ସିଂ, ଅମର ସିଂ , ଗୋପୀ ମାଝୀ ପ୍ରମୁଖ ଏହି ଅଭିଜାନ ର ନେତୃତ୍ବ ନେଇଥିଲେ। ମାନିଗାଁ ପଞ୍ଚାୟତ ରୁ ବେଆଇନ ମଦ କାରବାର ବନ୍ଦ ନହେବା ପର୍ଯ୍ୟନ୍ତ ଏହି ଅଭିଜାନ ଚାଲିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ। ପଞ୍ଚାୟତ ର ଅନେକ ଓ୍ବାର୍ଡ ସଭ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ର ଭଉଣୀମାନେ ଏବଂ ଅନେକ ସ୍ବେଛାସେବୀ ଏହି ଅଭିଜାନ ରେ ସାମିଲ ହୋଇ ଥିଲେ।
ରାୟଗଡ/ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲା ଗୁଡରି ବ୍ଲକର ସଭାଗୃହ ପରିସରରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୩୧ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୨୬ ବ୍ୟକ୍ତିଗତ,୦୫ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ…
Rayagada/ ରବୀନ୍ଦ୍ର ନାଥ ମହାପାତ୍ର : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ରାୟଗଡା ପୁଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉମେଶ ହିଆଲଙ୍କ ସମେତ ଅନ୍ୟ 8 ଜଣକୁ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ୍ କରିଛି । ଜୁଆ ଆଡ୍ଡାରେ ଲୁଟପାଟ୍ ଘଟଣାକୁ ନେଇ ନିଖିଲକୁ ହତ୍ୟା କରାଯାଉଥିବା ରାୟଗଡା ଏସପି ସ୍ବାତୀ ଏସ୍. କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟତମ ମାଷ୍ଟରମାଇଣ୍ଡ ରାଜ ସିମିଲି ଓ ଅକ୍ଷୟ ସାମଲକୁ ପୁଲିସ୍ ବିହାରର ଉୌରଙ୍ଗାବାଦ୍ ଜିଲ୍ଲା ମଦନପୁରରୁ ଗିରଫ୍ କରିଥିବା ବେଳେ ଅନ୍ୟ ସହଯୋଗି ୱାଇ.ଶ୍ୟାମସୁନ୍ଦର,ଭି.ଲୋକେଶ କୁମାର,ବି.ପବନ କୁମାର ଓ ଏସ୍.ପ୍ରେମ କୁମାରକୁ ଆନ୍ଧ୍ରର ବିଶାଖାପାଟଣାମ୍ ଓ ସୁମିତ ଜୈନ୍ କୁ ପୁଲିସ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଗିରଫ୍ କରିଥିବା ବେଳେ ରାଜା ହୁଇକାକୁ ରାୟଗଡାରୁ ଗିରଫ୍…
କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମହାକାଳପଡା ନିକଟ ଚଢେଇଗୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ସେହି ବିଦ୍ୟାଳୟର ଜଣେ ନୂତନ କର୍ମଚାରୀ ୨୦୨୫ ମସିହା ଅଗଷ୍ଟ ମାସରୁ ଯୋଗଦାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ବେତନ ପାଇନଥିଲେ। ବକେୟା ଦରମା ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଡ୍ରଇଂ ଏଣ୍ଡ ଡିସବର୍ସିଂ ଅଫିସରଙ୍କ ପାଖକୁ ଉପସ୍ଥାନ ପତ୍ର ପଠାଇବାକୁ କର୍ମଚାରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ବକେୟା ଦରମା ଉଠାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସମ୍ପୃକ୍ତ କର୍ମଚାରୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଯୋଜନାବଦ୍ଧ ଭାବେ ଆଜି ଭିଜିଲାନ୍ସ ଟିମ୍…
ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ପରଠାରୁ ପ୍ରଶାସନ ସତର୍କ ଏବଂ କଠୋର ରହିଛି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ପ୍ରୟାସର ଏକ ଅଂଶ ସ୍ୱରୂପ, ହାଓଡ଼ା ଷ୍ଟେସନ ବାହାରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଜବରଦଖଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ପରଠାରୁ ପ୍ରଶାସନ ସତର୍କ ଏବଂ କଠୋର ରହିଛି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ପ୍ରୟାସର ଏକ ଅଂଶ ସ୍ୱରୂପ, ହାଓଡ଼ା ଷ୍ଟେସନ ବାହାରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଜବରଦଖଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଶାସନର ବୁଲଡୋଜର ଗୁଡ଼ିକ ହାଓଡ଼ା ଷ୍ଟେସନ ବାହାରେ ଅବସ୍ଥିତ ଗଙ୍ଗା ଘାଟ ଏବଂ ବସ୍ ଷ୍ଟାଣ୍ଡ ପାଖରେ ଫୁଟପାଥ୍ ଏବଂ ସାଧାରଣ ରାସ୍ତାରେ ବେଆଇନ ଭାବରେ ଚାଲୁଥିବା ଦୋକାନ ଏବଂ ବ୍ୟବସାୟଗୁଡ଼ିକୁ ଧ୍ୱଂସ କରିଦେଇଥିଲେ । ଚର୍ଚ୍ଚା news
ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ଯାହା ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ସଂଶୋଧନ ଅଟେ। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜିର ମୂଲ୍ୟ ପ୍ରତି କିଲୋଗ୍ରାମ ୮୦.୦୯ ଟଙ୍କା ହୋଇଥିବା ବେଳେ ନୋଏଡ଼ା ଓ ଗାଜିଆବାଦରେ ଗ୍ରାହକମାନଙ୍କୁ ପ୍ରତି କିଲୋଗ୍ରାମ ପାଇଁ ୮୮.୭୦ ଟଙ୍କା ଗଣିବାକୁ ପଡ଼ିବ । ଏହାପୂର୍ବରୁ ଗତ ମେ’ ୧୫ ତାରିଖରେ ସିଏନଜି ଦରରେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ଏବେ ଅଟୋ, ଟାକ୍ସି ଓ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପକେଟ୍…
ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।ତାଙ୍କ ସହ ଜଣେ ବେସରକାରୀ ବ୍ୟକ୍ତି ଅଶୁତୋଷ ବଳିଆରସିଂହଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଅଧୀନରେ ୨୦୨୧-୨୨ ମସିହାରେ ଖଣ୍ଡପଡ଼ା ଅଞ୍ଚଳରେ ହୋଇଥିବା ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ବିଲ୍ କ୍ଲିୟାର କରିବା ସହ ସୁରକ୍ଷା ଜମା ଟଙ୍କା ଫେରସ୍ତ କରାଇବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ଦାବି କରିଥିଲେ ଜେଇ କେଶବ ସୁବୁଦ୍ଧି । ସରକାରୀ ନିୟମ ଅନୁଯାୟୀ ରକ୍ଷଣାବେକ୍ଷଣ ଅବଧି ଶେଷ ହେବା ପରେ ଇନିସିଆଲ ସିକ୍ୟୁରିଟି ଡିପୋଜିଟ (ISD) ଓ ଅନ୍ୟ ସୁରକ୍ଷା ଜମା ରାଶି…
ଦୁଇ ଟ୍ରାକ୍ଟର ଜବଦ, ମାଫିଆଙ୍କ ମଧ୍ୟରେ ଛନକା :: BY-ରାଜୀବ କୁମାର ବେହେରା ମୟୁରଭଞ୍ଜ : ଉଦଳା ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ l ପ୍ରଶାସନକୁ ଖୋଲା ଚେଲେଞ୍ଜ ଦେଉଛନ୍ତି ମାଫିଆ, ସ୍ପଷ୍ଟ ଦିବାଲୋକ ରେ କରୁଥିଲେ ଚୋରା କାରବାର ଅଟକ ରହିଲା ଦୁଇ ଟ୍ରାକ୍ଟର l ଚୋରା ଲଘୁ ଖଣିଜ ଚାଲାଣକୁ ନେଇ ପ୍ରଶାସନ ଆକ୍ସନ ମୋଡ୍କୁ ଆସିଛି। ବିଶେଷ ସୂତ୍ରରୁ ଖବର ପାଇ ଉପଖଣ୍ଡ ପ୍ରଶାସନ ଓ ଉଦଳା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ଓ ମାଟି ଚାଲାଣ କରାଯାଉଥିବା ବେଳେ ଦୁଇଟି ଟ୍ରାକ୍ଟରକୁ ପୃଥକ ପୃଥକ ସ୍ଥାନରୁ ଜବଦ କରାଯାଇଛି। ସୂଚନା ଅନୁସାରେ ଉଦଳା ଡିଆଇ ଅଫିସ ଛକ ନିକଟରୁ ଏବଂ ବୈରାଟପୁର ଅଞ୍ଚଳରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ମାଡ଼ି ବସିଥିଲା। ଉପଜିଲ୍ଲାପାଳ…








