ନୂଆଘାଇ ନାଳର ଜଳସ୍ତର ବୃଦ୍ଧି ପାଇବା ସହ ଏହା କୂଳ ଲଙ୍ଘିବା ଫଳରେ ବାଗଡିଆ-ସରପାଳ ରାସ୍ତାରେ ଥିବା ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଲଗାଣ ବର୍ଷା ଓ ବନ୍ୟା ଜଳର ପ୍ରଖର ସ୍ରୋତ ବିଭୀଷିକା ସୃଷ୍ଟି କରିଛି । ନୂଆଘାଇ ନାଳର ଜଳସ୍ତର ବୃଦ୍ଧି ପାଇବା ସହ ଏହା କୂଳ ଲଙ୍ଘିବା ଫଳରେ ବାଗଡିଆ-ସରପାଳ ରାସ୍ତାରେ ଥିବା ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ନାଳର ପ୍ରଖର ସ୍ରୋତରେ କୂଳ ଲଗାତାର ଭାବେ ଧୋଇ ହେଉଥିବାରୁ ବର୍ତ୍ତମାନ ମୁଖ୍ୟ ବାଟବାୟାଣୀ ମନ୍ଦିର ପ୍ରତି ମଧ୍ୟ ବିପଦ ଘନେଇବାରେ ଲାଗିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର ପ୍ରତି ବିପଦ ଥିବା ନେଇ ପୂର୍ବରୁ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲା…
Author: Charcha News
ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଘାଇ ହୋଇଥିବା ସ୍ଥାନରେ ମରାମତି କରାଯାଇଥିବା ଉଚ୍ଚତା ଠାରୁ ପ୍ରାୟ ୪ ଫୁଟ ଉଚ୍ଚତାରେ ଗାଁ କୁ ବନ୍ୟା ଜଳ ପ୍ରବେଶ କରୁଛି । ବୈତରଣୀ ନଦୀରେ ତୃତୀୟ ବନ୍ୟା, ଘାଇ ମରାମତି ହୋଇଥିବା ସ୍ଥାନର ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ। ପୁଣି ଗାଁ ରେ ପଶିଲା ବନ୍ୟା ଜଳ । ଅହିୟାସ ବଜାର ମୁଖ୍ୟ ରାସ୍ତାରେ ୨ ଫୁଟ ଉଚ୍ଚତାର ପାଣି । ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା। ମାତ୍ର ଗତ ଜୁଲାଇ ୨୯ ତାରିଖରେ ବୈତରଣୀ ଶାଖା କାଣୀ ନଦୀ ତରପଦା ପଞ୍ଚାୟତ ଡୋଭାଵିଲ – ପାଟଣା ଠାରେ ୨ ଟି ଘାଇ ହୋଇଥିଲା। ଉକ୍ତ ସ୍ଥାନ ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି କରାଯାଉଥିଲା । ୨…
BY-ରାଜୀବ କୁମାର ବେହେରା ଉଦଳା, :: ଲଘୁଚାପ ଜନିତ ଲଗାଣ ବର୍ଷା ରେ ବେହାଲ ଉଦଳା ର ବିଭିନ୍ନ ଅଞ୍ଚଳ ଜଳ ବନ୍ଦୀ, ରାସ୍ତା ଉପରେ ପାଣି ଲହଡି ମାରୁଛି, ସେହିଭଳି ଭୀମତାଳି ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି l ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ଉପରମୁଣ୍ଡରୁ ହଠାତ୍ ବର୍ଷାଜଳ ମାଡ଼ି ଆସିବାରୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି l ସେହିଭଳି ଉଦଳା–କଇଁସାରି ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ପ୍ରଖର ସ୍ରୋତ ସୃଷ୍ଟି ହୋଇଥିଲା। ଏହି ସମୟରେ ଗତକାଲି ରାତିରେ ଜଣେ ବ୍ୟକ୍ତି ବାଇକ୍ ଯୋଗେ ପୋଲ ପାର ହେଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ବାଇକ୍ ସହ ଭାସିଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ପହଁରି ନଦୀ ମଝିରେ ନିର୍ମାଣାଧୀନ ନୂଆ ପୋଲର ଏକ ପିଲର ନିକଟରେ ଆଶ୍ରୟ ନେଇଥିଲେ। ସେଠାରେ ସହାୟତା ପାଇଁ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର…
BY-Ghasiram Behera ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ମହାବୀର ଛକ ନିକଟସ୍ଥ ସ୍ମାର୍ଟ ଗ୍ୟାରେଜ ସମ୍ମୁଖରେ ଥିବା ମୁଖ୍ୟରାସ୍ତାକୁ ବିନା ଅନୁମତିରେ ଖୋଳାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଜନୈକ ବ୍ୟକ୍ତି ନିଜ ବ୍ୟକ୍ତିଗତ ସୁବିଧା ପାଇଁ ସର୍ବସାଧାରଣ ରାସ୍ତା ଖୋଳିବା ତାହା ପୁଣି ବିଭାଗୀୟ ଅନୁମତି ବିନା ଖୋଳିବା ଆଇନ ଅନୁଯାୟୀ କେତେଦୂର ଠିକ ? ତେଵେ ଏଠି କାର୍ଯ୍ୟ କରୁଥିବା ସରକାରୀ ପ୍ରଶାସକ କାହା ପାଇଁ କାମ କରୁଛନ୍ତି l ସର୍ବସାଧାରଣଙ୍କ ପାଇଁ ନା ନିର୍ଦ୍ଦିଷ୍ଟ ବ୍ୟକ୍ତି ପାଇଁ ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି l ସେହିପରି ବିନା ସରକାରୀ ଅନୁମତିରେ ସର୍ବସାଧାରଣ ସମ୍ପତ୍ତି କ୍ଷତିଗ୍ରସ୍ତ କରି ସାଧାରଣ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଇନତଃ ଧର୍ତ୍ତବ୍ୟ ଅପରାଧ ବୋଲି କୁହାଯାଇ ପାରିବ l ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଆଇନଗତ ପଦକ୍ଷେପ ଗ୍ରହଣ ବଦଳରେ ନୀରବତା ପଛରେ…
ବନ୍ୟା ଆସିବାର ୧୨ ଦିନ ବିତିଗଲାଣି । ହେଲେ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରୁ ହଟୁନି ବନ୍ୟା ପାଣି । ଜମିରେ ଲହଡ଼ି ମାରୁଛି ପାଣି, ଆଉ ସେହି ପାଣି ଭିତରେ ପଚି ନଷ୍ଟ ହେବାକୁ ବସିଛି ଚାଷୀଙ୍କ ସ୍ୱପ୍ନ । ବନ୍ୟା ଆସିବାର ୧୨ ଦିନ ବିତିଗଲାଣି । ହେଲେ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରୁ ହଟୁନି ବନ୍ୟା ପାଣି । ଜମିରେ ଲହଡ଼ି ମାରୁଛି ପାଣି, ଆଉ ସେହି ପାଣି ଭିତରେ ପଚି ନଷ୍ଟ ହେବାକୁ ବସିଛି ଚାଷୀଙ୍କ ସ୍ୱପ୍ନ । ବାଲେଶ୍ୱର ବସ୍ତା ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଏଭଳି ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି । ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ଏବେ ବି ଅନେକ ଚାଷ ଜମି ଜଳମଗ୍ନ ହୋଇ ରହିଛି । ଯେଉଁ ଜମିରେ କିଛି ଦିନ ପୂର୍ବରୁ ସୁନାର ଫସଲ ଦେଖିବାର ସ୍ୱପ୍ନ ଦେଖିଥିଲେ ଚାଷୀ, ଆଜି…
ମୁଖ୍ୟମନ୍ତ୍ରୀ ମହୋଦୟ, ଦାୟୀ କିଏ? ଏକଦା ଖଣିକୁ ନେଇ ଗର୍ବ କରୁଥିଲା କେନ୍ଦୁଝର । ଖଣି ପାଇଁ ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝରବାସୀ ଭାବିଥିଲେ, ଖଣି ହିଁ ସେମାନଙ୍କ ଭାଗ୍ୟ ବଦଳାଇବ । ହେଲେ ଆଜି ସେହି ଖଣି ହିଁ ଅଭିଶାପ ପାଲଟିଥିବା ଅଭିଯୋଗ ହେଉଛି । କେନ୍ଦୁଝର ନାଁ ଶୁଣିଲେ ମନେ ପଡ଼େ ଖଣି… ଖଣିଜ ସମ୍ପଦ ପାଇଁ ସାରା ଦେଶରେ ପରିଚିତ ଏହି ଜିଲ୍ଲା। ହଁ ଆଂଜ୍ଞା ଏହି ମାଟିରୁ ବାହାରୁଛି କୋଟି କୋଟି ଟଙ୍କାର ଖଣିଜ ସମ୍ପଦ, ସେପଟେ ସରକାରଙ୍କ ରାଜସ୍ୱ ବଢ଼ୁଛି। ହେଲେ ସେହି କେନ୍ଦୁଝରର ଖଣି ଅଞ୍ଚଳର ଲୋକେ ଆଜି ଗୋଟିଏ ଗ୍ଲାସ୍ ନିର୍ମଳ ପାଣି ପାଇଁ ହନ୍ତସନ୍ତ! ସବୁଠାରୁ ବଡ଼ କଥା, ଏହା ହେଉଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା। ତଥାପି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ଲୋକେ ଦୂଷିତ ପାଣିର ଯନ୍ତ୍ରଣା ଭୋଗିବେ, ତେବେ ଏହାଠାରୁ ବଡ଼ ପ୍ରଶ୍ନ ଆଉ…
ଭଦ୍ରକ ବ୍ଲକର ବନ୍ୟା ପରିସ୍ଥିତି ଅଧିକ ଜଟିଳ ହୋଉଥିବା ବେଳେ ଲୋକଙ୍କ ପାଖରେ ଠିକ ଭାବରେ ରିଲିଫ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚି ପାରି ନାହିଁ। ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିବା ସହ ବନ୍ୟା ପରବର୍ତ୍ତୀ ସମୟରେ… ଭଦ୍ରକ ବ୍ଲକର ବନ୍ୟା ପରିସ୍ଥିତି ଅଧିକ ଜଟିଳ ହୋଉଥିବା ବେଳେ ଲୋକଙ୍କ ପାଖରେ ଠିକ ଭାବରେ ରିଲିଫ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚି ପାରି ନାହିଁ। ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିବା ସହ ବନ୍ୟା ପରବର୍ତ୍ତୀ ସମୟରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ପ୍ରତିନିଧି ଦଳ। ବିଜେଡି ତରଫରୁ ସାଧାରଣ ଓ ଗରିବ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ହଦଗଡ଼ ଜଳ ପ୍ରକଳ୍ପ ଫାଟକ ଖୋଲିବା ପରେ ସାଳନ୍ଦୀ ନଦୀରେ ବିପଦ ସଂଙ୍କେତ…
ବଲାଙ୍ଗିର (ଦେବେନ୍ଦ୍ର ପୋଡ଼)ଧୁମାଭଟା ଗ୍ରା.ପ.ର ବାଣୀ ଶ୍ରୀ ହାଇସ୍କୁଲ ରେ,ଧୁମାଭଟା ଗ୍ରା.ପ ଓ ବାଣୀ ଶ୍ରୀ ଉର୍ଚ୍ଚ ବିଦ୍ଯାଲୟ ର ଆନୁକୁଲ୍ଯ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ୮ଟି ହାଇସ୍କୁଲ ର ଧୁମାଭଟା,ଯୁବା,ତେନ୍ତୁଲିମୁଣ୍ତା,ମଣ୍ତଳ,ମଧ୍ଯପୁର,ସୁଲେକେଲା,ବାହାବଲ,ସିହିନୀ,ଏହି ପଞ୍ଚାୟତ ର ହାଇସ୍କୁଲ ମାନଙ୍କର ଛାତ୍ର,ଛାତ୍ରି ମାନେ ଗଲା ୨୦୨୬ ବର୍ଷ ମାଟ୍ରିକ୍ ପରୀକ୍ଷା ରେ ଅଧିକ ମାର୍କ ରଖିଥିବା ସମସ୍ତ ଛାତ୍ର, ଛାତ୍ରି, ମାନଙ୍କୁ ସୁ ସମ୍ମାନ୍ ରେ ସମ୍ମାନୀତ କରାହେଲା, ଆଜି ଏହି କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବଯୋଗ ଦେଲେ ବେଳପଡା ବ୍ଲକ ABDO ଶ୍ରୀ ସାରଥି ସାହୁ ମହୋଦୟ,ସମ୍ମାନ ଅତିଥି ଭାବରେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଦିଗ୍ବାବର ପୁଟା ମହୋଦୟ,ଏବଂ ମୁଁ ଯୋଗ ଦେଇ, ଛାତ୍ର, ଛାତ୍ର,ମାନଙ୍କୁ କେମିତି ଆଗକୁ ବଢିବାର ବାରେ ପ୍ରେରଣା ଦେଇ ଉତ୍ସାହିତ କରିଥିଲୁ,ଏବଂ ଆଗକୁ ମଧ୍ଯ ଏହି କାର୍ଯ୍ଯକ୍ରମ ଜାରି ରହିବ | ଚର୍ଚ୍ଚା news
ଭୁବନେଶ୍ୱର, ଅଗଷ୍ଟ ୭: ଓଡ଼ିଶାରେ ଶିଳ୍ପ ଓ ନିବେଶର ପରିସରକୁ ଆହୁରି ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନିବେଶକଙ୍କ ସହ ଆଲୋଚନାକୁ ଜୋରଦାର କରିଛନ୍ତି। ଏହି କ୍ରମରେ ଆଜି ଦିଲ୍ଲୀରେ ବିଭିନ୍ନ ପ୍ରମୁଖ ଶିଳ୍ପପତି ଓ କମ୍ପାନିର ପ୍ରତିନିଧିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ନୂଆ ଶିଳ୍ପ ସ୍ଥାପନ, ପୁଞ୍ଜିନିବେଶ ଏବଂ ରୋଜଗାର ସୃଷ୍ଟି ନେଇ ଏହି ବୈଠକରେ ପ୍ରତ୍ୟକ୍ଷ ଆଲୋଚନା ହୋଇଛି। ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ନିବେଶକ ସମ୍ମିଳନୀ ଓ ରୋଡ୍ସୋକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସ୍ନାକ୍ସ ଶିଳ୍ପ ସହ ଜଡ଼ିତ ଅନେକ ପ୍ରମୁଖ କମ୍ପାନିର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟର ଭିତ୍ତିଭୂମି, ଉପଲବ୍ଧ ସମ୍ପଦ ଏବଂ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଯାଇଛି। ଏହି ଅବସରରେ ଚିରିପାଲ ପଲିଫିଲ୍ମସର ସିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ର…








