Author: Charcha News

ପଞ୍ଜିକରଣ ପରେ ଚାଷୀଙ୍କୁ ରସିଦ ଦେବାକୁ ମଧ୍ୟ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଦୁଇ ପ୍ରକାରର ଚାଷୀ ପଞ୍ଜିକରଣ ପ୍ରାପ୍ତିପତ୍ର ଦିଆଯାଉଛି । ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର ଏବଂ ବିନା ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର । ଉଭୟ ପ୍ରାପ୍ତିପତ୍ର ବୈଧ ଅଟେ । ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ଆସିଛି ବଡ଼ ଖବର । ଆଗ୍ରିଷ୍ଟାକ୍ ପଞ୍ଜିକରଣ ବର୍ତ୍ତମାନ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଆଗ୍ରିଷ୍ଟାକ୍ ପଞ୍ଜିକରଣ ନଥିଲେ ବି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । ଏନେଇ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ସ୍ପଷ୍ଟ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,…

Read More

ସେ କହିଛନ୍ତି , ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଶିଳ୍ପାୟନ ଉପରେ ବିଶେଷ ଗୁରୁତ୍ୱ ଦେଉଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ‘ରିଭର୍ସ ମାଇଗ୍ରେସନ’ ବା ବିପରୀତ ପ୍ରବାସ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି , ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଶିଳ୍ପାୟନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପୂର୍ବରୁ ରାଜ୍ୟରେ ଉପଯୁକ୍ତ ଶିଳ୍ପ ଭିତ୍ତିଭୂମିର ଅଭାବ ଯୋଗୁଁ ଯୁବପିଢ଼ି ଚାକିରି ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିଲେ । କିନ୍ତୁ ଏବେ ସମୟ ବଦଳିଛି ଏବଂ ନୂଆ ସରକାର ଯୁବକମାନଙ୍କୁ ଆଗକୁ ଆଣିବା ପାଇଁ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ, ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଗଢ଼ି ଉଠିବ, ଯାହା ଫଳରେ ସ୍ଥାନୀୟ ସ୍ତରରେ ଯୁବକଯୁବତୀମାନେ…

Read More

ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ବଡ଼ ଖବର । ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ତେବେ ଦୁଇ ବରିଷ୍ଠ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଏବେ ଖାଲି ପଡ଼ିଥିବା ଡିଜି ପଦବୀକୁ ନେଇ ଚର୍ଚ୍ଚା ବଢ଼ିଛି । ନୂଆ ଡିଜିପି ଭାବେ କାହାକୁ…

Read More

ଉଦଳା ବନବିଭାଗର କାର୍ଯ୍ୟାନୁଷ୍ଠାନ; ଲଘୁ ଖଣିଜ ଚୋରା କାରବାରକୁ ନେଇ ଉଠିଲା ପ୍ରଶ୍ନ | BY-ରାଜୀବ କୁମାର ବେହେରା dt-10.8.2029 ଉଦଳା ::ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଚୋରା ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ଓ ଚର୍ଚ୍ଚା ହେଉଥିବା ବେଳେ ଉଦଳା ଅଞ୍ଚଳରୁ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ଜବତ ଘଟଣା ସାମ୍ନାକୁ ଆସିଛି। ଉଦଳା ବନବିଭାଗର ତତ୍ପରତାରେ OR-01-T-9740 ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ପଷ୍ଟ ଦିବାଲୋକରେ ପ୍ରଶାସନକୁ ଖୋଲା ଚେଲେଞ୍ଜ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ଟ୍ରକକୁ ପିଛା କରିଥିଲା ବନ ବିଭାଗ l ଉଦଳା କଲେଜ କେନାଲ କୁଆଁରପାଳ ରାସ୍ତାରେ ବେଆଇନ ଭାବେ ମାଙ୍କଡ଼ା ପଥର ଚାଲାଣ ହେଉଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା। ଏହାପରେ ଉଦଳା ବନବିଭାଗ ରେଞ୍ଜର ଙ୍କ ନିର୍ଦେଶରେ ବନବିଭାଗ ପକ୍ଷରୁ ଉକ୍ତ ରାସ୍ତାରେ ପେଟ୍ରୋଲିଂ କଡ଼ାକଡ଼ି…

Read More

ସ୍ୱାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀର ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଡିସିପି ଉତ୍ତର ରାଜା ବାଣ୍ଠିଆ କହିଛନ୍ତି ଯେ ସୁରକ୍ଷା ନିୟୋଜନ ଯୋଜନାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ସ୍ୱାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀର ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଡିସିପି ଉତ୍ତର ରାଜା ବାଣ୍ଠିଆ କହିଛନ୍ତି ଯେ ସୁରକ୍ଷା ନିୟୋଜନ ଯୋଜନାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ମାନବଶକ୍ତି ଏବଂ ବୈଷୟିକ ନିୟୋଜନ। ସମାରୋହ ସମୟରେ ବିଭିନ୍ନ ଏଜେନ୍ସିରୁ ପ୍ରାୟ ୧୫ ହଜାରରୁ ୨୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହେବେ।ସୁରକ୍ଷା ବ୍ୟବସ୍ଥାରେ ଦିଲ୍ଲୀ ପୁଲିସ ଟ୍ରାଫିକ ୟୁନିଟ୍, ଉତ୍ତର ଜିଲ୍ଲା ଦଳ, ସ୍ଥାନୀୟ ପୁଲିସ, ପିସିଆର, ସ୍ପେଶାଲ ବ୍ରାଞ୍ଚ ଏବଂ ସ୍ପେଶାଲ ସେଲ୍ ସହିତ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସାମିଲ ରହିବେ। ଏହା ସହିତ, ହିଟ୍ ଟିମ୍ ଏବଂ ସ୍ନାଇପର ସମେତ ବହୁ ସଂଖ୍ୟକ ଅର୍ଦ୍ଧସାମରିକ କମ୍ପାନୀ, କମାଣ୍ଡୋ ଏବଂ ଏନଏସଜି ଦଳ…

Read More

ନିଜ ଅଧିକାର ଓ ଦାବିକୁ ନେଇ ମଧ୍ୟ ସ୍ୱର ଉଠାଇଛି ଆଦିବାସୀ ସଂଘ। ପେସା ଆଇନ କାର୍ଯ୍ୟକାରୀ କରିବା, ଜଳ, ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରିବା ସହ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି କରାଯାଇଛି । ରାଜରାସ୍ତାରେ ଦେଖିବାକୁ ମିଳିଲା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଝଲକ । ମାଲକାନଗିରି ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ବିଶ୍ୱ ଆଦିବାସୀ ଦିବସ । ଜିଲ୍ଲା ଆଦିବାସୀ ସଂଘ ମହାସମାଜ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଆଦିବାସୀ ଭାଇଭଉଣୀ ଏଥିରେ ସାମିଲ ହୋଇଛନ୍ତି । ଶୋଭାଯାତ୍ରାରେ ଆଦିବାସୀଙ୍କ କଳା, ସଂସ୍କୃତି, ପାରମ୍ପରିକ ନୃତ୍ୟ, ବେଶଭୂଷା ଓ ପରମ୍ପରା ପ୍ରଦର୍ଶିତ ହୋଇଛି । ନିଜ ଅଧିକାର ଓ ଦାବିକୁ ନେଇ ମଧ୍ୟ ସ୍ୱର ଉଠାଇଛି ଆଦିବାସୀ ସଂଘ। ପେସା ଆଇନ କାର୍ଯ୍ୟକାରୀ କରିବା,…

Read More
Read More

BY_ସୁଭାସମିତ DT-9.8.2026 ସମ୍ବଲପୁର: ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ସମ୍ବଲପୁର ସହରରେ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ଯାତ୍ରା। ‘ଘର ଘରେ ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି ଯାତ୍ରାରେ ସହରରେ ସୃଷ୍ଟି ହୋଇଥିଲା ଦେଶଭକ୍ତିର ମାହୋଲ। ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆରୁ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଥିଲା। ହାତରେ ଜାତୀୟ ପତାକା ଧରି ପୋଲିସ ବାହିନୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ରାଜନେତାଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ। ଦେଶପ୍ରେମର ସ୍ଲୋଗାନ ଓ ତ୍ରିରଙ୍ଗାର ରଙ୍ଗରେ ମୁଖରିତ ହୋଇଥିଲା ସମ୍ବଲପୁର ସହର। ରିଜର୍ଭ ପୋଲିସ ପଡ଼ିଆରୁ ବାହାରିଥିବା ଏହି ଯାତ୍ରା ସହରର ବିଭିନ୍ନ ପ୍ରମୁଖ ଅଞ୍ଚଳ ପରିକ୍ରମା କରି ଜେଲ୍‌ ଛକରେ ପହଞ୍ଚିଥିଲା। ଜେଲ୍‌ ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ନିକଟରେ ତ୍ରିରଙ୍ଗା ଯାତ୍ରାର ସମାପ୍ତି ହୋଇଥିଲା। ଏହି ଯାତ୍ରା ମାଧ୍ୟମରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଏକତାର…

Read More

ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟଧାରା ବିଚିତ୍ର । ସରକାରଙ୍କ ବିରୋଧରେ ଯିଏ ବି ସ୍ୱର ଉତ୍ତୋଳନ କରୁଛି କିମ୍ବା ସତ କଥା କହୁଛି, ତାଙ୍କୁ ଦେଶ ବିରୋଧୀ ବୋଲି ଆଖ୍ୟା ଦିଆଯାଉଛି । ରାଜ୍ୟରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଏବେ ତୀବ୍ର ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଜେନ୍-ଜି’ ଏବଂ ବିଦେଶୀ ଶକ୍ତି ସମ୍ପର୍କିତ ମନ୍ତବ୍ୟ ଉପରେ ପାଲଟା ଆକ୍ରମଣ କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ ସରକାରଙ୍କୁ ଘେରିବା ସହ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟଧାରା ବିଚିତ୍ର । ସରକାରଙ୍କ ବିରୋଧରେ ଯିଏ ବି ସ୍ୱର ଉତ୍ତୋଳନ କରୁଛି କିମ୍ବା ସତ କଥା କହୁଛି, ତାଙ୍କୁ ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ କିମ୍ବା ଦେଶ…

Read More